ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦୀପକ ମିଶ୍ର
ଭୂପେନ୍‌ ମହାପାତ୍ର
ଗନ୍ତାୟତ ଶିବପ୍ରସାଦ
ତ୍ରିନାଥ ସିଂହ
ମନୋଜ ଦାସ
ଦୟାନିଧି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନଷ୍ଟ ହୋଇଯିବାର ମୋହ (କବିତା ସଙ୍କଳନ)
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ମାର୍ଚ୍ଚ୍ ୪, ୨୦୧୨  
ମୂଳ ପୃଷ୍ଠାପୁସ୍ତକ ପରିଚୟ
 

ଲେଖକ : ହରପ୍ରସାଦ ପରିଛା ପଟନାୟକ, ଭୁବନେଶ୍ବର
ପ୍ରକାଶକ : କାହାଣୀ, କଲ୍ୟାଣ ନଗର, କଟକ
ମୂଲ୍ୟ : ୧୦୦ ଟଙ୍କା
ପୃଷ୍ଠା : ୧୩୬

ପ୍ରକାଶକଙ୍କ ବ୍ୟତୀତ ଓଡ଼ିଶାର ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ ହେବ୤

ଆମ ସମୟର ଜଣେ ସତ୍ୟପାଠୀ କବି ଭାବେ ପରିଚିତ ହରପ୍ରସାଦ ପରିଛା ପଟନାୟକଙ୍କ ନୂତନ କବିତା ସଙ୍କଳନ ନଷ୍ଟ ହୋଇଯିବାର ମୋହ ପୁସ୍ତକରେ ମୋଟ ୪୯ଟି କବିତା ରହିଛି୤ ଆଧୁନିକ କବିତା ମାଧ୍ୟମରେ ଲାଳିତ୍ୟ, ପ୍ରେମ, ଲୋକଗୀତ, ସାମାଜିକ ବ୍ୟବସ୍ଥା, ମିଥ୍‌, ଇତିହାସ, ପୁରାଣ ଆଦି ବିଷୟର ଏକ ସୁନ୍ଦର ସଙ୍କଳନ ହେଉଛି ଏହି ପୁସ୍ତକ୤ ଏଥିରେ ସ୍ଥାନୀତ ସମସ୍ତ କବିତାରେ ପାଠକ କୌଣସି ନା କୌଣସି ଭାବେ ନିଜର ସତ୍ତାକୁ ଅନୁଭବ କରିପାରିବା ସହିତ ସରଳ ଭାଷା ଓ ଶବ୍ଦ ସଂଯୋଜନା ଯୋଗୁଁ ଏହି ପୁସ୍ତକଟି ପାଠକମାନଙ୍କ ନିକଟରେ ଆଦୃତ ହେବ ବୋଲି ଆଶା କରାଯାଏ୤


ଲେଖକ ଏବଂ ସଙ୍କଳକ: ସାହିଦ୍‌ ଉମର୍‌, କଟକ
ପ୍ରକାଶକ : ଏ.କେ.ମିଶ୍ର ପବ୍ଲିଶର୍ସ ରକ୍ସି ଲେନ୍‌, ବାଦାମବାଡ଼ି, କଟକ
ମୂଲ୍ୟ : ୧୫୦ ଟଙ୍କା
ପୃଷ୍ଠା : ୬୨୬

ଓଡ଼ିଶାର ବିଭିନ୍ନ ପୁସ୍ତକ ଦୋକାନ ସମେତ ପ୍ରକାଶକଙ୍କ ପାଖରେ ଏହି ପୁସ୍ତକ ଉପଲବ୍ଧ ହେବ୤

ଓଡ଼ିଶାର ଇତିହାସ, ଭୌଗଳିକ ସ୍ଥିତି ସହିତ ଅନ୍ୟାନ୍ୟ ବିଭିନ୍ନ ବିଷୟ ଉପରେ ଏହି ପୁସ୍ତକରେ ସବିଶେଷ ତଥ୍ୟ ଓ ବିବରଣୀ ପ୍ରଦାନ କରାଯାଇଛି୤ ୨୦୧୨ ରେ ପ୍ରକାଶିତ ଏହି ପୁସ୍ତକର ୩୫ଟି ଅଧ୍ୟାୟ ମାଧ୍ୟମରେ ଓଡ଼ିଶାର ଜନସଂଖ୍ୟା, କଳା ସଂସ୍କୃତି, ଯୋଗାଯୋଗ, ପର୍ଯ୍ୟଟନ, ଶିଳ୍ପ, ପରିବେଶ ଆଦି ବିଷୟ ସମେତ ଓଡ଼ିଶା ବାବଦରେ ବିଭିନ୍ନ ତଥ୍ୟ, ପରିସଂଖ୍ୟାନ ଓ ବିବରଣୀ ପ୍ରଦାନ କରାଯାଇଛି୤ ସବୁବର୍ଗର ପାଠକପାଠିକାମାନଙ୍କୁ ଓଡ଼ିଶା ବାବଦରେ ବିସ୍ତୃତ ତଥ୍ୟ ଓ ସୂଚନା ପାଇବାରେ ଏହି ପୁସ୍ତକ ସହାୟକ ହୋଇପାରିବ୤


ଲେଖକ : ବ୍ରଜ ବିହାରୀ ଦାଶ
ପ୍ରକାଶକ : ତୃପ୍ତି, ଭୁବନେଶ୍ବର
ମୂଲ୍ୟ : ୨୫ ଟଙ୍କା
ପୃଷ୍ଠା : ୪୮

ଭୁବନେଶ୍ବରର ଏଥେନା ବୁକ୍ସ ସମେତ ଅନ୍ୟାନ୍ୟ ପୁସ୍ତକ ଦୋକାନରେ ଏହି ବହି ମିଳେ୤

ଇସ୍ପାତ ସହରର ବ୍ୟଙ୍ଗକବି ଏବଂ ଶିଶୁ ସାହିତ୍ୟିକ ବ୍ରଜ ବିହାରୀ ଦାଶଙ୍କ ଏକ ନୂତନ ପୁସ୍ତକ “ଲିପି ବୁଝିଗଲା” ପ୍ରକାଶ ପାଇଛି୤ ମୋଟ ୨୧ଟି ଉଦାହରଣ ମାଧ୍ୟମରେ ଲେଖକ ଶ୍ରୀ ଦାଶ ପିଲାମାନଙ୍କୁ ବିଜ୍ଞାନ ଶିକ୍ଷା ଦେବାର ସରଳ ଉଦାହରଣ ଏଥିରେ ବର୍ଣ୍ଣନା କରିଛନ୍ତି୤ ଏହା ସହିତ ବିଭିନ୍ନ ଅନ୍ଧବିଶ୍ବାସ ଦ୍ବାରା କିପରି କୋମଳମତି ପିଲାମାନେ ଠକାମିରେ ପଡ଼ନ୍ତି ତାର ଉଦାହରଣ ମଧ୍ୟ ଦେଇଛନ୍ତି୤ ଉପନ୍ୟାସର ମୁଖ୍ୟ ଚରିତ୍ର ଲିପି ନାମକ ଏକ ବାଳିକା ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାପ୍ରଦାନ ପାଇଁ ଏହି ପୁସ୍ତକଟି ବେଶ୍‌ ଶିକ୍ଷଣୀୟ ହୋଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Ashok Nayak |  ମାର୍ଚ୍ଚ୍ ୧୦, ୨୦୧୨ - ୪:୪୨ ପୂର୍ବାହ୍ନ

    bahut bhall

  • ୨. ବିଶ୍ବମ୍ଭର ଦାଶ |  ଜୁନ୍ ୧୯, ୨୦୧୨ - ୯:୧୫ ପୂର୍ବାହ୍ନ

    ଓଡିଆ ସାହିତ୍ୟର ଉତ୍ତରୋତ୍ତର ଉନ୍ନତି ପାଇଁ ଆପଣଙ୍କର ଉଦ୍ୟମ ଏବଂ ଆନ୍ତରିକ ସ୍ପୃହା ବାସ୍ତବିକ ପ୍ରଶଂସନୀୟ ୤ ଆପ୍ରାନ୍ତ ଓଡିଆ ଲିପି ଲେଖକ ମାନଙ୍କ ପାଇଁ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ ୤ ଆପଣଙ୍କର ଏହି ଉଦ୍ୟମ ପାଇଁ ମୁଁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ୤ ଲେଖାଟିଏ ପଠାଇବା ପାଇଁ ନିଶ୍ଚୟ ଚେଷ୍ଟା କରିବି ୤

  • ୩. ଶୁଭକନ୍ତ ସାହୁ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଞ୍ଜାମ,ପିନ୍-୭୬୧୧୦୫ |  ଡିସେମ୍ବର୍ ୩, ୨୦୧୨ - ୨:୪୬ ପୂର୍ବାହ୍ନ

    ଅପ୍ରାନ୍ତ ୟୁନିକୋଡ ଦ୍ବାରା ଓଡିଆ ସାହିତ୍ୟର ଏହି ଉଦ୍ୟମ ଅତି ପ୍ରଶଂଶନୀୟ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤