ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଭାନୁଜୀ ରାଓ
ଫନି ମହାନ୍ତି
ରମାକାନ୍ତ ରଥ
କମଳା ଶତପଥି
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନ୍ଧ ନର୍ସିସସ୍
 |- ଅକ୍ଷୟ ମହାନ୍ତି
 
 
ତା: ଜୁନ୍ ୨, ୨୦୧୧  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

“କିଏ କହେ ଖୋଜିବାରେ ଆନନ୍ଦ ! ମୁଁ ତାକୁ ପାଇବା ପରେ ବୁଝିଲି ଆନନ୍ଦର ମାନେ କ’ଣ୤ ତୁ ବୁଝିପାରିବୁନି ସେ ସୁଖ କଣ୤ ମୁହୂର୍ତ୍ତକ ମଧ୍ୟରେ ଅନୁଭବ କରିହେବ ଯେମିତି ସାରା ସ୍ବର୍ଗ- ତା’ର ଦେବତା, ତା’ର ପାରିଜାତ ନେଇ ତୁମ ହାତମୁଠାରେ ଓହ୍ଲେଇଆସିଛି୤”

“ମୁଁ ତୋ କଥା କିଛି ବୁଝିପାରୁନି୤ ଏଇ କେଇଦିନ ତଳେ ତୁ କହୁଥିଲୁ ତୋ ପସନ୍ଦର ଯୁବକ ଏ ସହରରେ ନାହାନ୍ତି୤ ଆଜି ତୋର କ’ଣ ହେଲା କିଲୋ ?”
“ସେଇ କଥା ତ କହୁଚି- ତୁ ବିଶ୍ବାସ କରିବୁନି- କେହି ବି ବିଶ୍ବାସ କରିବେନି୤ ମୁଁ ମଧ୍ୟ ତାକୁ ପାଇ ବିଶ୍ବାସ କରିନଥିଲି- ସତରେ କ’ଣ ମୋର ଏତେ ଭାଗ୍ୟ- ମୁଁ ଏତେ ସୁନ୍ଦର ଗୋଟେ ଯୁବକକୁ ଜୀବନର ସାଥୀ ରୂପେ ପାଇବି ?”

“କହ କହ, ଚଞ୍ଚଳ କହ୤ ମତେ ସସପେନ୍ସ ଭିତରେ ଆଉ ରଖନା୤”
“କହୁଛି କହୁଛି, ଟିକେ ଧୈର୍ଯ୍ୟଧର୤ ପ୍ରେମ ଦୁର୍ବଳତା ଜିନିଷଟା ଏମିତି ଶସ୍ତା ନୁହେଁ- ଶୁଣିବାକୁ ବି ଧୈର୍ଯ୍ୟ ଦରକାର; କହିବାକୁ ତା’ଠୁ ଆହୁରି ବେଶି୤ ଦେଖୁନୁ ମୋ କଥା, ମୁଁ କେତେ ଦିନ ଧୈର୍ଯ୍ୟ ଧରିଥିଲି ତାକୁ ପାଇବାକୁ୤”

“ମୁଁ ସହର ବଜାରରେ, ସ୍କୁଲ ଯିବା ବାଟରେ, କଲେଜ ଯିବା ବାଟରେ, ବାହାଘର ଭୋଜିମାନଙ୍କରେ, ଗୁରୁବାରିଆ ମନ୍ଦିର ଭିତରେ, ବାଲିଯାତ୍ରାରେ, ନଈକୂଳରେ ସବୁଠି ତାକୁ ଖୋଜିଥିଲି, କିନ୍ତୁ ସେ ମତେ ମିଳିନଥିଲା୤ ଅନେକ ମତେ ଚାହୁଁଥିଲେ ଲୋଭିଲା ଆଖିରେ- ସମସ୍ତଙ୍କ ମୁହଁରେ ଗୋଟେ ଆଶ୍ଚର୍ଯ୍ୟ ଚାହାଣି, ଯାହାର ଅର୍ଥ- ଏତେ ସୁନ୍ଦରୀ ଝିଅ କଣ ସହରରେ ଅଛନ୍ତି- ଇଏ ସିନେମାର ହିରୋଇନ୍ କାହିଁକି ହେଉନି- ଆଃ, କି ବଢ଼ିଆ ଟୋକୀଟା ! କାହା ଭାଗ୍ୟରେ ଅଛି କେଜାଣି ! ଆଉ ଏଇଟା ଥିଲା ମୋ ଜୀବନର ସବୁଠୁ ବଡ଼ ଟ୍ରାଜେଡ଼ି୤ ଯିଏ ଦେଖୁଥିଲା, ନିଜ ଆଶାର ଓଜନ କଳିବା ଆଗରୁ ନିଜର ଭାଗ୍ୟକୁ ଛୋଟ କରିଦେଉଥିଲା- ମୁଁ ତେବେ ପାଇବି କେମିତି ?”

“ଏମିତି ଦୁଇଦିନ ତଳେ ମୁଁ ଯାଇଥିଲି ନନ୍ଦନକାନନ୤ ମାଙ୍କଡ଼ଙ୍କୁ ଚିନାବାଦାମ ଦେଲି୤ ହରିଣକୁ ଦେଖି ଈର୍ଷ୍ୟା ହେଲା୤ ଗୋଟାଏ ସିଂହ ମତେ ଖୁବ୍ ନିରୀକ୍ଷଣ କରି ଚାହିଁଲା୤ ମତେ ତା ମୁହଁଟା ଗୋଟାଏ ରକମର ଭଲ ଲାଗିଲା୤ ସେ ସିଂହଟା ମତେ ଦେଖି ଓଠ ଚାଟୁଥିଲା୤ କିନ୍ତୁ ପୋଡ଼ାମୁହିଁ ସିଂହଟା ଆସି ତା ସ୍ବାମୀକୁ ଟାଣିନେଇଗଲା୤ ଓଃ, କି କପାଳ ମୋର; ଗୋଟେ ପଶୁ ବି ମତେ ଈର୍ଷ୍ୟା କରେ୤”

“ମୁଁ ବୁଲିବୁଲି ଥକିଗଲି୤ ଆସିଲି ହ୍ରଦ କୂଳକୁ୤ ମୋ ସାଥୀମାନେ ଅନେକ ଦୂରରେ ହାତୀ ଦେଖୁଥିଲେ୤ ମୁଁ ଆସି ହ୍ରଦ କୂଳରେ ବସିଲି- ପାଖରେ ଥିବା କୁମ୍ଭୀରକୁ ଦେଖି ମୁଁ ମୋ କଥା ଭାବୁଥିଲି୤ କେତେ କଦର୍ଯ୍ୟ ଜୀବଟାଏ୤ ନିଜକୁ ସୁନ୍ଦର ଭାବିବସିଛି୤ ପ୍ରତ୍ୟେକ ପୁରୁଷ କୁମ୍ଭୀରକୁ ପାଇଁ ଭଗବାନ ଗୋଟିଏ ସ୍ତ୍ରୀ ଯୋଡ଼ିଦେଇଛନ୍ତି୤ ଅଥଚ ମତେ କାହିଁକି ଏକା କଲେ ? ହଁ, ମୋର ଘରଲୋକେ ମତେ ବାହା କରେଇଦେବେ କେଜାଣି କାହାକୁ- କେମିତି ହୋଇଥିବ ସେ- ମତେ ପସନ୍ଦ ନ ହୋଇପାରେ- କିନ୍ତୁ ହୁଏତ ତା’ ଧନ, ତା’ ପଦବୀର ଆଶ୍ରାରେ ମୋ ହୃଦୟର ସମସ୍ତ ପ୍ରେମକୁ ବଳିଦେଇ ସାରା ଜୀବନ ରହିବାକୁ ପଡ଼ିବ୤”

“ନଜର ପଡ଼ିଲା ହ୍ରଦ କୂଳକୁ ଲାଗି ସେ ବସିଛି୤ ନଇଁପଡ଼ି କ’ଣ ଦେଖୁଛି୤ ମୁଁ ଭାବିଲି କିଛି ଗୋଟେ ମାଛ କିମ୍ବା ସାପ ହୋଇଥିବ୤ ମୁଁ ତା’ ପାଖକୁ ଯାଇ କହିଲି “କ’ଣ ଦେଖୁଛନ୍ତି ?” ସେ ନିରୁତ୍ତର୤ ମୁଁ ପାଣିକୁ ଅନେଇ ପ୍ରଥମେ ଧୀର ପାଣିରେ ମୋ ନିଜ ଛାଇ ଦେଖିଲି୤ କିନ୍ତୁ ତା ପାଖାପାଖି ଆଉ ଏକ ସୁନ୍ଦର ଛାଇ ମଧ୍ୟ ଦେଖିବାକୁ ପାଇଲି୤ ସେ ଛାଇ ମତେ ଅନେଇଥିଲା୤”
“ସେ ବୁଲିପଡ଼ି ମତେ ଅନେଲା ଓ ଛିଡ଼ା ହୋଇଗଲା୤ ଠିକ୍ ଅବିକଳ ଯେତିକି ଉଚ୍ଚତା ମୁଁ ମନେମନେ କଳନା କରିଥିଲି ସେତିକି ଉଚ୍ଚତାର ପୁରୁଷ ସିଏ୤ ମୋ ଚେହେରା ସହିତ ହୁବେ’ହୁ ମିଶୁଥିଲା ତା’ ଚେହେରା୤”

ମୁଁ ପଚାରିଲି-“ଆପଣଙ୍କୁ କୋଉଠି ଦେଖିଲା ପରି ମନେ ହେଉଛି୤” ସେ ଉତ୍ତର ଦେଲା- “ଅଇନାରେ ନିଜ ଛାଇରେ ମତେ ଦେଖିଥିବ୤” ଆଃ, କି ରୋମାଣ୍ଟିକ୍ ଉତ୍ତର-ମୁଁ ଏକବାରେ ପ୍ରେମରେ ପଡ଼ିଗଲି୤ କିନ୍ତୁ କହିବି କେମିତି ? କେମିତି ତାକୁ ଜଣେଇବି ଯେ, ମୁଁ ଏତେ ଦିନ ଧରି କେବଳ ତାକୁ ହିଁ ଖୋଜୁଥିଲି୤

“ନା, ମୁଁ କିଛି କହିପାରିବିନି୤ ସେ ବି କିଛି କହିଲାନି୤ କହିପାରିଲାନି ବୋଧହୁଏ୤ ଆମେ ଦୁହେଁ ମନେମନେ ବାକ୍ୟ ଗଠନ କରୁଥିଲୁ ବୋଧହୁଏ୤ କିନ୍ତୁ ଏଇ ନୀରବତା ମଧ୍ୟରେ ମୁଁ ବେଶ୍ ଅନୁଭବ କରୁଥିଲି- ଆମେ ଦୁହେଁ ଏକା ପରି- ନିଃସଙ୍ଗ୤ ମୁଁ ହିଁ ପ୍ରଥମେ ପଚାରିଲି, “ଆପଣଙ୍କ ସାଥୀମାନେ କେହି ନାହାନ୍ତି ?” ସେ ଉତ୍ତର ଦେଲା- “ନା, ଜୀବନରେ ମୋର କେହି ସାଥୀ ନାହାନ୍ତି୤” ମୋ ଦେହ ଉଲୁସିଉଠିଲା, “କିନ୍ତୁ ତମେ ଯେ ଏକା- ତମର କେହି କ’ଣ ସାଥୀ ନାହାନ୍ତି ? ତା ଆଖିରେ ସନ୍ଦେହ- ମୁଁ ତରତର ହୋଇ ଜବାବ ଦେଲି, “ଅଛନ୍ତି ଯେ ଅନେକ ବନ୍ଧୁ ପିକ୍ନିକ୍ କରି ଆସିଥିଲୁ; କିନ୍ତୁ ମୁଁ ସେମାନଙ୍କ ସହ ଖାପ ଖୁଆଇପାରେନା-ମୁଁ ଏକେବାରେ ନିଃସଙ୍ଗ୤” ସେ ମଧ୍ୟ ଭିଜା ଗଳାରେ କହିଲା-“ମୁଁ ବି ତମ ପରି ନିଃସଙ୍ଗ୤”

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି
ଜଣେ ସାହିତ୍ୟିକ ଅପେକ୍ଷା ଜଣେ ସଙ୍ଗୀତଜ୍ଞ ଭାବେ ଅକ୍ଷୟ ମହାନ୍ତି(୧୯୩୭-୨୦୦୨) ଓଡ଼ିଆମାନଙ୍କ ନିକଟରେ ବେଶ୍‌ ସୁପରିଚିତ୤ ତାଙ୍କ ଅନେକ ଗଳ୍ପ ଓ କବିତା ସହିତ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ମଧ୍ୟରେ ତାଙ୍କ ଆତ୍ମଜୀବନୀ ପୁସ୍ତକ ଆର୍ଯ୍ୟଦାଶର ଆତ୍ମଲିପି ଓ ଆର୍ଯ୍ୟଦାଶର ଶେଷ ଲିପି ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ଅନେଶ୍ବତ ରାତି ଓ ବିଚରା କ୍ଷୁଦ୍ରଗଳ୍ପ ସଙ୍କଳନ ସହିତ ଅଫେରା ନଦୀ ଓ ଗାୟକ ଆଦି ଉପନ୍ୟାସ ଆଦି ଅନ୍ତର୍ଭୁକ୍ତ୤ ଏହା ବ୍ୟତୀତ ଓଡ଼ିଆ ସଙ୍ଗୀତ ଜଗତର... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସତ୍ୟବ୍ରତ ସାମଲ, କେନ୍ଦ୍ରାପଡା.ଓଡିଶା |  ଫେବୃଆରୀ ୩, ୨୦୧୩ - ୯:୪୦ ଅପରାହ୍ନ

    ମୁଁ ଓଡିଆ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି।

  • ୨. ସୁଭମ୍ ଦାସ୍, bhubaneswar |  ସେପ୍ଟେମ୍ବର୍ ୧୩, ୨୦୧୫ - ୮:୩୫ ଅପରାହ୍ନ

    khoka bhai nkara au kichi lekha prakashita hele bahut anandita hantu ame mane..

  • ୩. Lalitkumardas, State- Orissa,dist-cuttack,via- nischint koili,block- mahanga,At/po- Gopalpur(beguniapada) |  ସେପ୍ଟେମ୍ବର୍ ୨୨, ୨୦୧୫ - ୨:୧୦ ପୂର୍ବାହ୍ନ

    ଓଡିଶା ମୋରମାନ ଓ ଗୌରବ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤