ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
ମହାପାତ୍ର ନୀଳମଣି ସାହୁ
ଗନ୍ତାୟତ ଶିବପ୍ରସାଦ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
କନକଲତା ସାହୁ
ଶୈଳେନ୍ଦ୍ର କୁମାର ଜେନା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଳସ୍ୟ
 |- ବିନୋଦ କାନୁନ୍‌ଗୋ
 
 
ତା: ଜୁଲାଇ ୨୭, ୨୦୧୨  
 

ଆମ ଶାସ୍ତ୍ରକାରମାନେ ବହୁସ୍ଥଳରେ, ବହୁ ଭାବରେ ଗୋଟିଏ କଥା ଉପରେ ଜୋରଦେଇ ସାଧାରଣ ଲୋକଙ୍କୁ କହିଛନ୍ତି୤ ସେହି କଥାଟି ହେଲା- ‘ଆଳସ୍ୟ ମନୁଷ୍ୟ ଶରୀରର ସବୁଠାରୁ ବଡ଼ ଶତ୍ରୁ ବା ମହାରିପୁ୤ ଆଳସ୍ୟ ଯେଉଁ ଦୁଷ୍ଟଚକ୍ର ସୃଷ୍ଟିକରେ, ଥରେ ଯଦି ଜଣେ ତା ଭିତରେ ପଡ଼ିଯିବ, ସେଥିରୁ ଉଧୁରି ବାହାରକୁ ଆସିବା ତାହା ପକ୍ଷରେ ଆଦୌ ସହଜ ହୁଏ ନାହିଁ୤ ପ୍ରାଚୀନ ଯୁଗର ସମାଜ ଶାସ୍ତ୍ରୀମାନେ ଲକ୍ଷ୍ୟ କରି ଦେଖିଛନ୍ତି ଯେ, ଯେଉଁ ଲୋକ ଉପାସ ଶୋଉଛି ବୋଲି କହୁଛି, ସେ ଆଳସ୍ୟର ଦାସ ହୋଇଯାଇଛି୤’ ତେଣୁ କୋଟି କୋଟି ଲୋକ ଯେଉଁ ଭାଷାରେ ବୁଝିବେ ସେହି ଭାଷାରେ ସେମାନଙ୍କୁ କୁହାଯାଏ- ‘ଯିଏ ପାଟି ଚିରିଛି, ସେ ଦୁଇହାତ ଦେଇଛି୤’ ଏହାର ତାତ୍ପର୍ଯ୍ୟ ହେଲା ପ୍ରକୃତିର ବ୍ୟବସ୍ଥା ଏଭଳି ଯେ, ଜଣେ ଯଦି ତାର ଦୁଇହାତକୁ କାମରେ ଲଗାଇବ ସେ ଉପାସ ଶୋଇବ ନାହିଁ୤

ବ୍ୟକ୍ତି ଯଦି ଅଳସୁଆ ହେଲା ରକ୍ଷା ଅଛି୤ ସେ ନିଜର ବା ନିଜ ପରିବାରର କ୍ଷତି କଲା୤ କିନ୍ତୁ ଗୋଟାଏ ଜାତି ଯଦି ଅଳସୁଆ ହୋଇଗଲା କଥା ସରିଗଲା୤ ଥରେ ଆଳସ୍ୟ ଗୋଟାଏ ଜାତିକୁ ଗ୍ରାସିଗଲେ ଏତେ ଦିଗରୁ ତାର ଅଧଃପତନ ହୁଏ ଯେ ଶହ ଶହ ବର୍ଷ ପର୍ଯ୍ୟନ୍ତ ସେ ଆଉ ଉଠିପାରେ ନାହିଁ୤ ଜଣେ ପରିଶ୍ରମ କରିଲେ ତାହାର ଉପକାର ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ମଙ୍ଗଳ ହୋଇଥାଏ୤ ଆଳସ୍ୟ ଏହାର ଠିକ୍‌ ବିପରୀତ ଭାବରେ କାର୍ଯ୍ୟ କରେ୤

ଲେଖକ ଓ ଶିକ୍ଷାବିତ୍‌ ବଟନ୍‌ଙ୍କ ଭାଷାରେ କହିବାକୁ ଗଲେ, ଆଳସ୍ୟ ହେଉଛି ଶରୀର ଓ ମନ ଉଭୟର ଧ୍ବଂସର କାରଣ୤ ଅନ୍ୟର ଅନିଷ୍ଟ କରିବା ପାଇଁ ଲୋକ ମନରେ ଯେଉଁ ଭାବନା ଜାଗ୍ରତ ହୁଏ, ତାହା ମୂଳରେ ଅଛି ଆଳସ୍ୟ୤ ଅଳସୁଆମିଟି ସତେ ଯେପରିକି ଗୋଟିଏ କଅଁଳ ଗଦି୤ ସଇତାନ ତାହା ଉପରେ ଆସି ସୁନ୍ଦର ଭାବରେ ଶୋଇଯାଏ୤ ମନକୁ ଭାରାକ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଶରୀରକୁ ଯଦି କେହି ରୋଗଗ୍ରସ୍ତ କରିଦେଉଛି, ତାହା ହେଉଛି ମନୁଷ୍ୟର ଏହି ଦୋଷ୤ ଏକଥା ଭୁଲିଗଲେ ଚଳିବ ନାହିଁ ଯେ, ମନର ଧର୍ମ ହେଲା ସେ କିଛିନା କିଛି କରିବାକୁ ଧାଇଁବ୤ ଯଦି ସତ୍‌ କାମରେ ତାକୁ ଲଗାଇ ନପାରିଲ, ଅନିଷ୍ଟ ଚିନ୍ତାରେ ସେ ତତ୍ପର ହୋଇଉଠିବ୤

ଦାର୍ଶନିକ ତଥା ସମାଜ ଶାସ୍ତ୍ରୀମାନେ ଆହୁରି ଲକ୍ଷ୍ୟ କରିଛନ୍ତି ଯେ, ଜୀବନ ଚାହେଁ ନୂତନତ୍ବ୤ ଠିକ୍‌ ଏକାଭଳି ସବୁଦିନେ ରହିବାଟାକୁ ଜୀବନ ପସନ୍ଦ କରେ ନାହିଁ୤ ଆଳସ୍ୟପରାୟଣ ଲୋକର ଜୀବନରେ ନୂତନତ୍ବର ସ୍ଥାନ ନାହିଁ କହିଲେ ଚଳେ୤ ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ ଯଦି ନୂତନତା ବିଦାୟ ନେଇଗଲା, ପ୍ରକୃତ ସୁଖ କୁଆଡ଼େ ଉଭେଇ ଯାଏ୤ କାର୍ଲାଇଲ୍‌ ଯଥାର୍ଥରେ କହିଛନ୍ତି ଯେ, ଆଳସ୍ୟ ଭିତରେ ହିଁ ସ୍ଥାୟୀ ନୈରାଶ୍ୟ ବସା ବାନ୍ଧି ଯାଇଥାଏ୤ ତୁର୍କୀ ଦେଶରେ ସାଧାରଣ ଲୋକଙ୍କ ଭିତରେ ଗୋଟିଏ ପ୍ରବାଦ ଅଛି ଯେ, ସଇତାନ୍‌ର ଏଭଳି ଶକ୍ତି ଯେ, ସେ ଅନ୍ୟମାନଙ୍କୁ ପ୍ରଲୋଭିତ କରି ନିଜ ସାଙ୍ଗକୁ ନେଇଯାଏ, କିନ୍ତୁ ଯେଉଁ ଲୋକ ଅଳସୁଆ, ସେ ସଇତାନ୍‌କୁ ପ୍ରଲୋଭନ ଦେଖାଇ ନିଜ ଦେହରେ ଆଣି ରଖିଦିଏ୤

ଲୋକ ତାହାର ପ୍ରକୃତ ଅର୍ଥରେ ଅଳସୁଆ ହୋଇଯିବାର ଦେଖାଯାଇଛି୤ ଆଜି ଆଖିକୁ ଦେଖିଲା ଭଳି କିଛି ଗୋଟିଏ କାମ ନକରି ଆସନ୍ତାକାଲି ବା ସପ୍ତାହକ ପରେ ଅନେକ ଭଲ କାମ କରିବ ବୋଲି ଯେଉଁ ଲୋକ ଚିନ୍ତା କରୁଥାଏ ଓ ସେଥିପାଇଁ ଅପେକ୍ଷା କରୁଥାଏ, ସେ ଅଜାଣତରେ ଆଳସ୍ୟରେ ଶିକାର ହୋଇଯାଉଛି୤ ସେହି ଶ୍ରେଣୀର ଲୋକଙ୍କୁ ଦେଖିବ ଯେ ବହୁସ୍ଥାନକୁ ଯାଉଛନ୍ତି, ଅଥଚ କୌଣସି ଗୋଟାଏ ସ୍ଥାନକୁ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଯାଉନାହାନ୍ତି୤ ବହୁତ ପଢ଼ିଲା ଭଳି ହେଉଛନ୍ତି, କିନ୍ତୁ କିଛି ପଢ଼ୁନାହାନ୍ତି, ସେହିମାନଙ୍କୁ ଲକ୍ଷ୍ୟକରି ଚେଷ୍ଟର୍‌ଫିଲଡ଼୍‌ କହିଥିଲେ- ଦୁର୍ବଳମନା ଲୋକଙ୍କର ଆଳସ୍ୟ ହେଉଛି ଏକମାତ୍ର ଆଶ୍ରା୤ ନିର୍ବୋଧ ଲୋକମାନେ ଆଳସ୍ୟ ଭିତରେ ହିଁ କାମରୁ ଛୁଟି ପାଇଛନ୍ତି ବୋଲି ଅନୁଭବ କରୁଥାନ୍ତି୤

ସକ୍ରେଟିସ୍‌ଙ୍କ ଭାଷାରେ କୁହ ମାର୍କସ୍‌ଙ୍କ ଭାଷାରେ କୁହ, ଗୋଟିଏ କଥା ଅତି ସ୍ପଷ୍ଟ୤ ଜଣେ ଯଦି କିଛି ନ କରୁଛି ଆମେ କହୁ ସେ ଅଳସୁଆ୤ କିନ୍ତୁ ଭୁଲିଯାଉ ଯେ, ଜଣେ ଯେତିକି କାମ କରିବାର କଥା ତାହା ସେ ଯଦି ନକଲା, ବା କରିବାର ସୁଯୋଗ ନ ପାଇଲା, ସେ ଆଳସ୍ୟରେ ସମୟ କଟାଉଛି ବୋଲି କୁହାଯିବ୤ ସକ୍ରେଟିସ୍‌ ତ ଏତେ ଦୂରକୁ କହିଛନ୍ତି ଯେ, ଜଣେ ଯେଉଁ କାମ କରିଥିଲେ ସମାଜର ମଙ୍ଗଳ ହୁଅନ୍ତା, ସେ କାମ କରିବାର ସୁଯୋଗରୁ ବଞ୍ଚିତ ହୋଇ ସେ ଯଦି ଗୋଟାଏ ମାମୁଲି କାମ କରୁଛି ତେବେ ସେ ଜାଣିଜାଣି ବେକାର ବା ଅଳସୁଆ ହୋଇ ବସିଛି୤

ଓହଳିଙ୍କ ଭାଷାରେ କହିବାକୁ ଗଲେ ଆଳସ୍ୟ ଯେତେବେଳେ ପ୍ରଥମେ ଆସେ ସେ ବୁଢ଼ିଆଣୀ ସୂତାଭଳି ତୁମ ଦେହରେ ଗୁଡ଼ାଇ ହୋଇଯାଏ୤ ଶେଷକୁ ଦେଖିଲା ବେଳକୁ ତାହା ଲୁହା ଜଞ୍ଜିର ଭଳି ମୋଟ ଓ ଶକ୍ତ ହୋଇଗଲାଣି୤ ସେତେବେଳେ ତାହା ବନ୍ଧନରୁ ଖସିବା କଷ୍ଟହୁଏ୤ ମନୁଷ୍ୟ ଚାହେଁ ଅନ୍ୟମାନେ ନ ଜାଣନ୍ତୁ ଯେ, ସେ ଅଭାବ ଭିତରେ ରହିଛି୤ ତେଣୁ ସେ ଦାରିଦ୍ୟ୍ରକୁ ଅନ୍ୟମାନଙ୍କଠାରୁ ଲୁଚାଏ୤ କିନ୍ତୁ ସଂସାରର ବୈଚିତ୍ର ହେଉଛି ଯେ, ସେ ନିଜଠାରୁ ଆଳସ୍ୟକୁ ଲୁଚାଏ, ଅର୍ଥାତ୍‌ ଆଳସ୍ୟବଶତଃ ସେ ଗୋଟାଏ କାମ ନକଲେ ନିଜକୁ ନାନା ଯୁକ୍ତିଦେଇ ବୁଝାଇ ଦିଏ ଯେ, ସେ କାମଟା କରିବା ଦରକାର ନଥିଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିନୋଦ କାନୁନ୍‌ଗୋ
ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ଭାବେ ସୁପରିଚିତ ବିନୋଦ କାନୁନ୍‌ଗୋ (୧୯୧୨-୧୯୯୦) ଜଣେ ସାହିତ୍ୟିକଭାବେ ମଧ୍ୟ ପରିଚିତ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ କାନୁନ୍‌ଗୋ ଜଣେ ଶିଶୁ ସାହିତ୍ୟିକ ଭାବେ ଅନେକ ପୁସ୍ତକ ରଚନା କରିଛନ୍ତି୤ ଓଡ଼ିଆ ଭାଷାର ଏକ ଉନ୍ନତମାନର ଭାଷାକୋଷ ଭାବେ ପରିଗଣିତ ତଥା ତାଙ୍କ ଦ୍ବାରା ସଙ୍କଳିତ ଜ୍ଞାନମଣ୍ଡଳ ଓ ଶିଶୁ ଜ୍ଞାନମଣ୍ଡଳ ଗ୍ରନ୍ଥ ତାଙ୍କର ସବୁଠାରୁ ଅନବଦ୍ୟ ସୃଷ୍ଟି୤ ଏହା ସହିତ ତାଙ୍କ ରଚିତ ପୁସ୍ତକ ମଧ୍ୟରେ ଉତ୍କଳ ମଣି, ଜାତୀୟ କବି ବୀରକିଶୋର ଓ ଆଚାର୍ଯ୍ୟ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤