ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଷ୍ଟକ ବିହାରୀ ଗୀତା
 |- ସନ୍ଥକବି ଭୀମ ଭୋଇ
 
 
ତା: ମେ ୧୮, ୨୦୧୯  
 

କଳି ଘୋଟିଲା ଚାରିଦିଗେ
ମୁଖେ ପ୍ରଭୁଙ୍କୁ ଡାକ ସର୍ବେ॥
କଥା ହେଲାଣି ଅସମ୍ଭାଳ
ଏ ପିଣ୍ଡ ପ୍ରାଣକୁ ସମ୍ଭାଳ॥
କାଳ ଯେ ଗୃହେ ପଶିଲାଣି
ରୋଗ ପରାୟ ଗ୍ରାସିଲାଣି॥
କରିବ ଅଙ୍ଗେ ଅଙ୍ଗେ ପୀଡ଼ା
ବ୍ରହ୍ମାଣ୍ଡେ ପଡ଼ିଯିବ ମଡ଼ା॥
କାଳିକା ବୁଲୁଛି ସଂସାରେ
ଶ୍ରୀହସ୍ତେ ଛେଦୁଛି ଚକ୍ରରେ॥
କାରଣ ପଥ ଏବେ ଖୋଜ
ମନରେ ହେତୁ କରି ବୁଝ॥
କର୍ମ ଧଇଲେ ସାରତୁକ୍ୟ
ତେବେ ସେ ଯିବ କ୍ଷୟ ପାପ॥
କହୁଛି ମିଥ୍ୟା ନୁହେଁ ସତ୍ୟ
ଭଣିଲେ ଭୀମ ଅରକ୍ଷିତ॥
ଖରାପ ହେବ ଦେଖ ଦେଖ
ବିଅର୍ଥେ ବ୍ରହ୍ମାଣ୍ଡର ଲୋକ॥
କ୍ଷୟ ଯାଉଛି କଳିଭୋଗ
ଆସୁଛି ସତ୍ୟାବଦିର ଯୁଗ॥
କ୍ଷିତିରେ ପଡ଼ୁଛି ବିପତ୍ତି
ଧର୍ମକୁ ଧର ଧର ଚେତି॥
କ୍ଷମା ପାଇବ ଯେବେ ଥୋକେ
ସତ୍ୟ ଉଚ୍ଚାର କର ମୁଖେ॥
ଖଳବଳରେ ନବଖଣ୍ଡ
ନାଶୁଛି ଏ ପିଣ୍ଡ ବ୍ରହ୍ମାଣ୍ଡ॥
କ୍ଷୁଦ୍ର ବୁଦ୍ଧିକୁ ଦୂରକର
ଶ୍ରୀନାମ ବ୍ରହ୍ମେ ଅନୁସର॥
ଖଡ଼ଗ ଘେନି ଯୋଗ୍ନୀଗଣ
ବ୍ରହ୍ମାଣ୍ଡେ କଲେଣି ଭ୍ରମଣ॥
ଖଳ ଲାଗିଛି କଳି ସତ୍ୟ
କହଇ ଭୀମ ଅରକ୍ଷିତ ॥
ଗର୍ଭ ପୋଡ଼ୁଛି ଆଦିଶକ୍ତି
ଖପର ଫେରୁଛି ପୃଥ୍ୱୀ॥
ଗୁରୁ ଚରଣେ ସେବା କର
ନାମକୁ ଧ୍ୟାଇ ଅନୁସର॥
ଗତି ପାଇବ ଯେବେ ନିଶ୍ଚେ
ପ୍ରଭୁଙ୍କୁ ଡାକ ଏବେ ଉଚ୍ଚେ॥
ଜ୍ଞାନର ହୁଅ ପରିଚାର
ବିହିତ କର୍ମମାନ କର॥
ଗେରସ୍ତ ଭାରିଯା ସହିତେ
ବୃଦ୍ଧ ବାଳକ ଅଛ ଯେତେ॥
ଗୃହ କୁଟୁମ୍ବ ଆଦିକରି
ସମସ୍ତେ ଡାକ ହରିହରି॥
ଗଗନେ ଘୋଟିଲାଣି ପାପ
ତିନିଭୁବନେ ତ୍ରୟଲୋକ॥
ଗୀତେ ପ୍ରବନ୍ଧ କରି ଲେଖ
ଭଣେ ପାମର ଭୀମ ମୁର୍ଖ॥


ବୁଦ୍ଧ ପୂର୍ଣ୍ଣିମା ହେଉଛି ସନ୍ଥକବିଙ୍କ ଜୟନ୍ତୀ ଦିବସ। ଏହି ଉପଲକ୍ଷେ ସନ୍ଥ କବିଙ୍କ ଲିଖିତ ‘ଅଷ୍ଟକ ବିହାରୀ ଗୀତା­’ର କିଛି ଅଂଶ ପାଠକମାନଙ୍କ ପାଇଁ ପ୍ରକାଶିତ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସନ୍ଥକବି ଭୀମ ଭୋଇ
ସନ୍ଥକବି ଭୀମ ଭୋଇ
ଭୀମ ଭୋଇ (୧୮୫୫-୧୮୯୫) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବାର ଜଣାପଡ଼େ୤ କିମ୍ବଦନ୍ତୀ ଓ ଜନଶ୍ରୁତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ୤ ଏହା ସତ୍ତ୍ବେ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦି ଅନ୍ତଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ବେଶ୍‌ ଆଦୃତ ଲାଭ... [ କ୍ରମେ ସବିଶେଷ ]
ସନ୍ଥକବି ଭୀମ ଭୋଇଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ କ୍ଷମା ଓ ଖଦ୍ୱେତର ଖେଦ କବିତାଗୁଡିକୁ ସ୍ଥାନିତ କରନ୍ତୁ। ଏହି କବିତା ଦ୍ବୟ ବହୁତ ସୁନ୍ଦର।
    ( ରାଜେଶ କୁମାର ସାହୁ )
  • Maguni ra Sagada and all writings of my respected Godabarish Mohapatra are always heart touching. As a habit, while browsing…
    ( Dilip Kumar Misra )
  • I am now nearing 80 years. I have seen Sri Godabarish Mohapatra in my childhood. He was know to my…
    ( Dilip Kumar Misra )