ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
କେ.ଶ୍ୟାମବାବୁ ଦୋରା
ମନମୋହନ ମିଶ୍ର
ଭୁବନେଶ୍ବର ବେହେରା
ଦୀପକ ମିଶ୍ର
ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିଚିତ୍ର କମ୍ପ୍ୟୁଟର
 |- ଅମୂଲ୍ୟ କୃଷ୍ଣ ମିଶ୍ର
 
 
ତା: ଡିସେମ୍ବର୍ ୧୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ବିଜୟବାବୁ ମନଧ୍ୟାନ ଦେଇ ଯନ୍ତ୍ରଟିକୁ ପରଖୁ ଥିଲେ୤ କେତେ ଦିନର ସାଧନା, କେତେ ତପସ୍ୟା- କେବଳ ଗୋଟିଏ କାରଣ ପାଇଁ୤ ତାଙ୍କର ପିତୃହନ୍ତା କିଏ ? ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ତାଙ୍କର ଗବେଷଣାର ଏହି ବିରାଟ ଯୋଜନା୤

ତାଙ୍କ ମା’ ପ୍ରଭାମୟୀ ଦେବୀଙ୍କଠାରୁ ସେ ଶୁଣିଛନ୍ତି ଯେ, ସେମାନେ ଥିଲେ ବିରାଟ ଧନୀ ଲୋକ୤ ଦେଶ ବିଦେଶରେ ଚାଲିଥିଲା ସେମାନଙ୍କର ଅପାର ବ୍ୟବସାୟ୤ ତାଙ୍କ ପିତା ବୀରେନ୍ଦ୍ର ବାବୁଙ୍କ ବାଲ୍ୟବନ୍ଧୁ ସାଧୁଚରଣ ବାବୁ ଜଣେ ଦୁସ୍ଥ କର୍ମଚାରୀ ଭାବେ ସେତେବେଳେ ଯୋଗ ଦେଇଥିଲେ ସେହି ବିରାଟ ବ୍ୟବସାୟ ପ୍ରତିଷ୍ଠାନରେ୤ ବନ୍ଧୁର ବିଶ୍ବାସଭାଜନ ହୋଇ ଧୀରେ ଧୀରେ ତାଙ୍କ ପ୍ରତିପତ୍ତି ବଢ଼ିବାକୁ ଲାଗିଲା ଏବଂ କିଛି ନ ଥାଇ ବି ସେ ହେଲେ ବ୍ୟାବସାୟର ସହଯୋଗୀ୤ କ’ଣ ହେଲା କେଜାଣି- ବ୍ୟବସାୟ ଧୀରେ ଧୀରେ ମାନ୍ଦା ହେବାକୁ ଲାଗିଲା, ଆଉ ଦିନେ ଦୈବାତ୍‌ ଦେଖିଲା ବେଳକୁ ବୀରେନ୍ଦ୍ର ବାବୁଙ୍କୁ କରାଯାଇଛି ହତ୍ୟା୤ ସେତେବେଳେ ଅନେକ କିଛି ଘଟିଥିବାର ଶୁଣାଯାଏ-ପଇସାପତ୍ରର କାରବାର ମଧ୍ୟ୤ ପୋଲିସ୍‌ ଦୋଷୀକୁ ଧରିପାରେ ନାହିଁ୤ କିଛି ଦିନ ପରେ ସାଧୁଚରଣ ବାବୁଙ୍କ ବ୍ୟବସାୟ ବଢ଼ିବାର ଦେଖାଯାଏ, ଆଉ ବିଜୟବାବୁ ଏବଂ ତାଙ୍କର ମା’ଙ୍କୁ ବ୍ୟବସାୟରୁ ଅଲଗା କରି ଦିଆଯାଏ୤ ସେତେବେଳକୁ ବିଜୟବାବୁଙ୍କ ପ୍ରାୟ ଦଶ ବର୍ଷ ବୟସ୤

ତା’ପରେ ପ୍ରଭାମୟୀ ଦେବୀ ଦୁଃଖେ କଷ୍ଟେ ପୁଅକୁ ମଣିଷ କରିବାକୁ ଜୀବନ ସଂଗ୍ରାମ କରନ୍ତି୤ ତାଙ୍କର ଇଚ୍ଛାଥାଏ ପୁଅକୁ ପୋଲିସ୍‌ ଅଫିସର କରିବେ ନଚେତ୍‌ କରିବେ ଜଣେ ଓକିଲ, ଯେ କି ଭବିଷ୍ୟତରେ ବୀରେନ୍ଦ୍ର ବାବୁଙ୍କ ହତ୍ୟାକାରୀକୁ ଚିହ୍ନଟ କରିବ ଆଉ ନେବ ପ୍ରତିଶୋଧ୤ କିନ୍ତୁ ପୁଅର ପଦାର୍ଥ ବିଜ୍ଞାନ ପ୍ରତି ଆଗ୍ରହ ଦେଖି ତାଙ୍କ ମନରେ ଧକ୍କା ଆସେ୤

ଆଜି ବିଜୟବାବୁ କମ୍ପ୍ୟୁଟର ବିଜ୍ଞାନର ଜଣେ ଦକ୍ଷ ଇଞ୍ଜିନିୟର୤ ନୂତନ ପଦ୍ଧତିରେ କମ୍ପ୍ୟୁଟର ଗଢ଼ିବା ହେଉଛି ତାଙ୍କ କାର୍ଯ୍ୟ୤ ତେଣୁ ପ୍ରଭାମୟୀ ଦେବୀ ନିରାଶ ହୁଅନ୍ତି ଯେ, ପୁଅ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ କାମକୁ ଆସିଲା ନାହିଁ୤ ବୀରେନ୍ଦ୍ର ବାବୁଙ୍କ ମୃତ୍ୟୁର ପନ୍ଦର ବର୍ଷରୁ ଊର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ପ୍ରଭାମୟୀ ଦେବୀଙ୍କ ଏକମାତ୍ର ଆଗ୍ରହ ତାଙ୍କ ସ୍ବାମୀଙ୍କ ହତ୍ୟାକରୀକୁ ଧରିବା ପାଇଁ୤ ସେଥିପାଇଁ ବିଜୟ ବାବୁଙ୍କ ଆଜି ବିରାଟ ଯୋଜନା, କିନ୍ତୁ ତାଙ୍କ ମା ଏ ବିଷୟରେ ଅଜ୍ଞ୤ ସେ ତିଆରି କରିବାକୁ ଚେଷ୍ଟା କରୁଛନ୍ତି ଏପରି ଏକ ସମୟ ଯନ୍ତ୍ର ଯାହା ସାହାଯ୍ୟରେ ଅତୀତର ସବୁ ଜିନିଷର ସତ୍ୟାସତ୍ୟ ନିରୂପଣ କରାଯାଇ ପାରିବ୤

ଏହି ବିଚିତ୍ର କମ୍ପ୍ୟୁଟର ଗଠନରେ ମାତି ବିଜୟବାବୁ ଖାଇବା ପିଇବା ମଧ୍ୟ ଭୁଲି ଯାଇଛନ୍ତି୤ ପୁଅର ଏପରି ପାଗଳପଣ ଦେଖି ପ୍ରଭାମୟୀ ଦେବୀଙ୍କ ମନରେ ଶଙ୍କା ହୁଏ୤ କିନ୍ତୁ ମା’ଙ୍କୁ ନିଜର ଉଦ୍ଦେଶ୍ୟ ବିଷୟରେ କିଛି ନ କହି ବିଜୟବାବୁ ଲାଗି ପଡ଼ିଥାନ୍ତି ନିଜର ଉଦ୍ଦେଶ୍ୟ ସାଧନ କରିବା ପାଇଁ୤

ପଛ ଘଟଣାକୁ ଜାଣିବା ପାଇଁ ସୁଇଚ୍‌ ଟିପି ଯେଉଁଦିନ ବିଜୟବାବୁ କିଛିମାସ ତଳେ ଘଟି ଯାଇଥିବା ଘଟଣାଗୁଡ଼ିକ କମ୍ପ୍ୟୁଟରର ପର୍ଦ୍ଦା ଉପରେ ଦେଖିବାକୁ ପାଇଲେ, ତାଙ୍କର ଆଶା ହେଲା, ନିଶ୍ଚିତ ଭାବରେ ତାଙ୍କର ଗବେଷଣା ଠିକଣା ଦିଗରେ ଗତି କରୁଛି୤ ସେ ମାସକ ତଳେ କ’ଣ ସବୁ କରିଥିଲେ ସେସବୁକୁ ସ୍ପଷ୍ଟ ରୂପେ ଦର୍ଶାଇ ପାରୁଥିଲା ତାଙ୍କର କମ୍ପ୍ୟୁଟର୤ ଦୁଇ ମାସରୁ ଊର୍ଦ୍ଧ୍ବ ବିଷୟ ପର୍ଦ୍ଦାରେ ପଡ଼ିବା ସମୟରେ ଚିତ୍ରଗୁଡ଼ିକ ଅସ୍ପଷ୍ଟ ହୋଇ ଯାଇଥିଲା୤ ତେଣୁ ସମୟର ପଶ୍ଚାତ୍‌ ଗତିକୁ ଆହୁରି ସକ୍ରିୟ କରିବା ପାଇଁ ସେ ଜୋର୍‌ ସୋର୍‌ରେ ଲାଗି ପଡ଼ିଲେ୤

ବିଭିନ୍ନ ବ୍ୟକ୍ତିବିଶେଷର ପ୍ରକୃତି, ସେମାନଙ୍କ ଅତୀତର କେତେକ ଘଟଣା, ଘଟଣା ଘଟିଥିବା ସ୍ଥାନମାନଙ୍କର ସୂଚନା ଓ ପରିଚିତ ତଥା ସମୟ-ଏ ସବୁର ଉପଯୁକ୍ତ ସମନ୍ବୟ କରି ପ୍ରୋଗ୍ରାମିଂ କଲେ ସେହି ବ୍ୟକ୍ତିବିଶେଷମାନଙ୍କର ସେହି ନିର୍ଦ୍ଦିଷ୍ଟ ଅତୀତ ସମୟରେ ଏବଂ ସେହି ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଘଟିଥିବା ଘଟଣାର ବିବରଣୀ ମିଳିବା ସମ୍ଭବପର ଭାବି ବିଜୟବାବୁ ସେ ଦିଗରେ ଅଗ୍ରସର ହେଲେ୤ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବିଷୟରେ ସୂଚନା ଦେଇ ସେ ଅନେକ ଜାଣିଥିବା ଘଟଣା ସ୍ଥାନ ଏବଂ ସମୟରେ ପରିସର ମଧ୍ୟରେ ଅତି ସ୍ପଷ୍ଟ ରୂପରେ ପର୍ଦ୍ଦାରେ ଦେଖି ପାରିଲେ୤ ତାଙ୍କ ନିଜର ଜନ୍ମ ସମୟରେ ପ୍ରଭାମୟୀ ଦେବୀଙ୍କ ପ୍ରସବ ଯନ୍ତ୍ରଣାଠୁ ଆରମ୍ଭ କରି ତାଙ୍କ ଛୋଟ ବେଳର ଅନେକ ଛୋଟବଡ଼ ଘଟଣା ପର୍ଦ୍ଦା ଉପରେ ସେ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଲେ୤ ତେଣୁ ତାଙ୍କ ବାପାଙ୍କ ମୃତ୍ୟୁର ରହସ୍ୟ ଉଦ୍‌ଘାଟନ କରିବା ପାଇଁ ସେ ସେହି ସମୟର ବ୍ୟକ୍ତିବିଶେଷ ମାନଙ୍କର ତଥା ମୃତ୍ୟୁ ଘଟିଥିବା ସ୍ଥାନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟିତ ହେଲେ୤

ବୀରେନ୍ଦ୍ର ବାବୁଙ୍କ ସାଙ୍ଗସାଥୀଙ୍କ ବିଷୟରେ ବିଜୟ ବାବୁଙ୍କ ଆଗ୍ରହ ଦେଖି ପ୍ରଭାବୀତ ଦେବୀ ଆଶ୍ଚର୍ଯ୍ୟ ହେଲେ୤

‘‘ତୋର କମ୍ପ୍ୟୁଟର ବିଜ୍ଞାନରେ ଏ ସବୁର ଟିକିନିଖି କ’ଣ ଦରକାର ବିଜୁ ?’’ ପ୍ରଭାମୟୀ ଦେବୀ ପ୍ରଶ୍ନ କଲେ୤

‘‘ସେ ବିଷୟରେ ପରେ ବୁଝି ପାରିବ ମା’୤ ଦେଖିବ ମୋର କମ୍ପ୍ୟୁଟର ଅତୀତ ଭବିଷ୍ୟତ ସବୁ ବିଷୟରେ ସୂଚନା ଦେଇ କିପରି ପୃଥିବୀରେ ଚହଳ ସୃଷ୍ଟି କରିବ୤’’

ତା’ପରେ ପ୍ରଭାମୟୀ ଦେବୀ କହିଯାଇଛନ୍ତି ତାଙ୍କର ଆଦ୍ୟ ବୈବାହିକ ଜୀବନର ଅନେକ ଘଟଣା୤ ‘‘ଛି ପ୍ରଭା !’’ ବୀରେନ୍ଦ୍ର ବାବୁ ବୁଝେଇକି କହୁଥାନ୍ତି, ‘‘ସାଧୁଚରଣ ହେଉଛି ଜଣେ ଅଭାବୀ ଲୋକ- ହେଲେ ଭଲ ମଣିଷଟିଏ୤ ତା’କୁ ସାହାଯ୍ୟ କଲେ ମାହାଳିଆରେ ଯିବ ନାହିଁ୤’’

‘‘ତୁମେ କାହାକୁ ସାହାଯ୍ୟ କଲେ ମୁଁ କାହିଁକି ମନା କରିବି ?’’ ପ୍ରଭାମୟୀ ଦେବୀ କହନ୍ତି, ‘‘କିନ୍ତୁ ଜଣେ ନବପରିଚିତ ଲୋକକୁ ଏତେଟା ବିଶ୍ବାସ କରିବା ଆଦୌ ବୁଦ୍ଧିମାନର କାମ ନୁହେଁ୤’’

‘‘ସାଧୁଚରଣର ସଚ୍ଚୋଟପଣିଆ ବିଷୟରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ୤’’ ସ୍ତ୍ରୀଙ୍କ ଅବିଶ୍ବାସକୁ ହସରେ ଉଡ଼େଇ ଦେଇ କହନ୍ତି ବୀରେନ୍ଦ୍ର ବାବୁ, ‘‘ତା ଉପରକୁ ସେ ଧୋକାବାଜ ମଧ୍ୟ ନୁହେଁ୤ ସର୍ବୋପରି ସେ ଚତୁର ଓ କର୍ମକୁଶଳ୤’’

‘‘ଠିକ୍‌ ଶକୁନି ଭଳିଆ୤’’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମୂଲ୍ୟ କୃଷ୍ଣ ମିଶ୍ର
ଜଣେ ବିଶିଷ୍ଟ ଶିକ୍ଷାବୀତ୍‌ ଏବଂ ବିଜ୍ଞାନ ଶିକ୍ଷକ ସହିତ ସାହିତ୍ୟିକ ଭାବେ ଡ.ଅମୂଲ୍ୟ କୃଷ୍ଣ ମିଶ୍ର(୧୯୩୨-୨୦୦୧) ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ଏକାଧାରରେ ଜଣେ ନାଟ୍ୟକାର ଓ ଗାଳ୍ପିକ ଭାବେ ଶ୍ରୀ ମିଶ୍ର ଅନେକ କ୍ଷୁଦ୍ରଗଳ୍ପ ସହିତ ବିଜ୍ଞାନଭିତ୍ତିକ ଲେଖାମାନ ରଚନା କରିଥିଲେ୤ ତାଙ୍କ ରଚନାଗୁଡ଼ିକରେ ଥିବା ଚରିତ୍ରମାନଙ୍କରେ ପାଠକ ଏକ ଆତ୍ମୀୟତା ଭାବର ପରିଚୟ ପାଇଥାଏ୤ ତାଙ୍କ ରଚିତ ଓ ପ୍ରକାଶିତ ପୁସ୍ତକମଧ୍ୟରେ ‘ଜୟୀ ରାଜଗୁରୁ’ ଓ ‘ସାଲବେଗ’ ଆଦି ନାଟକ, ‘ମାୟାବିନୀ’, ‘ଝଡ଼ର ଶେଷ’ ଆଦି ଏକାଙ୍କିକା,... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤