ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ସାର୍‌ ବାସୁଦେବ ସୁଢ଼ଳଦେବ
ରାଧାନାଥ ରାୟ
ଦେବେନ୍ଦ୍ର ମହାନ୍ତି
ତ୍ରିନାଥ ସିଂହ
ଗନ୍ତାୟତ ଶିବପ୍ରସାଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅଗଷ୍ଟ୍ ୬, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

‘ମାତୃଭୂମି’ ଓ ‘ମାତୃଭାଷା’ ଏ ଶବ୍ଦ ଦୁଇଟି ଉଚ୍ଚାରଣ କରିବା ମାତ୍ରକେ ଯେଉଁ କବିର ଚେତନାରେ ଏକ ଅନନ୍ୟ ଶିହରଣ ଖେଳିଯାଏ ସେଇ କବିର କବିତା ପାଠକ ଭିତରେ ସୃଷ୍ଟି କରିପାରେ ଏକ ମହନୀୟ କମ୍ପନ୤ ମାତୃଭୂମି ଓ ମାତୃଭାଷାର ପବିତ୍ର ଭାବନା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ହୃଦୟକୁ ନିତ୍ୟ ଆନ୍ଦୋଳିତ କରୁଥିଲା୤ ସେଇଥିପାଇଁ ହିଁ ତାଙ୍କ ରଚିତ କାବ୍ୟକବିତାରେ ଜାତୀୟ ପ୍ରୀତିର ସ୍ରୋତ ପ୍ରବାହିତ ହେଇଥିଲା ନିରବଚ୍ଛିନ୍ନ ଭାବରେ୤ ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ କୃତି ସହ ଯେଉଁ ପାଠକର ଆତ୍ମା ନିବିଡ଼ ଭାବରେ ସଂଯୁକ୍ତ ତାର ହୃଦୟରେ ସ୍ବତଃ ଜନ୍ମ ନିଏ ସ୍ବଦେଶ ପ୍ରତି ଅସାମାନ୍ୟ ଆବେଗ୤

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ ବର୍ଷ ଅବସରରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସମ୍ବଲପୁରର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଅଧ୍ୟାପକ ଡ. ମଣୀନ୍ଦ୍ର କୁମାର ମେହେରଙ୍କ ଦ୍ବାରା ଲିଖିତ ସ୍ବତନ୍ତ୍ର ଆଲେଖ୍ୟ

ମହତ୍ତର ଚେତନା ସମ୍ପନ୍ନ କେଉଁ କବି ବା ଭାରତ ବର୍ଷର କଥା ଭାବି ଭାବି ବିହ୍ବଳ ନାହାନ୍ତି ? ଭାରତ ଭୂମିର ପବିତ୍ରତା, ଏ ଦେଶର ମଣିଷମାନଙ୍କ ତ୍ୟାଗ, ତିତିକ୍ଷା, ସହନଶୀଳତା, ଉଦାରତା ଓ ପ୍ରେମ କାହାର ଚିତ୍ତାକାଶକୁ ବା ଆନ୍ଦୋଳିତ କରିନାହିଁ ? ଭାରତବର୍ଷର ମହାନ୍‌ ଆଦର୍ଶ କବି ଗଙ୍ଗାଧରଙ୍କୁ ସ୍ତମ୍ଭୀଭୂତ କରିଥିଲା୤ ବେଦ, ଉପନିଷଦ୍‌, ରାମାୟଣ, ମହାଭାରତ ପ୍ରଭୃତିରେ ଜୀବନର ଯେଉଁ ମହିମ୍ନ ଆଲୋକ ବିଚ୍ଛୁରିତ ସେ ସବୁ କବି ଚିତ୍ତକୁ କରି ଦେଇଥିଲା ଦ୍ରବୀଭୂତ୤ ସେଇଥିପାଇଁ ସୀତା, ଶକୁନ୍ତଳା, ଇନ୍ଦୁମତୀ, ଦ୍ରୌପଦୀ, ରାମଚନ୍ଦ୍ର, ଦୁଷ୍ମନ୍ତ, ଅଜ ପ୍ରଭୃତିଙ୍କ ଚରିତ୍ର ତାଙ୍କ ସାହିତ୍ୟରେ ଏକ ଶକ୍ତିଶାଳୀ ଓ ପ୍ରଭାବଦୀପ୍ତ୤ ତପସ୍ବିନୀ, ପ୍ରଣୟବଲ୍ଲରୀ, କୀଚକ ବଧ, ଇନ୍ଦୁମତୀ, ଅଯୋଧ୍ୟା ଦୃଶ୍ୟ ଆଦି କାବ୍ୟ ଭାରତର ଅନ୍ତରାତ୍ମା ସହ ପାଠକକୁ ସଂଯୁକ୍ତ କରିଦିଏ୤ ଭୋଗରେ ନୁହେଁ, ତ୍ୟାଗରେ ହିଁ ମଣିଷ ଜୀବନର ସାର୍ଥକତା ନିହିତ- ଏ ସତ୍ୟ ଆବିଷ୍କାର କରି ପାଠକର ଚେତନା ମୁକୁଳିତ ହୋଇଉଠେ ଅପୂର୍ବ ଭାବରେ୤

ନିଜ ଦେଶ ବୋଲି କେବଳ ଯେ ଭାରତକୁ କବି ଭଲ ପାଇଛନ୍ତି ତାହା ନୁହେଁ, ଭାରତୀୟ ସଂସ୍କୃତିର ମହନୀୟତାକୁ ସେ ପ୍ରାଣପୂର୍ଣ୍ଣ ଭାବରେ ଉପଲବ୍ଧି କରିଛନ୍ତି୤ ହୃଦୟ ଅଭ୍ୟନ୍ତରର ସକଳ ସଦିଚ୍ଛା ପ୍ରକଟ କରି ଯେଉଁମାନେ ଏ ସମାଜ ପାଇଁ ଏକ ଏକ ଉଦାହରଣ ହୋଇଯାଇଛନ୍ତି ସେମାନଙ୍କ ସୂକ୍ଷ୍ମ ଚେତନାକୁ ଗଙ୍ଗାଧର ସ୍ପର୍ଶ କରିଛନ୍ତି ଅତି ନିବିଡ଼ ଭାବରେ୤ ମହର୍ଷି ବାଲ୍ମୀକି, ବେଦବ୍ୟାସ, ମହାକବି କାଳିଦାସ ବା ଭବଭୂତିଙ୍କ ପ୍ରତି ତାଙ୍କ ଅନ୍ତରର କୃତଜ୍ଞତା ଭାବ ଯେପରି ପ୍ରକାଶିତ ହୋଇଛି, ଓଡ଼ିଶାର ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓଙ୍କ ପ୍ରତି ସେହିପରି ଭକ୍ତିଭାବ ତାଙ୍କ କବିତାର ଶବ୍ଦକୁ କରିଛି ସଜଳ୤ ପ୍ରାଚୀନ ସାହିତ୍ୟରେ ବିଚିତ୍ର ମହାନ୍‌ ଚରିତ୍ର ଓ ଭାରତବର୍ଷ ସମାଜକୁ ଆଲୋକ ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ମଣିଷମାନଙ୍କ ପ୍ରତି କବିଙ୍କର ଆକର୍ଷଣ ଅତ୍ୟନ୍ତ ଗଭୀର୤ ସେହିପରି ଏ ଦେଶର ପ୍ରକୃତିକୁ କି ନିବିଡ଼ ଭାବରେ ସେ ଭଲ ନ ପାଇଛନ୍ତି୤ ତମସା ନଦୀର ପବିତ୍ର ଜଳଧାରା, ଗଙ୍ଗାର ଉତ୍ତାଳ ତରଙ୍ଗମାଳା, ପଧାନ ପାଟର ଜଳ ପ୍ରପାତ, ପାପକ୍ଷୟ ଘାଟ, ବାଲ୍ମୀକି ଆଶ୍ରମର କିମ୍ବ କଣ୍ବମୁନିଙ୍କ ଆଶ୍ରମର ସ୍ନିଗ୍ଧ ପରିବେଶ ଗଙ୍ଗାଧର ସାହିତ୍ୟରେ ଯେପରି ସମୁଜ୍ଜଳ ଓଡ଼ିଶାର ତଥା ପଶ୍ଚିମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେହିପରି ମାର୍ମିକ୤ ଭାରତ ପ୍ରସିଦ୍ଧ ପ୍ରାକୃତିକ ସ୍ଥଳର ବର୍ଣ୍ଣନା ଦେବାବେଳେ ଓଡ଼ିଶାକୁ ସଂଯୁକ୍ତ କରି ଦେଉଥିଲେ ସେ ଚମତ୍କାର ରୀତିରେ୤ ‘ତପସ୍ବିନୀ’ରେ ବାଲ୍ମୀକି ଆଶ୍ରମରେ ବର୍ଣ୍ଣନା ବେଳେ ତେଣୁ ସେ ଲେଖିଛନ୍ତି:

ଉଜ୍ଜ୍ବଳ ଚିକ୍କଣ ନୀଳ ପତର
ପୁନ୍ନାଗ- କାନନ ଶ୍ୟାମଳରେ,
ଉଡ଼ି ଉଡ଼ିଶାରୁ ଥିଲା କି ଯାଇ,
ଦେଉଥିଲା ସତୀ-ମନ ରଞ୍ଜାଇ,
ନୀଳାଚଳ ରୂପ ଧରି
ବିଜେ ଅବା ରାମ ଲଭିବାକୁ ସୀତା
ପ୍ରୀତି- ସାଗର- ଲହରୀ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ଼.ମଣୀନ୍ଦ୍ର କୁମାର ମେହେର, ସମ୍ବଲପୁର
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. sarat kumar bhol rourkela |  ଅଗଷ୍ଟ୍ ୧୩, ୨୦୧୨ - ୧୨:୨୫ ଅପରାହ୍ନ

    ଲେଖାଟି ବହୁତ ଭଲ ଲାଗିଲା

  • ୨. sanjib |  ଅଗଷ୍ଟ୍ ୭, ୨୦୧୪ - ୩:୪୭ ପୂର୍ବାହ୍ନ

    ବହୁତ ଭଲଲଗିଲା

  • ୩. shraddha, sambalpur |  ଅକ୍ଟୋବର୍ ୩, ୨୦୧୫ - ୪:୩୨ ଅପରାହ୍ନ

    Sir,
    Namaskar lekhati bahut bhal heichi sir,padhile pathaka nije jani pariba j ehi matrubhumi o bhasa prati kabinka kipari mamatya bodha rahi thila,

  • ୪. Deepak kumar patra, kesinga |  ଅଗଷ୍ଟ୍ ୨୭, ୨୦୧୭ - ୩:୦୭ ପୂର୍ବାହ୍ନ

    Sir,
    Namaskar bahut sundar hei6i sir apanakara barnana au swabhaba kabi sri meher kebala jane swadhinata sangrami thile taha nuhe se matrubhumi o matrubhasa ku gurutba deuthile au sabu kshetra re se prabina thile kahile atyukti hebanahi …satare abe madhya kabi meher nkna lekha jane patha kaku bahut ki6i anubhaba karei thai …o …tanka lekha padhile bastaba re akhi agare drushyaman hela bhali anumit hue….

  • ୫. Pabitra Mohan Nayak, Bhubaneswar-12,odisha |  ଫେବୃଆରୀ ୨୦, ୨୦୧୮ - ୮:୫୮ ପୂର୍ବାହ୍ନ

    Very fine. Really it is heart touching.May god bless you.long live odia. Long live Odisha.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤