ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

ଛୋଟିଆ ଚାରା
 ଶ୍ରୀମତୀ ପୁଷ୍ପଲତା ପାଣିଗ୍ରାହୀ, ସୁନ୍ଦରଗଡ଼
 
 
ତା: ଅକ୍ଟୋବର୍ ୧୫, ୨୦୦୯  
 

ଥିଲା ଏକ ଛୋଟିଆ ବିଜ
ମାଟି ଭିତରେ ରହି୤
ସେଇ ବିଜର ଭିତରେ ଥିଲା
ଛୋଟିଆ ଚାରା ଶୋଇ୤
ସେଇ ଚାରକୁ ଧୀରେ ପବନ
ଟିକିଏ ଛୁଇଁ ଦେଲା୤

ବରଷା ଜଳ ବୁନ୍ଦାକୁ ମୁନ୍ଦା
ତା ଦେହେ ଲାଗି ଗଲା୤
ସକାଳ ହେଲା ସୁରୁଜ ଆସି
ତା କାନେ ଦେଲା କହି୤
ଅଳସୀ ନୋହି ଆଖିଟି ଖୋଲି
ବାହାରି ଆସ ତୁହି୤

ଆଖିଟି ଖୋଲି ଅଳସ ଭାଙ୍ଗେ
ଛୋଟିଆ ସେହି ଚାରା
ନୂଆଁ ସକାଳ ନୂଆଁ ଶକତି
ତା ଦେହେ ହେଲା ଭରା୤
ଅଳସ ପଣ ଛାଡ଼ିଲା ତହୁଁ
ବାହାର ହେଲା ଚାରା୤
ବଡ଼ ସୁନ୍ଦର ନୂଆଁ ସଂସାର
ସତରେ କେତେ ତୋରା୤

ତୁଣ୍ଡ ବାଇଦ :
 
ଶ୍ରୀମତୀ ପୁଷ୍ପଲତା ପାଣିଗ୍ରାହୀ, ସୁନ୍ଦରଗଡ଼
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. LOKANATH MAHANTA  |  ସେପ୍ଟେମ୍ବର୍ ୨୩, ୨୦୧୧ - ୧:୫୧ ପୂର୍ବାହ୍ନ

    khoji khoji paili aji odiya sahitya padhili majji sata kahi baku gale mo jivanara rasa paichi aji
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤