ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ଚନ୍ଦ୍ରଶେଖର ରଥ
ସନତ୍‌ ରାୟ
ଦେବେନ୍ଦ୍ର ମହାନ୍ତି
ମହାପାତ୍ର ନୀଳମଣି ସାହୁ
ଆଶିଷ କୁମାର କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅଗଷ୍ଟ୍ ୬, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଠିକ୍‌ ସେହିଭଳି ଚରିତ୍ର ଚିତ୍ରଣ ସମୟରେ ସେ ଚରିତ୍ରମାନଙ୍କୁ ଉତ୍କଳୀୟତାର ସ୍ପର୍ଶ ପ୍ରଦାନ କରିଛନ୍ତି୤ ପ୍ରଣୟ ବଲ୍ଲରୀର ସରଳ ହୃଦୟା ପ୍ରଣୟମୁଗ୍ଧା ଶକୁନ୍ତଳା ଉତ୍କଳ ଲଳନାର ମହିମୋଜ୍ଜ୍ବଳ ଦୃଷ୍ଟାନ୍ତ୤

ଓଡ଼ିଶା ପ୍ରତି କବିଙ୍କ ଆକର୍ଷଣ ଥିଲା ଅତି ନିବିଡ଼୤ ଛିନ୍ନ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳକୁ ଏକାଠି ଦେଖିବା ପାଇଁ ସେ ସ୍ବପ୍ନ ଦେଖିଥିଲେ୤ ପୁଣି ଓଡ଼ିଆ ଭାଷାର ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ସେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ୤ ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ, ଭାରତୀରୋଦନ, ଉତ୍କଳ ଭାରତୀଙ୍କ ନିବେଦନ, ଉଦ୍‌ବୋଧନ ଆଦି କବିତାରେ ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ଗଭୀର ମମତା ଯେକୌଣସି ପାଠକକୁ ଉଦ୍‌ବେଳିତ କରି ପକାଏ୤ ମାତୃଭୂମି ଓ ମାତୃଭାଷା ପ୍ରତି ଅନାଦର ଦେଖିଲେ ତାଙ୍କ ଅନ୍ତର ବିକ୍ଷୁବ୍ଧ ହୋଇ ଉଠୁଥିଲା୤ ସେଥିପାଇଁ କହିଛନ୍ତି ସେ:

ଯା ଭାଷା ଦୁର୍ବଳ କାହିଁ ତାର ଜ୍ଞାନ,
କାହିଁ ତାର ରାଜଦୁଆର ସମ୍ମାନ୤
ଉଚ୍ଚହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା୤

ପ୍ରତିବେଶୀଙ୍କର ସହିତ ତୁଳନା
କରି କର ନିଜ ମଧ୍ୟରେ କଳନା
ତହିଁରୁ ବୁଝିବ ନିଜେ କେଡ଼େ ଦୀନ
କରିଅଛ ପୁଣି ମାତୃଭାଷା ହୀନ୤
ମାତୃଭାଷା ପୋଥି ଛୁଇଁବାକୁ କରେ
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?

ଗଙ୍ଗାଧରଙ୍କ ସମୟରେ ଏ ପଦଗୁଡ଼ିକର ଗୁରୁତ୍ବ ଯେତିକି ଥିଲା ଆଜି ତାର ମହତ୍ତ୍ବ ତାହାଠାରୁ ବୃଦ୍ଧିପାଇଛି୤ ସ୍ବାଧୀନ ଭାରତ ବର୍ଷରେ ମାତୃଭାଷା ଯେପରି ଅନାଦୃତ ହୋଇ ରହିଛି ତାହା କେତେଜଣଙ୍କୁ ପ୍ରକୃତରେ ବିକ୍ଷୁବ୍ଧ କରୁଛି୤ ସ୍ବଜାତି ଲୋକଙ୍କୁ ଜାଗ୍ରତ କରିବା ପାଇଁ କବି ପ୍ରଦାନ କରିଛନ୍ତି ଅନ୍ତର୍ଭେଦୀ ଆହ୍ବାନ:
କୂଲ୍ୟା ଖୋଳା ହୋଇ ନ ପାରିବ ଭାଇ
ଦୁଇ ଚାରି ଜଣକରେ
ଲୋକ ଲକ୍ଷ ଲକ୍ଷ ନ ବାନ୍ଧିଲେ ସଖ୍ୟ
ନ ମିଳିଲେ ପରସ୍ପରେ୤
କୋଟିଏ ସୋଦର ଗୋଟିଏ ଜୀବନ
ନ କରିବା ଯେତେ ଦିନ,
ଧାର ନାହିଁ ଶୋଷେ ଥିବା ରହି
ଦଶା ହୋଇଥିବ ହୀନ୤

ଈଶ୍ବରଙ୍କ ଆଶୀର୍ବାଦକୁ ଉପେକ୍ଷା ନ କରିବା ପାଇଁ ସେ ଚେତାବନୀ ଦେଇଛନ୍ତି୤ ଉତ୍କଳ ବାସୀ ଓ ଉତ୍କଳ ଭାଷୀଙ୍କୁ ନବ ପ୍ରତ୍ୟୁଷରେ ନବୀନ ଭାଷାରେ ଗୋଟିଏ କଣ୍ଠରେ ଗୋଟିଏ ରାଗରେ ନୂତନ ସଙ୍ଗୀତ ଗାନ କରିବା ପାଇଁ ସେ ପ୍ରେରଣା ପ୍ରଦାନ କରିଛନ୍ତି୤ ଉଦାତ୍ତ କଣ୍ଠରେ ‘ଉତ୍କଳ-ଗୌରବ’ କବିତାରେ ପୁଣି ଗାଇଛନ୍ତି:
ଜନ୍ମଦାତ୍ରୀ ଭାତୃଭୂମି ପୁଣ୍ୟ କୀର୍ତ୍ତିଶାଳିନୀ
ପାପ ତାପ ଧ୍ବଂସୀ ଦେବ ସେବ୍ୟ ତୀର୍ଥ ମାଳିନୀ୤

ଶିଳ୍ପୀ ମାତ୍ରକେ ସ୍ବାଧୀନ ପ୍ରାଣ୤ ଇଂରେଜ ସରକାରର ଅତ୍ୟାଚାର ସହ୍ୟ କରିପାରି ନାହାନ୍ତି କବି୤ ତେଣୁ ଜୀବନର ଅନ୍ତିମ ପର୍ଯ୍ୟାୟରେ ‘ଭାରତୀ ଭାବନା’ ଲେଖି ବ୍ରିଟିସ୍‌ ରାଜତ୍ବ ବିରୋଧରେ ତୀବ୍ର ସ୍ବର ଉତ୍ତୋଳନ କରିଛନ୍ତି୤ ଏହା ମାଧ୍ୟମରେ ସ୍ବାଧୀନତା ସଂଗ୍ରାମର ମହାସ୍ରୋତ ସହିତ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ହୋଇଛନ୍ତି୤ ବରପାଲିର ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭାଗିରଥୀ ପଟ୍ଟନାୟକ ଗାଁ ଗାଁରେ ଏହି କବିତା ଗାନ କରି ଜାତୀୟତାର ବହ୍ନି ପ୍ରଜ୍ଜଳିତ କରିଥିଲେ ଜନସାଧାରଣଙ୍କ ହୃଦୟରେ୤

‘କୃଷକ ସଙ୍ଗୀତ’ ଗଙ୍ଗାଧରଙ୍କ ଭିନ୍ନ ସ୍ବାଦର ଏକ ମହତ୍ତର ସୃଷ୍ଟି୤ ଭାରତ ଭଳି କୃଷି ପ୍ରଧାନ ଦେଶରେ କୃଷକମାନଙ୍କୁ ହୃଦୟ ଦେଇ ଭଲ ପାଇବା ପାଇଁ ସେ ସମସ୍ତଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ଅପୂର୍ବ ଆବେଗ୤ କୃଷକମାନଙ୍କ ଜୀବନଶୈଳୀକୁ ସବୁ ଦୃଷ୍ଟିରୁ ମହାନୀୟ କରିବାରେ ଗଙ୍ଗାଧରଙ୍କ ସ୍ବପ୍ନ ଓ ସାଧନା ଏକାନ୍ତ ଅର୍ଥପୂର୍ଣ୍ଣ୤

ନିଜର ଗ୍ରାମ ପ୍ରତି, ଉତ୍କଳ ପ୍ରଦେଶ ପ୍ରତି ବା ଭାରତ ବର୍ଷ ପ୍ରତି ଶ୍ରଦ୍ଧା ପ୍ରକଟ କରିବା ବେଳେ ସେ କୌଣସି ଦ୍ବନ୍ଦ୍ବର ସମ୍ମୁଖୀନ ହୋଇ ନାହାନ୍ତି୤ ସମଗ୍ର ପୃଥିବୀ ମାନବ ସମାଜକୁ ସହୋଦର ଜ୍ଞାନ କରିବା ଦ୍ବାରା ଦେଶ ପ୍ରେମରେ ପୂର୍ଣ୍ଣତା ସମ୍ଭବ ହୁଏ ବୋଲି ସେ ମନେ କରିଥିଲେ୤ ମାତୃଭୂମି ଓ ମାତୃଭାଷା ପ୍ରତି ଗଙ୍ଗାଧରଙ୍କ ମମତା କେବେ ମାନବିକତା ପରିପନ୍ଥୀ ନ ଥିଲା୤ ଓଡ଼ିଆ ଭାଷାକୁ ଭଲ ପାଇବା ସଙ୍ଗେ ସଙ୍ଗେ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଓ କୋଶଳୀ ଭାଷାକୁ ଆନ୍ତରିକ ଭାବରେ ସେ ଭଲ ପାଉଥିଲେ୤ ତାଙ୍କ କାବ୍ୟ କବିତାର ଅନେକ ସ୍ଥଳରେ ସମ୍ବଲପୁରୀ ଶବ୍ଦର ପ୍ରୟୋଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂଣ୍ଣ୤

ମାତୃଭୂମି ଓ ମାତୃଭାଷା ପ୍ରତି ଅସାମାନ୍ୟ ମମତା ପ୍ରକାଶ କରିଥିବା ଏହି ମହାନ ସାହିତ୍ୟ ସ୍ରଷ୍ଟା ଆଜି ସଶରୀରେ ନାହାନ୍ତି୤ କିନ୍ତୁ ତାଙ୍କ ରଚିତ ପଦପଂକ୍ତି ଏବେବି ପାଠକର ହୃଦୟକୁ ତୀବ୍ର ଭାବରେ ଆଲୋଡ଼ିତ କରୁଛି ଓ କରୁଥିବ ଯୁଗ ଯୁଗ ବ୍ୟାପୀ୤

ମାତୃଭୂମି ମାତୃ ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି-ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?

ଏହି ଅମର ପଦଟିର ମର୍ମ ଯଥାର୍ଥ ଭାବରେ ଉପଲବ୍ଧ କରିପାରିଲେ ମାତୃଭୂମି ଓ ମାତୃଭାଷା ପ୍ରତି ଆମର ପ୍ରେମ ସାର୍ଥକ ହେବ- ଏଥିରେ ସନ୍ଦେହ ନାହିଁ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ଼.ମଣୀନ୍ଦ୍ର କୁମାର ମେହେର, ସମ୍ବଲପୁର
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. sarat kumar bhol rourkela |  ଅଗଷ୍ଟ୍ ୧୩, ୨୦୧୨ - ୧୨:୨୫ ଅପରାହ୍ନ

    ଲେଖାଟି ବହୁତ ଭଲ ଲାଗିଲା

  • ୨. sanjib |  ଅଗଷ୍ଟ୍ ୭, ୨୦୧୪ - ୩:୪୭ ପୂର୍ବାହ୍ନ

    ବହୁତ ଭଲଲଗିଲା

  • ୩. shraddha, sambalpur |  ଅକ୍ଟୋବର୍ ୩, ୨୦୧୫ - ୪:୩୨ ଅପରାହ୍ନ

    Sir,
    Namaskar lekhati bahut bhal heichi sir,padhile pathaka nije jani pariba j ehi matrubhumi o bhasa prati kabinka kipari mamatya bodha rahi thila,

  • ୪. Deepak kumar patra, kesinga |  ଅଗଷ୍ଟ୍ ୨୭, ୨୦୧୭ - ୩:୦୭ ପୂର୍ବାହ୍ନ

    Sir,
    Namaskar bahut sundar hei6i sir apanakara barnana au swabhaba kabi sri meher kebala jane swadhinata sangrami thile taha nuhe se matrubhumi o matrubhasa ku gurutba deuthile au sabu kshetra re se prabina thile kahile atyukti hebanahi …satare abe madhya kabi meher nkna lekha jane patha kaku bahut ki6i anubhaba karei thai …o …tanka lekha padhile bastaba re akhi agare drushyaman hela bhali anumit hue….

  • ୫. Pabitra Mohan Nayak, Bhubaneswar-12,odisha |  ଫେବୃଆରୀ ୨୦, ୨୦୧୮ - ୮:୫୮ ପୂର୍ବାହ୍ନ

    Very fine. Really it is heart touching.May god bless you.long live odia. Long live Odisha.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤