ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ଅଶୋକ ଚନ୍ଦ୍ର ମହାପାତ୍ର
ମନମୋହନ ମିଶ୍ର
ଗଣେଶ୍ୱର ମିଶ୍ର
ମନୋଜ ଦାସ
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅଭିଯୋଗ
 |- କୁନ୍ତଳା କୁମାରୀ ସାବତ
 
 
ତା: ଫେବୃଆରୀ ୮, ୨୦୧୪  
 

ସବୁଦେଇ ଶୂନ୍ୟ କରିଅଛ ମୋତେ
ପୂରାଅ ସକଳ ଦେଇଣ
ନେଲ ମୋତେ ହରି
ନେଲ ମୋତେ ଧରି
ଜୀବନେ ବଞ୍ଚାଇ ମାରିଣ
ନେଲ ଗୁଣ, ଜ୍ଞାନ
ନେଲ କର୍ମ, ଧ୍ୟାନ
ଧନ, ମାନ, ବିଦ୍ୟା-ଭୂଷଣ
ଦୁଃଖ ହେଲା ମୋର
ଚିର ସହଚର
ନିତି ତ ଭୋଗିଲି ମରଣ୤

ଯାହା କରିବାକୁ
ନ’ଚାହେଁ ପରାଣ
ଯାହା କହିବାକୁ
କରେଁ ମୁଁ ବାରଣ
କଲି ତାହା ପ୍ରଭୁ
କହିଲି ତାହା ମୁଁ
ନିନ୍ଦାକୁ କଲିଟି ଭୂଷଣ
କହ କହ ପ୍ରଭୁ
କହ କହ ମୋତେ ଆଜି
କିମ୍ପା ଦିଅ ଏତେ କଷଣ
ଝରେ କିମ୍ପା ମୋର
ଏତେ ଅଶ୍ରୁଝର
କହ କେଉଁ କାର୍ଯ୍ୟକାରଣ୤

ଫେବ୍ରୁଆରୀ ୮ ତାରିଖ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ରଚିତ କବିତା ସଙ୍କଳନ ‘ଅଞ୍ଜଳି’ରୁ ଏହି କବିତାଟି ଊର୍ଦ୍ଧୃତ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ
ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ(୧୯୦୦-୧୯୩୮) ନାରୀ କବି ଭାବରେ ଓଡ଼ିଶା ସାହିତ୍ୟରେ ଏକ ସୁପରିଚିତ ନାମ୤ ଉଭୟ ଗୁଣ ଓ ପରିଣାମରେ ପ୍ଲାବନ କଲାଭଳି ସେପରି ସାହିତ୍ୟିକ ବ୍ୟକ୍ତିତ୍ବ ଏପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ୤ ତାଙ୍କର ଲେଖାଗୁଡ଼ିକରେ କବି ପ୍ରବଣତା, କୁସଂସ୍କାର ଦୂର କରିବାର ପ୍ରଚେଷ୍ଟା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଦାର୍ଶନିକ ଭାବର ଅନୁପମ ଚିତ୍ର ଆଦି ପ୍ରତିଫଳିତ ହୋଇଛି୤ ମାତ୍ର ୩୮ ବର୍ଷର ଜୀବନ ମଧ୍ୟରେ ସେ ରଚନା କରିଥିବା କବିତା ସଙ୍କଳନ ଅଞ୍ଜଳି, ଅର୍ଚ୍ଚନା, ଆହ୍ବାନ... [ କ୍ରମେ ସବିଶେଷ ]
କୁନ୍ତଳା କୁମାରୀ ସାବତଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. dilip kumar acharya, buguda |  ଫେବୃଆରୀ ୨୦, ୨୦୧୪ - ୨:୫୬ ପୂର୍ବାହ୍ନ

    bahuta bhala.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )