ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜଗଦୀଶ ମହାନ୍ତି
ଲକ୍ଷ୍ମୀଧର ନାୟକ
ବିପ୍ର ଆଚାର୍ଯ୍ୟ
ପ୍ରଦୀପ ନାୟକ
ଶୈଳେନ୍ଦ୍ର କୁମାର ଜେନା
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୨୯, ୨୦୧୭  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ମୂଷାମାନଙ୍କ ସମ୍ପର୍କରେ ଗବେଷଣା କରି ସେମାନଙ୍କ ଜୀବନରେ ସକଳ ରହସ୍ୟ ଉଦ୍‌ଘାଟନ କରିବା ଏବଂ ତାହା ଜନସମାଜରେ ପ୍ରଚାର କରିବା – ଏହା ହିଁ ଥିଲା ପ୍ରଫେସର ୟାମାଶାରୀ ମୁଷୁଦାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ସାଧନା । ଅତି ଅଳ୍ପବୟସରୁ କେଜାଣି କିପରି ସେ ଆକର୍ଷିତ ହୋଇପଡ଼ିଥିଲେ ମୂଷାମାନଙ୍କ ପ୍ରତି ଏବଂ ମୂଷାମାନଙ୍କୁ ବୁଝିପାରିଲେ ହିଁ ମଣିଷ ସମାଜକୁ ସଠିକ୍‌ ବୁଝିହେବ – ଏଇ ତଥ୍ୟରେ ଥିଲା ତାଙ୍କର ଅଗାଧ ବିଶ୍ୱାସ।

ଧଳା, କଳା, ପାଉଁଶିଆ, ଈଷତ୍‌ ଲାଲ ଓ ସବୁଜ – ପ୍ରାୟ ସବୁ ରଙ୍ଗର ବିଭିନ୍ନ ଆକାରର ଅସଂଖ୍ୟ ମୂଷା ଥିଲେ ପ୍ରଫେସର ମୁଷୁଦାଙ୍କ ଗବେଷଣାଗାରରେ। ଦିନର ଅଧିକାଂଶ ସମୟ ସେ କଟାଉଥିଲେ ମୂଷାମାନଙ୍କ ଗହଣରେ – ଏପରିକି ଅଧିକାଂଶ ରାତ୍ରିରେ ସେ ଫେରୁ ନ ଥିଲେ ଫ୍ଲାଟ୍‌କୁ। ଶ୍ରୀମତୀ ମୁଷୁଦା ସ୍ୱାମୀଙ୍କ ଏତାଦୃଶ ଆଚରଣ ସହି, ପ୍ରାୟ ଅଭ୍ୟସ୍ତ ହୋଇପଡ଼ିଥିଲେ ବିବାହର ପନ୍ଦର ବର୍ଷ ଭିତରେ। ପ୍ରଫେସର ମୁଷୁଦାଙ୍କର ଯେପରି ନିଜ ପରିବାରର ସାମୟିକ ଅତିଥିପରି କେବେ କିପରି ଆବିର୍ଭାବ ହେଉଥିଲା ନିଜ ଫ୍ଲାଟ୍‌ରେ ! ପୁଣି ଆଶ୍ଚର୍ଯ୍ୟ ଯେ, ନିଜ ପରିବାର ଅର୍ଥାତ୍‌ ଶ୍ରୀମତୀ ମୁଷୁଦା ଓ ଦୁଇଟି ଶିଶୁପୁତ୍ରଙ୍କ ସହିତ ସମୟ ଅତିବାହିତ କଲାବେଳେ ସୁଦ୍ଧା ସେ, ପ୍ରାୟତଃ ଗପୁଥିଲେ ତାଙ୍କର ପ୍ରିୟ ମୂଷାମାନଙ୍କ ସମ୍ପର୍କରେ। ଗବେଷଣାଗାରର ପ୍ରତ୍ୟେକ ମୂଷାକୁ ସେ ଜାଣିଥିଲେ ବ୍ୟକ୍ତିଗତ ଭାବରେ ଏବଂ ପ୍ରତ୍ୟେକର ନାମକରଣ ମଧ୍ୟ କରିଥିଲେ। ‘ଫୁକୁନାର ମୁଡ଼୍‌ଟା କାଲିଠାରୁ ଭଲ ନାହିଁ କିମ୍ବା ସାମିତିଓ ବହୁତ ବୁଢ଼ା ହେଇଗଲାଣି ’ ହୁଏତ ଆଉ ବେଶିଦିନ ବଞ୍ଚିବ ନାହିଁ – ଶ୍ରୀମତୀ ମୁଷୁଦାଙ୍କ ପ୍ରତିକ୍ରିୟା ପ୍ରତି ତିଳେ ବି ଗୁରୁତ୍ୱ ନ ଦେଇ ପ୍ରଫେସର ମୁଷୁଦା ଏହିପରି ଗପି ଚାଲୁଥିଲେ ତାଙ୍କ ଡାଏନିଂ ଟେବୁଲ୍‌ କିମ୍ବା ବେଡ଼୍‌ ରୁମ୍‌ରେ।

ଅଧିକାଂଶ ରାତ୍ରିରେ ଅବଶ୍ୟ ଫ୍ଲାଟ୍‌କୁ ଫେରୁ ନ ଥିଲେ ମୁଷୁଦା। ଏପରିକି ଶୁଣାଯାଉଥିଲା, ମୂଷାମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟରୁ କିଛି ଉଦରସ୍ଥ କରି ରାତ୍ରି ଯାପନ କରିବାରେ କୌଣସି ଅସୁବିଧା ହେଉ ନଥିଲା ପ୍ରଫେସର ମୁଷୁଦାଙ୍କର !
ଗବେଷଣା ଓ ମୂଷାମାନଙ୍କ ପ୍ରତି ପ୍ରଫେସର ମୁଷୁଦାଙ୍କ ପ୍ରେମ ଓ ନିଷ୍ଠା କେବଳ ଜାପାନ କାହିଁକି ସମଗ୍ର ପୃଥିବୀର ମୂଷା – ବିଶେଷଜ୍ଞମାନଙ୍କ ମଧ୍ୟରେ ହୋଇ ଉଠିଥିଲା ମୁଖ୍ୟ ଆଲୋଚ୍ୟ ବିଷୟ ! ପ୍ରଫେସର ମୁଷୁଦା ଯେ, ମୂଷା ତଥା ମନୁଷ୍ୟ ସମାଜର ସକଳ ରହସ୍ୟ ଉଦ୍‌ଘାଟନ କରିବାର ଦ୍ୱାରଦେଶରେ ଉପନୀତ – ଏଥିରେ ସହମତ ଥିଲେ ବିଶ୍ୱର ବରିଷ୍ଠ ବୈଜ୍ଞାନିକମାନେ।

ହଠାତ୍‌ ଏପରି ହେଲା, ଆଉ ଫ୍ଲାଟ୍‌କୁ ଆଦୌ ଆସିଲେ ନାହିଁ ପ୍ରଫେସର ମୁଷୁଦା । ଦିନେ, ଦୁଇଦିନ ସପ୍ତାହେ, ମାସେ – ବିଚଳିତ ହେଲେ ଶ୍ରୀମତୀ ମୁଷୁଦା। ପ୍ରଫେସର ତେବେ କ’ଣ ସମ୍ପୂର୍ଣ୍ଣ ଭୁଲିଗଲେ ତାଙ୍କର ପ୍ରିୟ ପତ୍ନୀଙ୍କୁ? ଦୁଇଟି ଶିଶୁପୁତ୍ର – ତାଙ୍କର ପ୍ରିୟ ସହରକୁ ? ଏପରି ହେବ ବୋଲି କେବେ କିପରି ଅବଶ୍ୟ ଆଶଙ୍କା କରୁଥିଲେ ଶ୍ରୀମତୀ ମୁଷୁଦା। ଶେଷରେ କ’ଣ ତେବେ ସେଇଆ ହିଁ ହେଲା? ମୂଷା ଗବେଷଣା ନିଶାରେ ପ୍ରଫେସର ମୁଷୁଦା ବାହାରର ପୃଥିବୀକୁ ସମ୍ପୂର୍ଣ୍ଣ ଭୁଲିଗଲେ, ଯେପରି ନିଜକୁ ନିଜେ ବନ୍ଦୀ କରିଦେଲେ ଗବେଷଣାଗାରର ଚାରିକାନ୍ଥ ଭିତରେ !
ସନ୍ଧ୍ୟାରେ ଦିନେ ଶିଶୁପୁତ୍ର ଦୁଇଟିଙ୍କ ସହ ପ୍ରଫେସର ମୁଷୁଦାଙ୍କ ଗବେଷଣାଗରରେ ଉପସ୍ଥିତ ହେଲେ ଶ୍ରୀମତୀ ମୁଷୁଦା। ଗବେଷଣାଗାରର ଆଲୋକଗୁଡ଼ିକ କଳୁଥିଲା ବେଶ୍‌ ଉଜ୍ଜ୍ୱଳ ; ଅସଂଖ୍ୟ ମୂଷା ଜୁଳୁ ଜୁଳୁ ଅନାଉଥିଲେ କାଚର ପଞ୍ଜୁରୀ ଭିତରୁ ; କିନ୍ତୁ କାହାନ୍ତି ପ୍ରଫେସର ମୁଷୁଦା?

‘ୟାମାଶାରୀ, ୟାମାଶାରୀ, କେଉଁଠି ତୁମେ?’- ପ୍ରାୟ କାନ୍ଦ କାନ୍ଦ ସ୍ୱରରେ ଚିତ୍କାର କଲେ ଶ୍ରୀମତୀ ମୁଷୁଦା – ପ୍ରଫେସର ହୁଏତ ଆଉ ଇହଜଗତରେ ନାହାନ୍ତି, କି ଗାଏବ୍‌ ହୋଇଯାଇଛନ୍ତି କେଉଁ ଅଜ୍ଞାତ ଦେଶରେ – ଏହିପରି ଭୟଙ୍କର କଳ୍ପନାଟିଏ ମଧ୍ୟ ଉଙ୍କିମାରିଲା ଶ୍ରୀମତୀ ମୁଷୁଦାଙ୍କ ମନରେ। ତଥାପି ସେ ଚିତ୍କାର କରୁଥାନ୍ତି, ‘କେଉଁଠି ତୁମେ ୟାମାଶାରୀ ?’
‘ ମୁଁ ଏଇଠି ଡାର୍ଲିଂ, ଏଇଠି ’- ନିଜ କାନକୁ ବିଶ୍ୱାସ କରିପାରିଲେ ନାହିଁ ଶ୍ରୀମତୀ ମୁଷୁଦା। ପ୍ରଫେସର ଯେ ଗବେଷଣାଗାରରେ ଅଛନ୍ତି, ଏଇ ଆଶ୍ୱସ୍ତିରେ ତାଙ୍କ ଦେହରେ ଶିହରଣ ଖେଳିଗଲା ; ଦୁଇ ନୟନରୁ ଗଡ଼ିପଡ଼ିଲା ଦୁଇଧାର ଉଷ୍ଣ ଅଶ୍ରୁ। ‘ତୁମେ କେଉଁଠି ୟାମାଶାରୀ ?’ ଅତି ସ୍ନେହରେ ଗେହ୍ଲେଇ ହୋଇ କହିଲେ ଶ୍ରୀମତୀ ମୁଷୁଦା। ‘ ଆମକୁ ଦେଖି କେଉଁଠି ନିଜକୁ ଛପାଇ ରଖିଛି ? ତୁମେ କ’ଣ ପୂରାପୂରି ଭୁଲିଗଲ ମୋତେ – ତୁମର ପ୍ରିୟ ପୁଅ ଦୁଇଟିଙ୍କୁ, ୟାମାଶାରୀ ? ତୁମେ କ’ଣ ସତରେ ଭୁଲିଗଲ ତୁମର ପ୍ରିୟ ଓସାକା ସହରକୁ ?’

‘ ମୁଁ ନିଜକୁ କେଉଁଠି ଛପାଇ ରଖିନାହିଁ ଡାର୍ଲିଂ, ମୁଁ ଏଇଠି – ଏଇ ସାତନମ୍ୱର ପଞ୍ଜୁରୀ ଭିତରେ – ଧଳା ମୂଷାମାନଙ୍କ ଗହଣରେ -’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗଣେଶ୍ୱର ମିଶ୍ର
ଗଣେଶ୍ୱର ମିଶ୍ର
ଗଣେଶ୍ୱର ମିଶ୍ର(୧୯୪୨-୨୦୧୫) ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆଭାଷାର ପାଠକମାନଙ୍କ ନିକଟରେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ଅନୁବାଦକଭାବେ ପରିଚିତ ଥିଲେ। ଜୀବନର ଶେଷ ସମୟରେ ସେ ଦୈନିକ ଓଡ଼ିଆ ସମ୍ପାଦପତ୍ର ପ୍ରମେୟର ର ପ୍ରତିଷ୍ଠାତା ସମ୍ପାଦକଭାବେ କିଛି ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରକାଶିତ ରଚନାବଳି ମଧ୍ୟରେ ‘ ସାମୁଦ୍ରିକ’ ଓ ‘ନେତା’ - ଉପନ୍ୟାସ, ‘ ଅନ୍ଧାର’- ଗଳ୍ପ ସଙ୍କଳନ, ‘ବିଶ୍ୱ ସାହିତ୍ୟ ପରିଚୟ’- ସମାଲୋଚନା ଗ୍ରନ୍ଥ ଏବଂ ଅନୁବାଦ ଗ୍ରନ୍ଥ ‘ଜାହାନାରାର... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤