ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଥିଲା ଏକ ଛୋଟିଆ ବିଜ
ମାଟି ଭିତରେ ରହି
ସେଇ ବିଜର ଭିତରେ ଥିଲା
ଛୋଟିଆ ଚାରା ଶୋଇ
ସେଇ ଚାରକୁ ଧୀରେ ପବନ
ଟିକିଏ ଛୁଇଁ ଦେଲା
ବରଷା ଜଳ ବୁନ୍ଦାକୁ ମୁନ୍ଦା
ତା ଦେହେ ଲାଗି ଗଲା
ସକାଳ ହେଲା ସୁରୁଜ ଆସି
ତା କାନେ ଦେଲା କହି
ଅଳସୀ ନୋହି ଆଖିଟି ଖୋଲି
ବାହାରି ଆସ ତୁହି
ଆଖିଟି ଖୋଲି ଅଳସ ଭାଙ୍ଗେ
ଛୋଟିଆ ସେହି ଚାରା
ନୂଆଁ ସକାଳ ନୂଆଁ ଶକତି
ତା ଦେହେ ହେଲା ଭରା
ଅଳସ ପଣ ଛାଡ଼ିଲା ତହୁଁ
ବାହାର ହେଲା ଚାରା
ବଡ଼ ସୁନ୍ଦର ନୂଆଁ ସଂସାର
ସତରେ କେତେ ତୋରା
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. LOKANATH MAHANTA | ସେପ୍ଟେମ୍ବର୍ ୨୩, ୨୦୧୧ - ୧:୫୧ ପୂର୍ବାହ୍ନ
khoji khoji paili aji odiya sahitya padhili majji sata kahi baku gale mo jivanara rasa paichi aji