ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସବୁଦେଇ ଶୂନ୍ୟ କରିଅଛ ମୋତେ
ପୂରାଅ ସକଳ ଦେଇଣ
ନେଲ ମୋତେ ହରି
ନେଲ ମୋତେ ଧରି
ଜୀବନେ ବଞ୍ଚାଇ ମାରିଣ
ନେଲ ଗୁଣ, ଜ୍ଞାନ
ନେଲ କର୍ମ, ଧ୍ୟାନ
ଧନ, ମାନ, ବିଦ୍ୟା-ଭୂଷଣ
ଦୁଃଖ ହେଲା ମୋର
ଚିର ସହଚର
ନିତି ତ ଭୋଗିଲି ମରଣ
ଯାହା କରିବାକୁ
ନ’ଚାହେଁ ପରାଣ
ଯାହା କହିବାକୁ
କରେଁ ମୁଁ ବାରଣ
କଲି ତାହା ପ୍ରଭୁ
କହିଲି ତାହା ମୁଁ
ନିନ୍ଦାକୁ କଲିଟି ଭୂଷଣ
କହ କହ ପ୍ରଭୁ
କହ କହ ମୋତେ ଆଜି
କିମ୍ପା ଦିଅ ଏତେ କଷଣ
ଝରେ କିମ୍ପା ମୋର
ଏତେ ଅଶ୍ରୁଝର
କହ କେଉଁ କାର୍ଯ୍ୟକାରଣ
ଫେବ୍ରୁଆରୀ ୮ ତାରିଖ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ରଚିତ କବିତା ସଙ୍କଳନ ‘ଅଞ୍ଜଳି’ରୁ ଏହି କବିତାଟି ଊର୍ଦ୍ଧୃତ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. dilip kumar acharya, buguda | ଫେବୃଆରୀ ୨୦, ୨୦୧୪ - ୨:୫୬ ପୂର୍ବାହ୍ନ
bahuta bhala.