ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ଏପ୍ରିଲ୍ ୧୬, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ଓ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି୤ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୁରୁଣା ଭୁବନେଶ୍ବରର ଏକାମ୍ର କ୍ଷେତ୍ରରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ସମାପ୍ତ ହୋଇଥିଲା୤ ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଘୋଡାନାଚ, ଚଢେୟା ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ମୁଖ୍ୟ ଆକର୍ଷଣ ଥିଲା୤
ଶୋଭାଯାତ୍ରାର ଶୁଭାରମ୍ଭ ଅବସରରେ ଆୟୋଜିତ ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଅତିଥିମାନେ ଓଡିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ୤ ଉକ୍ତ ଶୋଭାଯାତ୍ରାରେ ଉତ୍କଳ ସମ୍ମିଳନୀର ବିଭିନ୍ନ ଜିଲ୍ଲା ପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ୤ ଏଥିରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଅଶୋକ ପଣ୍ଡା ଅଧ୍ୟକ୍ଷତା କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର, ଉତ୍କଳ ସମ୍ମିଳନୀର ସଭାପତି ଅଦ୍ବୈତ ପାତ୍ର ଓ ସମ୍ପାଦକ ରାଧାନାଥ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ୤

ତୁଣ୍ଡ ବାଇଦ :
 
Sahitya Publisher
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. shyama prasad sahu  |  ସେପ୍ଟେମ୍ବର୍ ୧୯, ୨୦୧୧ - ୨:୩୩ ପୂର୍ବାହ୍ନ

    bichhinnanchal re odiya nabbarsha palan karaiparile ahuri bhal hoithanta. mu jane bichinnanchalar basinda. odiya akhyar te dekhila ketya khusi lage anubhabi hi kahi parib namskar. gunamugdha , shyama prasad
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤