ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ଡିସେମ୍ବର୍ ୨୨, ୨୦୦୯  
ମୂଳ ପୃଷ୍ଠାସାହିତ୍ୟ ଓ ସଂସ୍କୃତି
 

ଭୁବନେଶ୍ବର ୨୧/୨୨, ଗତକାଲି ଖାରବେଳ ନଗର ସ୍ଥିତି ଓଡ଼ିଶା ଭବନଠାରେ ଏକ ନୂତନ ଓଡ଼ିଆ ସଫ୍ଟୱେର୍ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ବ୍ୟବହାର ସମ୍ବନ୍ଧିତ ଶିବିର ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ବିତରକ, ଡିଟିପି ଅପରେଟରମାନଙ୍କୁ ସଫ୍ଟୱେର୍ ପ୍ରସ୍ତୁତକର୍ତ୍ତା ଏ. ପି. ଇନ୍‌ଫୋଆର୍ଟ୍‌ସ ପ୍ରା.ଲି. ପକ୍ଷରୁ ସୁବ୍ରତ ପୃଷ୍ଟି, ଚିନ୍ମୟ ଦାସ, ସନ୍ତୋଷ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଅପ୍ରାନ୍ତ ଓଡ଼ିଆ ସଫ୍ଟୱେର୍ ର ବ୍ୟବହାର ବିଧି ଓ ବିଶେଷତ୍ବ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ୤ ବିଶେଷକରି କମ୍ପ୍ୟୁଟରରେ ବର୍ତ୍ତମାନ ବ୍ୟବହୃତ ଅନ୍ୟ ଓଡ଼ିଆ ସଫ୍ଟୱେର୍ ଠାରୁ ଏହାର ସ୍ବତନ୍ତ୍ରତା ସମ୍ପର୍କରେ ସୂଚନା ଦେଇ ସୁବ୍ରତ ପୃଷ୍ଟି କହିଥିଲେ ଯେ, ଏହି ଅପ୍ରାନ୍ତ ଓଡ଼ିଆ ସଫ୍ଟୱେର୍ ର ପ୍ରସ୍ତୁତକର୍ତ୍ତା ଜଣେ ଓଡ଼ିଆ ହୋଇଥିବାରୁ ବଜାରରେ ମିଳୁଥିବା ବିଭିନ୍ନ ଓଡ଼ିଆ ସଫ୍ଟୱେର୍ ବ୍ୟବହାରରେ ଥିବା କ୍ଳିଷ୍ଟତା ଏବଂ ତୃଟି-ବିଚ୍ୟୁତିକୁ ଲକ୍ଷ୍ୟକରି ଆହୁରି ସରଳ ଭାବେ ଓ ଖୁବ୍ ସହଜରେ ଯେକୌଣସି ବ୍ୟକ୍ତି ଓଡ଼ିଆ ଭାଷା ଓ ଲିପି କିପରି ବ୍ୟବହାର କରିପାରିବେ-ସେସବୁକୁ ଦୃଷ୍ଟିରେ ରଖି ସଫ୍ଟୱେର୍ ପ୍ରସ୍ତୁତ କରାଯାଇଛି୤

ପୁଣି ଅନ୍ୟ ଓଡ଼ିଆ ସଫ୍ଟୱେର୍ ଅଧିକ ମୂଲ୍ୟରେ ବିକ୍ରି ହେବାଦ୍ବାରା ସାଧାରଣ ଓଡ଼ିଆ ବ୍ୟକ୍ତିର ଇଛାଥିଲେ ମଧ୍ୟ କିଣିବାରେ ଅସମର୍ଥ୍ୟ ଥିବାରୁ କମ୍ପ୍ୟୁଟରରେ ଓଡ଼ିଆ ଲିପିର ବହୁଳ ବ୍ୟବହାର ତଥା ବ୍ୟାପକ ପ୍ରୟୋଗ ହୋଇପାରୁନାହିଁ୤ ଫଳରେ ଓଡ଼ିଆ ଭାଷା ବ୍ୟବହାର କ୍ରମେ ସଂକୁଚିତ ହେବାରେ ଲାଗିଛି୤ ଏ ସବୁକୁ ଅନୁଭବ କରି ସଫ୍ଟୱେର୍ ପ୍ରସ୍ତୁତକର୍ତ୍ତା କମ୍ପାନୀ ପକ୍ଷରୁ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ସଫ୍ଟୱେର୍ ମାଗଣାରେ ମିଳିବାର ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଥିଲେ୤
ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ନାମକ ଏହି ନୂତନ ସଫ୍ଟୱେର୍ କିପରି ଖୁବ୍ ସହଜରେ ବ୍ୟବହାର କରାଯାଇପାରିବ, ସେ ସମ୍ପର୍କରେ ଚିନ୍ମୟ ଦାସ ସୂଚନା ଦେବା ସହ କମ୍ପ୍ୟୁଟର୍‌ରେ ଏହାର ନମୂନା ପ୍ରଦର୍ଶନକରି ଉପସ୍ଥିତ ସକଳଙ୍କୁ ଚମତ୍କୃତ କରିଦେଇଥିଲେ୤ ବିଶେଷକରି ଢେଙ୍କାନାଳରୁ ଆସିଥିବା ଜଣେ ବୟସ୍କ ବ୍ୟକ୍ତି ଦେବେନ୍ଦ୍ର ଦାଶ କମ୍ପ୍ୟୁଟର ବ୍ୟବହାର ଜାଣି ନଥିଲେ ମଧ୍ୟ ଏଠାରେ ନିଜେ ନିଜେ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ସାହାଯ୍ୟରେ ନିଜ ନାମ, ଠିକଣା ଆଦି ଖୁବ୍ ସହଜରେ ଲେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ୤

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କମ୍ପ୍ୟୁଟରରେ ବ୍ୟବହାର କରାଯାଉଥିବା ଅନ୍ୟ ଓଡ଼ିଆ ସଫ୍ଟୱେର୍ ଠାରୁ ଅପ୍ରାନ୍ତ ଓଡ଼ିଆ ସମ୍ପାଦକ ସଫ୍ଟୱେର୍ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଓ ଏହା ମାଗଣାରେ ମିଳିବାର ସୁବିଧା ଥିବାରୁ, ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଆଗ୍ରହୀ ବ୍ୟକ୍ତି/ଅନୁଷ୍ଠାନ aparts.org ଦେଖିବାକୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି୤

ତୁଣ୍ଡ ବାଇଦ :
 
Odia Sahitya
Odia Sahitya
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. Rabin kumar khandayatray  |  ମେ ୭, ୨୦୧୧ - ୨:୦୦ ପୂର୍ବାହ୍ନ

    Sir, I want to take a training on how to use the software.
  • ୨. Rabin kumar khandayatray  |  ମେ ୭, ୨୦୧୧ - ୨:୦୨ ପୂର୍ବାହ୍ନ

    Congratulations for doing best job to save odia bhasa.
  • ୩. dhirendu pattnaik  |  ମେ ୭, ୨୦୧୧ - ୯:୩୩ ପୂର୍ବାହ୍ନ

    Thank you very much for making this site. I was eager to a Odia site. I would like to recieve odia updates if you are sending by mail of so. Thanks again Dhirendu
  • ୪. Rashmin Kumar Mahapatra  |  ମେ ୧୫, ୨୦୧୧ - ୧୧:୫୮ ପୂର୍ବାହ୍ନ

    Oue best wishes to the Site Administrators, for the remarkable work being done by them for the Odia language/Culture. We all Odias are indebted to you for the life time. keep it up please.
  • ୫. muralidhar kabi  |  ନଭେମ୍ବର୍ ୫, ୨୦୧୧ - ୧୦:୩୭ ପୂର୍ବାହ୍ନ

    prayas jari rahile bhabishya pidhi nische garbaanubhaba karibe
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤