ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ରମାକାନ୍ତ ରଥ
ମନୋରଞ୍ଜନ ପାଣିଗ୍ରାହୀ
ପ୍ରଦୀପ ନାୟକ
ଅମରେନ୍ଦ୍ର ଖଟୁଆ
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିସିଫସ୍‌
 |- ଅମିୟବାଳା ପଟ୍ଟନାୟକ
 
 
ତା: ଜୁଲାଇ ୪, ୨୦୧୨  
 

ମୂଳ ବଙ୍ଗଳା ରଚନା – ବିମଳ ମିତ୍ର

ସେଦିନ ମୁଁ ବସିଥିଲି ଜବଲପୁରର ଗୋଟାଏ ଡାକ ବଙ୍ଗଳାରେ ! ପ୍ରକୃତରେ ସେ ସ୍ଥାନଟା ଅସଲ ଜବଲପୁର ନଥିଲା୤ ବରଂ ଥିଲା ହାଓବାଗ-ଜବଲପୁରରେ ଏବେ ସେ ଡାକ ବଙ୍ଗଳାର ଚେହେରା କେମିତି ଦେଖାଯାଉଥିବା କେଜାଣି ?

କିନ୍ତୁ ମୁଁ ଯେତେବେଳେ ସେଠାକାର ଡାକ ବଙ୍ଗଳାକୁ ଯାଉଥିଲି, ତା’ର କମ୍ପାଉଣ୍ଡ୍‌ ଭିତରେ ପଚିଶ-ତିରିଶଟି ଆମ୍ବଗଛ ଥିଲା, ଥିଲା ତିନୋଟି ମେହେବାନି ଗଛ ଏବଂ ଥିଲା ସାତୋଟି ଅଶ୍ବସ୍ଥ ଗଛ ! ଦିନରେ ମଧ୍ୟ ସ୍ଥାନଟି ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା୤

ଡାକବଙ୍ଗଳାଟି ଥିଲା ଗୋଟାଏ ବିରାଟ ହତା ଭିତରେ୤ ଏହି ବଡ଼ ବଡ଼ ଗଛଗୁଡ଼ିକ ଛଡ଼ା ଆଉ କିଛି ଫୁଲର କିଆରୀ ମଧ୍ୟ ସେଠି ଥିଲା୤ ଥିଲା କେତୋଟି ଗୋଲାପ ଫୁଲର ଏବଂ କିଛି ସିଜନ୍‌ ଫ୍ଲାୱାରର ବେଢ଼ା୤ ତେବେ ଆବଶ୍ୟକ ଲୋକବାକ ଅଭାବରୁ ଫୁଲଗୁଡ଼ିକର କେହି ଯତ୍ନ ନେଉ ନଥିଲେ ଭଲ ଭାବରେ୤

ପ୍ରତି ମାସରେ ପ୍ରାୟ ଥରେ ଦୁଇଥର ମତେ ଏଇ ଡାକ ବଙ୍ଗଳାକୁ ସରକାରୀ କାର୍ଯ୍ୟରେ ଯିବାକୁ ପଡ଼ୁଥିଲା୤ ଭୋର ଭୋରରୁ ନ୍ୟାରୋଗଜ୍‌ ଟ୍ରେନ୍‌ଟା ମତେ ନେଇ ସେଠାରେ ପହଞ୍ଚାଇ ଦେଉଥିଲା ! ଡାକ ବଙ୍ଗଳାରେ ଜିନିଷପତ୍ରଗୁଡ଼ିକ ଫୋପାଡ଼ି ଦେଇ ମୁଁ ଟାଉନ୍‌ ଭିତରେ ଥିବା ମୋ ଅଫିସ୍‌କୁ ଚାଲି ଯାଉଥିଲି୤ ପୁଣି ଦୁଇଘଣ୍ଟା ପରେ ଅଫିସ୍‌ କାମ ସାରି ଫେରିଆସି ବସୁଥିଲି ବଙ୍ଗଳା ବାରଣ୍ଡାରେ ଏବଂ ଫୁଲଗଛଗୁଡ଼ିକୁ ଅନାଇ ରହୁଥିଲି୤ ସେହି ଡାକ ବଙ୍ଗଳାଟିରେ ଦୁଇଟି ବଡ଼ ବଡ଼ କୋଠରୀ ଥିଲା, ସାମନାରେ ଥିଲା ଖପରୁଲି ଛାଉଣି ଦିଆ ଲମ୍ବା ବାରଣ୍ଡା୤ ମୁଁ ଆରାମ ଚେୟାରଟା ଟାଣି ଆଣି ସେଠାରେ ବସିଯାଉଥିଲି୤

ଅଫିସ୍‌ କାମ ବ୍ୟତୀତ ମୋର ଆଉ ସେଠି ବିଶେଷ କାର୍ଯ୍ୟ ନଥିଲା୤ ମୁଁ ସେମିତି ଭାବରେ ବସୁଥିଲି ଅନେକ ରାତି ପର୍ଯ୍ୟନ୍ତ! ଦୁନିଚାନ୍ଦ ଆସି ନୈଶ ଭୋଜନ ଦେଇଯାଉଥିଲା ଏବଂ ମୁଁ ଖାଇପିଇ ଶୋଇ ପଡ଼ୁଥିଲି ! ପ୍ରାୟ ପ୍ରତିମାସ ଏଇ ଅଫିସ୍‌ରେ ମତେ ଦିନେ ଦୁଇଦିନ ରହି କାମ କରିବାକୁ ପଡ଼ୁଥିଲା ଏବଂ ତା’ପରେ ମୁଁ ଫେରି ଆସୁଥିଲି ମୋର ପ୍ରିୟ ସହର ବିଳାସପୁରକୁ୤

ମୁଁ ସେଦିନ ମଧ୍ୟ ସେମିତି ଆନମନା ଭାବରେ ସେହି ବଙ୍ଗଳା ବାରଣ୍ଡାରେ ବସିଥିଲି୤ ବାହାରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଅନ୍ଧକାରର ରାଜତ୍ବ୤ ହତା ମଧ୍ୟରେ ଦୁଇ ତିନୋଟି ବତୀଖୁଣ୍ଟ ଥିଲେ ମଧ୍ୟ ଶୀତଦିନର ପ୍ରବଳ କୁହୁଡ଼ି ପାଇଁ ଆଲୋକଗୁଡ଼ିକ ଖୁବ୍‌ ନିଷ୍ପ୍ରଭ ଦିଶୁଥିଲେ୤

ଦରକାର ମୁତାବକ କିଛି ମାଛ ଆଉ ଅଣ୍ଡା ଆଣିବା ପାଇଁ ଦୁନିଚାନ୍ଦକୁ ମୁଁ କିଛି ଟଙ୍କା ଦେଇ ବଜାରକୁ ପଠାଇଥିଲି୤ ସେଗୁଡ଼ିକ ଆଣିବା ପରେ ସେ ରୋଷେଇ କରିବା ଏବଂ ଯଥାରୀତି ରାତ୍ରିଭୋଜନ ପରଷିବା- ଏହାହିଁ ଥିଲା ସେ ରାତିର କାର୍ଯ୍ୟକ୍ରମ୤

ମୁଁ ସେମିତି ସେହି ବାରଣ୍ଡାରେ ବସି ବସି କେତେ ଆକାଶ ପାତାଳ ଚିନ୍ତା କରୁଥିଲି୤ ହଠାତ୍‌ ଭୟରେ ଚମକିପଡ଼ି ଦଶହାତ ପଛେଇଯାଇ ବିକଳରେ ଚିତ୍କାର କରି ଡାକିଲି ଦୁନିଚାନ୍ଦ … ଦୁନିଚାନ୍ଦ !

ଆଖି ସାମନାରେ ଏକ ବିରାଟକାୟ ସାପ ନିଃଶବ୍ଦରେ ଫୁଲ ବଗିଚା ପାରିହୋଇ ମୋ ଆଡ଼କୁ ଲକ୍ଷ୍ୟକରି ଆଗେଇ ଆସୁଥିଲା୤

ଦୁନିଚାନ୍ଦ ରହିବା ଆଉଟ୍‌ ହାଉସ୍‌ଟା ମୁଁ ରହୁଥିବା ବଙ୍ଗଳାଠାରୁ ଦୂରରେ ବିପରୀତ ଦିଗରେ୤ ସେଠାରେ ରହୁଥାନ୍ତି ଦୁନିଚାନ୍ଦ ଆଉ ତା’ର ସ୍ତ୍ରୀ ! ଆଉ ସେଠାରେ ରହନ୍ତି ବଙ୍ଗଳାର ମେହେନ୍ତର ! ତେବେ ସବୁବେଳେ ଆସି ଏଠାରେ ରହୁଥିଲେ ମଧ୍ୟ ମୁଁ ସେପଟକୁ କେବେ ଯାଇନି୤ ମୋ ପରି ଭଦ୍ରଲୋକକୁ ସେଠାକୁ ଯିବାର ଆବଶ୍ୟକତା ମଧ୍ୟ ପଡ଼ିନି ! ଏ ଭିତରେ ମୁଁ ଚିତ୍କାର କରି ଲୋକ ଡାକିଲାବେଳକୁ ସାପଟି ମୋ ଶୋଇବା ଘର ଭିତରକୁ ପଶିଯାଇଥିଲା୤ ଆଉ ତା’ପରର କଥା ଭାବି ମୁଁ ଭିତରେ ଭିତରେ ଥରି ଉଠୁଥିଲି !

ସାପଟା ସେତେବେଳେ ତା’ର ଫାଳିକିଆ ଜିଭକୁ ହଲାଇ ମୋ ଆଡ଼କୁ ମାଡ଼ି ମାଡ଼ି ଆସୁଥିଲା ଏବଂ ମୁଁ ଆହୁରି ଜୋରରେ ଜୋରରେ ଚିତ୍କାର କରି ଡାକୁଥିଲି ଦୁନିଚାନ୍ଦ…. ଦୁନିଚାନ୍ଦ ! କିନ୍ତୁ ସୌଭାଗ୍ୟକ୍ରମେ ଦୁନିଚାନ୍ଦ ମୋ ଡାକ ଶୁଣି ନଥିଲା ସିନା, ଭଗବାନ ମୋ ଡାକ ଶୁଣି ପାରିଥିଲେ୤ ଦୁନିଚାନ୍ଦ ଏତେ ଶୀଘ୍ର ଫେରିଆସିବା କଥା ନଥିଲେ ମଧ୍ୟ କାହିଁକି କେଜାଣି ଦୌଡ଼ି ଦୌଡ଼ି ଆସି ମୋ ନିକଟରେ ପହଞ୍ଚି ଯାଇଥିଲା୤

ମୁଁ ବିକଳରେ କହିଥିଲି- ମୋ ଶୋଇବା ଘରେ ଗୋଟାଏ ବଡ଼ ସାପ ପଶିଯାଇଛି ଦୁନିଚାନ୍ଦ, ତମେ ଶୀଘ୍ର ଯାଇ ଗୋଟାଏ ବଡ଼ ଠେଙ୍ଗା ନେଇଆସ !

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. kamakshya jena |  ଜୁଲାଇ ୬, ୨୦୧୨ - ୮:୩୬ ଅପରାହ୍ନ

    Ati sundar ebam bhaboddipak galpa.Swami mala pare bi stree ra kete bhala paiba swami pain thae ethire taha barnita.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤