ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସନତ୍‌ ରାୟ
ମନମୋହନ ମିଶ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ମନୋରଞ୍ଜନ ପାଣିଗ୍ରାହୀ
କିଶୋରୀକିଙ୍କର ଦାସ
ଜୟନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୋଉର ଦିନ
 |- ବୈଷ୍ଣବ ଚରଣ ମହାନ୍ତି
 
 
ତା: ଜୁଲାଇ ୩୧, ୨୦୧୩  
 

ଉଚ୍ଚାରଣ ଅନୁସାରେ ଆମର ଆଚରଣ ହୋଇଥାଏ୤ ଆଚରଣ ଅନୁସାରେ ଆମ ଉଚ୍ଚାରଣ ବଦଳିଥାଏ୤ ଆମେ ଓଡ଼ିଆଗୁଡ଼ାକ ଆମ ବାପାଙ୍କୁ ସାଧାରଣତଃ ‘ତମେ’ ବା କ୍ବଚିତ୍‌ ‘ଆପଣ’ ସମ୍ବୋଧନ କରିଥାଉ, କିନ୍ତୁ ବୋଉକୁ ଆମେ ‘ତୁ’ ବୋଲି କହୁ୤ ଏ ‘ତୁ’ ସମ୍ବୋଧନଟା ସମ୍ପର୍କରେ ନିବିଡ଼ତା ବା ହୃଦୟର ନିକଟତା ପ୍ରକଟ କରିଥାଏ୤ ନିହାତି ଆପଣାର ନ ହେଲେ କେହି କାହାକୁ ‘‘ତୁ’ କହେନି୤ ଆଜିର ବୋଉମାନେ ‘ମମି’ ହୋଇଯିବା ପରେ ସେମାନଙ୍କ ପିଲାମାନେ ଅଧିକାଂଶ ସ୍ଥଳେ ସେମାନଙ୍କୁ ‘ତମେ’ ସମ୍ବୋଧନ କରୁଛନ୍ତି୤ ଏଇ ପଚାଶ ବର୍ଷ ତଳେ ଅଧିକାଂଶ ଓଡ଼ିଆଣୀ ବୋଉ ଅପାଠୋଈ ଥିଲେ, ଅବଶ୍ୟ ଏବେକାର ମମିମାନେ ପାଠୋଈ୤ ଏଇ ପାଠୋଈ ମମିମାନଙ୍କୁ ସେମାନଙ୍କ ସନ୍ତାନ ‘ତୁ’ ସମ୍ବୋଧନ କଲେ ସେମାନଙ୍କ ସମ୍ମାନ ତଳେ ପଡ଼ିଯିବନି? ଅନ୍ୟ ଏକ ଦୃଷ୍ଟି କୋଣରୁ ବିଚାର କଲେ ଆଜିର ନାରୀ ସବୁ କ୍ଷେତ୍ରରେ ପୁରୁଷ ସହ ସମାନ ବୋଲି କୁହାଯାଉଛି, କିନ୍ତୁ ଖୋଦ୍‌ ନିଜଘରେ ନିଜ ଛୁଆ ବାପାଙ୍କୁ ‘ତମେ’ ଓ ବୋଉକୁ ‘ତୁ’ କହିବ! ଏହା ନାରୀ ଜାତିପାଇଁ ନିହାତି ଅସମାନ ଓ ଅସମ୍ମାନର କଥା ନୁହେଁ କି?

ତା’ ଛଡ଼ା ଆମ ବୋଉମାନେ ଆମକୁ କ୍ଷୀରପାନ କରାଉଥିଲେ, ଘୁଅମୂତ ପୋଛୁଥିଲେ, କୋଳରେ ଜାକି ଶୋଉଥିଲେ୤ ଆଜିକାଲି ତ ଛୁଆ ଜନମ ହଉ ହଉ ମଦର ବା ମମିଜାତୀୟା ମା’ମାନେ ନିଜ ଶେଯଠାରୁ ନିରାପଦ ଦୂରତାରେ ଦୋଳି ଝୁଲଣାରେ ନବଜାତ ଛୁଆକୁ ଶୁଆଉଛନ୍ତି୤ ଆୟା ଆଉ ବୋତଲ ଦାୟିତ୍ବରେ ଛୁଆକୁ ଛାଡ଼ୁଛନ୍ତି୤ ପିଲାବେଳେ ‘ତୁ…, ତା…’ ହଉଥିବା ସାଙ୍ଗଟିକୁ ଦୀର୍ଘ ପନ୍ଦର କୋଡ଼ିଏ ବର୍ଷ ବ୍ୟବଧାନରେ ଭେଟିଲେ ବା ସାଙ୍ଗ ଭିତରୁ ଜଣେ ଅଫିସର୍‌ ଜଣେ ମୂଲିଆ ହେଲେ, ଯେମିତି ସମୟର ଫାଙ୍କ ବା ସାମାଜିକ ଦୂରତା ସକାଶେ ଉଚ୍ଚାରଣ ଭିତରକୁ ଆପେ ଆପେ ‘ତମେ’ ବା ‘ଆପଣ’ ସମ୍ବୋଧନ ଆସିଯାଏ୤ ଆଜିକାଲିର ‘ମମି’ ଆଉ ସେମାନଙ୍କ ପିଲାଙ୍କ ଭିତରେ ଏ ‘ତମେ’ ସମ୍ବୋଧନଟା ଆବେଗିକ ଦୂରତା ସକାଶେ ନୁହେଁ ତ? ଜନନୀ ଓ ଜନ୍ମିତଙ୍କ ଭିତରେ ମୋହ, ମମତା, ସମ୍ପର୍କର ନିବିଡ଼ତା କମିଯିବାରୁ ଏ ‘ତୁ’ ଟା ‘ତୁମେ’ ହେଇ ଯାଉନି ତ? ଆଜିର ଏ ନାରୀ ସଶକ୍ତୀକରଣ ଯୁଗରେ ଶକ୍ତିମୟୀ ମମିମାନଙ୍କୁ ଶକ୍ତିହୀନ ଛୁଆଗୁଡ଼ାକ ‘ତୁ’ ସମ୍ବୋଧନ କରିବେ କେମିତି ?

ଆଜିକାଲିର ମମିମାନଙ୍କର ଉଚ୍ଚାଭିଳାଷରେ ଯେମିତି ବଡ଼ବଡ଼ ପର ଲାଗିଲାଣି ସେମାନଙ୍କ ସନ୍ତାନମାନେ ନିଶ୍ଚୟ ଦିନେ ନା ଦିନେ ଉଡ଼ି ଦୂର ବିଦେଶ ପଳେଇବେ ଓ ବର୍ଷକେ ଥରେ ଦୂରରୁ ମଦର୍ସ ଡ଼େ କାର୍ଡ଼ ବା ଗିଫ୍ଟ ପ୍ୟାକେଟ୍‌ ପାର୍ସଲ କରି ନିଶ୍ଚୟ ପଠେଇବେ୤ ସେତେବେଳେ ଯାଇ ଏ ମଦର୍ସ ଡ଼େ ପାଳନର ସାର୍ଥକତା ଆସିବ୤ ବର୍ତ୍ତମାନ ହୁଏତ ତା’ର ପୂର୍ବପ୍ରସ୍ତୁତି, ତା’ର ଅଭ୍ୟାସର ବେଳ୤ ଏହାର ପ୍ରସାର ଓ ପ୍ରଚାରରେ ବ୍ୟବସାୟିକ ଫାଇଦା ଥିବାରୁ ବ୍ୟବସାୟୀ ଓ ବିଜ୍ଞାପନ ବେପାରୀମାନେ ‘ଅନାହୂତୋ ପ୍ରବିଶନ୍ତି, ଅପୃଷ୍ଟୋ ବହୁଭାଷତେ’ କରୁଛନ୍ତି୤

ବର୍ତ୍ତମାନ କିନ୍ତୁ କ୍ଷୀର ସମୁଦ୍ରର ମାଛକୁ କ୍ଷୀର ଚଖେଇବା ଯାହା, ଆମ ଓଡ଼ିଆ ସନ୍ତାନଙ୍କୁ ମଦର୍ସ ଡ଼େ ପାଳନ କରିବାକୁ କହିବା ସେଇଆ୤ ପରିବେଶ ଓ ପରିସ୍ଥିତିର ପ୍ରଭାବରେ ଆମର ଚାଲିଚଳଣି, ଚେହେରା, ଚରିତ୍ର ବଦଳିବ ନିଶ୍ଚୟ, କିନ୍ତୁ ବେଗ ଧାରଣ କରିନପାରିଲେ ଗାମୁଛା ବଦଳିବା ଭଳି ଆମ ସଂସ୍କୃତିକୁ ଏମିତି ବେଇଗି ବେଇଗି ବଦଳି ପକେଇବା କେମିତି? ବିଦେଶୀବାଲା ଆମ ସଂସ୍କୃତିରୁ ହାଣ୍ଡିଏ ନେଇ ଆମକୁ ସେଥିରୁ ଚାମୁଚେ ଚଖେଇଲେ, ଆମେ ତାକୁ ପରମ ଆହ୍ଲାଦରେ ଚାଟି ପକେଇ ‘ତମର ତ ଭଲ ଭଲ ଲାଗୁଚି’ ବୋଲି କହିବା କେମିତି?

ଗାଁରେ ଆମ ବାପା ଗୋସବାପା ଶହ ଶହ ନଡ଼ିଆ ଗଛ ଲଗାଇଛନ୍ତି୤ ବେପାରୀ ଆମରି ବାଡ଼ିରୁ ନାସିଲଗା ପଇଡ଼ ଟ୍ରକ୍‌ ପାରିଆଣି ସହରରେ ବିକୁଚି ଏବଂ ଆମେ ଗୋଟାକ ଦଶ ଟଙ୍କା ପନ୍ଦର ଟଙ୍କା ଦେଇ ସେ ବାସି ପଇଡ଼ ପିଇ ଓଠ ଚାଟି କହୁଚୁ ‘ଆହା କି ମିଠା’୤ ଇଏ ସେମିତି ଆମରି ସଂସ୍କୃତିରୁ ଶିଖି, ଆମ ବୋଉ ପ୍ରତି ଆମର ଜୀବନତମାମ ସେବା, ଯତ୍ନ, ଶ୍ରଦ୍ଧା ଓ ଭକ୍ତିକୁ ଦେଖି ଆମକୁ ଦିନଟିଏ ବୋଉ ପାଇଁ ସଚେତନ ହେବା ପାଇଁ ଶିଖଉଛନ୍ତି୤ ତମେ ଜିଅନ୍ତା ବୋଉର ଦିନ ପାଳନ କରି କ’ଣ ପ୍ରେଜେଣ୍ଟେସନ୍‌ ଦଉଛ, ଆମେ ପରା ମଲା ବୋଉର ଦିନ ପାଳନ କରି ତାକୁ ପିଣ୍ଡଦାନ କରୁଛୁ, ତାକୁ ଶ୍ରଦ୍ଧାରେ ସ୍ମରଣ କରି ଶ୍ରାଦ୍ଧ ଦଉଛୁ, ତା’ର ସ୍ମୃତିତର୍ପଣ କରୁଛୁ, ଆଖି ଓଦା କରୁଛୁ ଆବେଗରେ, ଆନ୍ତରିକତାରେ୤ ତମେ ତେଣୁ ଆଜୀବନ ଅଖଣ୍ଡ କୀର୍ତ୍ତନିଆଙ୍କୁ କୀର୍ତ୍ତନ ଶିଖଉଛ କ’ଣ ???

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବୈଷ୍ଣବ ଚରଣ ମହାନ୍ତି
ସାମ୍ପ୍ରତିକ ସମୟର ଅନ୍ୟତମ ପାଠକପ୍ରିୟ ପ୍ରାବନ୍ଧିକ ହେଉଛନ୍ତି ବୈଷ୍ଣବ ଚରଣ ମହାନ୍ତି୤ ସମାଜର ଅଶିକ୍ଷା, ଅନୀତି, ଅନାଚାର ଓ ଅପସଂସ୍କୃତି ବାବଦରେ ନିଜ ଲେଖା ମାଧ୍ୟମରେ ସମାଜକୁ ସଜାଡ଼ିବା ହେଉଛି ତାଙ୍କର ଲକ୍ଷ୍ୟ୤ ନାଟକ, ନିବନ୍ଧ, କବିତା, ଶିଶୁ ସାହିତ୍ୟ ଓ ପ୍ରୌଢ଼ ସାହିତ୍ୟଠାରୁ ଆରମ୍ଭ କରି ଭାଷା ସଂସ୍କୃତି ବିଷୟକ ପର୍ଯ୍ୟାଲୋଚନା ପର୍ଯ୍ୟନ୍ତ ତାଙ୍କ ସାରସ୍ବତ ସର୍ଜନାର ସରହଦ ସମ୍ପ୍ରସାରିତ୤ ନିଜର ନିଆରା ରଚନା ଶୈଳୀ ମାଧ୍ୟମରେ ପାଠକକୁ ନିଜ ଲେଖା ପଢ଼ିବା ନିମନ୍ତେ ଆକୃଷ୍ଟ କରିବାରେ ଶ୍ରୀ ମହାନ୍ତି ସିଦ୍ଧହସ୍ତ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. SRIKANTA TRIPATHY, KENDUJHAR |  ଅଗଷ୍ଟ୍ ୩, ୨୦୧୩ - ୨:୫୫ ପୂର୍ବାହ୍ନ

    ଭାରୀ ଭଲ ଲାଗିଲା,

  • ୨. Sushil Kumar Bag, Kalahandi, BhawaniPatna. |  ଅକ୍ଟୋବର୍ ୯, ୨୦୧୩ - ୭:୧୪ ପୂର୍ବାହ୍ନ

    ବହୁତ ଭଲ

  • ୩. ପ୍ରେମ ସାଗର ମାହାନ୍ତ, ରାଉରକେଲା  |  ଜାନୁଆରୀ ୨୯, ୨୦୧୪ - ୮:୩୩ ପୂର୍ବାହ୍ନ

    ଏ ହଉଛି ଯୁଗ ପରିବର୍ତ୍ତନ ର କରାମତି ।

    ଗଳ୍ପ ମାଧ୍ୟମରେ ସମାଜ କୁ ଭଲ ଦିଗ୍ ଦେଇ ଛନ୍ତ ।

  • ୪. ପ୍ରେମ ସାଗର ମାହାନ୍ତ |  ଜାନୁଆରୀ ୨୯, ୨୦୧୪ - ୮:୪୯ ପୂର୍ବାହ୍ନ

    ଏ ହଉଛି ଯୁଗ ପରିବର୍ତ୍ତନ ର କରାମତି ।

    ଗଳ୍ପ ମାଧ୍ୟମରେ ସମାଜ କୁ ଭଲ ଦିଗ୍ ଦର୍ଶନ ଦେଇ ଛନ୍ତି ।

  • ୫. NUTAN MOHAPATRA, NABARANGPUA |  ଅଗଷ୍ଟ୍ ୧, ୨୦୧୪ - ୯:୨୫ ପୂର୍ବାହ୍ନ

    ଭାରି ଭଲ ଲାଗିଲା

  • ୬. ପ୍ରତାପ କୁମାର ସାହୁ, ଭଟ୍ଟିମୁଣ୍ଡା, କଟକ, ଓଡିଶା  |  ନଭେମ୍ବର୍ ୨୨, ୨୦୧୪ - ୭:୩୦ ପୂର୍ବାହ୍ନ

    ମାତୃଭୂମି ମାତୃଭାଷା ପ୍ରତି ଯାହୃଦେ ମମତା ଜନମୀ ନାହିଁ
    ତାକୁ ଯଦି ଆମେ ଜ୍ଞାନ ରେ ଗଣିବା ଅଜ୍ଞାନ ରହିବ ନାହିଁ

    ବହୁତ ଭଲଲାଗିଲା

  • ୭. rashmi ranajan panigrahi, khaprakhol balangir |  ସେପ୍ଟେମ୍ବର୍ ୧୫, ୨୦୧୫ - ୧:୦୦ ଅପରାହ୍ନ

    bahut sundar bhabare byakhyan karichanti. satare hrudaya swarshi

  • ୮. Dandeswor Patnaik, Bangalore |  ମାର୍ଚ୍ଚ୍ ୧୫, ୨୦୧୬ - ୧୧:୦୧ ପୂର୍ବାହ୍ନ

    Lekhati bahut badhia hoichhi. Lekhanku antarika dhanyabad. Se amiti sikhyania katha lekhuthantu.

  • ୯. ମନ୍ମଥ ଚୌଧୁରୀ, ପାରାଦ୍ବୀପ |  ମେ ୩୦, ୨୦୧୬ - ୯:୫୪ ପୂର୍ବାହ୍ନ

    ଧନ୍ୟବାଦ ଆପଣଙ୍କର ଲେଖାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ

  • ୧୦. ଅନୁପମ ପଣ୍ଡା, ଯାଜପୁର ରୋଡ୍ |  ମାର୍ଚ୍ଚ୍ ୧୦, ୨୦୧୭ - ୪:୨୬ ପୂର୍ବାହ୍ନ

    ମହୋଦୟ
    ଲେଖାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣୀୟ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤