ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମହାପାତ୍ର ନୀଳମଣି ସାହୁ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଅଚ୍ୟୁତାନନ୍ଦ କର
କୃଷ୍ଣପ୍ରସାଦ ମିଶ୍ର
କାମାକ୍ଷୀ ପ୍ରସାଦ ଦାଶ
ଆଶିଷ କୁମାର କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆକର୍ଷଣ
 |- ଦୟାନିଧି ମିଶ୍ର
 
 
ତା: ନଭେମ୍ବର୍ ୨୯, ୨୦୧୨  
 

ଏ କେତେ ଦିନ ମୋ ହୃଦୟ ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା୤ ଯନ୍ତ୍ର ଲୟ ବିଶିଷ୍ଟ କରିବା ପାଇଁ କେତେ ଚେଷ୍ଟା କରିଥିଲି; କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଗଲା୤ ଏ ଚିଠି ପଢ଼ିଲାକ୍ଷଣି ଛିନ୍ନ ତାରଗୁଡ଼ିକ ପୁଣି ଯୋଡ଼ି ହୋଇଗଲା୤ ହୃଦୟ ଯନ୍ତ୍ର ପୁଣି ଲୟ ବିଶିଷ୍ଟ ହେଲା୤ କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା୤

ଏ ମୂର୍ତ୍ତି ମୁଁ ଅନେକଥର ଦେଖିଛି୤ ତା’ ସଙ୍ଗେ କେତେ ଖେଳିଛି୤ ଶୟନରେ, ଜାଗରଣରେ ତାହାର ମୂର୍ତ୍ତିକୁ ଧ୍ୟାନ କରି କେତେ ସୁଖ ପାଇଛି୤ ଛି ମୁଁ ଏତେ କୃତଘ୍ନ ! ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତି ପଟରୁ ଲୁପ୍ତ ! ମୋତେ ଦେଖିବା ପାଇଁ ସେ ଏତେ ବ୍ୟାକୁଳ; କିନ୍ତୁ ମୁଁ ତ ତା’ କଥା ଘଡ଼ିଏ ହେଲେ ଭାବୁ ନାହିଁ୤ କବି ଯଥାର୍ଥ କହିଛନ୍ତି-
“Sigh no more, Lady, Sigh no more, Men were constant never.”

କମଳା ! ସ୍ନେହମୟୀ କମଳା ! ତୋର ବାଲ୍ୟ ସହଚରକୁ ତୁ ଏତେ ଭଲ ପାଉ ! ତା’ ପାଇଁ ତୋର ଏତେ ଉତ୍କଣ୍ଠା ! କିନ୍ତୁ ତୋର ସେ ସୁନ୍ଦର ମୁଖ ଆଉ ଦେଖି ପାରିବି କି ? ତୁ ସ୍ବର୍ଗର ଜୀବ ୤ ତୋର ଚତୁର୍ଦ୍ଦିଗରେ ଦେବତାମାନେ ! ସେ ରାଜ୍ୟକୁ ଯିବାକୁ ମୋର ଅଧିକାର ଅଛି କି ?

ଆଉ ଭାବି ପାରିଲି ନାହିଁ ୤ ହୃଦୟ କମଳାମୟ ହୋଇଗଲା୤ ଯେଉଁଠାରେ ଅନାଇଲି ସେହିଠାରେ କମଳା୤ ଆକର୍ଷଣ ପ୍ରଭାବରେ ଭଗବାନ ଟଳିଯାନ୍ତି, ମନୁଷ୍ୟ ଛାର କେତେ ମାତ୍ର ! ବାପାଙ୍କୁ କହି ସେଦିନ ଟ୍ରେନ୍‌ରେ ଗାଁକୁ ବାହାରିଗଲି୤

ଗାଁକୁ ଗଲାବେଳକୁ ପ୍ରଭାତ ହେବାକୁ ଅନେକ ବାକି ଅଛି୤ ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ୤ ଚତୁର୍ଦ୍ଦିଗ ନିସ୍ତବ୍ଧ, କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ, ଯେ କାନ୍ଦ ବୋବାଳି ଲାଗିଛି୤ ସେ କ୍ରନ୍ଦନ ଶୁଣି ମୋର ହୃଦୟ ଚମକି ଉଠିଲା୤ ମୁଁ ଉନ୍ମତ୍ତପ୍ରାୟ ଘର ଭିତରେ ପ୍ରବେଶ କଲି୤

ଘର ଭିତରକୁ ଯାଇ ଦେଖେ, ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି୤ କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଅଛି୤ ଓଃ, କି ଭୀଷଣ ଦୃଶ୍ୟ ! ମୁଁ ଆଉ ରହି ପାରିଲି ନାହିଁ ୤ କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି- ‘କମଳା ! କମଳା !’ ଆଉ କହି ପାରିଲି ନାହିଁ୤ ମୋର ବାକ୍ୟ ରୁଦ୍ଧ ହୋଇଗଲା୤

ମୋ କଥା ଶୁଣି କମଳାର ଯନ୍ତ୍ରଣା-କାତର ଓ ବିଷର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା୤ ନିମୀଳିତ ନେତ୍ର ଦ୍ବୟ ଉନ୍ନୀଳିତ ହେଲା; କିନ୍ତୁ ପୁଣି ଘୋର ଅନ୍ଧକାର୤ କମଳାର ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା୤

କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା୤ ମୋର ସକଳ ଆଶା ଭରସା ବିଲୁପ୍ତ ହେଲା୤ ଚତୁର୍ଦ୍ଦିଗ ଅନ୍ଧାକର ଦିଶିଲା୤ କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାର ଲାଗିଲି୤ ସେ ଦେହରେ ସ୍ବର୍ଗୀୟ କାନ୍ତି ଝଲସି ଉଠୁଥିଲା୤ ଲାବଣ୍ୟମୟ ଓ ମହିମାମଣ୍ଡିତ ମୁଖ ମଣ୍ଡଳ ଅବିକୃତ, ଜ୍ୟୋତିର୍ମୟ !

ପ୍ରଭାତ ତରୁଣ ଅରୁଣାଲୋକ କମଳାର ମୃତ୍ୟୁ-ମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା୤ ସ୍ନିଗ୍‌ଧ ପ୍ରଭାତ ସମୀର ତା’ର ନିତମ୍ବସ୍ପର୍ଶୀ କେଶ ଦାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା୤ ସ୍ବର୍ଗର ଜୀବ ସ୍ବର୍ଗକୁ ଚାଲିଗଲା୤ କିନ୍ତୁ….. ! ଆଜି ଜାଣିଲି ବାପା କାହିଁକି ମୋତେ ଗାଁକୁ ଛାଡ଼ି ଦେଉ ନ ଥିଲେ୤ କିନ୍ତୁ ଆଉ କାହିଁକି ! ସବୁ ଶେଷ !!

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଦୟାନିଧି ମିଶ୍ର
ଦୟାନିଧି ମିଶ୍ର
ଓଡ଼ିଆ କଥା ସାହିତ୍ୟରେ ଦୟାନିଧି ମିଶ୍ର(୧୮୯୧-୧୯୫୫) ଜଣେ ନିଆରା ଲେଖକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ୤ ସେ ଜଣେ ଶିକ୍ଷକ, ଆଇନଜୀବୀ ଓ ରାଜନେତା ଭାବେ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ନିଜର କର୍ମମୟ ଜୀବନ ଅତିବାହିତ କରିଥିଲେ୤ ଏକତ୍ର ବିରତ୍ବ ଓ ପ୍ରଣୟର ଉପସ୍ଥାପନା କୌଶଳ, ବିଷୟବସ୍ତୁଗୁଡ଼ିକର ବିଭାଗୀକରଣ, ଆରମ୍ଭର ବୈଚିତ୍ର୍ଯ, ବିଷୟ ଗ୍ରନ୍ଥିର କ୍ରମ ଉନ୍ମୋଚନ, ବିଭିନ୍ନ ପରିସ୍ଥିତିରେ ଆବେଗ ଓ ଉତ୍ତେଜନାର ସମାବେଶ ହେଉଛି ଦୟାନିଧିଙ୍କ ଲେଖାର ବୈଶିଷ୍ଟ୍ଯ୤ ତାଙ୍କ ରଚିତ ଏବଂ ପ୍ରକାଶିତ ଗ୍ରନ୍ଥ ମଧ୍ୟରେ... [ କ୍ରମେ ସବିଶେଷ ]
ଦୟାନିଧି ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤