ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରାଜକିଶୋର ରାୟ
କାହ୍ନୁଚରଣ ମହାନ୍ତି
ଗୋଦାବରୀଶ ମହାପାତ୍ର
ମନମୋହନ ମିଶ୍ର
ରମାକାନ୍ତ ରଥ
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିସିଫସ୍‌
 |- ଅମିୟବାଳା ପଟ୍ଟନାୟକ
 
 
ତା: ଜୁଲାଇ ୪, ୨୦୧୨  
 

-ତେବେ ମୋର କ’ଣ ମନେହୁଏ ଜାଣନ୍ତି ମିଷ୍ଟର ମିତ୍ର- ଏ ହେଉଛି ସେଇ ସିସିଫସ୍‌ !

-ଆପଣ କାହିଁକି ଏମିତି ଭାବୁଛନ୍ତି ?
-ପୂର୍ବ ଜନ୍ମରେ ଇଏ କେବେବି ସାପହୋଇ ଜନ୍ମି ନଥିଲା୤ ନିଶ୍ଚୟ କାହାର ଅଭିଶାପରେ ସାପ ହୋଇ ଏବେ ଜନ୍ମ ହୋଇଛି ! ଜାଣନ୍ତି ଇଏ ମୋ କଥା କେତେ ବୁଝେ୤ ମୁଁ ଶୋଇବାକୁ କହିଲେ ସେ ଶୋଇପଡ଼େ, ଖାଇବାକୁ କହିଲେ ଖାଇ ପକାଏ୤ ଗାଳି ଦେଲେ ମଧ୍ୟ ମୁଣ୍ଡ ତଳକୁ କରି ଶୁଣେ ! – ଆଉ ଦିନେ ଆପଣ ଆସିଲେ- ମୁଁ ଏହାର ସବୁ କଥା ଆପଣଙ୍କୁ କହିବି !

-ତେବେ ଆପଣ କେଉଁଠାରୁ ପାଇଲେ ଏ ସିସିଫସ୍‌କୁ ?
-ସେ ଏକ ମଜାର ହିଷ୍ଟ୍ରି, ମିଷ୍ଟର ମିତ୍ର ! ଲର୍ଡ଼ ଜେହୋବାଇ ୟାକୁ ପଠାଇ ଦେଇଥିଲେ, କିନ୍ତୁ ସେସବୁ କଥା ମୁଁ ଆଉ ଦିନେ ଆପଣଙ୍କୁ କହିବି !

ବୋଧହୁଏ ଆକଣ୍ଠ ଭୋଜନ ପରେ ସେଦିନ ସେ କ୍ଲାନ୍ତ ହୋଇ ପଡ଼ିଥିଲେ୤ ମୁଁ ମଧ୍ୟ ସେଦିନ ସେଠାରେ ଆଉ ବେଶୀ ସମୟ ରହିବା ପାଇଁ ଚାହୁଁ ନଥିଲି ! ଆସିବା ବେଳେ ମିସେସ୍‌ ଏଜରା କହିଥିଲେ- ଆପଣ ଆଉଦିନେ ନିଶ୍ଚୟ ଆସିବେ ମିଷ୍ଟର ମିତ୍ର ! ମୁଁ ବହୁ କାହାଣୀ ଆପଣଙ୍କୁ କହିବି !

ତା’ପରେ ମୁଁ ଡାକବଙ୍ଗଳାକୁ ଫେରି ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଥିଲି୤ ସେତେବେଳେ ମୁଁ କିନ୍ତୁ ଜାଣି ନଥିଲି ଏହି ନାରୀ ଦିନେ ମୋ ଗପର ବଡ଼ ଚରିତ୍ରଟିଏ ହୋଇ ଲେଖାହେବ ବୋଲି୤

ଉପରବେଳା ଦୁନିଚାନ୍ଦ ମତେ ମୋର କୋଠରୀରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କେତେବେଳେ ଆସିଲେ ? ରାତିରେ ଏଠି ଖାଇବେ ତ ? ନା ପୁଣି ଡିନର ଖାଇବାକୁ ତାଙ୍କୁ ଘରକୁ ଯିବେ !

-ନା ମୁଁ ଏଠି ଖାଇବି୤
-ତାଙ୍କ ଘରେ ପୁଣି ଥରେ ସାପକୁ ଦେଖିଲେ ନା !
-ହଁ ଦେଖିଲି ତ…. ତେବେ ସେ କଥା ପଚାରୁଛ କାହିଁକି ?
-ନା ସେ ସାପକୁ ସମସ୍ତଙ୍କୁ ମେମ୍‌ସାହେବ ଦେଖାନ୍ତି ତ ! ଆପଣ ଜାଣନ୍ତି ତ ଏଇ ସାପଟା ତାଙ୍କ ସ୍ବାମୀ ଏଜ୍‌ରା ସାହେବଙ୍କୁ ଗିଳି ଖାଇଦେଇଥିଲା୤
କଥାଟାକୁ ଶୁଣି ମୁଁ ଯେମିତି ସ୍ତବ୍ଧ ହୋଇ ଯାଇଥିଲି !

ଦୁନିଚାନ୍ଦ ପୁଣି କହିଲେ, ହଁ ସେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ ଏବଂ ସେଠାରେ ହିଁ ଏହି ସାପଟି ତାଙ୍କୁ ଗିଳି ଖାଇଦେଇଥିଲା୤ ତା’ପରେ ସମସ୍ତେ ମିସେସ୍‌ ଏଜ୍‌ରାଙ୍କୁ ଅନେକ ପ୍ରକାର ବୁଝାଇଥିଲେ ସାପଟିକୁ ମାରି ଫୋପାଡ଼ିଦେବା ପାଇଁ୤ କିନ୍ତୁ ମେମ୍‌ ସାହେବ କାହା କଥା ଶୁଣି ନଥିଲେ୤ କାହିଁକି କେଜାଣି ସାପଟିକୁ ଏବେ ନିଜେ ପୋଷିଛନ୍ତି୤ ଖୁଆଇ ପିଆଇ ରଖିଛନ୍ତି୤ ତା’ ପାଇଁ ମାସକୁ ମାସ ମୁଠା ମୁଠା ଟଙ୍କା ଖର୍ଚ୍ଚ କରୁଛନ୍ତି ! ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା କ’ଣ ଜାଣନ୍ତି ସାର୍‌, ସେହି ସାପଟି ସହିତ ବୁଢ଼ୀ ଏକତ୍ର ଗୋଟାଏ ବିଛଣାରେ ଶୁଅନ୍ତି ମଧ୍ୟ୤

ମୁଁ ହତ୍‌ବାକ୍‌ ହୋଇ ଦୁନିଚାନ୍ଦର ମୁହଁକୁ ଚାହିଁ ରହିଥିଲି ! ଭାବିଥିଲି ପୁଣି ଥରେ ଯାଇ ମେମ୍‌ ସାହେବଙ୍କୁ ଦେଖା କରିବି, କିନ୍ତୁ ଆଉ ଯିବା ସମ୍ଭବ ହୋଇ ନଥିଲା୤ ଏକଥା ଶୁଣିବାକୁ ମଧ୍ୟ ମତେ ଭଲ ଲାଗୁ ନଥିଲା୤ ମିସେସ୍‌ ଏଜ୍‌ରା କାହିଁକି ଏମିତି ଅଦ୍ଭୁତ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି୤

ତା’ପରେ ପୁଣିଥରେ ସେହି ଘଟଣା ପରେ ମୁଁ ଜବଲପୁର ଯାଇଥିଲି ଏବଂ ଶୁଣିଲି କିଛିଦିନ ଆଗରୁ ଏଜରା ହାର୍ଟ୍‌ ଫେଲ୍‌ କରି ମରିଯାଇଛନ୍ତି ! ତେବେ ସେ……. ?

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. kamakshya jena |  ଜୁଲାଇ ୬, ୨୦୧୨ - ୮:୩୬ ଅପରାହ୍ନ

    Ati sundar ebam bhaboddipak galpa.Swami mala pare bi stree ra kete bhala paiba swami pain thae ethire taha barnita.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤