ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ମନୋରଞ୍ଜନ ପାଣିଗ୍ରାହୀ
ଅମରେଶ ବିଶ୍ବାଳ
କାମାକ୍ଷୀ ପ୍ରସାଦ ଦାଶ
ତ୍ରିନାଥ ସିଂହ
ଡକ୍ଟର ମାୟାଧର ମାନସିଂହ
ବୈକୁଣ୍ଠନାଥ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୨୯, ୨୦୧୭  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

‘କ’ଣ ଯେ କହୁଛ ତୁମେ ମୁଁ ବୁଝିପାରୁ ନାହିଁ ଆଦୌ ’- କହିଲେ ଶ୍ରୀମତୀ ମୁଷୁଦା। ‘ ସାତନମ୍ବର ପଞ୍ଜୁରୀ ତ ଏଇଠି ! ତୁମେ କେଉଁଠି ୟାମାଶାରୀ ?’

ମୁଁ ଏଇଠି ଏଇ ପଞ୍ଜୁରୀରେ। ‘ସ୍ୱାମୀଙ୍କ କଣ୍ଠସ୍ୱର ସହିତ ଦୀର୍ଘ ପନ୍ଦରବର୍ଷ ଧରି ପରିଚିତ ଥିଲେ ଶ୍ରୀମତୀ ମୁଷୁଦା – ‘ ମୁଁ ଏଇଠି। ତେବେ ୟା ’ ଭିତରେ ମୁଁ ନିଜେ ପାଲଟିଯାଇଛି ଗୋଟିଏ ଧିଳାମୂଷା। ଖୁବ୍‌ ପାଖକୁ ଆସିଲେ ତୁମେ ମୋତେ ଚିହ୍ନିପାରିବ ଡାର୍ଲିଂ। ମୂଷା ହେଲେ ବି ମଣିଷଙ୍କପରି କଥା କହିବାର ଶକ୍ତି ମୁଁ ହରାଇ ନାହିଁ। ’
‘ ୟାମାଶାରୀ, ୟାମାଶାରୀ ’- ଭୋ ଭୋ କାନ୍ଦିଉଠିଲେ ଶ୍ରୀମତୀ ମୁଷୁଦା ଓ ଏ ଯାଏଁ ପ୍ରାୟ ତଟସ୍ଥ ରହିଥିବା ତାଙ୍କର ଦୁଇଟି ଶିଶୁ ପୁତ୍ର।

ଗବେଷଣାଗାରରେ ଭୋ ଭୋ କାନ୍ଦିବା ଯେ ଜାପାନୀମାନଙ୍କ ପକ୍ଷରେ ନିହାତି ଅଶୋଭନୀୟ ପର ମୁହୂର୍ତ୍ତରେ ପରେ କିନ୍ତୁ ଏହା ସ୍ମରଣ ହେଲା ଶ୍ରୀମତୀ ମୁଷୁଦାଙ୍କର।
‘ ତୁମର ଏପରି ଦୂରବସ୍ଥା କାହିଁକି ହେଲା, ପ୍ରଫେସର ?’ କୋହକୁ କୌଣସି ମତେ ଚାପିରଖି ପ୍ରଶ୍ନକଲେ ଶ୍ରୀମତୀ ମୁଷୁଦା।

‘ ଦୂରବସ୍ଥା ?’- ଠୋ ଠୋ ହସିଉଠିଲା ସାତନମ୍ବର ପଞ୍ଜୁରୀର ଧଳା ମୂଷାଟି – ‘ ଦୂରବସ୍ଥା ଶବ୍ଦଟି କାହିଁକି ଉଚ୍ଚାରଣ କଲ ଜାଣେନା। ସ୍ୱଇଚ୍ଛାରେ ହିଁ ମୁଁ ପାଲଟିଯାଇଛି ମୂଷାଟିଏ। କାରଣ ‘ ସ୍ୱଇଚ୍ଛାରେ ?’ ପୁଣି ଭୋ ଭୋ କାନ୍ଦିଉଠିଲେ ଶ୍ରୀମତୀ ମୁଷୁଦା – ‘ ସ୍ୱଇଚ୍ଛାରେ ତୁମେ ମୂଷା ପାଲଟିଗଲ ପ୍ରଫେସର ?’

‘ ହଁ ଡାର୍ଲିଂ ’- କହିଲେ ପ୍ରଫେସର – ‘ ସ୍ୱଇଚ୍ଛାରେ। କାରଣ ନିଜେ ମୂଷା ନ ହେଲେ ସୁଦ୍ଧା ଏହା ଉପଲବ୍‌ଧି କଲି ମୁଁ। ବୈଜ୍ଞାନିକ ଯାହା ସମ୍ପର୍କରେ ଗବେଷଣା କରେ, ସେ ନିଜେ ତାହା ସହିତ ଏକାକାର ହେବା ନିହାତି ପ୍ରୟୋଜନ। ବାହ୍ୟ ଅବସ୍ଥାରୁ ନୁହେଁ, ବସ୍ତୁ ବା ଜୀବର ଅନ୍ତଃକରଣରେ ପ୍ରବେଶ କଲେ ହିଁ ବସ୍ତୁ ବା ଜୀବନର ରହସ୍ୟ ବୁଝିହେବ। ଅନ୍ୟ ସହିତ ଏକାକାର ନ ହୋଇ ଅନ୍ୟକୁ ବୁଝିବାର ପ୍ରୟାସରେ ଅହରହ ସମୟ ଓ ଶକ୍ତିର ଅପଚୟ କରୁଛନ୍ତି ବିଶ୍ୱର ବୈଜ୍ଞାନିକମାନେ…। ’

ଆଉ ଧୈର୍ଯ୍ୟ ନଥିଲା ଶ୍ରୀମତୀ ମୁଷୁଦାଙ୍କର। ଯେ କୌଣସି ମୁହୂର୍ତ୍ତରେ ଚୈତନ୍ୟ ହରାଇବେ ସେ – ଏଇ ନିର୍ଜନ ଉଜ୍ଜ୍ୱଳ ଗବେଷଣାଗାରରେ – ଏହିପରି ମନେହେଉଥିଲା ତାଙ୍କର। ଶିଶୁପୁତ୍ର ଦୁଇଟିଙ୍କୁ ଜାବୋଡ଼ିଧରି ଶେଷଥର ପାଇଁ ଚିତ୍କାରକଲେ ସେ ‘ସାୟନାରା, ୟାମାଶାରୀ ସାୟନାରା।’

‘ ମୋ ପାଇଁ ଆଦୌ ମନକଷ୍ଟ କରିବ ନାହିଁ – ସାତନମ୍ବର ପଞ୍ଜୁରୀରୁ ଶୁଭୁଥିଲା ପ୍ରଫେସରଙ୍କ କଣ୍ଠସ୍ୱର – ‘ ଜାପାନ ତଥା ପୃଥିବୀର କଲ୍ୟାଣ ପାଇଁ ମୁଁ ବରଣ କରିନେଲି ମୂଷାର ଜୀବନ। ମୂଷାମାନଙ୍କ ଜୀବନର ସକଳ ରହସ୍ୟ ବର୍ତ୍ତମାନ ମୋ ନିକଟରେ ସ୍ପଷ୍ଟ। ଏପରିକି ମୁଁ ପ୍ରାଞ୍ଜଳ କଥାବାର୍ତ୍ତା କରିପାରୁଛି ମୂଷାମାନଙ୍କ ସଙ୍ଗେ। ତୁମେ ବିଶ୍ୱାସ କର, ଶ୍ରୀମତୀ ମୁଷୁଦା, ମଣିଷ ସମାଜରେ ରହିବାଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ ମୁଷାମାନଙ୍କ ସହିତ ରହିବା। ସ୍ନେହ, ପ୍ରେମ, ଈର୍ଷା, କ୍ରୋଧ – ସବୁରେ ପରିପୂର୍ଣ୍ଣ ଏଇ ମୂଷାମାନଙ୍କ ସଂସାର। ତା’ ଛଡ଼ା ଶ୍ରୀମତୀ ମୁଷୁଦା, ଯଦି କିଛି ମନେ ନକର, ମୁଁ ଏଠି ଗୋଟିଏ ନୀଳ – ନୟନା ଚପଳାଙ୍ଗୀ ମୂଷାର ପ୍ରେମରେ ପଡ଼ିଛି, ଠିକ୍‌ ଯେମିତି ତୁମ ପ୍ରେମରେ ପଡ଼ିଥିଲି, ଟୋକିଓ ୟୁନିଭରସିଟିରେ ଛାତ୍ର ଥିଲାବେଳେ, ଅଠର ବର୍ଷ ତଳେ !’

ପ୍ରଫେସରଙ୍କ ବାକ୍ୟଟି ଶେଷହେବା ଆଗରୁ ଗବେଷଣାଗାରରୁ କ୍ଷୀପ୍ର ଗତିରେ ପଳାୟନ କରିଥିଲେ ଶ୍ରୀମତୀ ମୁଷୁଦା ଶିଶୁପୁତ୍ର ଦୁଇଟିଙ୍କୁ ଘୋଷାରି ଘୋଷାରି। ତେବେ ବେଶ୍‌ କିଛି ସମୟ ଗବେଷଣାଗାରରେ ଖେଳି ବୁଲୁଥିଲା ତାଙ୍କର କରୁଣ ବୁକୁଫଟା ଚିତ୍କାରର ପ୍ରତିଧ୍ୱନି !

ପ୍ରଫେସର ମୁଷୁଦା ମୂଷା ପାଲଟି ଯାଇଥିବାର ସମ୍ବାଦ ପ୍ରଚାରିତ ହୁଅନ୍ତେ ଜାପାନ ଓ ଜାପାନ ବାହାରୁ ବହୁ ସାମ୍ବାଦିକ ଓ ବୈଜ୍ଞାନିକ ଛୁଟିଲେ ତାଙ୍କ ଦର୍ଶନ ତଥା ତାଙ୍କ ସହିତ ସାକ୍ଷାତ୍‌କାର ପାଇଁ। ତାଙ୍କର ଫଟୋମାନ ପ୍ରକାଶିତ ହେଲା ପତ୍ରପତ୍ରିକାମାନଙ୍କରେ। ଟେଲିଭିଜନରେ ବହୁବାର ପ୍ରଚାରିତ ହେଲା ସାତନମ୍ବର ପଞ୍ଜୁରୀର ସେଇ ଧଳାମୂଷାଟି ସହିତ ବୈଜ୍ଞାନିକମାନଙ୍କ ଆଲୋଚନା। ମୂଷାମାନଙ୍କୁ ବୁଝିବାକୁ ହେଲେ ନିଜେ ମୂଷା ହେବାକୁ ହେବ’ – ଏହିହିଁ ଥିଲା ବିଶ୍ୱର ବୈଜ୍ଞାନିକମଣ୍ଡଳୀ ପାଇଁ ପ୍ରଫେସର ମୁଷୁଦାଙ୍କ ସବୁଠାରୁ ମୂଲ୍ୟବାନ ଶେଷବାର୍ତ୍ତା।

ମୂଷାମାନଙ୍କ ଜୀବନର ସକଳ ରହସ୍ୟ ପୁସ୍ତକାକାରରେ ଲିପିବଦ୍ଧ କରିଯିବେ – ଏହିପରି ଆଶା କରାଯାଉଥିବାବେଳେ ହୃଦ୍‌ଯନ୍ତ୍ରକ୍ରିୟା ବନ୍ଦ ହୋଇ ଆକସ୍ମିକ ମୃତ୍ୟୁ ହେଲା ପ୍ରଫେସର ମୁଷୁଦାଙ୍କର। ମନୁଷ୍ୟମାନଙ୍କ ଜୀବନର ସକଳ ରହସ୍ୟ-। ମୂଷାମାନଙ୍କ ଜୀବନର ରହସ୍ୟ ଉଦ୍‌ଘାଟିତ ହୋଇଥିଲେ ମନୁଷ୍ୟ ଜୀବନର ରହସ୍ୟମାନ ପ୍ରକାଶିତ ହୋଇଥାଆନ୍ତା – ଏହି ସମ୍ଭାବନାଟି ହିଁ ସମ୍ଭାବନାରେ ରହିଗଲା ଚିରକାଳ ପାଇଁ।

ତେବେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କବର ଦିଆଯାଇଥିଲା ପ୍ରଫେସର ମୁଷୁଦାଙ୍କୁ। ତାଙ୍କର ଅନ୍ତିମ ଇଚ୍ଛା ଅନୁସାରେ ସେ ଚିର ବିଶ୍ରାମ ଲଭିଥିଲେ ତାଙ୍କର ପ୍ରିୟ ମୂଷାମାନଙ୍କ ସମାଧିପୀଠରେ !!!

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗଣେଶ୍ୱର ମିଶ୍ର
ଗଣେଶ୍ୱର ମିଶ୍ର
ଗଣେଶ୍ୱର ମିଶ୍ର(୧୯୪୨-୨୦୧୫) ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆଭାଷାର ପାଠକମାନଙ୍କ ନିକଟରେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ଅନୁବାଦକଭାବେ ପରିଚିତ ଥିଲେ। ଜୀବନର ଶେଷ ସମୟରେ ସେ ଦୈନିକ ଓଡ଼ିଆ ସମ୍ପାଦପତ୍ର ପ୍ରମେୟର ର ପ୍ରତିଷ୍ଠାତା ସମ୍ପାଦକଭାବେ କିଛି ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରକାଶିତ ରଚନାବଳି ମଧ୍ୟରେ ‘ ସାମୁଦ୍ରିକ’ ଓ ‘ନେତା’ - ଉପନ୍ୟାସ, ‘ ଅନ୍ଧାର’- ଗଳ୍ପ ସଙ୍କଳନ, ‘ବିଶ୍ୱ ସାହିତ୍ୟ ପରିଚୟ’- ସମାଲୋଚନା ଗ୍ରନ୍ଥ ଏବଂ ଅନୁବାଦ ଗ୍ରନ୍ଥ ‘ଜାହାନାରାର... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤