ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭକ୍ତକବି ମଧୁସୂଦନ ରାଓ
କନକଲତା ସାହୁ
କମଳା ଶତପଥି
ପ୍ରଦୀପ ନାୟକ
ଅମରେନ୍ଦ୍ର ଖଟୁଆ
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବନ୍ଦେ ଉତ୍କଳ ଜନନୀ
 |- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
 
 
ତା: ଡିସେମ୍ବର୍ ୮, ୨୦୧୧  
 

ବନ୍ଦେ ଉତ୍କଳ ଜନନୀ
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ
ବନ୍ଦେ ଉତ୍କଳ ଜନନୀ ୥

ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ୥

ଘନ ଘନ ବନଭୂମି ରାଜିତଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ୥

ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀ ଋଷିଗଣ-ଊଟଜ-ପବିତ୍ରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ୥

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟା-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ୥

ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ୥

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିର ଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ୥|

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଓଡ଼ିଆ ସାହିତ୍ୟର ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ସ୍ବାଧୀନତା ସଂଗ୍ରାମୀ ଭାବେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର(୧୮୮୮-୧୯୫୩) ଏକ ପରିଚିତ ନାମ୤ ଏକାଧାରରେ ଜଣେ ଶିଶୁ ସାହିତ୍ୟିକ, କବି ଓ ଲେଖକ ଭାବେ ତାଙ୍କ ରଚନାଗୁଡିକ ପାଠକମାନଙ୍କ ନିକଟରେ ଆଜି ମଧ୍ୟ ଆଦୃତ୤ ବିଶେଷକରି ତାଙ୍କ ଦ୍ବାରା ରଚିତ "କଣାମାମୁଁ" ଉପନ୍ୟାସ ଓ "ଜୀବନ ସଙ୍ଗୀତ" କବିତା ସଙ୍କଳନ ଆଦି ଗୋଟିଏ ଗୋଟିଏ ସଫଳ ସୃଷ୍ଟି୤ ସେ ଆରମ୍ଭ କରିଥିବା "ଡଗର" ପତ୍ରିକା ଓଡିଆ ପତ୍ରିକା ଜଗତରେ ଏକ ନୁତନ ଉନ୍ମାଦନ ଆଣିବାରେ... [ କ୍ରମେ ସବିଶେଷ ]
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨୨ ଆପଣଙ୍କ ମତାମତ ?

  • ୧. shyama prasad sahu |  ଡିସେମ୍ବର୍ ୯, ୨୦୧୧ - ୧୦:୦୮ ଅପରାହ୍ନ

    pujyapad kantakabi nku koti koti pranam. Aapanank prayas ku hrudayar abhinandan

  • ୨. ବ ହୁ ତ ଭ୍ ଲ ଅ ଛି |  ଡିସେମ୍ବର୍ ୧୦, ୨୦୧୧ - ୨:୦୭ ପୂର୍ବାହ୍ନ

    ବହୁତ ଭଲ ଅଛି

  • ୩. ହେମନ୍ତ କୁମାର ମହାନ୍ତି |  ଡିସେମ୍ବର୍ ୧୦, ୨୦୧୧ - ୪:୫୯ ପୂର୍ବାହ୍ନ

    ବହୁତ ଭଲ ଲାଗୁଛି ୤ ଧନ୍ୟବାଦ ୤ ଓଡିଆ ଭାଷା ର ବହୁତ ଉପକାର କରୁଛନ୍ତି୤

  • ୪. pappu |  ଡିସେମ୍ବର୍ ୧୧, ୨୦୧୧ - ୧୧:୩୪ ଅପରାହ୍ନ

    niceeeeeeeeeeeeeeee !!!!!!!!!!

  • ୫. A Nayak |  ଡିସେମ୍ବର୍ ୧୨, ୨୦୧୧ - ୧୦:୧୨ ପୂର୍ବାହ୍ନ

    Many thanks for your effort. It is exhilarating to be able to read in mother tounge from far away land.

  • ୬. devi prasad padhy |  ଡିସେମ୍ବର୍ ୧୨, ୨୦୧୧ - ୧୨:୧୦ ଅପରାହ୍ନ

    bahut bahut dhanyabaad.

  • ୭. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୧:୫୩ ଅପରାହ୍ନ

    ଆଜି ଏମିତି ଲାଗୁଛି – ଓଡିଆ ବଞ୍ଚିଛି୤ ସବୁ ବାଧାବିଘ୍ନ ଘାତ ପ୍ରତିଘାତ କୁ ଉଚିତ ମୁକାବିଲା କରି – ଓଡିଆ ଲିପି ତାର ଅସ୍ତିତ୍ବ ଜାହିର୍ କରିଛି ଇ-ଦୁନିଆଁ ରେ – ଆମର ପୂର୍ବସୂରୀ ମାନଙ୍କ କୃତ୍ତି ସବୁକୁ ସାଇବର୍ ସ୍ପେସ୍ ରେ ସାଇତି ପାରିଲେ ଆମେ ହେବା ସେମାନଙ୍କ ଅସଲ ଦାୟାଦ୤

  • ୮. ହରପ୍ରସାଦ ମହାପାତ୍ର |  ଡିସେମ୍ବର୍ ୧୨, ୨୦୧୧ - ୨:୦୮ ଅପରାହ୍ନ

    କାନ୍ତକବି କଣ ଜନନୀଙ୍କୁ ସମ୍ବୋଧନ କରୁନାହାନ୍ତି? ହେ ଜନନି! ତୁମକୁ ମୁଁ ବନ୍ଦେ ବନ୍ଦନକରୁଛି। ଯଦି ସଂବୋଧନ କରି ବନ୍ଦନା କରୁଛନ୍ତି ତେବେ ସଂସ୍କୃତ ଢାଞ୍ଚାରେ ଈକାର ଇକାର, ଆକାର ଏକାର ହୋଇଯିବ: ବନ୍ଦେ ଉତ୍କଳଜନନି!
    ଚାରୁହାସମୟି ଚାରୁଭାଷମୟି!
    ଜନନି! ଜନନି! ଜନନି! ୥
    ପୂତପୟୋଧିବିଧୌତଶରୀରେ!
    ତାଳତମାଳସୁଶୋଭିତତୀରେ!
    ଶୁଭ୍ରତଟିନୀତଟଶୀକରସମୀରେ!
    ଜନନି! ଜନନି! ଜନନି!
    ବନ୍ଦେ ଉତ୍କଳଜନନି! ୥

    ଘନଘନବନଭୂମିରାଜିତଅଙ୍ଗେ!
    ନୀଳଭୂଧରମାଳାସଜ୍ଜିତରଙ୍ଗେ!
    କଳକଳମୁଖରିତଚାରୁବିହଙ୍ଗେ!
    ଜନନି! ଜନନି! ଜନନି!
    ବନ୍ଦେ ଉତ୍କଳଜନନି! ୥

    ସୁନ୍ଦରଶାଳିସୁଶୋଭିତକ୍ଷେତ୍ରେ
    ଜ୍ଞାନବିଜ୍ଞାନପ୍ରଦର୍ଶିତନେତ୍ରେ
    ଯୋଗୀଋଷିଗଣଊଟଜପବିତ୍ରେ
    ଜନନି! ଜନନି! ଜନନି!
    ବନ୍ଦେ ଉତ୍କଳଜନନି! ୥

    ସୁନ୍ଦରମନ୍ଦିରମଣ୍ଡିତଦେଶେ!
    ଚାରୁକଳାବଳିଶୋଭିତବେଶେ!
    ପୁଣ୍ୟତୀର୍ଥଚୟପୂର୍ଣ୍ଣପ୍ରଦେଶେ!
    ଜନନି! ଜନନି! ଜନନି!
    ବନ୍ଦେ ଉତ୍କଳଜନନୀ ୥

    ଉତ୍କଳସୁରବରଦର୍ପିତଗେହେ!
    ଅରିକୁଳଶୋଣିତଚର୍ଚ୍ଚିତଦେହେ!
    ବିଶ୍ବଭୂମଣ୍ଡଳକୃତବରସ୍ନେହେ!
    ଜନନି! ଜନନି! ଜନନି!
    ବନ୍ଦେ ଉତ୍କଳଜନନି! ୥

    କବିକୁଳମୌଳିସୁନନ୍ଦନବନ୍ଦ୍ୟେ!
    ଭୁବନବିଘୋଷିତକୀର୍ତ୍ତିଅନିନ୍ଦ୍ୟେ!
    ଧନ୍ୟେ! ପୁଣ୍ୟେ! ଚିରଶରଣ୍ୟେ!
    ଜନନି! ଜନନି! ଜନନି!
    ବନ୍ଦେ ଉତ୍କଳଜନନି! ୥|

  • ୯. dillip kumar nayak |  ଡିସେମ୍ବର୍ ୧୩, ୨୦୧୧ - ୧୨:୫୧ ପୂର୍ବାହ୍ନ

    matamata deba pain mu ajogya manekare, renu te hoi himialaya ra parisima mapiba eka dustata heba matra.

  • ୧୦. ଦେବେନ୍ଦ୍ର |  ଡିସେମ୍ବର୍ ୧୩, ୨୦୧୧ - ୧:୧୫ ପୂର୍ବାହ୍ନ

    ବହୁତ ଧନ୍ୟବାଦ୤

  • ୧୧. ବ୍ରଜମୋହନ ପଣ୍ଡା |  ଡିସେମ୍ବର୍ ୧୭, ୨୦୧୧ - ୪:୩୫ ପୂର୍ବାହ୍ନ

    ଓଡ଼ିଆ ରେ ୱେବ୍‌ସାଇଟ୍‌ଟି କରିଥିବାରୁ ଧନ୍ୟବାଦ | ବନ୍ଦେ ଉତ୍କଳ ଜନନୀ କବିତା ଟି ବହୁତ୍ ଭଲ ଲାଗିଲା |

  • ୧୨. sudamsethi |  ଡିସେମ୍ବର୍ ୨୮, ୨୦୧୧ - ୩:୧୬ ପୂର୍ବାହ୍ନ

    thankyou odiya language

  • ୧୩. Prahallad Panda |  ଡିସେମ୍ବର୍ ୨୯, ୨୦୧୧ - ୩:୩୬ ପୂର୍ବାହ୍ନ

    Apananka prayas dhanyabad paibar jogya. atadyara odia hoi odiara swabhiman ku bhulijauthiba nutan pidhiku bess sahayaka heba

    Bande Utkal Janani

  • ୧୪. ପ୍ରଶାନ୍ତ କୁମାର ପଣ୍ଡା |  ଜାନୁଆରୀ ୪, ୨୦୧୨ - ୨:୫୬ ଅପରାହ୍ନ

    Apananku asesa dhanyabaad.

  • ୧୫. ଶୁଭ୍ରଜିତ୍ |  ଫେବୃଆରୀ ୮, ୨୦୧୨ - ୨:୦୯ ଅପରାହ୍ନ

    ବହୁତ ଧନ୍ୟବାଦ

  • ୧୬. Arup kumar sahoo |  ଫେବୃଆରୀ ୧୯, ୨୦୧୨ - ୨:୫୭ ପୂର୍ବାହ୍ନ

    jay hind ame odia ama bhasha badhia…

  • ୧୭. ଅକ୍ଷୟ୍ କୁମାର ସି,ବାରିପଦା |  ଫେବୃଆରୀ ୨୨, ୨୦୧୨ - ୪:୨୮ ପୂର୍ବାହ୍ନ

    “ବନ୍ଦେ ଉତ୍କଳ ଜନନୀ”…… ଉତ୍କଳର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ମୋର କୋଟି କୋଟି ପ୍ରଣାମ ୤

  • ୧୮. କୃଷ୍ଣା ପରିଡା |  ମାର୍ଚ୍ଚ୍ ୧୦, ୨୦୧୨ - ୧୧:୨୩ ଅପରାହ୍ନ

    ବହୁତ୍ ସୁନ୍ଦର ଗୀତ

  • ୧୯. ମଥୁରା ନାଏକ, ବାରିପଦା, ମୟୂରଭଞ୍ଜ , ଓଡିଶା  |  ଫେବୃଆରୀ ୧୫, ୨୦୧୬ - ୨:୫୫ ଅପରାହ୍ନ

    ଉତ୍କଳର ତୁହି ଚାରୁ ଅଳଙ୍କା ପରିଧାନ କରି ବିଳାପ କରି ଆଜି ଓଡିଶା କାନ୍ଦୁଛି। ମନେପଡୁଛି ଅତୀତର ଏହି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉତ୍କଳ ସଙ୍ଗୀତ ଓଡିଆଙ୍କୁ ଚେତନା ଦେଇଛି। ଧନ୍ୟବାଦ ଓଡିଶା

  • ୨୦. ରଂଜନ ସାହୁ, ଭୁବନେଶ୍ୱର |  ମାର୍ଚ୍ଚ୍ ୩୧, ୨୦୧୬ - ୯:୧୯ ଅପରାହ୍ନ

    ବହୁତ ଧନ୍ୟବାଦ ଭାଇ

    ରଂଜନ ସାହୁ

  • ୨୧. ଅଶୋକ କୁମାର ସେଠୀ, ସମ୍ବଲପୁର  |  ନଭେମ୍ବର୍ ୨୫, ୨୦୧୬ - ୫:୨୭ ପୂର୍ବାହ୍ନ

    ନମସ୍ତେ ନମସ୍ତେ ନମସ୍ତେ ମୁଁ ବହୁତ ଖୁସି ।

  • ୨୨. ରାଜେଶ କୁମାର ସାହୁ, ଇ.ବି.-୨୯୧ , ବ୍ରିଟ୍ କଲୋନୀ , ବଡଗଡ , ଭୁବନେଶ୍ବର -୭୫୧୦୧୮ |  ଫେବୃଆରୀ ୨୦, ୨୦୧୮ - ୫:୪୬ ପୂର୍ବାହ୍ନ

    ଏହି କବିତା ବହୁତ ଉଚ୍ଚକୋଟୀର । ଏହି କବିତାର ମହତ୍ବ ସେତେବେଳେ ସାକାର ହେବ ଯେତେବେଳେ ସବୁ ଓଡ଼ିଆମାନେ ତାହାର ମାନକୁ ଅକ୍ଷୂର୍ଣ୍ଣ ରଖିବେ । ଏହା କେବଳ ସେତେବେଳେ ସମ୍ଭବ ଯେତେବେଳେ ସବୁ ଓଡିଆମାନେ ଓଡିଆରେ ଲେଖିବେ ଓ କଥାବାର୍ତ୍ତା ହେବେ ଏବଂ ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ ଅନୁଭବ କରିବେ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )