ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ଗଣେଶ୍ୱର ମିଶ୍ର
ଦୀପକ ମିଶ୍ର
ନିତ୍ୟାନନ୍ଦ ମହାପାତ୍ର
ଶାରଦା ପ୍ରସାଦ ମିଶ୍ର
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମାର୍ଚ୍ଚ୍ ୨୮, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

nataka2ରାଉରକେଲା: ନାଟକ ହେଉଛି ସମାଜର ପ୍ରତିଛବି୤ ଏହା ଜରିଆରେ ସମାଜକୁ ଶିକ୍ଷା, ମନୋରଞ୍ଜନ ସବୁକିଛି ଦିଆଯାଇ ପାରେ୤ ନାଟକ ଓ ନାଟ୍ୟକାରଙ୍କ ସଫଳତା ପଛରେ ଦର୍ଶକଙ୍କ ଭୂମିକା ଅନସ୍ବୀକାର୍ଯ୍ୟ୤ ଏବେ ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ନାଟକକୁ ଭିନ୍ନ ସ୍ବାଦରେ ପରିବେଷଣ କରାଯିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି୤ ଏହାଦ୍ବାରା ଓଡ଼ିଶାର ନାଟ୍ୟକଳା କେବଳ ସମୃଦ୍ଧ ହେବନାହିଁ ବରଂ ସମସ୍ତଙ୍କ ପ୍ରଚେଷ୍ଠା ଓ ସହଯୋଗ ମିଳିଲେ ଏହା ଉଜ୍ଜୀବିତ ହୋଇ ରହିବ ଏବଂ ସାରା ବିଶ୍ବ ଦରବାରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସୁଯୋଗ ପାଇବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ କହିଥିଲେ୤

ସ୍ଥାନୀୟ ସିଭିକ୍ ସେଣ୍ଟର୍‌ରେ ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କର ସ୍ବନକ୍ଷତ୍ର ଦିବସ ତଥା ବିଶ୍ବ ନାଟ୍ୟଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବା ସହ ତିନିଦିନିଆ ନାଟ୍ୟ ଉତ୍ସବ ଆରମ୍ଭ ହୋଇଥିଲା୤ ଏହି ଅବସରରେ ସଂଯୋଜକ ଅନିଲ୍ କୁମାର ମଲ୍ଲିକ ଭରପୁର ଦର୍ଶକଙ୍କୁ ବିଶ୍ବନାଟ୍ୟ ଦିବସର ବାର୍ତ୍ତା ଶୁଣାଇଥିଲେ୤ ଏହି ଉତ୍ସବରେ ହର ପଟ୍ଟନାୟକଙ୍କ ସହ ମିଶି ରାଉରକେଲାର ବିଭିନ୍ନ ଜଣାଶୁଣା କଳାକାରଗଣ ବର୍ତ୍ତମାନ ବହୁଳ ପ୍ରସାରିତ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ରହିଥିବା ପରିପ୍ରେକ୍ଷୀରେ ମଞ୍ଚନାଟକକୁ ବଞ୍ଚାଇବା ପାଇଁ ଏକ ସ୍ବରରେ ସଙ୍କଳ୍ପ ନେଇଥିଲେ୤

ପ୍ରାରମ୍ଭରେ ସମ୍ପର୍କର ଅଧ୍ୟକ୍ଷା ସୁବ୍ରତା ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ଭାସ୍କର ମହାପାତ୍ର ମାର୍ଚ୍ଚ ୨୭ରେ ପାଳିତ ହୋଇ ଆସୁଥିବା ବିଶ୍ବ ନାଟ୍ୟ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ୤ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ନାରାୟଣ ପତି ଯୋଗଦେଇ ରାଉରକେଲାକୁ ନାଟ୍ୟ ସହର ବୋଲି କହିଥିଲେ୤ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପାଇଁ ନାଟ୍ୟବନ୍ଧୁ ସମ୍ମାନ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଶେଷ ନାରାୟଣ ସିଂହଙ୍କୁ ପ୍ରଦାନ କରାଯାଇଥିଲା୤ ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ନାଟ୍ୟଚର୍ଚ୍ଚାକୁ ଉଦ୍‌ଘାଟକ ହର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ୤ ଶେଷରେ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଶବ ହଜିଛି ନାଟକ ମଞ୍ଚସ୍ଥ ହୋଇଥିଲା୤ ଏହି ଅବସରରେ ରାଉରକେଲାର ବହୁ କଳାପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤