ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ସ୍ବଭାବ କବି ଗଙ୍ଗାଧର ମେହେର
ଡ.ହରେକୃଷ୍ଣ ମହତାବ
ନୀଳକଣ୍ଠ ଦାସ
ବିରଜା ବଳ
ସହଦେବ ସାହୁ
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନ୍ଧ ନର୍ସିସସ୍
 |- ଅକ୍ଷୟ ମହାନ୍ତି
 
 
ତା: ଜୁନ୍ ୨, ୨୦୧୧  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

>
“ହଠାତ୍ ଅସରାଏ ବର୍ଷା ହେଲା- ଦୂରରୁ ଦେଖିଲି ସବୁ ପିକ୍ନିକ୍ ଭାଙ୍ଗିଗଲା୤ ପଶୁପକ୍ଷୀଙ୍କ ମଧ୍ୟରେ କୋଳାହଳ, ମଣିଷମାନଙ୍କ ମଧ୍ୟରେ ବ୍ୟସ୍ତତା- ନନ୍ଦନକାନନର ସବୁଠୁ ସନ୍ଦେହୀ ପଶୁ ଅର୍ଥାତ୍ ମନୁଷ୍ୟମାନେ କିଏ କେଉଁଠି ବର୍ଷାରୁ ନିଜ ନିଜକୁ ବଞ୍ଚେଇବା ପାଇଁ ଲୁଚିଗଲେ୤ ବାହାରେ ରହିଲୁ ଆମେ ଦୁହେଁ୤ ଦୁଇଟି ନିଃସଙ୍ଗ ପ୍ରାଣୀ ଯିଏ ପରସ୍ପରକୁ ଏତେ ଦିନ ଯାଏଁ ଖୋଜୁଥିଲେ୤ ମୁଁ ବୁଝେଇପାରୁନି- କେମିତି ଦିହ ମୋର ଶୀତେଇ ଉଠୁଥିଲା୤ ବର୍ଷା ଆସି ମୋ ମୁହଁଦେହକୁ ଭିଜାଇସାରିଲାଣି୤ ସେ ମଧ୍ୟ ତିନ୍ତିଗଲେଣି, କିନ୍ତୁ କେହି କାହାକୁ ଛାଡ଼ିକରି ଯିବାକୁ ନାରାଜ୤”

“ଆମେ ଅନୁଭବ କରୁଥିଲୁ- ଖୋଲା ଜାଗା ହେଲେ ବି ଆମେ ଆଢ଼ୁଆଳରେ– କୌଣସି ସନ୍ଦେହ ଦୃଷ୍ଟି ଆମ ଉପରେ ପଡୁନାହିଁ୤ ବର୍ଷା ତାର ରୂପେଲି ପର୍ଦ୍ଦା ତଳେ ଆମକୁ ଲୁଚେଇଦେଇଥିଲା୤ ଏତେ ଜୋର୍ରେ ବର୍ଷା ହେଲା ଯେ, ନନ୍ଦନକାନନ ମଧ୍ୟ ଦେଖାଗଲାନି୤ ହ୍ରଦ ମଧ୍ୟ ଅଦୃଶ୍ୟ ହୋଇଗଲା୤ ହାତପାଆନ୍ତାରେ ଦୁହେଁ ଦୁହିଁଙ୍କ ସ୍ବର୍ଗ୤”
“ସ୍ବତଃ ଦୁହେଁ ଦୁହିଁଙ୍କ ପାଖକୁ ଲାଗିଆସିଲୁ୤ ସେ ତାର ଥରିଲା ଥରିଲା ହାତ ମୋ ହାତ ପାପୁଲି ପାଖକୁ ନେଇଆସିଲା୤ ମୁଁ କେମିତି ବା ବାଧା ଦେବି- ଏତେ ଦିନ ପରେ ମନର ମଣିଷକୁ ପାଇ କେହି କଣ ଛାଡେ ? ମୁଁ ବି ହାତ ବଢେଇଦେଲି୤ ସେ ତାର ଡାହାଣ ହାତ ପାପୁଲି ମୋ ଓଦା ବାଁ ବାହୁ ଉପରେ ରଖିଲା୤ ଏତେ ଜୋର୍ରେ ସେ ଦାବିବାକୁ ଆରମ୍ଭ କଲା ଯେ, ମୋ ଦେହ ନିସ୍ତେଜ ହୋଇଉଠୁଥିଲା୤”

“ସେ ତାର ମୁହଁ ମୋ ପାଖକୁ ନେଇଆସୁଥିଲା୤ ତା ଦୁଇ ଆଖି ଦେଇ ମୋର ଖୋଲା ଦୁଇ ଆଖିକୁ ଗଭୀର ଭାବରେ ଚାହିଁଥିଲା୤ ମୋତେ ଏତେ ଭଲ ଲାଗୁଥିଲା ଯେ ଲାଜ ଲାଗୁଥିଲେ ବି ମୁଁ ଆଖି ବନ୍ଦ କରିପାରୁ ନଥିଲି୤ ସେ ବାସ୍ତବିକ କେତେ ସୁନ୍ଦର ! ତା ମୁହଁକୁ ନ ଅନେଇଲେ ଯେମିତି ମୁଁ ଗୋଟେ ଦୁନିଆ ହରେଇବସିବି୤ ”
“ମୁଁ ମନେ ମନେ ଠିକ୍ କଲି ତା ଓଠ ମୋ ଓଠକୁ ଛୁଇଁଲେ ମୁଁ ଲାଜରେ ଆଖି ବୁଜିଦେବି୤ ନହେଲେ ସେ କଣ ଭାବିବ- ଭାବିବ ଅସତୀଟାଏ୤”
“ କିନ୍ତୁ ନାଁ ଲୋ ନା, ତା ଓଠ ମୋ ଓଠ ପାଖକୁ ଆସୁ ଆସୁ ….”

“କହିଯା କହିଯା– ଅଟକିଗଲୁ କାହିଁକି?”

“ କହିବାକୁ ମୋତେ କାନ୍ଦ ଲାଗୁଚି ଲୋ୤ ସେତିକି ଦୂରରେ ସେ ରହିଲା୤ ମୁଁ ତାକୁ ପଚାରିଲି– “କଣ ଏତେ ଦେଖୁଛ ?” ସେ ଜବାବ୍ ଦେଲା- “ ତମ ଆଖି ଆଇନାରେ ନିଜକୁ ଦେଖୁଛି୤ ମୁଁ ଦୂରେଇଗଲି ଠିକ୍ ସେମିତି ସ୍ବତଃପ୍ରବୃତ ହୋଇ ୤”

“ତାପରେ ତୁ କଣ କଲୁ ?”

“କରିବି ଆଉ କଣ – ମୋ ଆଖି ବୁଜିଦେଲି, ତା ଆଇନାକୁ ଘୋଡ଼େଇଦେଲି- ଆଖି ବୁଜି ତା ଚେହେରାକୁ ଭୁଲିବାକୁ ଚେଷ୍ଟା କଲି ଓ ମନେ ମନେ କାମନା କଲି– ଏହା ପରେ ମୁଁ ଅନ୍ଧ ହୋଇଯାଆନ୍ତି କି?”
“ସେ ଡରରେ ମୋତେ ଛାଡ଼ିଦେଲା ୤ ମୋତେ କିଛି ବୁଝେଇବା ପୂର୍ବରୁ ମୁଁ ଚାଲିଆସିଥିଲି୤”
“ ତା ମାନେ ତାକୁ ତୁ ପାଇଲୁନି ତ ? ପାଇକରି ପୁଣି ହଜେଇଦେଲୁ?”

“ ହଁ ଲୋ, ପ୍ରଥମେ ଭାବିଥିଲି ଖୋଜିବାରେ ଆନନ୍ଦ ଅଛି୤ ତାକୁ ପାଇ ମନେ ହେଲା ପାଇବାରେ ହିଁ ଆନନ୍ଦ ଅଛି୤ ଆଉ ତାକୁ ହରେଇଲା ପରେ ବୁଝିଲି, ହଜେଇବା ହିଁ ପ୍ରକୃତ ଆନନ୍ଦ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି
ଜଣେ ସାହିତ୍ୟିକ ଅପେକ୍ଷା ଜଣେ ସଙ୍ଗୀତଜ୍ଞ ଭାବେ ଅକ୍ଷୟ ମହାନ୍ତି(୧୯୩୭-୨୦୦୨) ଓଡ଼ିଆମାନଙ୍କ ନିକଟରେ ବେଶ୍‌ ସୁପରିଚିତ୤ ତାଙ୍କ ଅନେକ ଗଳ୍ପ ଓ କବିତା ସହିତ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ମଧ୍ୟରେ ତାଙ୍କ ଆତ୍ମଜୀବନୀ ପୁସ୍ତକ ଆର୍ଯ୍ୟଦାଶର ଆତ୍ମଲିପି ଓ ଆର୍ଯ୍ୟଦାଶର ଶେଷ ଲିପି ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ଅନେଶ୍ବତ ରାତି ଓ ବିଚରା କ୍ଷୁଦ୍ରଗଳ୍ପ ସଙ୍କଳନ ସହିତ ଅଫେରା ନଦୀ ଓ ଗାୟକ ଆଦି ଉପନ୍ୟାସ ଆଦି ଅନ୍ତର୍ଭୁକ୍ତ୤ ଏହା ବ୍ୟତୀତ ଓଡ଼ିଆ ସଙ୍ଗୀତ ଜଗତର... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସତ୍ୟବ୍ରତ ସାମଲ, କେନ୍ଦ୍ରାପଡା.ଓଡିଶା |  ଫେବୃଆରୀ ୩, ୨୦୧୩ - ୯:୪୦ ଅପରାହ୍ନ

    ମୁଁ ଓଡିଆ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି।

  • ୨. ସୁଭମ୍ ଦାସ୍, bhubaneswar |  ସେପ୍ଟେମ୍ବର୍ ୧୩, ୨୦୧୫ - ୮:୩୫ ଅପରାହ୍ନ

    khoka bhai nkara au kichi lekha prakashita hele bahut anandita hantu ame mane..

  • ୩. Lalitkumardas, State- Orissa,dist-cuttack,via- nischint koili,block- mahanga,At/po- Gopalpur(beguniapada) |  ସେପ୍ଟେମ୍ବର୍ ୨୨, ୨୦୧୫ - ୨:୧୦ ପୂର୍ବାହ୍ନ

    ଓଡିଶା ମୋରମାନ ଓ ଗୌରବ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤