ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତରୁଣକାନ୍ତି ମିଶ୍ର
ଗୋଦାବରୀଶ ମହାପାତ୍ର
ତ୍ରିନାଥ ସିଂହ
ଦିଲ୍ଲୀପ ଦାସ
କମଳା ଶତପଥି
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଙ୍ଗୁଠି
 |- ସଚ୍ଚି ରାଉତରାୟ
 
 
ତା: ମାର୍ଚ୍ଚ୍ ୫, ୨୦୧୧  
 

ଠିକ୍‌ ଏହିପରି ସମୟରେ ସଭା ମଝିରେ ଜଣେ ଶୀର୍ଣ୍ଣକାୟ ଲୋକ ଛିଡା ହେବାର ଦେଖାଗଲା୤ ସେ ସମସ୍ତଙ୍କୁ ନମସ୍କାର କରି ଜଣାଇଲା –
“ଭାଇମାନେ, ଆମ୍ଭେମାନେ ସମସ୍ତେ ମୂର୍ଖ୤ ଟିକିଏ ଗରମ କଥାରେ ଭାସିଯିବା ଆମ ପକ୍ଷରେ ସ୍ବାଭାବିକ୤ କିନ୍ତୁ ଭାଇ ଅନ୍ୟଦ୍ବାରା ନିଜକୁ ପ୍ରତାରିତ ହେବାକୁ ଦେବା ଉଚିତ ନୁହେଁ୤ ଆମର ପୂର୍ବପୁରୁଷମାନଙ୍କର ଚିନ୍ତନ ପଥରୁ ବିଚ୍ୟୁତ ହୁଅ ନାହିଁ୤ ‘ମହାଜନୋ ଯେନ ଗତ୍ବା ସଃ ପନ୍ଥା୤’ ଭାଇ ଏ କଅଁଳ କୁହାଙ୍କ କଥାରେ ନିଜର ବାଟଭୂଲ ନାହିଁ୤ ଭାଇ, ରାଜା, ଜମିଦାର ଏମାନେ ଭଗବାନଙ୍କ ଭିଆଣ୤ ତାଙ୍କୁ ଦୂର କରିଦେବା ମଣିଷ ହାତର କଥା ନୁହେଁ୤ ତାଙ୍କୁ ସମ୍ମାନ ଦେଖାଇବା ହିଁ ମଣିଷଜାତିର କର୍ତ୍ତବ୍ୟ୤ଏମାନେ ଯେଉଁ ରୟତ ସଙ୍ଘ ଗଢିବା କଥା ଇଲାଗେ କହିଲେ, ତାର ଭିତିରି ଉଦ୍ଦେଶ୍ୟ କ’ଣ ଜାଣ ? ତାର ଉଦ୍ଦେଶ୍ୟ ହେଉଛି ତୁମଠାରୁ ଚାନ୍ଦା ଅସୁଲ କରି ଆତ୍ମସାତ୍‌ କରିବା…୤”

ଜନତା ଆଖିରେ ସନ୍ଦେହ ଦେଖାଗଲା୤ ସେମାନେ ଜିଜ୍ଞାସୁ ଦୃଷ୍ଟିରେ ପରସ୍ପର ଆଡକୁ ଅନାଇଲେ୤ ଜଣେ ଦୁଇଜଣ ମଧ୍ୟ ବକ୍ତୃତାକାରୀଙ୍କୁ ସମର୍ଥନ ସୂଚକ ଶବ୍ଦ ପ୍ରକାଶ କରି ଉତ୍ସାହିତ କଲେ – “ହଁ ଠିକ୍‌ ଠିକ୍‌ ୤”

ବକ୍ତୃତାକାରୀ ପୂର୍ବାପେକ୍ଷା ଅଧିକତର ଉଚ୍ଚସ୍ବରରେ ଏଥର ଆରମ୍ଭ କଲା – “ଭାଇମାନେ, କମିଦାର ନଥିଲେ ଆଜି ଆମର ମାନ୍‌ ଇଜ୍ଜତ, ଧନ ସମ୍ପତ୍ତି ସବୁ ଚୋରତସ୍କରଙ୍କ ଦ୍ବାରା ଅବଲୁଣ୍ଠିତ ହେଉଥାନ୍ତା୤ ଭାଇ, ସେ ଆମର ପ୍ରକୃତ ରକ୍ଷକ୤ ତାଙ୍କର ସୁଶାସନର ପ୍ରତିଦାନ ସ୍ବରୂପ ଆମେ ଯେଉଁ ଯତ୍‌କିଞ୍ଚିତ ଖଜଣା ଦେଉଥାଇଁ ତାହା ଆମର ସାମାନ୍ୟ କୃତଜ୍ଞତାର ଚିହ୍ନ ସିନା !”

ଜନତା ଅନୁମୋଦନ ସ୍ବରରେ କହି ଉଠିଲା -“ଠିକ୍‌ କଥା ! ଠିକ୍‌ କଥା !”

ବକ୍ତୃତାକାରୀ ଆନନ୍ଦିତ ହୋଇ ପୁଣି କହିଲେ – “ ଭାଇ, ଏହି କଅଁଳ କୁହା ରୟତସଙ୍ଘବାଲାଙ୍କୁ ବିଶ୍ବାସ କଲେ ମହାବିପଦରେ ପଡିବ୤ ମୁଁ ଏମାନଙ୍କ ସହିତ ଅନେକ ଦିନ ଏକତ୍ର କାମ କରିଥିଲି, ମାତ୍ର ଏମାନଙ୍କ ସଦୁଦ୍ଦେଶ୍ୟରେ ସନ୍ଦିହାନ ହୋଇ ମୁଁ ଅଗତ୍ୟା ସେମାନଙ୍କର ସଂସର୍ଗ ତ୍ୟାଗ କରିବାକୁ ବାଧ୍ୟ ହେଲି୤ ତମେ ଯଦି ଏମାନଙ୍କ କଥା ଶୁଣିବ ତେବେ ଭଗବାନଙ୍କ ଠାରେ ଦ୍ରୋହୀ ହେବ୤ କାରଣ ଭଗବାନଙ୍କ ଅଂଶରୁ ରାଜାଙ୍କର ଜନ୍ମ୤ ଆମ ଗ୍ରାମ ଦେବତୀ ବାଉତୀ ଠାକୁରାଣୀ ମଧ୍ୟ ଆମ୍ଭମାନଙ୍କୁ ଅଭିଶାପ ଦେବେ୤ ଗାଁରେ ନାନା ବିତ୍‌ପାତ୍‌ ପଡିବ୤ ତମମାନଙ୍କର ବୋଧହୁଏ ସ୍ମରଣ ଥିବ, ଏମାନେ ଠାକୁରାଣୀଙ୍କ ଠାରେ ଗଲାବର୍ଷ ବୋଦା ପକାଇଲା ବେଳେ ନାନା ବିଘ୍ନ ଘଟାଇଥିଲେ; ପିକେଟିଂ କରିଥିଲେ…୤ ଏମାନଙ୍କର ଭୂତପୂର୍ବ ସହକର୍ମୀ ଭାବରେ ମୁଁ ପୂର୍ବେ ଯେଉଁ ପାପ କରିଛି, ତାର ପ୍ରାୟଶ୍ଚିତ ମୁଁ ବର୍ତ୍ତମାନ ଆପଣମାନଙ୍କ ସମ୍ମୁଖରେ କରିବି, ଅପେକ୍ଷା କରନ୍ତୁ୤”

ଆବାଳବୃଦ୍ଧବନିତା ସମସ୍ତେ ସମସ୍ବରରେ କହିଉଠିଲେ – “ଠାକୁରାଣୀ ଏ ଧର୍ମଛଡାଗୁଡାଙ୍କୁ ଖାଇଯିବେ, ଖାଇଯିବେ…”

ବକ୍ତୃତା ପୁଣି ହେଲା – “ଏମାନେ ଠାକୁରାଣୀଙ୍କ ଶତ୍ରୁ୤ କାଲି ମୋତେ ବାଉତୀ ଠାକୁରାଣୀ ସ୍ବପ୍ନରେ କହିଲ, ଗାଁବାଲାଙ୍କୁ ହୁସିଆର୍ କରିଦିଅ, ଏମାନଙ୍କୁ ଦୂର୍ ମାର୍ ମାର୍ କରନ୍ତୁ ୤ ନୋହିଲେ ଏ ବର୍ଷ ଘରେପାଡି ହେବ…..ଝାଡାବାନ୍ତି ହେବ ୤ ମୋ ସାନଭଉଣୀ ବସନ୍ତେଇ ମଧ୍ୟ ବ୍ୟାପିଯିବ୤ ମୋ ମଝିଆ ଭଉଣୀ ହାଡଫୁଟି ମଧ୍ୟ ଆସିବ….୤’

ସଭାଲୋକେ ଭୟରେ କମ୍ପି ଉଠିଲେ ୤ ସମସ୍ତଙ୍କ

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସଚ୍ଚି ରାଉତରାୟ
ସଚ୍ଚିଦାନନ୍ଦ ରାଉତରାୟ ପୁରୀ ଜିଲ୍ଲା ଅର୍ନ୍ତଗତ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ୧୯୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ୤ ଆଧୁନିକ ଓଡ଼ିଆ ସାହିତ୍ୟରେ କବିତା ଓ ଗଳ୍ପ ଲେଖନୀ କ୍ଷେତ୍ରରେ ତାଙ୍କର କୃତିତ୍ବ ଅବର୍ଣ୍ଣନୀୟ୤ ସେ ପଲ୍ଲୀର ସାଧାରଣ ଜୀବନକୁ କେନ୍ଦ୍ର କରି ରଚନା କରିଥିବା କବିତାଗୁଡିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ଭାବେ ସ୍ବୀକୃତ୤ ପାଥେୟ, ପଲ୍ଲୀଶ୍ରୀ, ପାଣ୍ଡୁଲିପି, ଅଭିଯାନ ପ୍ରଭୃତି ତାଙ୍କର ଉତ୍କୃଷ୍ଟ କବିତା ପୁସ୍ତକ୤ ତାଙ୍କର ବାଜି ରାଉତ କବିତା ସଙ୍କଳନ ବିଶେଷଭାବେ ଚର୍ଚ୍ଚିତ୤ ମଶାଣିର ଫୁଲ ଓ... [ କ୍ରମେ ସବିଶେଷ ]
ସଚ୍ଚି ରାଉତରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧

  • ୧. ତାପସ କୁମାର ପଣ୍ଡା |  ଜୁନ୍ ୪, ୨୦୧୧ - ୪:୩୬ ପୂର୍ବାହ୍ନ

    ବହୁତ ଭଲ ଲଗିଲା.