ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

ଓଡ଼ିଆ ପିଲା ମୁହିଁରେ
 ହେମନ୍ତ ପଟେଲ, ସୁନ୍ଦରଗଡ଼
 
 
ତା: ଅକ୍ଟୋବର୍ ୧୫, ୨୦୦୯  
ମୂଳ ପୃଷ୍ଠାଶିଶୁ ସାହିତ୍ୟଶିଶୁ କବିତା
 

ଓଡ଼ିଆ ପିଲା ମୁହିଁରେ
ଓଡ଼ିଆ ପିଲା ମୁହିଁ
ରଖିବା ପାଇଁ ଜାତିର ଟେକ
ଜୀବନ ପାରେ ଦେଇ୤
ଆମରି ରାଇଜ ବାଳୁତ ବାଜିଆ
ଫଉଜ ଆଗରେ ହୋଇଥିଲା ଠିଆ
ଟିକିଏ ଡରିନାହିଁ୤

ଫୁଟିଲା ଗୁଳି ପଡ଼ିଲା ଟଳି
ଭୂଇଁଟା ହେଲା ରକତେ ନାଲି
ଜୀବନ ଗଲା ଦେଇ୤
ଆମରି ରାଇଜ ପିଲାତ ଧରମା
ମାଇଲା ଦେଉଳ ଚୁଳି
ବାରଶ ବଢ଼େଇ ଟେକ ରଖିବାକୁ
ଜୀବନକୁ ଦେଲା ବଳି
ସାଗର ବୁକୁରେ ଡେଇଁ
ଓଡ଼ିଆ ପିଲା ମୁହିଁରେ
ଓଡ଼ିଆ ପିଲା ମୁହିଁ୤

ତୁଣ୍ଡ ବାଇଦ :
 
ହେମନ୍ତ ପଟେଲ, ସୁନ୍ଦରଗଡ଼
author photo
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤