ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀକିଙ୍କର ଦାସ
ବିଦ୍ୟୁତପ୍ରଭା ଦେବୀ
ଦୀପକ ମିଶ୍ର
ନୀଳମଣି ବିଦ୍ୟାରତ୍ନ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଶାରଦା ପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବଂଶୀ ଓ ବନ୍‌ଶୀ
 |- ବ୍ରହ୍ମାନନ୍ଦ ପଣ୍ଡା
 
 
ତା: ଜୁନ୍ ୨୯, ୨୦୧୩  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ୤ ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ୤ ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ ଚୂଡ଼ା ଭିତରୁ ଅଶ୍ବତ୍‌ଥ ବୃକ୍ଷଟିଏ ନିର୍ବିଘ୍ନରେ ବଢ଼ି ଉଠୁଚି୤

ସରୋବର ବନ୍ଧର ଝଙ୍କରା ବଟମୂଳରେ ବସିଛନ୍ତି ଦୁଇଟି ପ୍ରାଣୀ-ଜଣେ ତରୁଣ, ଜଣେ ତରୁଣୀ୤ ତରୁଣ ବନ୍‌ଶୀ ଛାଡ଼ିଚି ! ଆଖି ତାର ଜଳ ଅସ୍ତରଣ ଉପରେ ଲାଖି ରହିଚି୤ ପ୍ରାନ୍ତର ଶେଷରେ ଆରକ୍ତ ଚକ୍ରବାଳ ଉପରକୁ ତରୁଣୀ ଚାହିଁଛି ଶୂନ୍ୟ ଦୃଷ୍ଟିରେ୤ ପୌର୍ଣ୍ଣମାସୀ ସାନ୍ଧ୍ୟା ଆସନ୍ନପ୍ରାୟ୤

ଶାନ୍ତ ଉଦାର ପରିବେଶ୤ ବାୟୁମଣ୍ଡଳ ବିଚଳିତ କରି କେଉଁ ଦୂର ଅଜ୍ଞାତ ସ୍ଥାନରୁ ବଂଶୀ ବାଜିଲେ୤ ତରୁଣୀ ଦେହରେ ବିଜୁଳିଭଳି ଏକ ଶିହରଣ ଖେଳିଯାଏ୤

ଆଗ୍ରହିତ ସ୍ବରରେ ସେ କହେ,
‘‘ଶୁଣୁଚ, ବଂଶୀ ବାଜୁଚି୤’’
ତରୁଣ ନୀରବ୤
କିଛିକାଳ ନୀରବରେ ବିତିଯାଏ୤
ବଂଶୀସ୍ବନରେ ଆକୁଳତା ସଞ୍ଚରୁଚି୤
ଆତୁର କଣ୍ଠରେ ତରୁଣୀ ପୁଣି କହେ,
‘‘ଶୁଣୁଚ, ବଂଶୀ ବାଜୁଚି ?’’

ଜଳ ଆସ୍ତରଣ ଉପରେ ଦୃଷ୍ଟି ନିବଦ୍ଧ, ବିଶ୍ବାସଭରା କଣ୍ଠରେ ତରୁଣ କହେ,
‘‘ଦେଖୁଚ, ମାଛର କୌତୁହଳ କିପରି ବଢ଼ୁଚି୤ ବନ୍‌ଶୀର ଭେଦ ବୁଝିବା ପାଇଁ କଣ୍ଟାଟିକୁ ବାରମ୍ବାର ପରିକ୍ରମା କରୁଚି୤ ଉଗ୍ର କୌତୁହଳର ପ୍ରରୋଚନାରେ ଶେଷରେ କଣ୍ଟାଟିକୁ ଗିଳି ବସିବ୤’’

କାହାକୁ ଯେପରି ବଂଶୀ ତୁହାଇ ତୁହାଇ ଡାକୁଚି୤ ସେ ଡାକରା ସ୍ଥାନ କାଳପାତ୍ରର ଅତୀତ୤ ତରୁଣୀ ଭାବବିହ୍ବଳ ହୋଇପଡ଼େ୤ ତାର ଶୂନ୍ୟଦୃଷ୍ଟି ଏକ ଅପୂର୍ବ ତନ୍ମୟତା ଭିତରେ ବୁଡ଼ିଯାଏ୤

ତରୁଣ ମୁହଁରେ ଉତ୍କଣ୍ଠା ଝଲକି ଉଠିଚି୤
‘‘ମାଛ ଏଥର କଣ୍ଟାଟିକୁ ନିଶ୍ଚୟ ଗିଳିବ୤ ଫେରିଯିବାର ଶକ୍ତି ଆଉ ତାର ନାଇଁ୤ କି ଏକ ଅମୋଘ ଆକର୍ଷଣରେ ସେ ଜଡ଼ିତ ହୋଇଯାଇଚି୤’’
ଚନ୍ଦ୍ରାଲୋକର ମାୟା ଧୀରେ ଧୀରେ ଉନ୍ମୋଚିତ ହେଉଚି୤
ଦେବାଳୟ ଚୂଡ଼ାର ଅଶ୍ବତ୍‌ଥ ଶାଖାରେ ନିଶାଚର ପକ୍ଷୀଟାଏ ରହି ରହି ଚିତ୍କାର କରୁଚି୤

ସରୋବର ବକ୍ଷରେ ଚନ୍ଦ୍ରକିରଣ ଝଲମଲ ହେଉଚି୤
ରଙ୍ଗମଞ୍ଚର ଆଲୋକ ଆପ୍ଳୁତ ନର୍ତ୍ତକୀ ଭଳି ବିଜନ କଇଁଟିଏ ସମ୍ଭ୍ରମରେ ପାଖୁଡ଼ା ମେଲୁଚି୤

ତରୁଣ ବନ୍‌ଶୀ ଉଠାଇ ଆଣେ୤ ଶୁଭ୍ର ମାଛଟିଏ ଛଟପଟ ହେଉଚି ବନ୍‌ଶୀ ଅଗ୍ରରେ୤ କଣ୍ଟାଟି ତାର ଗଳଦେଶ ବିଦ୍ଧ କରିଚି୤
ତରୁଣୀର ମୂର୍ଚ୍ଛିତ ଦେହ ତରୁଣ କୋଳରେ ଢଳିପଡ଼େ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବ୍ରହ୍ମାନନ୍ଦ ପଣ୍ଡା
ବ୍ରହ୍ମାନନ୍ଦ ପଣ୍ଡା
ସମ୍ପୂର୍ଣ୍ଣ ନୂତନ ଶୈଳୀର ଗଳ୍ପ ଲେଖକ ହିସାବରେ ବ୍ରହ୍ମାନନ୍ଦ ପଣ୍ଡାଙ୍କ (୧୯୨୨-୧୯୯୭) ନାମ ଉଲ୍ଲେଖଯୋଗ୍ୟ୤ ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମେ ସେ ବହୁସଂଖ୍ୟକ ଆଭାସଧର୍ମୀ କୁନି ଗଳ୍ପ ଲେଖିବାର ପ୍ରୟାସ କରିଛନ୍ତି୤ ରାଜନୈତିକ ଚିନ୍ତାଭିତ୍ତିକ ଓ ବ୍ୟକ୍ତିଗତ ଅହଂସିକ୍ତ କାହାଣୀଗୁଡ଼ିକ ତାଙ୍କ ଲେଖନୀରେ ରୁଚିମନ୍ତ ହୋଇପାରିଛି୤ ସେ ଏକାଧାରରେ ଜଣେ ରାଜନୈତିକ ନେତା, ସମାସେବୀ, ସାହିତ୍ୟିକ ଓ ଆଧ୍ୟାତ୍ମିକ ସାଧକ ଥିଲେ୤ ଜଣେ ଅନୁବାଦକଭାବେ ମଧ୍ୟ ସେ ନିଜର ପ୍ରଜ୍ଞା ଓ ପ୍ରତିଭାର ପରିଚୟ ଦେଇଥିଲେ୤ ତାଙ୍କର ପ୍ରକାଶିତ ଗଳ୍ପଗ୍ରନ୍ଥ ମଧ୍ୟରେ ‘କଳା ଓ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Raghu Dass |  ଜୁଲାଇ ୫, ୨୦୧୩ - ୧୦:୨୨ ଅପରାହ୍ନ

    Very good short story! Flute and fishing bait-coverd pins

  • ୨. ରଶ୍ମି |  ସେପ୍ଟେମ୍ବର୍ ୮, ୨୦୧୭ - ୧୦:୨୪ ଅପରାହ୍ନ

    ଏ ଶାନ୍ତ ସରଳ ଜୀବନ ଶୈଳୀ କୁଆଡେ ଗଲା ?

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤