ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବସନ୍ତ ବହିଲା
 |- ରଘୁ ଅରକ୍ଷିତ
 
 
ତା: ଏପ୍ରିଲ୍ ୧୧, ୨୦୧୯  
 

ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ।
ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ାଇ କ୍ରପୂର ଧୂଳି ଗୋ।

ଶାରୀ ପଚାରଇ କୋକିଳକୁ ରାଇ, ବନରେ କି କରୁ ବସି
ତୁମ୍ଭେ ଆମ୍ଭେ ଦୁହେଁ ସଖି ଚାଲ୍ ଯିବା ବସନ୍ତ ପ୍ରକାଶ ଆସି ଗୋ।
ଯାଇ ଜୂଇ ମଲ୍ଲୀ ମାଳତୀ ସେବତୀ ବିବିଧ କୁସୁମେ ଗଭା
ଦକ୍ଷିଣ ମୂରତି ହୋଇ ଯଦୁପତି ଦୋଳମଣ୍ଡପରେ ଉଭା ଗୋ।

ସଖି ଗୋ ଶ୍ରୀ ଜଗନ୍ନାଥଙ୍କୁ ଦୋଳାଦୋଳି ବେଳେ ଲଙ୍କାଗଡ଼େ ଭୟେ ମାନି
ଶ୍ରୀଜଗନ୍ନାଥ ପଦ୍ମପାଦେ ରଘୁ ଅରକ୍ଷିତ ଭଣି ଗୋ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରଘୁ ଅରକ୍ଷିତ
ରଘୁ ଅରକ୍ଷିତ ୧୬ଦଶ ଶତାବ୍ଦୀର କବି ଥିଲେ। ତାଙ୍କୁ ଶ୍ରୀଚୈତନ୍ୟ ଦେବଙ୍କ ସମସାମୟିକ ବୋଲି କୁହାଯାଏ। ପଦାବଳି, ଭଜନ ଓ ‘ଶକୁନ୍ତଳା ଚଉତିଶା’ ସହିତ ଗୋଚର ଗିତା ତାଙ୍କର ଅନ୍ୟତମ ରଚନା। ସେ ବଳରାମ ଦାସ ଓ କାହ୍ନୁ ଦାସଙ୍କ ସହିତ ମିଶି ‘ ଜ୍ଞାନ ଉଦେ ଚଉତିଶା’ ଓ ରସାନନ୍ଦ ନବଘନ ଚାନ୍ଦଙ୍କ ସହିତ ମିଶି ‘ ଅବକାଶ ଭଜନ’ ରଚନା କରିଥିଲେ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )