ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜୟନ୍ତ ମହାପାତ୍ର
ଅମରେଶ ବିଶ୍ବାଳ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଗୋଦାବରୀଶ ମହାପାତ୍ର
ସନ୍ଥକବି ଭୀମ ଭୋଇ
ଶାରଦା ପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବିବାହ (ନାଟକ)
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ମାର୍ଚ୍ଚ୍ ୩୧, ୨୦୧୨  
 

ଲେଖକ : କୃତିବାସ ନାୟକ
ପ୍ରକାଶକ : ବିଦ୍ୟାପୁରୀ, ବାଲୁ ବଜାର, କଟକ
ମୂଲ୍ୟ : ୬୦ ଟଙ୍କା
ପୃଷ୍ଠା : ୮୪

ପ୍ରକାଶକଙ୍କ ସମେତ ଓଡ଼ିଶାର ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ବିଗତ ତିନି ଦଶନ୍ଧି ଧରି ଓଡ଼ିଆ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ସାଧନାରତ କୃତ୍ତିବାସ ନାୟକ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ସାମାଜିକ ବିଷୟ ବସ୍ତୁକୁ ନେଇ ନୂତନ ସ୍ବାଦର ନାଟକ ରଚନାରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି୤ ବିବାହ ପରି ଏକ ପବିତ୍ର ବନ୍ଧନରେ ଅନ୍ତର୍ମୁଖୀ ଓ ବହିର୍ମୁଖୀ ତତ୍ତ୍ବକୁ ନେଇ ବିବାହ କରି ନଥିବା ତରୁଣ-ତରୁଣୀ ଓ ସଦ୍ୟ ବିବାହିତ ଦମ୍ପତିଙ୍କ ପାଇଁ ଏକ ଦିବ୍ୟ ଚେତନାର ଉପସ୍ଥାପନା ହେଉଛି ଏହି ପୁସ୍ତକର ମୂଳ ଉଦ୍ଦେଶ୍ୟ୤ ଏହି ନାଟକଟି ମଞ୍ଚ ସଫଳତା ହାସଲ କରିବା ସଙ୍ଗେ ସଙ୍ଗେ ପାଠକୀୟ ସଫଳତା ହାସଲ କରିବ ବୋଲି ଆଶା କରାଯାଏ୤


ଲେଖକ : ଦେବେନ୍ଦ୍ର ମହାନ୍ତି
ପ୍ରକାଶକ : ଅର୍ପିତା ପ୍ରକାଶନ, ଭୁବନେଶ୍ବର
ମୂଲ୍ୟ : ୬୦ ଟଙ୍କା
ପୃଷ୍ଠା : ୮୭

ପ୍ରକାଶକ ଏବଂ ଲେଖକଙ୍କ ବ୍ୟତୀତ ଓଡ଼ିଶାର ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ଗାଳ୍ପିକ ଏବଂ ଔପନ୍ୟାସିକ ଦେବେନ୍ଦ୍ର ମହାନ୍ତି ନୂତନ ଉପନ୍ୟାସ “ଝଡ଼ ଆକାଶର ପକ୍ଷୀ” ର କାହାଣୀ ଜୀବନମୟ ଓ ସମାଜ ଅନୁଗାମୀ୤ ଏଥିରେ ଏକ ଘରୋଇ ମହାବିଦ୍ୟାଳୟରେ କାର୍ଯ୍ୟରତ ନବବିବାହିତା ଅଧ୍ୟାପକ ଦମ୍ପତିଙ୍କ କାରୁଣ୍ୟଭରା କାହାଣୀ ଉପସ୍ଥାପିତ ହୋଇଛି୤ କାହାଣୀରେ ଥିବା ଚରିତ୍ରଗୁଡ଼ିକ ସାମ୍ପ୍ରତିକ ସମାଜକୁ ପ୍ରତିନିଧିତ୍ବ କରଛନ୍ତି୤ ପୁସ୍ତକଟିରେ ଜୀବନ ଦର୍ଶନର ସ୍ବର ବେଶ୍‌ କଳାତ୍ମକ ଏବଂ ପୁସ୍ତକରେ ବ୍ୟବହୃତ ଭାଷାଶୈଳୀ ଓ ଲୋକ ଉପଦାନର ପ୍ରୟୋଗ ଉଲ୍ଲେଖନୀୟ୤ ତେଣୁ ପୁସ୍ତକଟି ପାଠକଙ୍କ ନିକଟରେ ଆଦୃତ ଓ ଗ୍ରହଣୀୟ ହେବ ବୋଲି ଆଶା କରାଯାଏ୤


ଲେଖକ : ଡ.ପ୍ରସନ୍ନ କୁମାର ମିଶ୍ର
ପ୍ରକାଶକ : ବିଦ୍ୟାପୁରୀ, ବାଲୁବ‍ଜାର, କଟକ
ପୃଷ୍ଠା : ୧୧୪,
ମୁଲ୍ୟ: ଟ.୮୦.୦୦

ପ୍ରକାଶକଙ୍କ ସମେତ ଓଡ଼ିଶାର ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ଆମ ସମୟର ଜଣେ ଚର୍ଚ୍ଚିତ କବି ଭାବେ ପରିଚିତ ଡ.ପ୍ରସନ୍ନ କୁମାର ମିଶ୍ରଙ୍କ ନୂତନ କବିତା ସଙ୍କଳନ “ଫାଲ୍‌ଗୁନର ନିଜ ଘରେ” ହେଉଛି ତାଙ୍କର ଷୋଡ଼ଷ କବିତା ସଙ୍କଳନ୤ ଅନୁପମ କାବ୍ୟ –ଶୈଳୀ, ମୁକ୍ତ ଚିନ୍ତନ, ପ୍ରେମ ଓ ବିପ୍ଲବ କ୍ଷେତ୍ରରେ ଅଭିନବ କାବ୍ୟ-ଭାବନା ଯୋଗୁଁ ଡ଼. ମିଶ୍ର ଓଡ଼ିଆ ପାଠକମାନଙ୍କ ନିକଟରେ ବେଶ୍‌ ପରିଚିତ୤ କବିତା ସହିତ ନାଟକ, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ,ସାହିତ୍ୟ ଆଲୋଚନା, ଲୋକ ସଂସ୍କୃତି ଗବେଷଣା, ଶିଶୁସାହିତ୍ୟ ଓ ସର୍ବୋପରି ଅନୁବାଦ କ୍ଷେତ୍ରରେ ଡ. ମିଶ୍ରଙ୍କର ବେଶ୍‌ ପାରିଦର୍ଶିତା ରହିଛି୤ କବିଙ୍କର ଏହି ନୂତନ କବିତା ସଙ୍କଳନରେ ଥିବା ମୋଟ ୫୪ଟି କବିତା ପାଠକମାନଙ୍କୁ ଆକୃଷ୍ଟ କରିବ ବୋଲି ଆଶା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. surendra kumar mishra |  ଏପ୍ରିଲ୍ ୬, ୨୦୧୨ - ୮:୧୨ ପୂର୍ବାହ୍ନ

    ସୁନ୍ଦର ହୋଇଛି……….

  • ୨. sudam |  ଏପ୍ରିଲ୍ ୧୨, ୨୦୧୨ - ୧୧:୫୨ ଅପରାହ୍ନ

    ବହୁତ ଭଲ ହୋଇଚି .

  • ୩. ଆଲୋକ ରଞ୍ଜନ ସାହୁ |  ମେ ୩, ୨୦୧୨ - ୪:୨୬ ପୂର୍ବାହ୍ନ

    ବହୁତ୍ ଭଲ

  • ୪. monalisa maharana |  ଫେବୃଆରୀ ୧୯, ୨୦୧୩ - ୧୧:୨୨ ପୂର୍ବାହ୍ନ

    how can i buy these books. please advise. Thanks.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤