ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନତ୍‌ ରାୟ
ଭକ୍ତକବି ମଧୁସୂଦନ ରାଓ
ଆଶିଷ କୁମାର କର
ସାର୍‌ ବାସୁଦେବ ସୁଢ଼ଳଦେବ
କନକଲତା ସାହୁ
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆଜ ଏକି ଗୁମାନରେ
 |- କବିସୂର୍ଯ୍ୟ ବଳଦେବ ରଥ
 
 
ତା: ଡିସେମ୍ବର୍ ୩୦, ୨୦୧୧  
 

ରାଗ – ମରୁଆ, ଆଠତାଳି

ଆଜ ଏ କି ଗୁମାନରେ (ଚନ୍ଦ୍ରାନନା)
ଦେଖି ନାହିଁ ସ୍ବପନରେ ୥ପଦ୥

ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ-
କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି!

ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ,
ରାଣ ଅଛିଟି ମାଣ- ବକ ମୃଗାକ୍ଷୀ ଜାଣ,
ଦାରୁଣ ସ୍ମର ରାଣ, ଶାଣ ଦିଆ ତୀକ୍ଷଣ,-
ବାଣ ଗଣରେ, ନିଶ୍ଚେ ନେବଟି ଏ ପରାଣ୤୧୤

ଚାରୁ ଚମ୍ପକ ଦେହା ରେ, ଚନ୍ଦ୍ରାନନା;
କାହୁଁ ଶିଖିଲୁ ଏହାରେ୤
ଅଶ୍ରୁ ପ୍ରସରିବାର ମହୀକି ଚିରିବାର,
ଆଜନ୍ମ ପରିଚାର ସଂସାର ସାରିବାର୤୨୤

ମର୍ମ ଗଲାଟି ଫାଟିରେ, ଚନ୍ଦ୍ରାନନା!
ମାର ମାର୍ଗଣ ଧାଟିରେ,
ବନ୍ଧୁଆ, ସରିଲିଟି ତୋ କୀର୍ତ୍ତି ପରିପାଟୀ,
ରୋପିବାର ଲତାଟି ମୂଳୁ ନ ପକା କାଟି୤୩୤

ଦୋଷ ଦେଖି ତୁ ଦଣ୍ଡରେ, ଚନ୍ଦ୍ରାନନା!
ମଣ୍ଡନା କରି ଗଣ୍ଡରେ,
ବାହୁ ପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ
ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ-କୁନ୍ତେ୤୪୤

ଆରମ୍ଭିଲେ ତୁ ରୁଷାରେ, ଚନ୍ଦ୍ରାନନା!
ଭରସା କେ ମୋ ରସାରେ,
ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ
ସହେ ବି କରବାଳ କେଳି-କମଳ ଦଳ ?୤୫୤

ଶ୍ୟାମ ବିନୟ ଭାଷାରେ, ଚନ୍ଦ୍ରାନନା,
ମନ୍ଦ ମଧୁର ହସାରେ,
ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ,
ରସିଲେ ମନ ଜାଣି, ଶ୍ରୀ ଛୋଟରାୟ ଭଣି୤୬୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କବିସୂର୍ଯ୍ୟ ବଳଦେବ ରଥ
ଓଡ଼ିଆ ସାହିତ୍ୟରେ ଏକ ଉଜ୍ଜ୍ବଳ ନକ୍ଷତ୍ର ଭାବେ ପରିଗଣିତ କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତ୍ୟେକଟି ରଚନା ବେଶ୍ ସାବଲୀଳ ଏବଂ ଶାଣୀତ୤ କବିଙ୍କ ରଚିତ ଅନେକ ଚମ୍ପୁ, ଛାନ୍ଦ, ଚୌପଦୀ, ଚିଟାଉ ଆଦି ପାଠକଙ୍କ ନିକଟରେ ବେଶ୍ ଲୋକପ୍ରିୟ୤ କବିଙ୍କ ରଚିତ ବିଭିନ୍ନ ରଚନାବଳୀର ଲୋକପ୍ରିୟତା ଏବଂ ତାଙ୍କର ଜ୍ଞାନକୁ ଦୃଷ୍ଟିରେ ରଖି ତତ୍କାଳୀନ ଠାକୁର ରାଜା ଗଜପତି ମହାରାଜ ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୁଷିତ କରିଥିଲେ୤ କବିଙ୍କ ରଚିତ “ରତ୍ନାକର ଚମ୍ପୁ”, “କିଶୋର ଚନ୍ଦ୍ରାନନ ଚମ୍ପୁ”, “କବିତା କଲ୍ଲୋଳିନୀ” , “ସଙ୍ଗୀତ... [ କ୍ରମେ ସବିଶେଷ ]
କବିସୂର୍ଯ୍ୟ ବଳଦେବ ରଥଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ଶୁସାନ୍ତ କୁମାର ପରିଡା |  ଜାନୁଆରୀ ୨୫, ୨୦୧୨ - ୬:୧୪ ପୂର୍ବାହ୍ନ

    ଓଡିଆ ଭାଷା କୁ ଇନଟରନେଟ୍ ରେ ଦେଖି ବେଶି ଗର୍ବ ଅନୁଭବ ହେଉଛି

  • ୨. ମୁରଲିଧର କବି |  ଫେବୃଆରୀ ୫, ୨୦୧୨ - ୧୨:୧୬ ପୂର୍ବାହ୍ନ

    Print media bhali electronic media re prasar jari rahile odia
    tara stithiku bishwasahitya etihas re tara stithi ku jahir karipariba, jai Jagannath.

  • ୩. ସେଖ୍ ମ୍ସୁଦ୍ |  ଫେବୃଆରୀ ୨୧, ୨୦୧୨ - ୧:୪୩ ପୂର୍ବାହ୍ନ

    ଏହା ଏକ ସୁନ୍ଦର୍ ପ୍ରୟାସ ଏଭଳି ଏକ ଅଭିନବ ସାଇଟ୍ ପାଇ ଧନ୍ୟବାଦ

  • ୪. Rabindra Kumar Pani |  ମାର୍ଚ୍ଚ୍ ୧୬, ୨୦୧୨ - ୬:୦୦ ପୂର୍ବାହ୍ନ

    It is a magnificent efforts to reproduce old verses of Kabisurya Baladeb Rath in your E. Magazine.

  • ୫. ସନ୍ତୋଷ କୁମାର ମହାନ୍ତି, ବଡମ୍ବା, କଟକ |  ମେ ୨୩, ୨୦୧୭ - ୬:୦୪ ପୂର୍ବାହ୍ନ

    ଉତ୍ତମ ପ୍ରୟାସ । ଅର୍ଥ ସହିତ ସଙ୍ଗୀତ ଉପସ୍ଥାପନା କଲେ ଭଲ ହୁଅନ୍ତା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )