ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବିଜୟ ମିଶ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ନନ୍ଦ କିଶୋର ବଳ
ଶୈଳେନ୍ଦ୍ର କୁମାର ଜେନା
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୁନ୍ଦରଗଡ଼ର ଛୁଟେ ଇତିହାସ
  ଶରତଚନ୍ଦ୍ର ପାଣ୍ଡେ, ସୁନ୍ଦରଗଡ଼
 
 
ତା: ଅକ୍ଟୋବର୍ ୨, ୨୦୦୯  
ମୂଳ ପୃଷ୍ଠାଆଞ୍ଚଳିକ ଭାଷା ଓ ସାହିତ୍ୟ
 

ହାମର୍ ପୁର୍‌ନା ଗାଙ୍ଗ୍‌ପୁର୍‌ ରାଏଜ୍‌, ପୁରାନ୍‌ ଯୁଗର୍‌ ଦକ୍ଷିଣ କୋଶଳ୍‌ର ଭିତ୍ରେ ଥିଲା ବୋଲିକରି ଇତିହାସ୍‌ କହୁଛେ୤ ରଜା ରାମର୍‌ ସରଗ୍‌ବାସୀ ହେଳା ଉତ୍ତାରୁ ସେ ରାଏଜର୍ ଶାସନ୍‌ ଭାର୍‌ ପୋ କୁଶର୍‌ ଭାଗେ ପଡ୍‌ଲା, ତାହାର୍‌ ରାଜ୍‌ଧାନୀ ଥିଲା ବିନ୍ଧ୍ୟ ପର୍‌ବତ୍‌ର ତଲେ ଥିବା କୁଶିନଗର୍‌୤ ତାହାର୍‌ ପରେ ପରେ ଦକ୍ଷିଣ୍‌ କୋଶଳ୍‌ ପଶ୍‌ଚିମ୍‌ କୋଶଳ୍‌ର କଳିଙ୍ଗ ରାଏଜ୍‌ ସଙ୍ଗେ ମିଶିଗଲା ବଲି ଆଉ ଦକ୍ଷିଣ୍ କୋଶଳ୍‌ ନାଇ ହଇକରି ପଶ୍‌ଚିମ୍-କୋଶଳ୍ ନାଁ ହେଲା ୤ ସେ ସମିୟାର ରାଜ୍‌ଧାନୀ ଥିଲା ମହାନଦୀ ଖଏଁଡ୍‌ର ଶ୍ରୀପୁରା୤ ତାହାର୍ ଉତ୍ତାରୁ ସାରା ଭାରତ ବଛର୍‌ ଯେତେତେତେ ସାନ୍‌ବଡ୍‌ ରାଏଜ୍‌ଥି ଭରିଗଲା୤ ସେ ଭିତ୍‌ରୁ ହାମର୍ ଗାଙ୍ଗ୍‌ପୁର୍‌ ରାଇଜ୍‌ ଗୁଟେ, ଇତାର୍ ମୁଲ୍ ରାଜ୍‌ଧାନୀ ଥିଲା ତାର୍‌ ପଶ୍‌ଚିମ୍‌ ଦିଗେ ଥିବା ମଶାବିରା୤ ଇ ମଶାବିରା ନେ ସର୍ଗିପାଲିର୍‌ ମାଝୀ ଜମିଦାର୍ ଶେଖର୍ ବଂଶର୍‌ ପହେଲା ରଜା ଶ୍ରୀ ଗଙ୍ଗାଧର୍ ଶେଖର୍‌ ଦେଓ କେ ଲୁକେଇ କରି ରଖିଥିଲା ଆଉ ତାହାକେ ପଛେ ରଜା କରିଥିବାର୍‌ ପ୍ରମାଣ ସବୁ ଅଛେ୤ ଇହାଦେ ମଶାବିରା ହେମ୍‌ଗିର୍‌ ବଲକ୍‌ ଅଧିନ୍‌ ଥି ଅଛେ୤ ଇତାର୍‌ ପରେ ଇ ଶେଖର୍ ବଂଶର୍‌ ଦୁଇ ନମ୍ବର୍‌ ରାଜ୍‌ଧାନୀ ଇବ୍ ନଏଦ୍‌ ଖଏଣ୍‌କେ ଉଠିଆସ୍‌ଲା୤ ତାହାର୍ ନାଁ ହେଲା, ଗଙ୍ଗାଧର୍ ପୁର୍‌ଗଡ୍‌୤ ସେ ସମିୟାର୍‌ ରଜା ଗଙ୍ଗାଧର୍‌ ଶେଖର୍‌ ଦେଓଙ୍କର୍‌ ନାଁ ଅନୁସାରେ ରାଏଜର୍‌ ନାଁ ଭି ଗାଙ୍ଗ୍‌ପୁର୍‌ ହେଲା ଆଉ ରାଜଧାନୀର ନାଁ ଭି ହେଲା ଗାଙ୍ଗ୍‌ପୁର୍‌ଗଡ୍‌୤ ଏଭେ ଇଟା ସବ୍‌ଡ଼େଗା ବଲକ୍‌ଥି ଅଛେ୤ ଇତାର୍‌ ପରେ କିଛି କାରଣ୍‌ ନେଇକରି ଶେଖର୍‌ ବଂଶର୍‌ ବାର ନମ୍ବର୍‌ ରଜା ଇନ୍ଦ୍ର ଶେଖର୍‌ ଦେଓ ଗାଙ୍ଗ୍‌ପୁର୍‌ ଗଡ୍‌ନୁ ରାଜ୍‌ଧାନୀ ଉଠେଇ ନେଇକରି ନାଗ୍ରା ଜମିଦାରୀର୍‌ ରାଏବ୍‌ଗାଗଡ୍‌ କେ ନେଲେ ୤ ତାଙ୍କର୍‌ ପରେ ତାଙ୍କର୍ ପୋ ପର୍ଶୁରାମ୍‌ ଶେଖର୍ ଦେଓ ତାଙ୍କର୍ ରାଜ୍‌ଧାନୀ ରାଜ୍‌ଗାଙ୍ଗ୍‌ପୁର୍‌ ପାଖେ ନବରଙ୍ଗ୍‌ପୁର୍‌ (ଲଙ୍ଗଗଡ୍‌ ଯାହାକି ଆଝିର୍‌ ଲାଇଙ୍ଗ୍‌ ଅଟେ) କେ ଉଠେଇ ଆନ୍‌ଲେ୤ କୋପ୍‌ସିଂହା ଗାଁନେ ସର୍ଗିପାଲି ଜମିଦାର୍‌ ପ୍ରତାପ୍‌ ମାଝୀର୍‌ ମରନ୍‌ ପରେ ଜଗଦେବ୍‌ ଶେଖର୍‌ ଦେଓ ତାଙ୍କର୍‌ ରାଜ୍‌ଧାନୀ ଇବ୍‌ ନଏଦ୍‌ ଖଣିର୍‌ ଜଗତ୍‌ଗଡ୍‌ କେ ଉଠେଇ ଆନ୍‌ଲେ୤ ଇହାଦେ ଜଗତ୍‌ଗଡ୍‌ ସବ୍‌ଡ଼େଗା ବଲକ୍‌ ଭିତ୍ରେ ସୁନ୍ଦର୍‌ଗଡ୍‌ ସହର୍‌ନୁ ଛଅ କି.ମି. ଦୂରେ ପୂରୁବ୍‌କେ ଇବ୍‌ ନଏଦ୍‌ ଖଣିଥି ଅଛେ୤ ଏବେ ବି ରଜା ଘରର୍‌ ଇଷ୍ଟ ଦେବୀ ମାଁ ସମଲାଇ ଇଠାନେ ପୂଜା ପାଉଛଁନ୍‌୤ ରଜାର୍‌ ଖମାର୍‌ ବି ଇଠାନେ ଅଛେ୤ ଜମିନ୍‌ ଭି ଅଛେ୤ ଗାଁ ଲୋକେ ଚାଷ୍‌ କରି କରି ଭାଗ ଚାଷ୍‌ ଦେଉଛଁନ୍‌୤ ଲୋକ୍‌ମାନେ କହେସଁନ୍‌ ଯେ, ରଜା ବହୁତ୍‌ ଚେଷ୍ଟା କରି କରି ଭି ସମଲାଇ ମାଁକେ ଇଠାନୁ ଉଠାଇ ନାଇଁ ପାର୍‌ଲା୤ ରଜା ଜଗ୍‌ଦେବ୍‌ ଶେଖର୍‌ ଦେଓ ଅପୁତ୍ରିକ୍‌ ଥିଲେ୤ ସେଥିର୍‌ଲାଗି ତାର୍‌ ଉତ୍ତାରୁ ତାହାଁକର୍‌ ଜଣେ ସମ୍ପର୍କର୍‌ ଭାଇ ଚନ୍ଦ୍ରଭାନୁ ଶେଖର୍‌ ଦେଓ ରଜା ହେଲେ୤ ସେ ତିନ୍‌ଟା ରାନୀ ରଖିଥିଲେ୤ ତାହାଁକର୍‌ ଦୁଇ ନମ୍ବର୍‌ ରାନୀ ବହୁତ୍‌ ସୁନ୍ଦ୍‌ରୀ ଥିଲେ୤ ସେ ବଣାଇର୍‌ ରଜାର୍‌ ଝି ଥିଲେ୤ ଚନ୍ଦ୍ରଭାନୁ ରଜାର୍‌ ପରେ ବିର୍‌ବିରାର୍‌ ଜନାର୍ଦ୍ଦନ ଶେଖର୍‌ ଦେଓ ରଜା ହେଲେ ଆଉ, ରାଜ୍‌ଧାନୀ ଇବ୍‌ ନଦୀ ଖଏଣ୍‌ର ଶୁଆଡ଼ିହି କେ ଉଠେଇ ଆନ୍‌ଲେ୤ ଇଟା ଗାଙ୍ଗ୍‌ପୁର୍‌ ରଜାର୍‌ ଶେଷ୍‌ ରାଜ୍‌ଧାନୀ ଥିଲା ବଲି ସଭେ କହେସଁନ୍‌୤ ରଜାର୍‌ ଉଆସ୍‌ ପାଖେ ଗୁର୍‌ଦେ ଶୁଆ (ରୂପ) ଘରା କରି ରହୁଥିଲେ ବଲି, ଇତର୍‌ ନାଁ ଶୁଆଡିହି ରଖାଯାଇଥିଲା ପରେ୤

ଶେଖର୍‌ ବଂଶର୍‌ ଅଠର ନମ୍ବର୍‌ ରଜା ଜନାର୍ଦ୍ଦନ୍‌ ଶେଖର୍‌ ଦେଓର ପୋ-ନାତି ଶ୍ରୀମାନ୍‌ ରଘୁନାଥ୍‌ ଶେଖର୍‌ ଦେଓ ରଜା ହେଲେ୤ ସେ ଅଥଲ୍‌ ପରିଶ୍ରମ୍‌ କରି, ଖର୍‌ଚା କରି ଶୁଆଡ଼ିହିର କେତ୍‌ନି କେତେ ଉନ୍ନତି କରିଥିଲେ୤ ଇଂରେଜ୍‌ ସର୍‌କାର୍‌ର ଆଦେଶ୍‌ଥି ଗାଙ୍ଗ୍‌ପୁର୍‌ ରାଏଜର୍‌ ଛୋଟ୍‌ ନାଗ୍‌ପୁର୍‌ କମିଶନର୍‌ ଅଧିନ୍‌ନୁ ଓଡ଼ିଶା-କମିଶନର୍‌ ଅଧିନ୍‌ କେ ଆସ୍‌ବାର୍‌ ଉତ୍ତାରୁ ଶୁଆଡ଼ିହିର୍‌ ବହୁତ୍‌ ଉନ୍ନତି ହେଇଥିଲା୤ ଏଡ଼େ ବଡ୍‌ ଉଆସ୍‌ ଥି ଏଭେ ଭି ରଜାଘରେ ରହୁଛନ୍‌୤ କଚ୍‌ରୀର୍‌ ଲାଲ୍‌ଘର୍‌, ଜେଲ୍‌ଘର୍‌, ଡାକ୍ତର୍‌ଖାନା ଏଭେ ଭି କାମ ଲାଏକ୍‌ ରହିଛେ୤ ସହର୍‌ ଭିତ୍‌ରେ ରଜା ଉଆସ୍‌ ପାଖାପାଖି ବଢ଼େ ଜବର୍‌ ବନ୍ଧ୍‌ ଦୁଇଟା ରହିଛେ୤ ରଜା ଅମଲ୍‌ଥି ସହର୍‌କେ ବିଜ୍‌ଲି ଯୁଗେଇ ଦିଆ ହେଉଥିଲା୤ ଗୁଟେ ବନ୍ଧ୍‌ପାଖେ ବିଜ୍‌ଲିଘର୍‌ ଥିଲାବଲି କରି ଏଭେ ଭି ତାକେ ବିଜ୍‌ଲି ବନ୍ଧ୍‌ କହୁଛଁନ୍‌୤ ମୋଟାମୁଟି କହେବାର୍‌କେ ଗଲେ ଇ ଶୁଆଡ଼ିହି ସବୁ ରକମ୍‌ର ଉନ୍ନତି କର୍‌ବାର୍‌ ଲାଗି ରଜା ଶ୍ରୀ ରଘୁନାଥ୍‌ ଶେଖର୍‌ ଦେଓ ମନ୍‌, ଧନ୍‌, ତନ୍‌ ସବୁକେ ପାଏନ୍‌ ଛଡ଼େଇ ଦେଇଥିଲେ୤ ତାହାଁକର୍‌ ରାଏଜ୍‌ ଆଉର୍‌ ଗଡ୍‌କେ ଅଏନ୍‌ ସୁନ୍ଦର୍‌ ବନେଇଥିଲେ ବଲି ତାର୍‌ ନାଁଟା ଶୁଆଡ଼ିହିନୁ ବଦ୍‌ଲାଇ କରି ସୁନ୍ଦର୍‌ଗଡ୍‌ ଦେଇଥିଲେ ବଲି ଇତିହାସ୍‌ କହେସି୤ ତାଁକର୍‌ ଇସବୁ ମହତ୍‌ କାମ୍‌ ଲାଗି ସେ ଗୁରା ସର୍‌କାର୍‌ ଠାନୁ ମହାରାଜା ଉପାଧି ପାଇଥିଲେ ବଲି କହେଁସନ୍‌୤

ଭାରତ୍‌ ସ୍ବାଧୀନ୍‌ ହେଲା ଉତ୍ତାରୁ ଗାଙ୍ଗ୍‌ପୁର୍‌ ରାଏଜର୍‌ ଇଲାକାଟା ଜହ ନାଇଥାଇ୤ ସେଥିର୍‌ ଲାଗି ଇତାର୍‌ ପୂର୍‌ବେ ଥିବା ଆଉ ଗୁଟେ ଛୁଟିଆ ରାଏଜ୍‌ ବଣାଇକେ ତା.୧.୧.୧୯୪୮ ମ: ମିଶାଇ ଦେଇକରି ରାଜ୍‌ଧାନୀର୍‌ ନାଥି ଇତାର୍‌ ନାଁ ଦିଆଗଲା, ସୁନ୍ଦର୍‌ଗଡ୍‌ ଜିଲ୍ଲା୤ ତାର୍‌ ସଙ୍ଗେ ବଣାଇ, ଗାଙ୍ଗ୍‌ପୁର୍‌ ନାଁଟା ରସାତଲ୍‌କେ ପଲେଇ ଯାଇଛେ୤ ଇହାଦେ ବଣାଁଇ ଗୁଟେ ସବ୍‌ଡ଼ିଭିଜନ୍‌ ହୋଇ ରହିଛେ୤

ଆଗର୍‌ ଇ ଗାଙ୍ଗ୍‌ପୁର୍‌ ରାଏଜ୍‌ ଦାମିକା ଖଣିଜ୍‌ ସମ୍ପଦ୍‌ ଥି ଭର୍‌ପୁର୍‌ ଥିଲା୤ ଇହାଦେ ବି ଚୂନ୍‌ପଥର୍‌, ଲୁହା, ତମ୍ବା ପଥର୍‌, ଦସ୍ତା ପଥର୍‌, କୁଇଲାର୍‌ ଲାଗି ଭାରତ୍‌ କାଏଁ ପୁର୍‌ଥିବି ବିଖ୍ୟାତ୍‌ ଅଛେ୤

ମହାରାଜା ରଘୁନାଥ୍‌ ଶେଖର୍‌ ଦେଓଙ୍କର୍‌ ଗୁଟେ ବଲି ପୋ୤ ନାଁ ଥିଲା ବୀର୍‌କିଶୋର୍‌ ମୋହନ୍‌ ଶେଖର୍‌ ଦେଓ୤ ଦିନେ ସେ ହାଥୀ ଉପ୍‌ରେ ବସିକରି ଚଁପା ଚଢ଼େଇ ଧର୍‌ବାର୍‌ ଲାଗି ରତନ୍‌ପୁର୍‌ ଜଙ୍ଗଲ୍‌କେ ଯାଇଥିଲେ ଆଉ କେନ୍‌ତା କରି ହାଥୀ ଉପ୍‌ରୁ ପଡ଼ିକରି ମରିଗଲେ୤ ତହାର୍‌ ଉତ୍ତାରୁ ରଘୁନାଥ୍‌ଙ୍କ ନାତି ଭବାନୀ ଶଙ୍କର୍‌ ଶେଖର୍‌ ଦେଓ ରଜା ହେଲେ୤ ତାଁକେ ରୋଗ୍‌ ଲାଗି ରହେବାରୁ ସେ ୩୨ ବରଷ୍‌ଥି ତା.୫.୫.୧୯୩୦ ମ: ମରିଗଲେ୤ ତାହାଁକର୍‌ ଦୁଇଟା ପୋ, ଟିକାୟତ୍‌ ବୀରମିତ୍ର ଓ ପଟ୍ଟାୟତ୍‌ ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ, ବୁଆ ଭବାନୀ ଶଙ୍କର୍‌ ମର୍‌ଲା ବେଳେ ଇମାନେ ନାବାଲକ୍‌ ଥିଲେ୤ ସେଥିର୍‌ ଲାଗି ବିଧ୍‌ବା ରାନୀ ଜାନ୍‌କୀ ରତ୍ନ ୟାମାର୍ଜି (Regent) ହିସାବେ ଶାସନ୍‌ ଚଲାଲେ୤ ଥରେ ଟିକାୟତ୍‌ ଶ୍ରୀ ବୀରମିତ୍ର ଶେଖର୍‌ ଦେଓ ମାଆର୍‌ ସଙ୍ଗେ ଲଣ୍ଡନ୍‌ ଯାଇଥିଲେ୤ ଦୁଃଖର୍‌ କଥା ସେନେ ସେ କେନ୍‌ସି କାରଣ୍‌ ଥି ମରିଗଲେ୤ ସେ ସମିୟାଥି ଶ୍ରୀ ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ ଭି ନାବାଲକ୍‌ ଥିଲେ୤ ସେଥିର୍‌ ଲାଗି ଫେର୍‌ ଜାନ୍‌କୀ ରତ୍ନ ରିଜେଣ୍ଟ ହିସାବେ ରାଏଜର୍‌ ଶାସନ୍‌ ଭାର୍‌ ବୁହିଲେ, ତାର୍‌ ଚାଏର୍‌ ବଛର୍‌ ଉତ୍ତାରେ ପଟ୍ଟାୟତ୍‌ ଉଦିତ୍‌ ପ୍ରତାପ୍‌ ସାବାଲକ୍‌ ହେଲେ୤ ତା.୨୭.୧୧.୧୯୪୪ ମ: ଦିନ ସର୍ଗିପାଲି ଜମିଦାର୍‌ ଦ୍ବାରା ଅଭିଷିକ୍ତ ହଇ ଗାଦି ଥି ବସ୍‌ଲେ୤ ବୀର୍‌ ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ ଖାଲି ଚାଏର୍‌ ବଛର୍‌ ଶାସନ୍‌ କରିଥିଲେ୤ ସେ ଉତ୍ତାରୁ ତା.୧୫.୮.୧୯୪୭ ମ: ଥି ଭାରତ୍‌ ସ୍ବାଧୀନ୍‌ ହେଲା୤ ସବୁ ଗଡ଼ଜାତ୍‌ ରାଇଜ୍‌ ସେ ବଛର୍‌ ଡିସେମ୍ବର୍‌ ମାସେ ଜାତୀୟ ସର୍‌କାର୍‌ ସଙ୍ଗେ ମିଶିଗଲା୤ ଗଡ଼ଜାତ୍‌ ଶାସନ୍‌ ଯାଇକରି ଗଣତନ୍ତ୍ର ଶାସନ୍‌ ଚାଲ୍‌ଲା୤

ଏଭର୍‌ ଉଦିତ୍‌ ନଗର୍‌, ରଘୁନାଥପଲ୍ଲୀ, ବୀରମିତ୍ରପୁର, ଭବାନୀ ଶଙ୍କର୍‌ ହାଇସ୍କୁଲ୍‌, ରାଣୀ ଜାନ୍‌କୀ ବାଳିକା ବିଦ୍ୟାଳୟ, ବୀରମିତ୍ର କ୍ଲବ୍‌, ରିଜେଣ୍ଟ ମାର୍କେଟ ସବୁ ଶେଖର୍‌ ବଂଶର୍‌ ରଜା, ରାନୀ ମାନକଁର୍‌ ନାଁ ଥି ନାଁ ଦିଆଯାଇଛେ୤ ରଜା ଉଦିତ୍‌ ପ୍ରତାପ୍‌ ଶେଖର୍‌ ଦେଓ ବିଧାୟକ୍‌ ମଧ୍ୟ ଥିଲେ୤ ସେ ତା.୨୮.୧୧.୧୯୬୭ ମ: ଥି ୱାଲ୍‌ଟିଅର୍‌ ଠାନେ ମରିଗଲେ, ତାଁକର୍‌ ମୁର୍ଦାର୍‌ ଉଡ଼ାଜାହାଜ୍‌ଥି ସୁନ୍ଦର୍‌ଗଡ୍‌କେ ଆସିଥିଲା୤ ଶ୍ରୀ ଉଦିତ୍‌ ପ୍ରତାପ୍‌ଙ୍କର୍‌ ଦୁଇଟା ପୋ୤ ବଡ୍‌ ପୋ ଶ୍ରୀ ବିରେନ୍ଦ୍ର ପ୍ରତାପ୍‌ ଶେଖର୍‌ ଦେଓ ଓ ସାନ୍‌ ପୋ ଶ୍ରୀ ଭରତେନ୍ଦ୍ର ଶେଖର୍‌ ଦେଓ୤ ଭରତେନ୍ଦ୍ର ଦୁଇଥର୍‌ ସଦର୍‌ ସୁନ୍ଦର୍‌ଗଡ୍‌ର ବିଧାୟକ୍‌ ଥିଲେ୤ ସେ ଏବେ ମରିଗଲେନ୤ ତାଁକର୍‌ ପରେ ବଡ଼ ଭାଇ ବିରେନ୍ଦ୍ର ଭି ମରିଗଲେନ୤ କିନ୍ତୁ ଭରତେନ୍ଦ୍ରଙ୍କ ସ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଶେଖର୍‌ ଦେଓ ଇହାଦେ ଭି ଅଛଁନ୍‌୤ ତାଁକର୍‌ ଗୁଟେ ପୋ ଓ ଗୁଟେ ଝି ଅଛଁନ୍‌୤ ରାନୀ ପଦ୍ମିନୀ ସୁନ୍ଦର୍‌ଗଡ୍‌ ମ୍ୟୁନ୍‌ସିପାଲ୍‌ଟି ଚେୟାର୍‌ମେନ୍‌ ଭି ଥିଲେ୤ ଏଭେ ସେ ରାଜନୀତିରେ ଅଛଁନ୍‌୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶରତଚନ୍ଦ୍ର ପାଣ୍ଡେ, ସୁନ୍ଦରଗଡ଼
author photo
 

ମତାମତ ସଂଖ୍ୟା - ୧୯ ଆପଣଙ୍କ ମତାମତ ?

  • ୧. ºÍü ³ÝÌÚÏ999999 |  ମେ ୩, ୨୦୧୦ - ୯:୫୧ ପୂର୍ବାହ୍ନ

    ଶରତ ଚନ୍ଦ୍ର ପାଣ୍ଡେ ସୁନରଗଡର ଇତିହାସ ବିସେ ଥି ବନେ ଲେଖିଛନ୍‌ ବହୁତ୍‌ କଥା ଜାନି ହେଲା୤ ଏନ୍ତା ଆହୁରି ଲେଖୁନ୍‌, କୋଶଲି ସମ୍ବଲପୁରି ଭାଷା କେ ମଜବୁତ୍‌ କରୁନ୍‌୤

  • ୨. Patitapaban Choudhury |  ଏପ୍ରିଲ୍ ୩୦, ୨୦୧୧ - ୭:୨୧ ପୂର୍ବାହ୍ନ

    Shradheya Sarat Chandra Babu, Sundargarh ra itihas ku pathak mananku dei thibaru apananky ashesh dhanyabad. Mo pari jeun mane Sundargarh re kama karichhanti semane nischita bhabe jani khusi hebe. Bishesh kari apana sthaniya bhasa proyog kari thibaru lekhati ati sundar heichi. Sundargarh bagi. Namaskaar.

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୧, ୨୦୧୧ - ୧୨:୪୨ ପୂର୍ବାହ୍ନ

    ଲେଖା ଟି ବହୁତ ଭଲ ହୋଇଛି, ଏଭଳି ଲେଖା ମଝିରେ ମଝିରେ ପ୍ରକାଶ କରିବାକୁ ପ୍ରକାଶକ ମହୋଦୟ ମାନଙ୍କୁ ଅନୁରୋଧ, ଦୟାକରି ପ୍ରକାଶ କରନ୍ତୁ, ଏହାଦ୍ବାରା ଅନେକ ଐତିହାସିକ ବିଷୟ ଜାଣି ହେବ

  • ୪. ଶୁଭେନ୍ଦୁ କୁମାର ମୁଖୀ |  ଅଗଷ୍ଟ୍ ୨୨, ୨୦୧୧ - ୧:୩୩ ଅପରାହ୍ନ

    ସୁନ୍ଦର ସହରଟିଏ ୤ନୀରବ , ନିଃଶବ୍ଦ, ଚୁପ‍୍ଚାପ‍୍ ଓ ଶାନ୍ତ ସହରଟା ୤ ମୁଁ ତାକୁ ତା’ରି ଭିତରେ ଦେଖିଛି…..ବହୁତ ଆତ୍ମିୟତା ଅଛି ତା ପାଖରେ ୤ଶରତ ବାବୁ, ସୁନ୍ଦରଗଡ଼ ରାଜ ପରିବାର ବିଷୟରେ ଲେଖନ୍ତୁ ୤

  • ୫. ବଲିରାମ ମେହେର |  ଅଗଷ୍ଟ୍ ୩୦, ୨୦୧୧ - ୧୦:୩୬ ଅପରାହ୍ନ

    ମତେ ବହୁତ ଖୁସି ଲାଗିଲା ଗପ !
    ବହୁତ ବହୁତ ଧନ୍ୟବାଦ

  • ୬. ବଳଭଦ୍ର ସେଠୀ |  ସେପ୍ଟେମ୍ବର୍ ୨୪, ୨୦୧୧ - ୬:୦୫ ପୂର୍ବାହ୍ନ

    ମତେ ବହୁତ ଖୁସି ଲାଗିଲା ଗପ ! ବହୁତ ବହୁତ ଧନ୍ୟବାଦ
    ମୋର ନାମ ବଳଭଦ୍ର ସେଠୀ , ସୁକରପଡା

  • ୭. ସୁଶାନ୍ତ କୁମାର ସାହୁ |  ଅକ୍ଟୋବର୍ ୧, ୨୦୧୧ - ୧:୪୯ ଅପରାହ୍ନ

    ମୋର ଘର ବରଗଡ ଆଏ. ମୁଇ ବହୁତ ଥର ଚେଷ୍ଟା କରିଛେ ସୁନ୍ଦରଗଡ ର ଇତିହାସ ଟା ଜାନବାର କେ, କାରଣ ମୋର ବିହାଘର ହେବାର ଥିଲା ହେନୁ. ଇତିହାସ ବି ଜାନି ନାଏ ହଉଥେଇ କି ବିହାଘର ଭି ନାଏ ହେଇ. ଏତେ ଦିନ୍ ଉତାରୁ ଏତେଟେ କଥା ଜାନି କରି ବନିହା ଉସତ୍ ଲାଗଲା. ପାରବେ ଯଦି ରାଉଲକେଲା ର କଥା ଭି ଲେଖୁନ୍.

  • ୮. ଜ୍ଞାନରଞ୍ଜନ ସାହୁ |  ନଭେମ୍ବର୍ ୬, ୨୦୧୧ - ୮:୪୮ ପୂର୍ବାହ୍ନ

    ଇ ଲିଖାଟା ବହୁତ ଭଅଲ ଲାଗଲା। ଏନ୍ତା ଆହୁରି ଲେଖୁନ। ମୁଇ ପଶ୍ଚିମ ଓଡିଶା ପିଲା ନୁହେ ତଥାପି ଇ ଇତିହାସଟା ବନେ ଅଛେ ।
    ଧନ୍ୟବାଦ । ଜୁହାର

  • ୯. ସୁଧନ୍ଶୁ ଶେଖର୍ ମହପତ୍ର |  ନଭେମ୍ବର୍ ୧୦, ୨୦୧୧ - ୯:୩୦ ପୂର୍ବାହ୍ନ

    I am Sundergarhia by birth. My mother used to tell me the great stories about the Kings and their efforts in building the beautiful town. Great pleasure knowing the details about the place. Thanks for this piece of work. Hope you continue exploring more about my birth place. Thank You. Best Regards. Dr Sudhanshu- Commander Indian Navy.

  • ୧୦. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୧୧ ଅପରାହ୍ନ

    କୋରାପୁଟିଆ ଦେଶିଆ ଭାସାତି କଇବି୤ ନିମ୍ମାନ୍ କରି ଲେକ୍ଲାସ୍ ବେ୤ କୋରାପୁଟର୍ ଇତିହାସ୍ କେ ମିସା ଏନ୍ତାର୍ନି ଦେଶିଆ ଭାସାତି ଲେକ୍ ବାର୍ କାଜେ ଆମର୍ ମନେ ବିଚାର୍ କଲୁନି୤ ଇ ବିଚାର୍ କେବ୍ କେ ହେଲେ କାମ୍ କର୍ ସି ନା – ଆଲେ ଜବର୍ ଦନ୍ୟବାଦ୍୤

  • ୧୧. ସନ୍ତୋଶ୍ କୁମର୍ ଦଶ୍ |  ଫେବୃଆରୀ ୨୭, ୨୦୧୨ - ୫:୦୯ ଅପରାହ୍ନ

    ଗପ ହିସବ୍ ରେ ଅତି ସୁନ୍ଦର୍ ଭବରେ ଲେଖ ହେଇଛି . ଧନ୍ୟବଦ୍

  • ୧୨. ଦେବେନ୍ଦ୍ର ବେହେରା, ସବଡେଗା |  ମାର୍ଚ୍ଚ୍ ୧, ୨୦୧୨ - ୩:୧୦ ପୂର୍ବାହ୍ନ

    ଶରତ ଚନ୍ଦ୍ର ପାଣ୍ଡେ ସୁନ୍ଦରଗଡ ର ଇତିହାସ ଟା ବନେ ଲେଖିଛନ୍‌ ବହୁତ୍‌ କଥା ଜାନି ହେଲା୤ ଏନ୍ତା ଆହୁରି ଲେଖୁନ୍‌, ସମ୍ବଲପୁରି ଭାଷା କେ ମଜବୁତ୍‌ କରୁନ୍‌୤ ପାରବେ ଯଦି ରାଉଲକେଲା ର କଥା ଭି ଲେଖୁନ୍୤

  • ୧୩. kishore kumar gochhayat,Raurkela |  ଏପ୍ରିଲ୍ ୨୧, ୨୦୧୨ - ୬:୦୪ ପୂର୍ବାହ୍ନ

    ଧନ୍ୟବାଦ୤

  • ୧୪. Saroj Biswal |  ମେ ୩, ୨୦୧୨ - ୬:୨୬ ପୂର୍ବାହ୍ନ

    ଭଲ ଲେଖିଛ॥ସରୋଜ ବିଶ୍ଵାଳ

  • ୧୫. Pradeep Kumar Chand |  ଜୁନ୍ ୫, ୨୦୧୨ - ୭:୧୩ ପୂର୍ବାହ୍ନ

    ବହୁତ୍ ସୁନ୍ଦର୍ ହେଇଛେ,,ଧନ୍ୟବଦ୍

  • ୧୬. ଜଳନ୍ଧର ନାଗ୍, ବଲାଙ୍ଗିର |  ଡିସେମ୍ବର୍ ୨୧, ୨୦୧୨ - ୭:୫୦ ପୂର୍ବାହ୍ନ

    ଭଲ୍ ଲାଗଲା…ଗପଟା…ଆହୁରି ଲେଖିବାକୁ ଅନୁରୋଧ..ଗପଟି ବିଶେଷ କରି ଓଡିଆର ସମ୍ବଲପୁରୀ ଭାଷାରେ ଲେଖା ହୋଇଥିବାରୁ ଧନ୍ୟବାଦ୍୤

  • ୧୭. ରାକେଶ, ସମ୍ବଲପୁର୍ |  ଅକ୍ଟୋବର୍ ୫, ୨୦୧୩ - ୩:୫୫ ପୂର୍ବାହ୍ନ

    ବହୁତ୍ କିଛି ଜାନ୍ ବାର୍ କେ ମିଲ୍ ଲା ……….

  • ୧୮. sulata panigrahi, Rourkela |  ଡିସେମ୍ବର୍ ୧୫, ୨୦୧୪ - ୮:୪୧ ପୂର୍ବାହ୍ନ

    ame sundargadiya,hamar gadjatiya raja mankar katha suni kari,padhlee, au mote baanee lagla

  • ୧୯. Nirmal chandra behera, gailo,subdega,sundargarh |  ଅଗଷ୍ଟ୍ ୧୫, ୨୦୧୫ - ୨:୪୨ ଅପରାହ୍ନ

    Bahut bhal lagla,sundargarh raja r history janbar lagi bahut icha thila,au aji apnakar lagi janli,dhanyabad……….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤