ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ଏପ୍ରିଲ୍ ୬, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

Odia Nababarsha ଭୁବନେଶ୍ବର: ଓଡ଼ିଆ ଭାଷା ପରି ଆଜି ଓଡ଼ିଆ ଘରର ପର୍ବ ପର୍ବାଣୀ, ପିଠାପଣା, ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ୤ ଖ୍ରୀଷ୍ଟିଆନମାନଙ୍କ ନୂଆବର୍ଷ ଜାନୁଆରୀ ୧ ତାରିଖଟିକୁ ପ୍ରତ୍ୟେକ ଓଡ଼ିଆ ବଡ ଧୁମ୍‌ଧାମ୍‌ରେ ପାଳନ କରୁଥିବା ବେଳେ ଖୁବ୍ କମ୍ ଓଡ଼ିଆ ଯେଉଁମାନେ ଜାଣିଥିବେ ପଣା ସଂକ୍ରାନ୍ତି (ଅପ୍ରେଲ ୧୪) ହେଉଛି ଓଡ଼ିଆ ନୂଆବର୍ଷ୤ ବାସ୍ତବରେ ଏପରି କଥା ଜଣେ ଓଡ଼ିଆ ପକ୍ଷେ ଯେତିକି ଦୁଃଖଦାୟକ, ସେତିକି ଲଜ୍ଜାଜନକ ମଧ୍ୟ୤ ତେଣୁ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଆସନ୍ତା ୧୪ ତାରିଖ, ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରିବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ସ୍ଥାନୀୟ ଓସମା ପରିସରରେ ଅନୁଷ୍ଠିତ ସଭାରେ ଆହ୍ବାନ ଦିଆଯାଇଛି୤

ପ୍ରେରଣାର ଅଧ୍ୟକ୍ଷ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡଃ. ବିମଳେନ୍ଦୁ ମହାନ୍ତି, କବି ମଙ୍ଗଳା ପ୍ରସାଦ ପ୍ରଧାନ, ସୁରଭୀ ଅନୁଷ୍ଠାନର ଗୁରୁ ପିତାମ୍ବର ବିଶ୍ବାଳ, ଅଭିନେତ୍ରୀ ଛନ୍ଦିତା ପ୍ରମୁଖ ବହୁ କଳାକାର, ନୃତ୍ୟଶିଳ୍ପୀମାନେ ଯୋଗଦେଇ ଇଂରାଜୀ ନବବର୍ଷ ସହ ଓଡିଆ ନବବର୍ଷ ପାଳନ ନିମନ୍ତେ ସମସ୍ତ ଓଡିଆଙ୍କୁ ଆହ୍ବାନ ଦେଇଥିଲେ୤ ଶେଷରେ ଏକ ଦୀପ ଶୋଭାଯାତ୍ରାରେ ସମବେତ ବ୍ୟକ୍ତିମାନେ ଜନ ଜାଗରଣ ସୃଷ୍ଟି ପାଇଁ ସହର ପରିକ୍ରମା କରିଥିଲେ୤

ତୁଣ୍ଡ ବାଇଦ :
 
Sahitya Publisher
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤