ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଅମରେଶ ବିଶ୍ବାଳ
ଜଗଦୀଶ ମହାନ୍ତି
କାମାକ୍ଷୀ ପ୍ରସାଦ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପୁଅରେ, ତୁ ବାପା ହେଲେ ଜାଣିବୁ
 |- ଶ୍ୟାମସୁନ୍ଦର ଅଗ୍ରୱାଲା
 
 
ତା: ଜାନୁଆରୀ ୨୮, ୨୦୧୨  
ମୂଳ ପୃଷ୍ଠାରମ୍ୟ ରଚନା
 

ପୁରୁଣା କଥା ମନେପଡୁଛି୤ ରେଭେନ୍ସା କଲେଜ ହଷ୍ଟେଲରେ ରହି ପଢୁଥିଲୁ୤ ପ୍ରତି ଶନିବାର ଦିନ ମୁଁ ଗାଁକୁ ଆସେ ଆଉ ସୋମବାର ଦିନ ସକାଳୁ ସକାଳୁ ବସ୍‌ ଧରି କଟକ ଯାଉଥାଏ୤ ପ୍ରାୟ ସବୁ ସୋମବାର ଦିନ ସକାଳୁ ମୁଁ ଜଳଖିଆ ଖାଇ ବାହାରିଲା ବେଳକୁ ଦେଖେ ମୋ ବ୍ୟାଗଟା ନାହିଁ୤ ବୁଝିଲାବେଳକୁ କ’ଣ ନା ବାପା ବ୍ୟାଗଟିକୁ ନେଇ ଘର ବାହାରେ ବାରଣ୍ଡାରେ ଥୋଇ ଦେଇଛନ୍ତି୤ ମୁଁ ଟିକେ ବିରକ୍ତ ହୋଇ ‘କାହିଁକି ମୋ ବ୍ୟାଗଟା ଏତେ ସକାଳୁ ନେଇ ବାହାରେ ରଖି ଦେଇଛ ବୋଲି’ ପଚାରିଲା ବେଳକୁ ସେ କୁହନ୍ତି ‘ଆରେ ପାଞ୍ଜି ଦେଖିଲି ଆଜି ତୋ କୁମ୍ଭରାଶି ପାଇଁ ସାତଟା ପରେ ଘାତଚନ୍ଦ୍ର ଅଛି୤ ଆଉ ପାଞ୍ଚଟା ପଇଁଚାଳିଶଠୁ ଛଅଟା ପନ୍ଦର ଯାଏଁ ମାହେନ୍ଦ୍ରବେଳା ଅଛି, ତେଣୁ ସେଇ ସମୟ ଭିତରେ ମୁଁ ତୋ ବ୍ୟାଗ୍‌ଟିକୁ ଆଣି ଘର ବାହାରେ ରଖି ଦେଇଛି୤ ହଉ, ଶୀଘ୍ର ବାହାର ଡେରି ହୋଇଗଲାଣି, ବସ୍‌ଷ୍ଟାଣ୍ଡ ଯିବା’୤ ତା’ପରେ ସେ ମୋ ପଛେ ପଛେ ଚାଲିଥିବେ୤ ମୁଁ ମନେ ମନେ ବିରକ୍ତ ହେଉଥିବି୤ ସେ କିନ୍ତୁ ପଛେ ପଛେ ଚାଲିଥିବେ୤

ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଯିବ ତାଙ୍କ ପ୍ରବଚନ୤ ‘କଟକ ସହର, ଟିକେ ଦେଖିକି ଚଳିବୁ୤ କାହା ସାଥିରେ ଗଣ୍ଡଗୋଳ କରିବୁ ନାହିଁ୤ ସିଧା ସିଧା କଲେଜକୁ ଯିବୁ ଆଉ ହଷ୍ଟେଲକୁ ଆସିବୁ୤ ବେଶୀ ଗୁଡ଼େ ସାଇକେଲ ଚଲେଇ ବୁଲିବୁ ନାହିଁ୤ ଗାଡ଼ି ମଟର ଦେଖିକି ଯିବୁ୤ ସଦାବେଳେ ବାଁକୁ କାଟି ଚଲେଇବୁ୤ ବଜାରରୁ ୟ୍ୟାଡୁ ସ୍ୟାଡୁ ଗୁଡ଼େ କିଣିକି ଖାଇବୁ ନାହିଁ… ଇତ୍ୟାଦି ଇତ୍ୟାଦି ଚାଲିବ ଯେ ଚାଲିବ, ନନ୍‌ଷ୍ଟପ୍‌ ବସ୍‌ ଆସିବା ପର୍ଯ୍ୟନ୍ତ୤ ଏ କଥାଗୁଡ଼ିକ ବାରମ୍ବାର ଶୁଣି ମୁଁ ସେତେବେଳକୁ ବିରକ୍ତ ହୋଇଯାଇଥିବି୤ ହଁ, ହଁ, ତମେ ଗଲ’ ମୋ’ର ଏମିତି ବାରମ୍ବାର କହିବା ସତ୍ତ୍ବେ ବି ସେ ରୋଡ଼ ଆରପଟେ ଯାଇ ଛିଡ଼ା ହୋଇଯିବେ୤ ବସ୍‌ ଖିଡ଼ିକି ବାଟେ ମୋତେ ଦେଖି ପୁଣି ଆରମ୍ଭ କରିଦେବେ ‘ହଁ, ପହଞ୍ଚି ଗୋଟେ ଫୋନ୍‌ କରିଦେବୁ୤ କଲେଜ ଛକରେ ଓହ୍ଲେଇ ପଡ଼ିବୁ୤ ଦେଖିକି, ବସ୍‌ ରହିଲା ପରେ ଯାଇ ଓହ୍ଲେଇବୁ୤ ନହେଲେ ଆଗକୁ ମଙ୍ଗଳାବାଗ ଛକରୁ ରିକ୍ସା କରି ପଳେଇ ଆସିବୁ୤ ହୋ, କଣ୍ଡକ୍ଟର ବାବୁ, ତୁମର କଲେଜ୍‌ ଛକରେ ବସ୍‌ ରହୁଛି କି ନାହିଁ ?’ ବାପାଙ୍କ ପ୍ରଶ୍ନକୁ ହେୟଜ୍ଞାନ କରି କଣ୍ଡକ୍ଟର ଘଣ୍ଟି ମାରିଦେବ୤ ମୁଁ ମନେ ମନେ ଭାବେ ‘ଓହୋ, ମଣିଷ ଏବେ ଟିକେ ଶାନ୍ତିରେ ନିଶ୍ବାସ ମାରିଲା୤’ ତାପର ସପ୍ତାହରେ ପୁଣି ଏହାର ପୁନରାବୃତ୍ତି ହୋଇଥାଏ୤

ବାପା କେବେଠୁ ଆରପରିକୁ ଗଲେଣି୤ ମୋତେ ବର୍ତ୍ତମାନ ଷାଠିଏ ପାଖାପାଖି୤ ମୋ’ର ପୁଅଝିଅ ସବୁ ବଡ଼ ବଡ଼ ହୋଇଗଲେଣି, କିନ୍ତୁ ଏବେ ବି ମୋ ପୁଅଝିଅ ଯେତେବେଳେ ଟ୍ରେନ୍‌ରେ ବସି ବମ୍ବେ କି କଲିକତା ଯାଉଛନ୍ତି ମୁଁ ଠିକ୍‌ ସେମିତି ମୋ ବାପାଙ୍କ ଭଳି ବ୍ୟବହାର କରୁଛି୤ ଘରୁ ଆରମ୍ଭ ହୋଇଯିବ ମୋ ଡ୍ରାମା୤ ‘ଆରେ ଟିକେଟ୍‌ ନେଲୁ କି ନାହିଁ ? କିଛି ଭୁଲିଲୁ ନାହିଁ ତ ? ବଡ଼ ବଡ଼ ନୋଟ୍‌କୁ ଚୋରା ପାକେଟ୍‌ ଭିତରେ ରଖିଦେ୤ କୁଲିଫୁଲିକୁ ଦେବା ପାଇଁ ଛୋଟ ଛୋଟ ନୋଟ୍‌ କିଛି ସାଇଡ଼ ପକେଟ୍‌ରେ ରଖ୤ ବାଟରେ କିଏ କ’ଣ ଯାଚିଲେ ଖାଇବୁ ନାହିଁ୤ ତଳ ଚେନ୍‌ରେ ବାକ୍ସକୁ ବାନ୍ଧି ଦେବୁ୤ ପ୍ଲାଟ୍‌ଫର୍ମରେ ମିଳୁଥିବା ବରା ପିଆଜିଗୁଡ଼ାକୁ ଖାଇବାକୁ ନାହିଁ୤ ରାସ୍ତାରେ କାହା ସାଥୀରେ ଭାବଦୋସ୍ତି କରିବା ଦରକାର ନାହିଁ୤’ ପୁଅ ମନା କରିବା ସତ୍ତ୍ବେ ବି ମୁଁ ଷ୍ଟେସନ ଯାଇଥାଏ୤ କ୍ୟାବିନ୍‌ ଭିତରେ ସେ ବସିଥାଏ୤ ମୁଁ ପ୍ଲାଟ୍‌ଫର୍ମ ଉପରେ ଛିଡ଼ା ହୋଇ ଖିଡ଼ିକି ବାଟେ ମୋର ଭାଷଣ ଚଳେଇଥାଏ୤ ବାରମ୍ବାର ସେଇ କଥା ‘ଟିକେଟ୍‌ ରଖିଲୁ ତ ? ସୁବିଧାରେ ଯିବୁ୤ ଆଜିକାଲି ବହୁତ ପକେଟ୍‌ମାର୤ ଟିକିଏ ହୁସିଆର ରହିବୁ୤ ଷ୍ଟେସନରୁ ଓହ୍ଲେଇ ଗୋଟେ ଅଟୋ କରି ପଳେଇବୁ୤ ଅଟୋବାଲାଙ୍କ ସହିତ ବେଶୀ ଝକ୍‌ ଝକ୍‌ କରିବୁ ନାହିଁ୤ ଟ୍ରେନ୍‌ ଛାଡ଼ିଲା ପରେ ଶୋଇପଡ଼ିବୁ୤ ମୋ ପୁଅର ବିରକ୍ତି ଭାବ ତା’ ମୁହଁରେ ପ୍ରକାଶ ପାଉଥିଲେ ମଧ୍ୟ ମୁଁ ତାକୁ ଖାତିର ନକରି ସତର୍କତା ସହିତ ମୋ ଉପଦେଶଗୁଡ଼ିକ ବାରମ୍ବାର ଦେଇ ଚାଲିଥାଏ୤

ଯେପରି ବାପା ମୋ ପାଇଁ ଦିନେ ବିରକ୍ତିକର ଥିଲେ, ମୁଁ ବାପା ହୋଇଗଲାପରେ ଠିକ୍‌ ସେହିପରି ମୋ ପୁଅଝିଅଙ୍କ ପାଇଁ ବିରକ୍ତିର ପାତ୍ର ହୋଇଯାଇଛି୤ ଫରକ୍‌ ଏତିକି ଯେ, ମୁଁ ସେତେବେଳେ ଚୁପ୍‌ ହୋଇକି ରହିଯାଉଥିଲି, ଆଉ ଏବେ ପିଲାମାନେ ବିରକ୍ତ ହୋଇ ଉତ୍ତର ଦେଇଦଉଛନ୍ତି୤ ଦିନେ ମୋର ଜଣେ ବନ୍ଧୁ ମୋ ଝିଅକୁ ବଜାରରେ ଖୁବ୍‌ ଜୋର୍‌ରେ ସ୍କୁଟି ଚଳାଉଥିବାର ଦେଖି ମୋତେ ଖବର ଦେବାରୁ ମୁଁ ସେଦିନ ଡାଇନିଂ ହଲ୍‌ରେ ସମସ୍ତେ ଖାଇବସିଥିବା ବେଳେ ତାକୁ ତାଗିଦ୍‌ କରିଥିଲି୤ ଭାଇଭଉଣୀ ଦୁହେଁ ମୋ’ର ଏକଥାକୁ ପସନ୍ଦ ନକରି କହିଥିଲେ ‘ବାପା, ତୁମେ ଏମିତି ଡରିଲେ ଚଳିବ ନାହିଁ୤ କ’ଣ ହେବ ? କିଛି ହେବ ନାହିଁ୤ ଦିନକୁ ଦିନ ତୁମେ ଏତେ ଡରକୁଳା କାହିଁକି ହୋଇଯାଉଛ ?’ ମୁଁ ଅନୁଭବ କଲି ସେମାନେ ମୋ ବିଷୟରେ ଯାହା କହୁଛନ୍ତି ଏକଦମ୍‌ ଠିକ୍‌ କହୁଛନ୍ତି୤ ଆଜିକାଲି ଟିକିଏ ଟିକିଏ କଥାରେ ମୁଁ ଡରିଯାଉଛି୤ ବଡ଼ିଭୋର୍‌ରୁ ଫୋନ୍‌ଟେ ବାଜିଲେ ଡରିଯାଉଛି୤ ରାତି ଅଧରେ କିଏ ଉଠେଇଦେଲେ ଚମକି ପଡ଼ୁଛି୤ ବାଥ୍‌ରୁମ୍‌ କବାଟ ଠକ୍‌ ଠକ୍‌ ହେଲେ ଘାବରେଇ ଯାଉଛି୤ କ’ଣ ହେଲା କି ? କିଛି ଅଘଟଣ ଘଟିଲା କି ? ଏ ଅବେଳରେ କିଏ କାହିଁକି ଡାକୁଛି ?

ଦିନେ ପୁଅଝିଅଙ୍କୁ ନେଇ ବଜାରକୁ ଯାଇଥିଲି୤ ସେମାନେ ଗୋଟେ ଇଲେକ୍ଟ୍ରୋନିକ୍‌ କାର୍‌ ଗେମ୍‌ ଖେଳିବାକୁ ଚାହିଁଲେ୤ ମୁଁ ବି ଦଶଟଙ୍କିଆ କଏନ୍‌ଟିଏ ନେଇ ଖେଳିବାକୁ ସ୍ଥିର କଲି୤ ମୁଁ ଭଲଭାବରେ ଜାଣିଛି ଏଗୁଡ଼ାକ ଟିଭି ପର୍ଦ୍ଦା ଉପରେ ହେଉଛି୤ ମୋ ପାଖରେ ଛୋଟ ଛୋଟ ପିଲାମାନେ ଗାଡ଼ିଗୁଡ଼ିକୁ ଦୁଇଶହରୁ ଅଢ଼େଇଶହ କିଲୋମିଟର ସ୍ପିଡ୍‌ରେ ଚଲେଇ ଢ଼ୋ ଢ଼ୋ ଆକ୍ସିଡେଣ୍ଟ କରୁଛନ୍ତି ଅଥଚ ମୋର ସ୍ପିଡ୍‌ ପର୍ଦ୍ଦାରେ ଷାଠିଏ ସତୁରୀରୁ ଅଧିକ ହୋଇଗଲା ପରେ ମୋ ହାତଗୋଡ଼ ଥରୁଛି୤ ଏଇଥିପାଇଁ ପ୍ରକୃତରେ ମୁଁ ଗାଡ଼ିରେ ବସି କୁଆଡେ ଯାଉଥିବା ବେଳେ ମୋ ପୁଅ କହେ ‘ବାପା, ତୁମେ ପଛରେ ବସ,’ କାରଣ ମୁଁ ଆଗରେ ବସିଥିଲେ ପ୍ରତି ପାଞ୍ଚମିନିଟ୍‌ରେ ତାକୁ ସତର୍କ କରାଉଥିବି୤ ‘ଦେଖ, ଆଗରୁ ଟ୍ରକ୍‌ଟେ ଆସୁଛି୤ ଆରେ ଇଣ୍ଡିକେଟର ଦେ, ଟିକେ ସ୍ଲୋ କରିଦେ୤ ପଛପଟ ଗାଡ଼ିଟାକୁ ପାସ୍‌ ଦେଇଦେ୤ ଆଗରେ ହମ୍ପ ଅଛି, ବ୍ରେକ୍‌ ଦେ’….. ଇତ୍ୟାଦି୤ ମୋ’ର କିନ୍ତୁ ଅଭ୍ୟାସ ଯେ ମୁଁ ପଛରେ ବସିବିନି ଆଉ ଆଗରେ ବସି ଏମିତି ଡାଇରେକ୍ସନ ଦେଉଥିବି୤

ବର୍ତ୍ତମାନ ପ୍ରଶ୍ନ ଉଠେ ଏମିତି କାହିଁକି ହେଉଛି ? ମୁଁ ଭାବିବାରେ ମୋ’ ଭଳି ଆପଣମାନଙ୍କର ମଧ୍ୟ ଉଣା ଅଧିକେ ଏମିତି ହେଉଥିବ୤ ଆଧୁନିକ ମନସ୍ତତ୍ତ୍ବବିତ୍‌ମାନଙ୍କ ମତରେ ଏହା ହେଉଛି ଏକ ଭୟର ଲକ୍ଷଣ, ଯାହା ଆପଣଙ୍କର ପିଲାମାନଙ୍କ ପ୍ରତି ଅଗାଧ ପ୍ରେମରୁ ସୃଷ୍ଟି ହୋଇଥାଏ୤ ଏଭଳି ପ୍ରେମରୁ ମୋହ ଜାତ ହୋଇଥାଏ ଓ ମୋହରୁ ଭୟ ସୃଷ୍ଟି ହୋଇଥାଏ୤ ଏହା ଲକ୍ଷ୍ୟ କରାଯାଏ ଯେ, ମା’ ବାପାମାନଙ୍କର ଯେତିକି ମୋହ ପିଲାମାନଙ୍କ ପ୍ରତି ଥାଏ ସେତିକି ମୋହ ପିଲାମାନଙ୍କର ବାପା ମା’ଙ୍କ ପ୍ରତି ନଥାଏ ବରଂ ବେଳେ ବେଳେ ଏହାର ବିପରୀତ ଭାବରେ ପ୍ରତିରୋଧ କଲାଭଳି ଏକ ଉଦାସୀନ ମନୋଭାବ ଥାଏ୤ ବାପାଟିଏ ଚିନ୍ତା କରୁଛି ଯେ ସେ ଯାହା ଜାଣିଛି ଶିଖିଛି ସବୁ ବାଟିକି ତା ପିଲାକୁ ପିଆଇ ଦେବ୤ ପିଲାଟି କିନ୍ତୁ ଯାହା ବାପା ମା’ କହୁଛନ୍ତି ତାକୁ ପାଳନ କରିବା ତ ଦୂରର କଥା ବରଂ ଠିକ୍‌ ଓଲଟା କଥାଟି ମାନ କରି ତା’ର ଏକ ବିଦ୍ରୋହାତ୍ମାକ ଲକ୍ଷଣର ପରିଚୟ ଦେବ୤ ଆପଣ ଆପଣଙ୍କ ସାଙ୍ଗସାଥୀରେ କଥାବାର୍ତ୍ତା ହେଉଛନ୍ତି “କ’ଣ କରିବି ? ପିଲାଟା ଆଦୌ ବୁଝୁନି୤” ପିଲା କିନ୍ତୁ ତା’ ସାଙ୍ଗ ମେଳରେ କ’ଣ କଥାବାର୍ତ୍ତା ହେଉଛନ୍ତି ଜାଣନ୍ତି- “କ’ଣ କରିବି କହିଲୁ ? ବାପା ଆଦୌ ବୁଝୁନାହାଁନ୍ତି୤”

ବନ୍ଧୁଗଣ, ଏହା ସ୍ବାଭାବିକ୤ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ୤ ଥରେ ଭାବିଲେ ଆପଣ କ’ଣ ଆପଣଙ୍କ ବାପାଙ୍କ ସବୁ କଥାକୁ ମାନିଥିଲେ ? ମୁଁ ତ ମୋ ବାପାଙ୍କ ଅନେକ କଥାକୁ ମାନିନାହିଁ୤ ବାପାଙ୍କୁ ଲୁଚେଇକି ମୁଁ ଗାଡ଼ି ଚଳେଇବା ଶିଖିଛି୤ ବାପା ଯଦି କହିବେ ବାଁକୁ ଚାଲେ, ମୁଁ ଡାହାଣକୁ ଚାଲିଛି୤ ବାପା ଯଦି କହିବେ ଉପରକୁ ଅନା ମୁଁ ତଳକୁ ଅନେଇଛି୤ ଗାଁ ଛାଡ଼ି ଯେତେବେଳେ ବାହାରକୁ ଆସିଲି ବାପା କହିଲେ ‘ଚାକିରିରେ କ’ଣ ଅଛି, ବେପାର କର୤’ ମୁଁ କିନ୍ତୁ ତାଙ୍କ କଥା ନମାନି ଚାକିରି କଲି୤ ଆଉ ଯେତେବେଳେ ମୁଁ ନିଜେ ସ୍ଥିର କଲି ଯେ ଚାକିରି ଛାଡ଼ି ବେପାର କରିବି ସେତେବେଳେ ବାପା ପୁଣି କହିଲେ ‘ଭୁବନେଶ୍ବରରେ କ’ଣ ଅଛି, କଟକରେ ବେପାର କର୤’ ମୁଁ ପୁଣି ତାଙ୍କ କଥାକୁ ବିରୋଧ କରି ଭୁବନେଶ୍ବରରେ ବେପାର କଲି୤ ଏଇଥିପାଇଁ ଅନେକ ଥର ଆମ ଘରେ ଅଶାନ୍ତି ହୋଇଛି କିନ୍ତୁ ମୁଁ ମୋ’ର ସବୁ ଜିଦ୍‌ରେ ଅଟଳ ରହିଛି୤ ୟା ଅର୍ଥ କ’ଣ ଆମ ବାପା ପୁଅର ସମ୍ପର୍କ କଟିଗଲା ?

ଜଣେ ଦାର୍ଶନିକ କହିଥିଲେ “ଆପଣ ଯେତେବେଳେ ଅନୁଭବ କରନ୍ତି ଯେ ଆପଣଙ୍କ ବାପା ଯାହା କହୁଥିଲେ ଠିକ୍‌ କହୁଥିଲେ ଠିକ୍‌ ସେତିବେଳେ ଆପଣଙ୍କ ପୁଅ ଆପଣ ଯାହା କହୁଛନ୍ତି, ଭୁଲ୍‌ କହୁଛନ୍ତି ବୋଲି କହିବା ଆରମ୍ଭ କରିଦିଏ୤” ଏହା ଏକ ଗତାନୁଗତିକ ଧାରା, ଯାହା ବଂଶ ବଂଶ ଧରି ଚାଲିଥାଏ୤ ଏଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ୤ ମୁଁ ଜାଣେନି ଆପଣ ଜଣେ ବାପା କି ପୁଅ ? ଯଦି ପୁଅ ହୋଇଥାନ୍ତି ତେବେ ବାପାଙ୍କୁ ଅସମ୍ମାନ କରିବାର କୌଣସି ଆବଶ୍ୟକତା ନାହିଁ୤ ସେ ଚାହୁଛନ୍ତି ଯେ ସେ ଜିଇଁ ଥାଉ ଥାଉ ଦୁନିଆର ଯେତେ ଭଲ ଭଲ କଥା ଆପଣଙ୍କୁ ବତେଇ ଦେବେ୤ ଏହା ତାଙ୍କର ଆପଣଙ୍କ ପ୍ରତି ଆସକ୍ତିର ପରିଚୟ୤ ଯଦି ଆପଣ ବାପଟିଏ ହୋଇଥାନ୍ତି; ତେବେ ପୁଅର ସବୁ ପ୍ରତିରୋଧକୁ ହସି ହସି ଗ୍ରହଣ କରିନେଇ ପଦୁଟିଏ ତାକୁ କୁହନ୍ତୁ “ପୁଅରେ, ମୁଁ କାହିଁକି ଏମିତି କହୁଛି, ତୁ ବାପା ହେଲେ ଜାଣିବୁ୤”

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶ୍ୟାମସୁନ୍ଦର ଅଗ୍ରୱାଲା, ଭୁବନେଶ୍ବର
ସାମ୍ପ୍ରତିକ ବିଷୟରେ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭ ରଚନା କରୁଥିବା ଶ୍ୟାମ ସୁନ୍ଦର ଅଗ୍ରୱାଲାଙ୍କ ଲେଖାଗୁଡ଼ିକ ଅନେକ ପାଠକୀୟ ସ୍ବୀକୃତି ପାଇଛି୤ ଏହା ବ୍ୟତୀତ ଶ୍ରୀ ଅଗ୍ରୱାଲାଙ୍କ ମଣିଷ ଜୀବନର ବିଭିନ୍ନ ଅବସ୍ଥା ବାବଦରେ ମାନବବାଦୀ ଚିନ୍ତା ଓ ଚେତନାକୁ ପତିବାଦନ କରୁଥିବା ଲେଖାଗୁଡ଼ିକ ମଧ୍ୟ ବେଶ୍‌ ଆବେଗପୂର୍ଣ୍ଣ ଅଟେ୤
ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫୪ ଆପଣଙ୍କ ମତାମତ ?

  • ୧. Arabinda Behera |  ଜାନୁଆରୀ ୩୦, ୨୦୧୨ - ୨:୨୦ ପୂର୍ବାହ୍ନ

    Khub Bhala lagila

  • ୨. ବିଜନ ରାୟ୍ |  ଜାନୁଆରୀ ୩୧, ୨୦୧୨ - ୬:୨୭ ପୂର୍ବାହ୍ନ

    ଅଙ୍ଗେଲିଭା ଘଟଣା. ଭଲ ହୋଇଛି. ଗାଲ୍ପିକଙ୍କୁ ଧନ୍ୟବାଦ.

  • ୩. Gyanendra |  ଫେବୃଆରୀ ୧, ୨୦୧୨ - ୯:୩୭ ପୂର୍ବାହ୍ନ

    sir apanakara lekha padhi mu emotional hoigali

  • ୪. ମାନସ ବିଶ୍ବାଳ |  ଫେବୃଆରୀ ୩, ୨୦୧୨ - ୧:୪୦ ପୂର୍ବାହ୍ନ

    ଗଳ୍ପ ଟି ପଢି ବହୁତ ଖୁସି ଲାଗିଲା ଏବଂ ନିଜ ପିଲା ବେଳ କଥା ବହୁତ ମନେ ପଡିଲା୤

  • ୫. gouranga |  ଫେବୃଆରୀ ୩, ୨୦୧୨ - ୯:୪୭ ପୂର୍ବାହ୍ନ

    Good

  • ୬. ପାଣିନି ପଟ୍ଟନାୟକ |  ଫେବୃଆରୀ ୪, ୨୦୧୨ - ୯:୩୪ ପୂର୍ବାହ୍ନ

    ମୋ ଜୀବନର ଏକ ସପନକୁ “ଅପ୍ରାନ୍ତ” ଆଜି ସାକାର କରିପାରିଛି

  • ୭. ashok kumar dash |  ଫେବୃଆରୀ ୪, ୨୦୧୨ - ୭:୪୫ ଅପରାହ୍ନ

    nichhaka sata katha jaha mu ange libhei sarichhi aau abe 66 bayasare ange libhauchhi.

  • ୮. kiran kumar lenka |  ଫେବୃଆରୀ ୬, ୨୦୧୨ - ୧:୩୨ ପୂର୍ବାହ୍ନ

    bhalo lekha ti.

  • ୯. ବଇଜୟନ୍ତି |  ଫେବୃଆରୀ ୧୨, ୨୦୧୨ - ୧୨:୨୭ ଅପରାହ୍ନ

    ବହୁତ୍ ଭଲ ହୋଇଛି.. ହ୍ରୁଦୟସ୍ପର୍ଶି …..

  • ୧୦. sarat kumar bhol rourkela |  ଫେବୃଆରୀ ୧୨, ୨୦୧୨ - ୧୨:୪୦ ଅପରାହ୍ନ

    jug po jogi heichhi.bahut bhal.

  • ୧୧. Asutosha |  ଫେବୃଆରୀ ୧୨, ୨୦୧୨ - ୧୧:୨୮ ଅପରାହ୍ନ

    ବହୁତ ଭଲ ହୋଇଛି

  • ୧୨. ଅନ୍ନଦ ଭୁସନ୍ କର୍ |  ଫେବୃଆରୀ ୧୨, ୨୦୧୨ - ୧୧:୫୦ ଅପରାହ୍ନ

    ଲେଖାଟି ବାସ୍ତବରେ ବହୁତ ଭଲ ହୋଇଛି୤ ବାପଙ୍କର ପିଲମାନଙ୍କ ପ୍ରତି ସ୍ନେହ ତଥା ପିଲାମନଙ୍କର ମାନସିକତା କୁ ସୁନ୍ଦର ଭବେ ଦର୍ଶାଇଦିଆ ଯାଇଛି୤

  • ୧୩. ଧର୍ମପଦ ଜେନା |  ଫେବୃଆରୀ ୧୩, ୨୦୧୨ - ୧:୦୩ ପୂର୍ବାହ୍ନ

    ହୃଦୟସ୍ପର୍ଶୀ ହୋଇଛି୤ ଖୁବ୍ ଭଲ ଲାଗିଲା୤

  • ୧୪. ବଦ୍ରିନାଥ ବେହେରା |  ଫେବୃଆରୀ ୧୩, ୨୦୧୨ - ୨:୫୧ ପୂର୍ବାହ୍ନ

    ନିରାଟ ସତ୍ୟ, ଅଙ୍ଗେନିଭା ଘଟଣା- ବହୁତ ଭଲ ଲାଗିଲା
    ଲେଖକଙ୍କୁ ଧନ୍ୟବାଦ, ଜେହେତୁ ଆମ ମନର ଭାସାକୁ
    ପ୍ରକାଶ କରିବାରେ ସଖ୍ୟମ ହୋଇଛନ୍ତି |

  • ୧୫. ର୍ କା ମିଶ୍ର |  ଫେବୃଆରୀ ୧୩, ୨୦୧୨ - ୩:୦୪ ପୂର୍ବାହ୍ନ

    ଖୁବ୍ ସୁନ୍ଦର ଲାଗିଲା | ଓଡିଆରେ ଅନ୍ ଲାଇନ୍ ପତ୍ରିକା ପ୍ରକାଶନ ପ୍ରୟାସ ଅଭିନନ୍ଦନୀୟ | ଦୀର୍ଘ ଜୀବନ କାମନା କରୁଛି |

  • ୧୬. Dillip Kumar Barik |  ଫେବୃଆରୀ ୧୩, ୨୦୧୨ - ୪:୫୩ ପୂର୍ବାହ୍ନ

    ଏତେ ଦିନ ପରେ କମ୍ପୁଟର ରେ ଓଡିଆ ର ଆରମ୍ଭ ହୋଇଛି କେବଳ ଆପଣଙ୍କ ଦ୍ବାରା
    ଆପଣ ମଧୁବାବୁ ବର୍ତ୍ତମାନର
    ଧନ୍ୟବାଦ

  • ୧୭. Sanjay K Das(Pune) |  ଫେବୃଆରୀ ୧୩, ୨୦୧୨ - ୧୧:୦୫ ପୂର୍ବାହ୍ନ

    As I went through the story, I found myself in it-My thinking….my style of writing stories..and me-the character……..Fabulous…Keep it up.

  • ୧୮. ସୁଦୀପ୍ତ ପଣ୍ଡା |  ଫେବୃଆରୀ ୧୪, ୨୦୧୨ - ୧:୪୬ ପୂର୍ବାହ୍ନ

    ବାପ ପୁଅ ସମ୍ପର୍କ – ଏକ ଦ୍ରୁଢ ସହୟତା ର ସମ୍ପର୍କ୤ ନିର୍ଧାରିତ ସମୟରେ ବାପ ଏବଂ ପୁଅ ବନ୍ଧୁ ଭଳି ବ୍ୟବହାର କରିବା ଉଚିତ୍୤

    ଲେଖକଙ୍କ ରଚନା ଖୁବ୍ ହୃଦୟସ୍ପର୍ଶି ହୋଇଛି.

    ସୁଦୀପ୍ତ ପଣ୍ଡା
    ବାଙ୍ଗାଲୋର୍

  • ୧୯. ସୁଲତା |  ଫେବୃଆରୀ ୧୪, ୨୦୧୨ - ୬:୦୦ ପୂର୍ବାହ୍ନ

    ଗଳ୍ପଟି ଭଲ ହୋଇଛି୤

  • ୨୦. ମୁରଲିଧର କବି |  ଫେବୃଆରୀ ୧୪, ୨୦୧୨ - ୯:୪୮ ପୂର୍ବାହ୍ନ

    chanakya netee anusarana kariba thik
    samaja ra bhasa ku galpa madhyama re prakash kariba
    sundara prayas. …………………………DHANYABAD

  • ୨୧. sabita |  ଫେବୃଆରୀ ୧୪, ୨୦୧୨ - ୨:୩୮ ଅପରାହ୍ନ

    bhala heichi

  • ୨୨. Rabi |  ଫେବୃଆରୀ ୨୨, ୨୦୧୨ - ୧୧:୦୭ ପୂର୍ବାହ୍ନ

    galpa ti padhi mo bapanka katha khub mane paduchhi

  • ୨୩. ashish |  ମାର୍ଚ୍ଚ୍ ୪, ୨୦୧୨ - ୧୧:୨୪ ପୂର୍ବାହ୍ନ

    Eita mo bapanka story bhali laguchi.

  • ୨୪. ଅଶୋକ କୁମାର ପାତ୍ର |  ମାର୍ଚ୍ଚ୍ ୬, ୨୦୧୨ - ୬:୧୬ ପୂର୍ବାହ୍ନ

    ବହୁତ ବଢିଆ

  • ୨୫. ରତି ପ୍ରକାଶ ବେହେରା |  ମାର୍ଚ୍ଚ୍ ୨୨, ୨୦୧୨ - ୭:୨୨ ପୂର୍ବାହ୍ନ

    ଲେଖା ଟି ଖୁବ୍ ସୁନ୍ଦର ଓ ହୃଦୟସ୍ପର୍ଶି ଅଟେ ୤

  • ୨୬. ଦିପକ ରଞ୍ଜ୍ନନ |  ମାର୍ଚ୍ଚ୍ ୨୭, ୨୦୧୨ - ୩:୩୯ ପୂର୍ବାହ୍ନ

    ବ୍ହୁତ ସୁନ୍ଦର……

  • ୨୭. ହେମନ୍ତ୍ |  ଏପ୍ରିଲ୍ ୩୦, ୨୦୧୨ - ୧:୧୯ ଅପରାହ୍ନ

    ବହୁତ ଭଲ ଲାଗିଲା

  • ୨୮. ranu |  ମେ ୩, ୨୦୧୨ - ୫:୩୩ ପୂର୍ବାହ୍ନ

    lekahti bauht sundara and hearttouching .

  • ୨୯. ମନୀଷା ନନ୍ଦ |  ମେ ୪, ୨୦୧୨ - ୯:୦୯ ପୂର୍ବାହ୍ନ

    ଖୁବ୍ ଭଲ

  • ୩୦. ପବିତ୍ର କୁମାର ନନ୍ଦ |  ମେ ୧୩, ୨୦୧୨ - ୩:୨୬ ପୂର୍ବାହ୍ନ

    ସତରେ ଏହି ଲେଖା ବହୁତ ବଢିଆ ହୋଇଛି , ପ୍ରତି ଦିନ ଆମ୍ଭେମାନେ ନିଜଜିବନରେ ଏହାକୁ ଦେଖୁଛେ. ଧନ୍ୟବାଦ.

  • ୩୧. sanat kumar kar |  ମେ ୨୮, ୨୦୧୨ - ୧୧:୪୯ ଅପରାହ୍ନ

    Bahut bhala lagila gapati. Lekhakanku dhanyabad.

  • ୩୨. dilipkumar acharya |  ମେ ୩୦, ୨୦୧୨ - ୧:୫୫ ପୂର୍ବାହ୍ନ

    ଭଲ ଗପ

  • ୩୩. Dr.Leenasri |  ଅଗଷ୍ଟ୍ ୨, ୨୦୧୨ - ୧:୩୦ ପୂର୍ବାହ୍ନ

    e ta hela Bapa Puanka katha semti Maa-Jhia nka upare kichhi achhi ki?

  • ୩୪. Aditya |  ଅଗଷ୍ଟ୍ ୧୨, ୨୦୧୨ - ୧୦:୫୨ ଅପରାହ୍ନ

    Khub Bhala Heichi. Upara Barada Khasuchi, Tala Barada Hasuchi, Majhi Barada Rahi Kahuchi Mo dina kala Asuchi.

  • ୩୫. ଆଦିତ୍ୟ |  ଅଗଷ୍ଟ୍ ୧୨, ୨୦୧୨ - ୧୦:୫୫ ଅପରାହ୍ନ

    ଖୁବ୍ ଭଲ ହେଇଛି, ଅନୁଭୁତି ସବୁବେଳେ ଭଲ ଲାଗେ ଲେଖକଙ୍କୁ ଧନ୍ୟବାଦ

  • ୩୬. ଜିତୁ ପାତ୍ର |  ଅଗଷ୍ଟ୍ ୧୩, ୨୦୧୨ - ୧୦:୫୨ ପୂର୍ବାହ୍ନ

    ନିରାଟ ସତ କଥା…………..ଖୂବ୍ ଭଲ ହେଇଛି…..

  • ୩୭. ହରପ୍ରସାଦ |  ଅଗଷ୍ଟ୍ ୧୫, ୨୦୧୨ - ୯:୫୩ ପୂର୍ବାହ୍ନ

    ଶ୍ରୀଶ୍ୟାମସୁନ୍ଦରଅଗ୍ରବାଳଙ୍କ “ସତ୍ୟଂବ୍ରୁ(ନୁହେଁ ବୃ)ୟାତ୍” ରୁ ଆରମ୍ଭି କେତେ ଲେଖା କେତେ କାଗଜ/ପତ୍ରିକା/ବହିରୁ ଟିକିଏ ଟିକିଏ ଆଡ଼େଇଚି। ଆଖିରେ ପଡ଼ିଲେ ନ ସାରିଲେ ନ ଚଳେ।
    ବାପ ମନ ବୁଝିବାକୁ ପୁଅକୁ ବାପ ହେଲାଯାଏଁ ତ ଅଲବତ ତକେଇବାକୁ ପଡ଼ିବ। ବାଃ! ବଢ଼ିଆ ଲାଇନ୍ ଉପରେ ମନଲାଖି ଢଙ୍ଗରେ ବଖାଣିଚନ୍ତି ନାଁ ଆମ କବି ଶ୍ୟାମସୁନ୍ଦରଅଗ୍ରବାଳେ! ଆମ ପୁଅ ତ ବାପ ହେଇ ସାରିଲାଣି। ସାତ ବର୍ଷ ହେଲା। ଏଥର ?

  • ୩୮. Basanta ( Bachhi) |  ସେପ୍ଟେମ୍ବର୍ ୧୮, ୨୦୧୨ - ୧:୪୧ ପୂର୍ବାହ୍ନ

    Mo Bapa mo pain Bhagaban………..Love u Bapa very much

  • ୩୯. ଅମିୟ ରଞନ, new delhi |  ଅକ୍ଟୋବର୍ ୧୪, ୨୦୧୨ - ୫:୦୯ ପୂର୍ବାହ୍ନ

    ସତରେ ବହୁତ ଭଲ୍ ଲେଖାଟି…..ମନ କୁ ଛୁଇଁଗଲାପରି ହୋଇଛି୤

  • ୪୦. ରାଜେନ୍ଦ୍ର କୁମାର ବେହେର, ଚେନ୍ନଈ, ତମିଲ୍ ନାଡୂ |  ନଭେମ୍ବର୍ ୧୦, ୨୦୧୨ - ୧:୧୩ ପୂର୍ବାହ୍ନ

    ଆପଣଙ୍କ ଲେଖା ବହୁତ ମର୍ମସ୍ପର୍ଶୀ
    ଧନ୍ୟବାଦ

    ରାଜେନ୍ଦ୍ର କୁମାର ବେହେରା
    ଚେନ୍ନଈ

  • ୪୧. jeeban bandhu sahoo, kolkata |  ଡିସେମ୍ବର୍ ୩୦, ୨୦୧୨ - ୧୧:୩୭ ପୂର୍ବାହ୍ନ

    bahut bahut dhanyabaad je epari gote sata katha ku sthana dei thibaru .

  • ୪୨. Ranjit Mallick, Bhuabneswar |  ଏପ୍ରିଲ୍ ୨୯, ୨୦୧୩ - ୧୦:୫୨ ପୂର୍ବାହ୍ନ

    Bahuta Bhala laguchi. Apanankar prochestha pain Koti Koti Dhanyabad.

  • ୪୩. ଶିଶିର କୁମାର ନାୟକ, କଟକ |  ଜୁନ୍ ୫, ୨୦୧୩ - ୫:୦୬ ପୂର୍ବାହ୍ନ

    ଯଦିଓ ମୁଁ ବାପା ହେଇନି, ତଥାପି ବିଷୟର ମର୍ମ ସ୍ପଷ୍ଟ ବୁଝି ହଉଚି, ଧନ୍ୟବାଦ ଏପରି ଲେଖା ପାଇଁ ୤

  • ୪୪. ରାକେଶ, sambalpur |  ଅକ୍ଟୋବର୍ ୫, ୨୦୧୩ - ୩:୪୨ ପୂର୍ବାହ୍ନ

    ବାସ୍ତବ ରେ ଲେଖାଟି ଖୂବ୍ ଭଲ ହେଇଛି ……… /

  • ୪୫. ପ୍ରମୋଦ, ଭୁବନେଶ୍ବର |  ଅକ୍ଟୋବର୍ ୨୯, ୨୦୧୩ - ୫:୧୪ ପୂର୍ବାହ୍ନ

    ଖୁବ୍ ଭଲ

  • ୪୬. ସୁମନ ସୌରଭ ରଥ, କଳିଙ୍ଗ ବିହାର ,ଭୁବନେଶ୍ଵର |  ମେ ୧, ୨୦୧୪ - ୧:୨୦ ପୂର୍ବାହ୍ନ

    ସତରେ ବହୁତ ଭଲ ହୋଇଛି,ଏହା ସତ୍ୟ କି ନାହିଁ ଜଣେ ବାପା ହେଲେ ବୁଝିପାରିବ।

  • ୪୭. Dr.NIROD KUMAR MANTRY, cuttack |  ମେ ୧୦, ୨୦୧୪ - ୪:୧୮ ପୂର୍ବାହ୍ନ

    Apana Samajra eka bisesh diga prati dhyna deiachhnti, dhanyabada. Apnanka lekhani jibanta hoi rahu.

  • ୪୮. ଦାମୋଦର ବେହେରା, ଗୋହିରିବାଡ଼ି ,ଗଞ୍ଜାମ |  ଜୁଲାଇ ୯, ୨୦୧୪ - ୧୦:୫୭ ଅପରାହ୍ନ

    ସୁନ୍ଦର ଗପ
    ଗପ ଟି ପଢ଼ି ଖୁସି ଲାଗିଲା ।
    ଧନ୍ୟବାଦ

  • ୪୯. ବିମଳ ପ୍ରସାଦ ମହାପାତ୍ର, Kolkata |  ଜୁଲାଇ ୧୯, ୨୦୧୪ - ୭:୪୦ ପୂର୍ବାହ୍ନ

    ଖୁବ୍ ସୁନ୍ଦର ଲେଖା…… ପୁରା ବାପା ଏବଂ ପୁଅ ଭିତରେ ଥିବା ନିଛକ ସମ୍ପର୍କର ବର୍ଣ୍ଣନା ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରାଜାଇଛି୤ ଲେଖକ ମହୋୟଙ୍କୁ ଅନେକ ଅନେକ ଧନ୍ୟବାଦ୤

  • ୫୦. SANJEEB KUMAR BEHERA, jajpur.orissa |  ଜାନୁଆରୀ ୩, ୨୦୧୫ - ୧:୪୭ ପୂର୍ବାହ୍ନ

    Sir,this is the true story which you have described.

  • ୫୧. SANJIB KUMAR PATI |  ଜୁନ୍ ୪, ୨୦୧୬ - ୧:୪୭ ପୂର୍ବାହ୍ନ

    ଅନେକ ଅନେକ ଧନ୍ୟବାଦ

  • ୫୨. surya mohanty, surat, gujarat |  ଅକ୍ଟୋବର୍ ୪, ୨୦୧୬ - ୧୦:୦୩ ଅପରାହ୍ନ

    This is absolutely true, wonderful creation.
    thanks a lot.

  • ୫୩. Biraj Challan, Bhubaneswar kiit university  |  ଜାନୁଆରୀ ୧୮, ୨୦୧୭ - ୧୧:୦୫ ଅପରାହ୍ନ

    Ahipari upadesaattmak galpa aabalbruddhabanitaa manank nimante nitaanta aabasyaka. Barttamaanara jubapidhinka paain aka nutan aalokar baarttaabahak hoithibaa hetu ases ases dhanyabaad.

  • ୫୪. ଶ୍ରୀ ରଙ୍ଗନାଥ ରଥ, ଭୁବନେଶ୍ୱର |  ଜୁନ୍ ୧୧, ୨୦୧୮ - ୧୦:୧୦ ଅପରାହ୍ନ

    ବର୍ଣ୍ଣାଶୁଦ୍ଧି ସଂଶୋଧନ ଆବଶ୍ୟକ :-
    ସେତିବେଳେ = ସେତିକିବେଳେ (ଅନ୍ତିମ ଅନୁଚ୍ଛେଦରେ)
    ପତିବାଦନ = ପ୍ରତିପାଦନ (ଅଗ୍ରଲେଖରେ)

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤