ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତ୍ରିନାଥ ସିଂହ
ସନତ୍‌ ରାୟ
ଫତୁରାନନ୍ଦ
ଡକ୍ଟର ମାୟାଧର ମାନସିଂହ
ବିଷ୍ଣୁପ୍ରିୟା ମହାପାତ୍ର
ବରେନ୍ଦ୍ର କୃଷ୍ଣ ଧଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମହାବିଷୁବ ସଙ୍କ୍ରାନ୍ତି ଓ ଓଡ଼ିଆ ନବବର୍ଷ
 |- ବିଷ୍ଣୁପ୍ରିୟା ମହାପାତ୍ର
 
 
ତା: ଏପ୍ରିଲ୍ ୧୨, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ୤ ସୌରମାନ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ୤ ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ୤ ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି୤ ଗୋଟିଏ ସଙ୍କ୍ରାନ୍ତିରୁ ପରବର୍ତ୍ତୀ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ଗୋଟିଏ ମାସ କୁହାଯାଏ୤ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଙ୍କ୍ରାନ୍ତି ବୋଲି ମଧ୍ୟ କୁହାଯାଏ୤ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ଅବସ୍ଥାନ କରନ୍ତି୤ ଏହି ବିଷୁବ ସଙ୍କ୍ରାନ୍ତି ଠାରୁ ସୌରମାସର ପ୍ରଥମ ମାସ ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବର୍ଷର ପ୍ରଥମ ଦିନ୤

ଏହିଦିନ ଠାରୁ ଓଡ଼ିଶାରେ ନୂତନ ପଞ୍ଜିକା ପ୍ରଚ଼ଳନ ହୁଏ୤ ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହୁଏ୤ ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ୤ “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ବା ଚିନି, ଛତୁଆ ମିଶିଥାଏ୤ “ପଣା” ଭୋଗ ଓ “ଛତୁଆ” ଭୋଗକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଏହାର ତାତ୍ତ୍ବିକ ଦିଗଟି ବୁଝାପଡ଼େ୤ ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ମାଧ୍ୟମରେ ଯୋଗକରି, ମାନବ ସମାଜକୁ ଶିକ୍ଷା ଦିଆଯାଇଛି୤ ଏହି ଋତୁରେ ପ୍ରଚୁର ଜଳଗ୍ରହଣ ପାଇଁ କେବଳ ମାନବ ସମାଜ ସମେତ ଉଦ୍ଭିଦ ଓ ପ୍ରାଣୀଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ୤ ଏ କଥାରେ ମଧ୍ୟ ଅନ୍ୟସବୁ ଧର୍ମୀୟ ଚେତନା ସହିତ ଆଉ ଏକ ରୀତି ଖଞ୍ଜି ଦିଆଯାଇଛି୤ ତାହା ହେଲା ତୁଳସୀ ଚଉଁରାର “ତୁଳସୀ ପୂଜା”୤ ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଛାମୁଡ଼ିଆ କରି, ତହିଁରୁ ଠିକ୍ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ସରୁ ଦଉଡ଼ି ସାହାଯ୍ୟରେ ମାଟି ଘଡ଼ିଟିଏ ବାନ୍ଧି ଓହଳାଇ ଦିଆଯାଏ୤ ଏହି ଘଡ଼ିର ନିମ୍ନାଂଶରେ ଛୋଟ ଛିଦ୍ରଟିଏ କରାଯାଏ୤ ଘଡ଼ିରେ ପାଣି ଭରିଦେଲେ ଅନେକ ସମୟଧରି ସୂକ୍ଷ୍ମ-ଜଳଧାର ତୁଳସୀ ମୂଳକୁ ଓଦା ରଖେ, ଜଳତାପରୁ ରକ୍ଷାକରେ ଓ ସମଗ୍ର ଜୀବଜଗତ ସହିତ ଉଦ୍ଭିଦଜଗତ ପାଇଁ ଏହା ଅପରିହାର୍ଯ୍ୟ ବୋଲି ଏଥିରୁ ପ୍ରମାଣ ମିଳେ୤ ଓଡ଼ିଆମାନଙ୍କର ବାରମାସରେ ତେରପର୍ବ ପାଳନ ମଧ୍ୟରୁ ମହାବିଷୁବ ସଙ୍କ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ୤ ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ୤ତେଣୁ ଏହି “ସଙ୍କ୍ରାନ୍ତି”କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ୤ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି୤ ହିନ୍ଦୁମାନଙ୍କ ପୂଜାରୀତି ଅନୁଯାୟୀ ଏହିଦିନ ବ୍ରାହ୍ମଣମାନଙ୍କୁ ପଣା ଓ ଛତୁଆ ପ୍ରଦାନ କରାଯାଏ୤ ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ମଧ୍ୟ ଦାନ କରିଥାନ୍ତି୤ ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ବକ ଭାବର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ୤

ସେହିପରି ଏହି ଅବସରରେ କେତେକ ସ୍ଥାନରେ “ବିଷୁବମିଳନ” ଆୟୋଜନ କରାଯାଇ ବୁଦ୍ଧିଜୀବୀ, ସାହିତ୍ୟିକ ଓ କବିମାନଙ୍କୁ ଆମନ୍ତ୍ରଣ କରି ସାହିତ୍ୟ ଆଲୋଚନା ଏବଂ କବିତା ପାଠ ଆଦି କରାଯାଇଥାଏ୤ ଏହିଦିନ ମଧ୍ୟ ପବିତ୍ର ହନୁମାନ ଜୟନ୍ତୀ ପାଳନ କରାଯାଏ୤ ବାସ୍ତବିକ୍ ଧର୍ମୀୟଚେତନା, ବିଜ୍ଞାନସମ୍ବନ୍ଧୀୟ ତତ୍ତ୍ବ, ପରିବେଶ ସଚେତନତା ଓ ଶରୀରଚର୍ଯ୍ୟାପାଇଁ ଖାଦ୍ୟପେୟ ନିର୍ଦ୍ଧାରଣ ସହିତ ସହାବସ୍ଥାନ ଆଦି ସବୁ ଦୃଷ୍ଟିକୋଣରୁ ଏ ଦିବସର ମହତ୍ତ୍ବ ଗୁରୁତ୍ବପୂର୍ଣ୍ଣ ଅଟେ୤ କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଆମେ ଓଡ଼ିଆମାନେ ଇଂରାଜୀ ନବବର୍ଷ ପରି ଓଡ଼ିଆ ନବବର୍ଷକୁ ପାଳନ କରି ନଥାଉ୤ ଅବଶ୍ୟ କିଛି ବର୍ଷ ହେଲା କେତେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ଓଡ଼ିଆ ନବବର୍ଷ ପାଳନ ନିମନ୍ତେ ଅନେକ ପ୍ରକାରର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି୤

ବିଷ୍ଣୁପ୍ରିୟା ମହାପାତ୍ର
ରାଉରକେଲା

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଷ୍ଣୁପ୍ରିୟା ମହାପାତ୍ର, ରାଉରକେଲା
ବିଷ୍ଣୁପ୍ରିୟା ମହାପାତ୍ର
ଜଣେ ଶିକ୍ଷୟିତ୍ରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ବିଷ୍ଣୁପ୍ରିୟା ମହାପାତ୍ର ଏକାଧାରରେ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁକବିତା ଆଦି ରଚନା କରିଛନ୍ତି୤ ଇସ୍ପାତ ସହର ରାଉରକେଲାର ଅନ୍ୟତମ ପୂରାତନ ସାହିତ୍ୟ ଅନୁଷ୍ଠାନ କଲ୍‌ଚରାଲ୍‌ ଏକାଡେମୀର ସମ୍ପାଦିକା ସହିତ ସହରର ଏକାଧିକ ସାହିତ୍ୟ ଅନୁଷ୍ଠାନ ସହିତ ସେ ଜଡ଼ିତ୤ ବିଶେଷ କରି ବିଦଗ୍ଧ କବିତା ରଚନା ପାଇଁ ପଠକୀୟ ସ୍ବୀକୃତି ହାସଲ କରିବା ସହିତ ରାଉରକେଲା ସମେତ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ସରୋଜ ସାହୁ |  ଏପ୍ରିଲ୍ ୧୩, ୨୦୧୨ - ୩:୪୫ ପୂର୍ବାହ୍ନ

    ପଣା ସଂକ୍ରାନ୍ତି ଆମ ରାଜ୍ୟର ନବ ବର୍ଷ ୤ ନିଜ ସଂସ୍କୃତିକୁ ଭୁଲିନଯାଇ ଏହାକୁ ପ୍ରତିବର୍ଷ ପାଳନ କରିବାକୁ ମୁଁ ଯୁବପିଢିକୁ ଆହ୍ବାନ କରୁଅଛି ୤

  • ୨. ନିଷ୍ଠା |  ଏପ୍ରିଲ୍ ୧୨, ୨୦୧୬ - ୮:୫୮ ପୂର୍ବାହ୍ନ

    ଅଭିନନ୍ଦନ ମହାଶୟା! ଆମେ ଏହାକୁ ଟୁଇଟର ରେ ପାଳନ କରୁଛୁ #OdiaNewYear

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤