ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିରଜା ବଳ
ରାଜକିଶୋର ରାୟ
କାଳିନ୍ଦି ଚରଣ ପାଣିଗ୍ରାହୀ
ବାମାଚରଣ ମିତ୍ର
ଭୂପେନ୍‌ ମହାପାତ୍ର
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଳସ୍ୟ
 |- ବିନୋଦ କାନୁନ୍‌ଗୋ
 
 
ତା: ଜୁଲାଇ ୨୭, ୨୦୧୨  
 

ଲୋକମାନଙ୍କୁ ଜଣେ ଦାର୍ଶନିକ ପଚାରିଥିଲେ- ତୁମେ ଜୀବନକୁ କ’ଣ ପ୍ରକୃତରେ ଭଲପାଅ ? ଯଦି ଭଲ ପାଉଛ ସମୟ ନଷ୍ଟ କର ନାହିଁ କାରଣ ସମୟ ବା କାଳର ସମଷ୍ଟି ହିଁ ଜୀବନ୤ ଯେତିକି ଦରକାର ତାହା ଅପେକ୍ଷା ଅଧିକ ଶୋଇଲେ ଆୟୁଷ ହାନି ହେଲା ବୋଲି ବୁଝିବାକୁ ହେବ୤ କାରଣ ପୁଣି ଥରେ ଚେତାଇ ଦେଉଛି ଯେ ଆୟୁଷଟା ହେଉଛି କାଳର ସମଷ୍ଟି୤

ଆଳସ୍ୟ ଭିତରେ ବୁଡ଼ି ରହିବା ଓ ନିଜକୁ ତିଳ ତିଳ କରି ମାରିବା ଏକା କଥା୤ ଜଣେ ଧର୍ମ ପରାୟଣ ଲୋକ ଥରେ କହିଥିଲେ-ଭଗବାନ ଓ ସଇତାନ ପୃଥିବୀକୁ ଆସିଲେ ଶିଷ୍ୟ ବାଛିବା ପାଇଁ ଯେଉଁମାନେ କାଠ କାଟୁଥିଲେ, ଜାଲ ବୁଣୁଥିଲେ, ହଳ କରୁଥିଲେ, ସେହିମାନଙ୍କ ଭିତରୁ ଭଗବାନ ତାଙ୍କର ଶିଷ୍ୟ ବାଛିନେଲେ୤ କିନ୍ତୁ ଯେଉଁମାନେ କିଛି ନକରି ଅଳସୁଆ ହୋଇ ବସିଥିଲେ, ସଇତାନ ସେହିମାନଙ୍କ ଭିତରୁ ହିଁ ତାହାର ଶିଷ୍ୟ ବାଛିଲା୤

ଯେଉଁମାନେ ମନୁଷ୍ୟ-ସ୍ବଭାବକୁ ଭଲଭାବରେ ଲକ୍ଷ୍ୟ କରନ୍ତି, ସେମାନେ ଏହି ନିଶ୍ଚିତ ସିଦ୍ଧାନ୍ତରେ ଭଲ ଭାବରେ ପହଞ୍ଚିଛନ୍ତି ଯେ, କମ୍ କାମ ଦେଲେ ଯେ ଲୋକ କମ୍‌ ସମୟରେ ସେହି କାମକୁ ଭଲ ଭାବରେ କରିଦେବ ଏହାର କିଛି ଅର୍ଥନାହିଁ୤ କାରଣ ଅଳ୍ପ କାମ କରିବା ଅଭ୍ୟାସରୁ ତାହା ଭିତରେ ଆଳସ୍ୟ ପ୍ରବେଶ କରିବ୤ ସେ କ୍ରମେ ଅଭିଯୋଗ କରିବ ଯେ, ତାକୁ ଦିଆଯାଇଥିବା କାମତକ କରିବାକୁ ସେ ସମୟ ପାଉନାହିଁ୤ ଯେଉଁମାନଙ୍କ ହାତରେ ବହୁତ କାମ ଅଛି, ସେହିମାନେ ହିଁ ସେ ସବୁ କରିବା ପାଇଁ ସମୟ ପାଆନ୍ତି ଓ ଦକ୍ଷତାର ସହିତ କାମଗୁଡ଼ିକ କରିଦିଅନ୍ତି୤ ସେମାନେ ଏଭଳି କାର୍ଯ୍ୟବ୍ୟସ୍ତ ଥାଆନ୍ତି ଯେ ଆଳସ୍ୟ ତାଙ୍କ ପାଖ ପଶିବାକୁ ସାହାସ କରେ ନାହିଁ୤ ଆମ୍ଭମାନଙ୍କୁ ସତର୍କ କରିଦେଇ ପଣ୍ଡିତମାନେ କହିଛନ୍ତି- ସାବଧାନ ରହିବ, ନଚେତ୍‌ ଆଳସ୍ୟ ତୁମକୁ ଠକି ଦେବ୤ ସେ ଯଦି ତୁମକୁ ‘ଆଜି’ଟିକୁ ମାଗିଲା ଓ ତୁମେ ତାହାକୁ ଦେବାକୁ ରାଜି ହୋଇଗଲ, ସେ ହସି ହସି କହିବ ‘ଆସନ୍ତା କାଲିଟିକୁ ମତେ ଏହାସହିତ ଲାଭସ୍ବରୂପ ଦିଅ୤’ ସେଇଥିପାଇଁ ଯୁବକମାନଙ୍କୁ କୁହାଯାଏ, ଟିକିଏ ସୁଦ୍ଧା ସମୟ ନଷ୍ଟ ନକରି ଯୌବନର ମଞ୍ଜି ପୋତ, ପ୍ରୌଢ଼ ଅବସ୍ଥାରେ ସେଥିରେ ଫୁଲ ଧରିବ ଓ ବାର୍ଦ୍ଧକ୍ୟ ବେଳକୁ ଫଳଭୋଗ କରିବ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିନୋଦ କାନୁନ୍‌ଗୋ
ଜ୍ଞାନମଣ୍ଡଳର ପ୍ରତିଷ୍ଠାତା ଭାବେ ସୁପରିଚିତ ବିନୋଦ କାନୁନ୍‌ଗୋ (୧୯୧୨-୧୯୯୦) ଜଣେ ସାହିତ୍ୟିକଭାବେ ମଧ୍ୟ ପରିଚିତ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ କାନୁନ୍‌ଗୋ ଜଣେ ଶିଶୁ ସାହିତ୍ୟିକ ଭାବେ ଅନେକ ପୁସ୍ତକ ରଚନା କରିଛନ୍ତି୤ ଓଡ଼ିଆ ଭାଷାର ଏକ ଉନ୍ନତମାନର ଭାଷାକୋଷ ଭାବେ ପରିଗଣିତ ତଥା ତାଙ୍କ ଦ୍ବାରା ସଙ୍କଳିତ ଜ୍ଞାନମଣ୍ଡଳ ଓ ଶିଶୁ ଜ୍ଞାନମଣ୍ଡଳ ଗ୍ରନ୍ଥ ତାଙ୍କର ସବୁଠାରୁ ଅନବଦ୍ୟ ସୃଷ୍ଟି୤ ଏହା ସହିତ ତାଙ୍କ ରଚିତ ପୁସ୍ତକ ମଧ୍ୟରେ ଉତ୍କଳ ମଣି, ଜାତୀୟ କବି ବୀରକିଶୋର ଓ ଆଚାର୍ଯ୍ୟ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤