ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରାଜକିଶୋର ରାୟ
ଦେବେନ୍ଦ୍ର ମହାନ୍ତି
ଭଗବତୀ ଚରଣ ପାଣିଗ୍ରାହୀ
ଦୀପକ ମିଶ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ତରୁଣକାନ୍ତି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ହଜିଲା ବଉଦ(ଗଳ୍ପ ସଙ୍କଳନ)
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ଅଗଷ୍ଟ୍ ୩୧, ୨୦୧୨  
ମୂଳ ପୃଷ୍ଠାପୁସ୍ତକ ପରିଚୟ
 

ଲେଖକ : ଦେବେନ୍ଦ୍ର ମହାନ୍ତି
ପ୍ରକାଶକ : କାବ୍ୟାଲୋକ, ୟୁନିଟ୍‌ – ୧, ଭୁବନେଶ୍ବର
ମୂଲ୍ୟ : ୧୦୦ ଟଙ୍କା
ପୃଷ୍ଠା : ୧୬୦

ପ୍ରକାଶକଙ୍କ ସମେତ ଓଡ଼ିଶାର ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ବିଗତ ୪ ଦଶନ୍ଧି ଧରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଶ୍ରୀ ମହାନ୍ତିଙ୍କ ସଦ୍ୟତମ ସୃଷ୍ଟି ହେଉଛି ‘ହଜିଲା ବଉଦ ଓ ଅନ୍ୟାନ୍ୟ ଗଳ୍ପ’ ଗଳ୍ପ ସଙ୍କଳନ୤ ଗାଳ୍ପିକଙ୍କର ଏହି ନବମ ଗଳ୍ପ ସଙ୍କଳନରେ ଆମ ଚାରିପାଖରେ ଆତଯାତ ବିଭିନ୍ନ ପ୍ରକାରର ଚରିତ୍ରମାନଙ୍କ ବାବଦରେ ସନ୍ନିବେଶିତ ହୋଇଛି୤ ମୋଟ ୧୩ ଟି ଗଳ୍ପ ପ୍ରକାଶିତ ହୋଇଥିବା ଏଇ ସଙ୍କଳନରେ ଗଳ୍ପର ଶୀର୍ଷକ ନାମଗୁଡ଼ିକ ବେଶ୍‌ ଚମତ୍କାର ହୋଇଛି୤ ବିଶେଷ କରି ହଜିଲା ବଉଦ, ମଲାସାପର ବିଷଜ୍ବାଳା ଓ ଲଣ୍ଡା ବରଗଛ ଆଦି ଶୀର୍ଷକ ପାଠକମାନଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ଆଶା କରାଯାଏ୤

ଲେଖକ : ତ୍ରିଲୋଚନ ମଥାନ
ପ୍ରକାଶକ : ଇସ୍ପାତ ସାହିତ୍ୟ ସଂସଦ, ରାଉରକେଲା
ମୂଲ୍ୟ : ୫୦ ଟଙ୍କା
ପୃଷ୍ଠା : ୧୨୦

ପ୍ରକାଶକ ଏବଂ ଲେଖକଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

‘ଆମ ଠିକଣା’ ଏକ ସଂଗ୍ରହଣୀୟ ପୁସ୍ତକ ଅଟେ୤ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନଙ୍କ ଦ୍ବାରା ସଙ୍କଳିତ ଓ ସମ୍ପାଦିତ ଏହି ପୁସ୍ତକରେ ପ୍ରାୟ ୨୦୦୦ ସାହିତ୍ୟିକଙ୍କ ଠିକଣା ଓ ଫୋନ୍‌ ନମ୍ବର ରହିଛି୤ ଏଥିରେ ଆମ ରାଜ୍ୟର ୩୦ ଟି ଜିଲ୍ଲା ସମେତ ରାଉରକେଲା, ଭୁବନେଶ୍ବର, କଲିକତା ଓ ନୂଆଦିଲ୍ଲୀରେ ରହୁଥିବା ଓଡ଼ିଆ ଲେଖକ ଓ ଲେଖିକାମାନଙ୍କର ବିଷୟରେ ସୂଚନା ସହିତ ଓଡ଼ିଆ ଭାଷାରେ ପ୍ରକାଶିତ ବିଭିନ୍ନ ଶିଶୁକିଶୋର ପତ୍ରିକା, ସମ୍ବାଦପତ୍ର ଏବଂ ସାହିତ୍ୟ ପତ୍ରିକାର ଯୋଗାଯୋଗ ଠିକଣା ଏବଂ ଫୋନ୍‌ ନମ୍ବର ମଧ୍ୟ ରହିଛି୤ ଏହି ପୁସ୍ତକଟି ସାଧାରଣଲୋକଙ୍କ ସମେତ ସାହିତ୍ୟିକମାନଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ଆଶା କରାଯାଏ୤


ଲେଖକ : ଡ. ବିମଳେନ୍ଦୁ ମହାନ୍ତି
ପ୍ରକାଶକ : ଜ୍ଞାନଯୁଗ ପବ୍ଲିକେସନ୍‌, ଭୁବନେଶ୍ବର
ମୂଲ୍ୟ : ୧୦୦ ଟଙ୍କା
ପୃଷ୍ଠା : ୨୦୮

ପ୍ରକାଶକ ଏବଂ ଅନ୍ୟାନ୍ୟ ପୁସ୍ତକ ବିକ୍ରେତାଙ୍କ ନିକଟରେ ଏହି ପୁସ୍ତକ ଉପଲବ୍ଧ୤

ବ୍ୟକ୍ତି, ସଂସ୍କୃତି ଓ ସାମ୍ପ୍ରତିକୀ ଏକ ପ୍ରବନ୍ଧ ସଙ୍କଳନ୤ ଓଡ଼ିଶା ସଂସ୍କୃତି ବିଶ୍ବବିଦ୍ୟାଳୟର ପୁର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ଏହି ସଙ୍କଳନରେ ବ୍ୟକ୍ତି, ସଂସ୍କୃତି ଓ ସାମ୍ପ୍ରତିକୀ ପରି ତିନୋଟି ବିଭାଗରେ ବହୁ ଉପାଦେୟ ତଥ୍ୟ ସମ୍ବଳିତ ପ୍ରବନ୍ଧ ଲେଖିଛନ୍ତି୤ ଏଥିରେ ବ୍ୟକ୍ତି ବିଭାଗରେ ମଧୁସୂଦନ ଦାଶ, ରାଧାନାଥ ରାୟ, ବିଜୁ ପଟ୍ଟନାୟକ, ବାରାକ୍‌ ଓବାମାଙ୍କ ଭଳି ବ୍ୟକ୍ତିତ୍ବଙ୍କ ଜୀବନୀ ଉପରେ ଲେଖା ରହିଛି୤ ସଂସ୍କୃତି ବିଭାଗରେ ଧର୍ମ, ବୁଦ୍ଧଙ୍କ ପ୍ରଦର୍ଶିତ ଅଷ୍ଟମାର୍ଗ, ଓଡ଼ିଶାର ଆଦିବାସୀ ସଂସ୍କୃତି ଆଦି ଉପରେ ଅନେକ ଉପାଦେୟ ଲେଖା ରହିଛି୤ ସେହିପରି ସାମ୍ପ୍ରତିକୀ ବିଭାଗରେ ବିଭିନ୍ନ ସାମ୍ପ୍ରତିକ ସମସ୍ୟା ଓ ତାର ଫଳାଫଳ ବାବଦରେ ପ୍ରାବନ୍ଧିକ ନିଜସ୍ବ ଶୈଳୀରେ ବର୍ଣ୍ଣନା କରିଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Trupti mayee Tripathy |  ସେପ୍ଟେମ୍ବର୍ ୫, ୨୦୧୨ - ୫:୨୦ ପୂର୍ବାହ୍ନ

    Odia sahitya Internet re prakasa heba jogu Odia sahitya ra mana brudhi hebasahita, nuaa nuaa lekha O sahitya bisaya re madhya janibaku miluchi.
    Nischaya eha eka mahan padakshepa

  • ୨. ଅମରେଶ ବିଶ୍ବାଳ |  ସେପ୍ଟେମ୍ବର୍ ୫, ୨୦୧୨ - ୧୨:୩୪ ଅପରାହ୍ନ

    ଓଡିଆ ସାହିତ୍ୟ ଡଟ୍ କମ୍ ଏକ ଚମତ୍କାର ପରିକଳ୍ପନା. ଏଥିରେ ଉଭୟ ଓଡିଆ ଲେଖା ଓ ଲେଖକଙ୍କୁ ସାରା ପୃଥିବୀ ଜାଣିବାର ସୁଯୋଗ ପାଉଛନ୍ତି୤ ତେବେ ଏଥିରେ ଆପଣ ନିଜ ଉଦ୍ୟମରେ ଆମ ସାହିତ୍ୟର କିଛି ବଡ ବଡ ସାହିତ୍ୟିକ ଓ ସେମାନଙ୍କ ଲେଖା ପ୍ରକାଶ କଲେ ଆହୁରି ଭଲ ହୁଅନ୍ତା୤ ମତେ କିନ୍ତୁ ଆପଣଙ୍କ ପତ୍ରିକାଟି ବେସ୍ ଭଲ ଲାଗିଲା୤ ଧନ୍ୟବାଦ୍‌

  • ୩. Ajay kumar Das |  ସେପ୍ଟେମ୍ବର୍ ୨୯, ୨୦୧୨ - ୪:୫୦ ଅପରାହ୍ନ

    Lachama novel /malajahna novel is very like. It is roinin the spontanious over see.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤