ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ତରୁଣକାନ୍ତି ମିଶ୍ର
ସୀତାକାନ୍ତ ମହାପାତ୍ର
ଭୂପେନ୍‌ ମହାପାତ୍ର
ରବି ଶତପଥୀ
ଡକ୍ଟର ମାୟାଧର ମାନସିଂହ
ଗନ୍ତାୟତ ଶିବପ୍ରସାଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଆହେ ଓଡ଼ିଶାର ଜନତା
 |- ମନମୋହନ ମିଶ୍ର
 
 
ତା: ଅକ୍ଟୋବର୍ ୨୭, ୨୦୧୨  
 

ଆହେ ଓଡ଼ିଶାର ଜନତା
ପୋଡ଼ିଯାଉ ମୋର ଲେଖକ ହେବାର
ନଗଲା ଯଦି ମୋ ବାରତା ୤
ପୋଡ଼ିଯାଉ ମୋର ସଳଖ ସୁନ୍ଦର
ନାନା କାରୁକାମ ଶବଦ,
ପୋଡ଼ିଯାଉ ମୋର ସଜଫୁଟା ଫୁଲ
ଭଳି ସନାତନ ଦରଦ ୤
ମୋ ଗୀତ ପଦିକେ ତୁମର କାହାଣୀ
ତୁମେ ବୁଝି ନପାର,
ଧିକ ଧିକ ମୋର କବି ବୋଲାଇବା
ଧିକ ମୋ ଲେଖକ ହେବାର
ତୁମେ ଯଦି ହେଲ କଚେରୀ ଦୁଆରେ
ସାହୁକାରେ ହାତେ ନିଲାମ
ବାଲି ଗରଡ଼ାଟି ପାଲଟିଲା ସିଏ
ମଣିଥିଲ ଶାଳଗିରାମ ୤

ଆଠ କାଳି ବାରମାସି ଖଟି ଖଟି
ପେଟକୁ ଦାନା ନ ଜୁଟିଲା
ସେହି ପେଟ ଲାଗି ଏକଠୁଳ ହେବ
ଏକଥା ଯେବେ ନ ଫୁଟିଲା,
ଯାଏ ଆସେ କେତେ କେତେଟା ପତ୍ରିକା
ମୋ କବିତା ଲେଖା ଛାପିଲେ
ଯାଏ ଆସେ କେତେ କେଉଁ ଗୁଣିଆ ସେ
ମୋ କବିତା ଗୁଣ ମାପିଲେ,
ଆହେ ଓଡ଼ିଶାର ଜନତା
ତୁମକୁ କରିଲି ଅବ୍ୟୟ ମୁହିଁ ଆପେ ବୋଲାଇଲି କରତା୤

ମୋତେ ବହଲାଇ କେତେ ବଚନିକା
କରି ନାହିଁ ମୁହଁ ତିଆରି !
“କବିତା କି ତୁଚ୍ଛା ଅଦାର ବେପାର
ମୁରୂଖର ସାଗ କିଆରି ?”
ତୁମକୁ କରିଲି ଅଳ୍ପ ମୂରୂଖ
ମୋ ଲେଖାକୁ କଲି ଆରସି
ତୁମକୁ ବିଚାରେ ଅରସିକ ଜନ
ମୋ ଗୀତକୁ ନାହିଁ ପରଶି ୤
ମୋ କବି ପଣିଆ ରହିଲା ମୋ ପାଶେ
ତୁମେ କଲ ଦୂରୁଁ ଜୁହାର
ଢାଳେ ନ ଢାଳିଲ କରୁଣା ପଲକ
ଯେତେ ବହି କଲି ବାହାର୤
ନବ ଯଉବନୀ ଛବି ଚମକାଇ
କେତେ ପତ୍ରିକା ଛାପିଲି
କେତେ ନାଗରୀର ଚରଣ ଅଳତା
ଲେଖି ଲେଖି କାଳ ଯାପିଲି ୤

ନୂଆ ରସକେଳି ନବ ନଟୁଚୋରୀ
ଯେତେ ଯେତେ କଲି ବାହାର
ଜନନୀ ଭଗନୀ ଅପମାନେ ମଲେ
ତେବେ ନ ଚଳିଲା ବେଭାର !
କିଏ ମନ କଲୁଁ ବିଲାତର କବି
ଏଲିଏଟ୍‌ ହେବୁ ଏ ଦେଶେ
ନବୀନ ଭଞ୍ଜ ସମରାଟ ହେବୁଁ
ଜନତାକୁ ଦେବୁ ଆଦେଶେ ୤
କିଏ ସେ ସାଜିଲୁଁ ବଢ଼ିଆ କଥକ
ମୋ-ପାସାଁ ବନିଲୁ କଟକେ
କିଏ ସେ ମାଜିଲୁ କଲମ ମୂନରେ
ନୋବେଲ ପ୍ରାଇଜ୍‌ ଝଟକେ ୤
ଆପେ ଲେଖି ଆପେ ଗ୍ରାହକ ହୋଇଲୁ
ପରସ୍ପରେ ଦେଲୁ ବଧାଇ,
ଆମେ ପାଲଟିଲୁ ଶିରୀ ଚଇତନ
ଆମେ ହିଁ ଜଗାଇ ମାଧାଇ ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମନମୋହନ ମିଶ୍ର
ମନମୋହନ ମିଶ୍ର
ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଏବଂ ତତ୍କାଳୀନ ସାମନ୍ତବାଦୀ ଓ ଔପନିବେଶିକ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ହାସଲ କରିବା ଲକ୍ଷ ନେଇ ମନମୋହନ ମିଶ୍ର(୧୯୨୦-୨୦୦୦) କବିତା ଲେଖିବା, ସ୍ବର ସଂଯୋଜନା କରିବା ଏବଂ ସ୍ବରଚିତ କବିତାଗୁଡ଼ିକୁ ଆବୃତ୍ତି କରି ଦେଶର ଅଗଣିତ ଖଟିଖିଆ, ମୁକ୍ତିକାମୀ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ୤ କବି ମନମୋହନ ଦୀର୍ଘ ୬୬ ବର୍ଷ ଧରି ଅସଂଖ୍ୟ ବିଳ୍ପବୀ କବିତା ରଚନା କରି ଯାଇଛନ୍ତି୤ ପୀଡ଼ିତ ଲୋକର ପ୍ରାଣର ସ୍ବର, ମର୍ମବେଦନା ତାଙ୍କ କବିତାର ଏକ ପ୍ରମୁଖ ଉପାଦାନ୤... [ କ୍ରମେ ସବିଶେଷ ]
ମନମୋହନ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Sandip K Dasverma, Richland |  ଅକ୍ଟୋବର୍ ୩୧, ୨୦୧୨ - ୫:୪୫ ଅପରାହ୍ନ

    Manmohan babu was a fiery at the same time erudite leader. In this one poem he has at least 10 references, which need knowledge of a higher level. He has taken names of Bhanja, Eliot, Maupassant, Nobel prize, Sri Chaitanya with ease and erudition. However his heart is with the public:
    ଆହେ ଓଡ଼ିଶାର ଜନତା
    ତୁମକୁ କରିଲି ଅବ୍ୟୟ ମୁହିଁ ଆପେ ବୋଲାଇଲି କରତା୤
    ବା
    ଧିକ ଧିକ ମୋର କବି ବୋଲାଇବା
    ଧିକ ମୋ ଲେଖକ ହେବାର
    ତୁମେ ଯଦି ହେଲ କଚେରୀ ଦୁଆରେ
    ସାହୁକାରେ ହାତେ ନିଲାମ
    ବାଲି ଗରଡ଼ାଟି ପାଲଟିଲା ସିଏ
    ମଣିଥିଲ ଶାଳଗିରାମ ୤
    What self-contempt he expresses here. He was a great poet and writer – and true people’s leader. We were lucky that we grew up in a time with such selfless & passionate, leaders.

  • ୨. କିରାତ କାଲୋ Bamara , Sambalpur |  ମେ ୨୩, ୨୦୧୫ - ୧୧:୨୯ ପୂର୍ବାହ୍ନ

    Manmohan mishraanka hata lekha kabita , prabandha ru mu bahuta sikhya paichhi, tanku mora namaskar.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )