ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ଅକ୍ଟୋବର୍ ୨୦, ୨୦୦୯  
ମୂଳ ପୃଷ୍ଠାଶିଶୁ ସାହିତ୍ୟଶିଶୁ ବିଜ୍ଞାନ
 

ହୋଲି ସରିଲା୤ ଆସିଯିବ ଗ୍ରୀଷ୍ମଋତୁ୤ ବିଶେଷକରି ଆମ ସୁନ୍ଦରଗଡ଼ରେ ଖରାଦିନଟା ଅତି ଅସହ୍ୟ ହୋଇପଡ଼େ୤ ହାତ ବିଞ୍ଚଣା ନା କୁଲର୍‌, କିଛି କାମ ଦେବନାହିଁ୤ ଡହ ଡହ ଖରାବେଳେ ବାହାରର କାମ ସରିବା କ୍ଷଣି ଘରକୁ ଲେଉଟି ଥଣ୍ଡା ପାଣି ଟିକିଏ ପିଇଲେ ଯାଇ ଶାନ୍ତି୤ ଆଧୁନିକ ବିଜ୍ଞାନ ଯୁଗରେ ଥଣ୍ଡା ପାଣି ପାଟିରୁ ବାହାରିଲା କ୍ଷଣି ପ୍ରଶୀତକ (ରେଫ୍ରିଜେରେଟର୍‌) କଥା ମନ ଭିତରକୁ ଆସିଥାଏ୤ ତେବେ ରେଫ୍ରିଜେରେଟର୍‌ର ବହୁଳ ବ୍ୟବହାର ହେଉଥିଲେ ବି ଅଧିକାଂଶ ଘରେ ଏପରିକି ସହରର ସରକାରୀ ତଥା ବେସରକାରୀ କାର୍ଯ୍ୟାମୟ ଭିତରେ ମାଠିଆ ଭିତରେ ପାଣି ରହିଥିବାର ଦେଖିବାକୁ ମିଳେ୤ ଏହାର କାରଣ (ପ୍ରଶୀତଳ ପରି ନହେଲେ ବି) ମାଠିଆ ଭିତରେ ମଧ୍ୟ ପାଣି ଥଣ୍ଡା ରହିପାରେ୤ ପ୍ରଶୀତକ ଭିତରେ ଶିତଳୀକରଣ ପାଇଁ ସମ୍ପାଦକ (କମ୍ପ୍ରେସର), ସଂଘନିତ୍ର ମୂଲ୍ୟବାନ ଯନ୍ତ୍ରମାନ ଆବଶ୍ୟକ ହୋଇଥାଏ୤ ସେଇ ପରିପ୍ରେକ୍ଷୀରେ କୌଣସି ବିଶେଷ ଯନ୍ତ୍ର ନଥାଇ ସାଧାରଣ ମାଟିରେ ତିଆରି ମାଠିଆର ଶିତଳୀକରଣ ଦକ୍ଷତା ଆଶ୍ଚର୍ଯ୍ୟର ବିଷୟ ନିଶ୍ଚିତ୤

ବରଫ ଧରିଲେ ଆମକୁ ଥଣ୍ଡା ଲାଗେ, କାରଣ ଆମ ଶରୀରର ତାପମାତ୍ରା କମ୍ ଥିବାରୁ ଆମ ହାତରୁ କିଛି ଉତ୍ତାପ ବରଫକୁ ପ୍ରଭାହିତ ହୋଇଯାଏ୤ ଶରୀରର ଅନ୍ୟ ଅଞ୍ଚଳ ଅପେକ୍ଷା ହାତରେ ଉତ୍ତାପ କମିଯିବାରୁ ଆମକୁ ଥଣ୍ଡା ଅନୁଭବ ହୁଏ୤ ଆମେ କହୁ ବରଫ ଥଣ୍ଡା ଲାଗିଲା୤ ପଙ୍ଖା ବୁଲିଲେ ଆମକୁ ମଧ୍ୟ ଥଣ୍ଡା ଲାଗେ୤ କାରଣ, ପଙ୍ଖାର ଦ୍ରୁତ ପବନ ଦେହରେ ବାଜିଲେ ଦେହ ଉପରେ ଥିବା ଜଳକଣା ବାଷ୍ପ ହୋଇ ଉଡ଼ିଯାଏ୤ କିନ୍ତୁ ବାଷ୍ପୀକରଣ ପାଇଁ ଶରୀରରୁ ଜଳକଣା ଉତ୍ତାପ ଗ୍ରହଣ କରେ୤ ଶରୀରରୁ ଉତ୍ତାପ ବାହାରି ଯିବାରୁ ଆମକୁ ଥଣ୍ଡା ଲାଗେ୤ ତେଣୁ ଏଥିରୁ ବୁଝିହେଲା ଯେ ଥଣ୍ଡା ହେବାପାଇଁ ବସ୍ତୁରୁ କିଛି ଉତ୍ତାପ ବାହାରକୁ ଯିବା ଆବଶ୍ୟକ୤

ମାଟି ମାଠିଆ ସମତଳ ଦେଖାଯାଉଥିଲେ ବି ସେଥିରେ କ୍ଷୁଦ୍ର କ୍ଷୁଦ୍ର କଣା ମାନ ଥାଏ୤ ମାଠିଆ ଭିତରେ ଥିବା ପାଣି ସେଇ ରନ୍ଧ୍ର ମଧ୍ୟ ଦେଇ ବାହାରକୁ ବାହାରି ଆସେ ଓ ବାଷ୍ପୀଭୁତ ହୁଏ୤ ଖରାଦିନେ ଏହି ବାଷ୍ପୀକରଣ ପ୍ରକ୍ରିୟା ଦୂର ହୁଏ୤ ବାଷ୍ପୀକରଣ ଅର୍ଥ ଜଳକଣା ଜଳ ପୃଷ୍ଠ ଛାଡ଼ି ଉପରକୁ ଉଠିଯିବା୤ ହେଲେ ଆମେ ଜାଣୁ ଯେ କୌଣସି ବସ୍ତୁ ଗତି କରିବା ନିମନ୍ତେ ଶକ୍ତି (ଏନର୍ଜି) ଆବଶ୍ୟକ୤ ଜଳ ଅଣୁଜଳ ଅଣୁ ମଧ୍ୟରେ ଆକର୍ଷଣ ରହିଥାଏ୤ ଏହି ଆକର୍ଷଣକୁ ଅତିକ୍ରମ କରି ଜଳ ପୃଷ୍ଠ ଛାଡ଼ି ଉପରକୁ ଉଠିବା ନିମନ୍ତେ ଜଳକଣାର ଯଥେଷ୍ଟ ଶକ୍ତି ଆବଶ୍ୟକ୤ ଜଳକଣା ଏହି ଶକ୍ତି ଜଳ ପୃଷ୍ଟରୁ ହିଁ ସଂଗ୍ରହ କରିଥାଏ୤ ମାଠିଆର ପୃଷ୍ଠ ଉପରକୁ ଆସିଥିବା ଜଳର ବାଷ୍ପୀକରଣ ପାଇଁ ମଧ୍ୟ ଶକ୍ତି ଦରକାର୤ ମାଠିଆର ଓଦା ପୃଷ୍ଠରୁ ଉତ୍ତାପ ନେଇ ବାଷ୍ପରେ ପରିଣତ ହୁଏ୤ ତେଣୁ ମାଠିଆର ପୃଷ୍ଠତଳ ତଥା ମାଠିଆ ଭିତରେ ଜଳର ତାପମାତ୍ରା ହ୍ରାସ ପାଏ୤ ସେଥିପାଇଁ ମାଠିଆ ଭିତରେ ପାଣି ଥଣ୍ଡା ରହେ୤

ତୁଣ୍ଡ ବାଇଦ :
 
Odia Sahitya
Odia Sahitya
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. tanmayamishra  |  ଜାନୁଆରୀ ୧୬, ୨୦୧୦ - ୬:୩୭ ପୂର୍ବାହ୍ନ

    ଭଲ ହୋଇଛି
  • ୨. ସିଧାର୍ଥ999999  |  ସେପ୍ଟେମ୍ବର୍ ୨୪, ୨୦୧୦ - ୩:୦୫ ପୂର୍ବାହ୍ନ

    ଭଲ ହେଇଛି. ଧନ୍ୟବାଦ. ଆପଣ ଯାହା କହିଲେ ତାହା ସତ୍ୟ. ପିଲାମାନଙ୍କୁ ସାହାର୍ଯ୍ୟ କରିବ.
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤