ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
-ତେବେ ମୋର କ’ଣ ମନେହୁଏ ଜାଣନ୍ତି ମିଷ୍ଟର ମିତ୍ର- ଏ ହେଉଛି ସେଇ ସିସିଫସ୍ !
-ଆପଣ କାହିଁକି ଏମିତି ଭାବୁଛନ୍ତି ?
-ପୂର୍ବ ଜନ୍ମରେ ଇଏ କେବେବି ସାପହୋଇ ଜନ୍ମି ନଥିଲା ନିଶ୍ଚୟ କାହାର ଅଭିଶାପରେ ସାପ ହୋଇ ଏବେ ଜନ୍ମ ହୋଇଛି ! ଜାଣନ୍ତି ଇଏ ମୋ କଥା କେତେ ବୁଝେ ମୁଁ ଶୋଇବାକୁ କହିଲେ ସେ ଶୋଇପଡ଼େ, ଖାଇବାକୁ କହିଲେ ଖାଇ ପକାଏ ଗାଳି ଦେଲେ ମଧ୍ୟ ମୁଣ୍ଡ ତଳକୁ କରି ଶୁଣେ ! – ଆଉ ଦିନେ ଆପଣ ଆସିଲେ- ମୁଁ ଏହାର ସବୁ କଥା ଆପଣଙ୍କୁ କହିବି !
-ତେବେ ଆପଣ କେଉଁଠାରୁ ପାଇଲେ ଏ ସିସିଫସ୍କୁ ?
-ସେ ଏକ ମଜାର ହିଷ୍ଟ୍ରି, ମିଷ୍ଟର ମିତ୍ର ! ଲର୍ଡ଼ ଜେହୋବାଇ ୟାକୁ ପଠାଇ ଦେଇଥିଲେ, କିନ୍ତୁ ସେସବୁ କଥା ମୁଁ ଆଉ ଦିନେ ଆପଣଙ୍କୁ କହିବି !
ବୋଧହୁଏ ଆକଣ୍ଠ ଭୋଜନ ପରେ ସେଦିନ ସେ କ୍ଲାନ୍ତ ହୋଇ ପଡ଼ିଥିଲେ ମୁଁ ମଧ୍ୟ ସେଦିନ ସେଠାରେ ଆଉ ବେଶୀ ସମୟ ରହିବା ପାଇଁ ଚାହୁଁ ନଥିଲି ! ଆସିବା ବେଳେ ମିସେସ୍ ଏଜରା କହିଥିଲେ- ଆପଣ ଆଉଦିନେ ନିଶ୍ଚୟ ଆସିବେ ମିଷ୍ଟର ମିତ୍ର ! ମୁଁ ବହୁ କାହାଣୀ ଆପଣଙ୍କୁ କହିବି !
ତା’ପରେ ମୁଁ ଡାକବଙ୍ଗଳାକୁ ଫେରି ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଥିଲି ସେତେବେଳେ ମୁଁ କିନ୍ତୁ ଜାଣି ନଥିଲି ଏହି ନାରୀ ଦିନେ ମୋ ଗପର ବଡ଼ ଚରିତ୍ରଟିଏ ହୋଇ ଲେଖାହେବ ବୋଲି
ଉପରବେଳା ଦୁନିଚାନ୍ଦ ମତେ ମୋର କୋଠରୀରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କେତେବେଳେ ଆସିଲେ ? ରାତିରେ ଏଠି ଖାଇବେ ତ ? ନା ପୁଣି ଡିନର ଖାଇବାକୁ ତାଙ୍କୁ ଘରକୁ ଯିବେ !
-ନା ମୁଁ ଏଠି ଖାଇବି
-ତାଙ୍କ ଘରେ ପୁଣି ଥରେ ସାପକୁ ଦେଖିଲେ ନା !
-ହଁ ଦେଖିଲି ତ…. ତେବେ ସେ କଥା ପଚାରୁଛ କାହିଁକି ?
-ନା ସେ ସାପକୁ ସମସ୍ତଙ୍କୁ ମେମ୍ସାହେବ ଦେଖାନ୍ତି ତ ! ଆପଣ ଜାଣନ୍ତି ତ ଏଇ ସାପଟା ତାଙ୍କ ସ୍ବାମୀ ଏଜ୍ରା ସାହେବଙ୍କୁ ଗିଳି ଖାଇଦେଇଥିଲା
କଥାଟାକୁ ଶୁଣି ମୁଁ ଯେମିତି ସ୍ତବ୍ଧ ହୋଇ ଯାଇଥିଲି !
ଦୁନିଚାନ୍ଦ ପୁଣି କହିଲେ, ହଁ ସେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ ଏବଂ ସେଠାରେ ହିଁ ଏହି ସାପଟି ତାଙ୍କୁ ଗିଳି ଖାଇଦେଇଥିଲା ତା’ପରେ ସମସ୍ତେ ମିସେସ୍ ଏଜ୍ରାଙ୍କୁ ଅନେକ ପ୍ରକାର ବୁଝାଇଥିଲେ ସାପଟିକୁ ମାରି ଫୋପାଡ଼ିଦେବା ପାଇଁ କିନ୍ତୁ ମେମ୍ ସାହେବ କାହା କଥା ଶୁଣି ନଥିଲେ କାହିଁକି କେଜାଣି ସାପଟିକୁ ଏବେ ନିଜେ ପୋଷିଛନ୍ତି ଖୁଆଇ ପିଆଇ ରଖିଛନ୍ତି ତା’ ପାଇଁ ମାସକୁ ମାସ ମୁଠା ମୁଠା ଟଙ୍କା ଖର୍ଚ୍ଚ କରୁଛନ୍ତି ! ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା କ’ଣ ଜାଣନ୍ତି ସାର୍, ସେହି ସାପଟି ସହିତ ବୁଢ଼ୀ ଏକତ୍ର ଗୋଟାଏ ବିଛଣାରେ ଶୁଅନ୍ତି ମଧ୍ୟ
ମୁଁ ହତ୍ବାକ୍ ହୋଇ ଦୁନିଚାନ୍ଦର ମୁହଁକୁ ଚାହିଁ ରହିଥିଲି ! ଭାବିଥିଲି ପୁଣି ଥରେ ଯାଇ ମେମ୍ ସାହେବଙ୍କୁ ଦେଖା କରିବି, କିନ୍ତୁ ଆଉ ଯିବା ସମ୍ଭବ ହୋଇ ନଥିଲା ଏକଥା ଶୁଣିବାକୁ ମଧ୍ୟ ମତେ ଭଲ ଲାଗୁ ନଥିଲା ମିସେସ୍ ଏଜ୍ରା କାହିଁକି ଏମିତି ଅଦ୍ଭୁତ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି
ତା’ପରେ ପୁଣିଥରେ ସେହି ଘଟଣା ପରେ ମୁଁ ଜବଲପୁର ଯାଇଥିଲି ଏବଂ ଶୁଣିଲି କିଛିଦିନ ଆଗରୁ ଏଜରା ହାର୍ଟ୍ ଫେଲ୍ କରି ମରିଯାଇଛନ୍ତି ! ତେବେ ସେ……. ?
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. kamakshya jena | ଜୁଲାଇ ୬, ୨୦୧୨ - ୮:୩୬ ଅପରାହ୍ନ
Ati sundar ebam bhaboddipak galpa.Swami mala pare bi stree ra kete bhala paiba swami pain thae ethire taha barnita.