ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରବିବାର
 |- ସୌରୀନ୍ଦ୍ର ବାରିକ
 
 
ତା: ଏପ୍ରିଲ୍ ୨୬, ୨୦୧୯  
 

ରବିବାର ଦିନ କେମିତି ସକାଳୁ ହେବାକୁ ଡେରି ଡେରି ହୁଏ।
ଡେରିରେ ବି ଘଣ୍ଟାବାଜେ ଚା’ ଶୋଷ ଖୁବ୍‌ ବଢ଼ିଯାଏ॥

ସକାଳଟା ବଡ଼ ମିଠା, ବଡ଼ ମିଠା ଚାହିଁ ଚାହିଁ ଶୋଇ ରହିଥିବା।
ଦୁଃସ୍ୱପ୍ନ ପରି ହାକିମ, ଫାଇଲ୍‌ ସବୁ କିଛି ଭୁଲିଯିବା।
ବଡ଼ ମିଠା ଶୋଇ ଶୋଇ ଖାଲି ଅନାଇ ରହିବା॥

ରବିବାର। ଘରେ ଗାଳିଟା ବି ମିଠା।
ଗାଳି ଖାଇ ବିଛଣା ଛାଡ଼ିବା,ଗାଳି ଖାଇ ଗାଧୋଇବା,
ଭାତ ଥାଳି ପାଖକୁ ଆସିବା ପୁଣି
ଗାଳି ଖାଇ ବଳାଇ ବଳାଇ ସବୁ ଭାତକୁ ଖାଇବା॥

ରବିବାର। ସମୟରେ ଜଙ୍କ୍‌ ଧରେ ଅତୀତ ପୁଣି
ଭବିଷ୍ୟତ। ସବୁ ବାଜେ କଥା।
ଜୀବନବୀମା, ପାଶ୍‌ବୁକ୍‌, ନୂଆଘର,
ଲୋନ୍‌ ଆଦି ସବୁ ବାଜେ କଥା।
ସତ ରବିବାର ଖାଲି। ଖାଲି ରବିବାର॥

ସବୁତ ବିଳମ୍ବ ତଥାପି କେମିତି କେଜାଣି
ତାସ୍‌ ମୁଠାରୁ ଖୁବ୍‌ ତରତର ଦିନ ଖସିଯାଏ।
ତରତର ହୋଇ ରବିବାର ପୁଣି
ଶୋଇବା ଘରେ ତା’ ଆଲୁଅ ନିଭାଏ।
ଅଳସୁଆ ମନ ନେଇ ରବିବାରର
ଅଧରରୁ ସବୁ ମିଠା ଶୋଷି ନେଲା ବେଳେ କାଲି ପୁଣି
ସୋମବାର ଚଡ଼କ ପରି।
ହଠାତ୍‌ ମନେ ପଡ଼ିଯାଏ॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସୌରୀନ୍ଦ୍ର ବାରିକ
ସୌରୀନ୍ଦ୍ର ବାରିକ
ସୌରୀନ୍ଦ୍ର ବାରିକ(୧୯୩୮-୨୦୧୬) ପେଶାରେ ଜଣେ ଅଧ୍ୟାପକ ଥିଲେ ମଧ୍ୟ ନିଶା ତାଙ୍କର ଥିଲା କବିତା ଲେଖିବା। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିବାରେ ସେ ସିଦ୍ଧହସ୍ତ ଥିଲେ। ବିଶେଷ କରି ସାହିତ୍ୟର ବିଭିନ୍ନ ବିଭାଗରେ ଅନ୍ୟଭାଷାରୁ ଓଡ଼ିଆକୁ ଅନୁବାଦ ସହିତ ସମାଲୋଚନା ସାହିତ୍ୟରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କ ରଚିତ କବିତା ଗ୍ରନ୍ଥ ମଧ୍ୟରେ ‘ସାମାନ୍ୟ କଥନ’, ‘ଉପଭାରତ’, ‘ ଆକାଶ ପରି ନିବିଡ଼’, ‘ଅନୁ ଭାରତ’, ‘ପଢ଼ ବା ନ ପଢ଼’ ଆଦି ଅନ୍ୟତମ। ସେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ମନ୍ମଥ କୁମାର ଦଳେଇ |  ଜୁଲାଇ ୨୬, ୨୦୧୯ - ୧୧:୩୮ ଅପରାହ୍ନ

    Nice Poetry

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ