ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନୀଳକଣ୍ଠ ଦାସ
ଲକ୍ଷ୍ମୀଧର ନାୟକ
ଆଶିଷ କୁମାର କର
ସୁଶାନ୍ତ ଦାଶ
ଗଣେଶ୍ୱର ମିଶ୍ର
ଡ.ହରେକୃଷ୍ଣ ମହତାବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନୁରକ୍ତି
 |- ଲକ୍ଷ୍ମୀନାରାୟଣ ମହାନ୍ତି
 
 
ତା: ଅକ୍ଟୋବର୍ ୮, ୨୦୧୫  
 

ବୈଶାଖର ପ୍ରଚଣ୍ଡ ରୌଦ୍ର। ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି।
ମୁଁ ଏଠି ଏକା । ହୋଟେଲ୍‌ରେ ଖାଉଥାଏଁ।
ମନ ଭଲ ନଥାଏ। ନିତି ଡାକକୁ ଅନାଇ ବସିଥାଏଁ।
ହଠାତ୍‌ ଦିନେ ତାର ପାଇଲି – ବାବା ଆଉ ନାହାଁନ୍ତି।
ଚାକର ହୋଟେଲ୍‌ରୁ ଭାତ ଧରି ପହଞ୍ଚିଲା।
କହିଦେଲି “ ଫୋପାଡ଼ି ଦେ।”
କ୍ଷୁତ୍‌ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା।

ସେହି ଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହିଥାଏ। ମୁଁ ଥାଏ ବା ନ ଥାଏଁ।

x x x x x x x x

ବାବାଙ୍କ ଅନ୍ତେଷ୍ଟି- କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି।
ଅନ୍ଧାର ଦ୍ରୁତ ଗତିରେ ମାଡ଼ି ଆସୁଥାଏ।
ଦୁଆର ମୁହଁରେ କୁକୁରଟି ‘ଭୋ’ ‘ଭୋ’ ରଡ଼ି କଲା।
ମତେ ଚିହ୍ନିପାରି ସେଟା ତୁନି ହେଲା।

x x x x x x x x

ଭାଇଟି ମୋର ଏତେ ଦିନେ ସବ୍‌ଡେପୁଟି ଚାକିରି ପାଇଛି।
ମୋର ଅଜସ୍ର ଅର୍ଥ ବ୍ୟୟ ସାର୍ଥକ ହୋଇଛି।

x x x x x x x x

ରବିବାର।

ଗସ୍ତରେ ଯିବାଲାଗି ତରତର ହେଉଛି।
ଖାଇ ବସିଛି। ଚାକର ଖଣ୍ଡେ ଚିଠି ବଢ଼େଇ ଦେଲା।
ଭୋଜନ ଶେଷ ନକରି କୁତୁହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି।

ଗୃହିଣୀ ଲେଖିଛନ୍ତି-“ ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ। ଦି ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗବଣ୍ଟା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି। ମତେ ଶୋଇ ବସେଇ ଦଉ ନାହିଁ। ତୁମେ ଛୁଟି ନେଇ ଶୀଘ୍ର ଆସିବ।”

ଅଲକ୍ଷ୍ୟରେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା।
ଆଉ ଖାଇ ହେଲା ନାହିଁ। ହାତ ଧୋଇ ପକାଇଲି।
କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ।

୧୯୪୪ ମସିହାରେ ସେତେବେଳର ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ଏହି କୁନି ଗପଟି ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲକ୍ଷ୍ମୀନାରାୟଣ ମହାନ୍ତି
ଲକ୍ଷ୍ମୀନାରାୟଣ ମହାନ୍ତି(୧୯୧୯-୨୦୦୫) ଏକାଧାରରେ ଔପନ୍ୟାସିକ, କବି, ନାଟ୍ୟକାର, ଅନୁବାଦକ, ଜୀବନୀକାର ଓ ଗାଳ୍ପିକ। ସଂଯତ ଓ ସୁନିର୍ବାଚିତ ଶବ୍ଦ ସଂଯୋଜନା ଓ ଭାବବ୍ୟଞ୍ଜକ ଅତିକ୍ଷୁଦ୍ର କାହାଣୀର ସ୍ରଷ୍ଟାଭାବେ ତାଙ୍କର ଖ୍ୟାତି ସୁବିଦିତ। ତାଙ୍କ ଗଳ୍ପରେ ନୂତନ ଶୈଳୀ, ଭାଷା ଓ ଭାବର ଢଙ୍ଗ ନିଆରା। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ମଳୟ ବହିଲାଣି’, ‘ଉଡ଼ନ୍ତା ବୋମା’, ‘ଓଢଣା ଖୋଲ’, ‘ଦେହ ନିଲାମ’, ‘ଅନ୍ଧଦେଶକୁ ଗଲି’, ‘ମଙ୍ଗଳ ଘଟ’, ଉପନ୍ୟାସ ମଧ୍ୟରେ ‘ହାତକଡ଼ି’, ‘ମାୟାପୁରୀ’, ‘ପିଶାଚ’ ଓ ‘ଚକ୍ରବ୍ୟୁହ’, ଅନୁବାଦ ଗ୍ରନ୍ଥ ମଧ୍ୟରେ ‘ଅପରିଚିତାର... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤