ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଭୂବନେଶ୍ବର : ସାହିତ୍ୟକୁ ଜୀବନ୍ତ ରୂପରେ ରୁପାୟନ କରିବାରେ ନାଟକର ଭୂମିକା ଅବର୍ଣ୍ଣନୀୟ ସମାଜରେ ଯୁବଶକ୍ତିର ଆବଶ୍ୟକତା ଉପରେ, ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ନାଟ୍ୟାନୁଷ୍ଠାନ ରଙ୍ଗଭୂମୀ ପକ୍ଷରୁ ଆୟୋଜିତ ୫ ଦିନିଆ ଯୁବ ନାଟ୍ୟ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ଧ୍ରୁବ ଏହି ନାଟକରେ ନିର୍ଦ୍ଦେଶନା ରବିନ୍ଦ୍ର ନାଥ ଦାସ ଦେଇଥିବା ବେଳେ ପ୍ରଶାନ୍ତ ମହାପାତ୍ର ଏହାର ରଚନା କରିଛନ୍ତି
ଯୁବପିଢିର ଅବଦାନ ପ୍ରତି ସମାଜ ସର୍ବଦା ଚିନ୍ତା କରିବା ତଥା ସାମାଜିକ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଆଧାରିତ ଏହି ନାଟକ ଜରିଆରେ ଯୁବ ପିଢିକୁ ଅବହେଳା ନକରି ସେମାନଙ୍କ ଭିତରେ ଥିବା ଅର୍ନ୍ତନିହିତ ଶକ୍ତିକୁ ଚିହ୍ନି ଆଗକୁ ବଢିବାର ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସମାଜକୁ ବାର୍ତ୍ତା ପ୍ରଦାନ କରାଯାଇଛି ଏହା ଫଳରେ ସେମାନେ ଏ ଅନ୍ଧକାର ସମାଜରେ ଧ୍ରୁବ ହୋଇ ଠିଆହେବେ ଉକ୍ତ ନାଟକଟି ବେଶ୍ ରୁଚିପୂର୍ଣ୍ଣ ହେବା ସହିତ ବ୍ୟସ୍ତମୟ ଜୀବନ ମଧ୍ୟରୁ ବାହାରି ଆସି ଦର୍ଶକମାନେ କିଛି ମୂହୁର୍ତ୍ତ ପାଇଁ ନାଟକ ଦୁନିଆରେ ନିଜକୁ ହଜାଇ ଦେଇଥିବାର ଦେଖାଯାଇଥିଲା
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ରମେଶ ମାଝୀ, ମୁଖ୍ୟ ବକ୍ତାଭାବେ ରାମଚନ୍ଦ୍ର ମିଶ୍ର ତଥା ପ୍ରଯୋଜକ ଅମୀୟ ପଟ୍ଟନାୟକ, ଆଇନାର ନିର୍ଦ୍ଦେଶିକା ସ୍ନେହା ମିଶ୍ର ଏବଂ ଅନୁଷ୍ଠାନର ସଭାପତି ଆର. ଏନ୍ ଦାସ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ଏହି କାର୍ଯ୍ୟକ୍ରମଟିକୁ ମିଲନ ସଂଯୋଜନା କରିଥିଲେ