ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶାରଦା ପ୍ରସାଦ ମିଶ୍ର
ବିଜୟ ମିଶ୍ର
କେ.ଶ୍ୟାମବାବୁ ଦୋରା
ଅଚ୍ୟୁତାନନ୍ଦ କର
ଉତ୍କଳମଣି ଗୋପବନ୍ଧୁ ଦାସ
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିସିଫସ୍‌
 |- ଅମିୟବାଳା ପଟ୍ଟନାୟକ
 
 
ତା: ଜୁଲାଇ ୪, ୨୦୧୨  
 

ଡ୍ରଇଂରୁମ୍‌ ସାମନା ଦିଆଲରେ ମିଷ୍ଟର ଏଜ୍‌ରାଙ୍କର ଏକ ବିରାଟ ଅୟେଲ ପେଣ୍ଟିଂ ଟଙ୍ଗା ହୋଇଥିଲା୤ ଦାଢ଼ି ନିଶ ଭର୍ତ୍ତି ସୁନ୍ଦର ମୁହଁ୤ ପୁରୁଷ ପୁରୁଷ ଚେହେରା୤ ଏକଦା ଇହୁଦୀମାନଙ୍କ ସମାଜରେ ତାଙ୍କର ପ୍ରତିପତ୍ତି ଓ ସମ୍ମାନ ଥିଲା୤ ସେ ବ୍ୟବସାୟ କରି ପ୍ରଚୁର ଟଙ୍କା ଉପାର୍ଜନ କରୁଥିଲେ୤ ସେ ବ୍ୟବସାୟ ଥିଲା ପୁଣି ମଦ ବ୍ୟବସାୟ୤ ଅନାୟାସରେ ଲାଇସେନସ୍‌ ପାଇ ସେ ଅନେକଗୁଡ଼ିଏ ମଦ ଦୋକାନ ଖୋଲିଥିଲେ ! ମଦ ଦୋକାନ ଚଳାଇବା ପାଇଁ ସାଧାରଣତଃ ବେଶୀ ଲୋକ ଦରକାର ହୁଅନ୍ତି ନାହିଁ୤ ଫଳରେ ତାଙ୍କୁ ପ୍ରଚୁର ସମୟ ମିଳୁଥିଲା ଏବଂ ଏହି ଅବସର ସମୟ କାଟିବା ପାଇଁ ସେ ବେଳେବେଳେ ଜଙ୍ଗଲକୁ ଯାଉଥିଲେ, ମୁଁ ମଧ୍ୟ ତାଙ୍କ ସହିତ ଶିକାର କରିବାକୁ ଯାଉଥିଲି୤ କ୍ୟାମ୍ପ କରି ଆମେ ରାତିରେ ବି ଜଙ୍ଗଲ ଭିତରେ ରହୁଥିଲୁ୤ ଦେଖନ୍ତୁ ନା କି ଚମତ୍କାର ଚେହେରା ଥିଲା ମିଷ୍ଟର ଏଜ୍‌ରାଙ୍କର୤ ଏଡ଼େ ସୁନ୍ଦର ଚେହେରା ଆପଣ କେଉଁଠି ବି ପାଇବେ ନାହିଁ ଆମ ଇହୁଦୀ କମ୍ୟୁନିଟିରେ୤ ମୁଁ କ’ଣ ଠିକ୍‌ କଥା କହୁନାହିଁ ?

ମୁଁ ଉତ୍ତର ଦେଲି- ହଁ ଆପଣ ଠିକ୍‌ କଥା କହୁଛନ୍ତି !
ମତେ ସେ ଖୁବ୍‌ ଭଲ ପାଉଥିଲେ ! ଉଇ ୱେର ଏ ହାପି କପଲ ! ଜାଣନ୍ତି ଏଠିକାର ସମସ୍ତେ ଆମକୁ ଇର୍ଷା କରୁଥିଲେ… ହିଂସା କରୁଥିଲେ !

ଏଇ ଦେଖନ୍ତୁ ଏଇ ଛବିଟି ତାଙ୍କର ୟଙ୍ଗ ଏଜ୍‌ର ! ଦେଖୁଛନ୍ତି କେମିତି ଚମତ୍କାର ଚେହେରା୤ ଏମିତି ହଜ୍‌ବ୍ୟାଣ୍ଡ୍‌ ସବୁବେଳେ ସବୁ ନାରୀଙ୍କୁ ମିଳେନାହିଁ ମିଷ୍ଟର ମିତ୍ର !

ଖାଇବା ପିଇବା ସରି ଆସୁଥିଲା, ଆଉ ଏ ସମସ୍ତ ସମୟ ବୁଢ଼ୀ କେବଳ ଅନବରତ ବକ୍‌ ବକ୍‌ କରି ଚାଲିଥିଲେ୤ ତା’ପରେ ସେ ମତେ ନେଇଯାଇଥିଲେ ତାଙ୍କର ଐଶ୍ବର୍ଯ୍ୟ ଦେଖାଇବା ପାଇଁ୤ ସଜା ଯାଇଥିବା ଧାଡ଼ି ଧାଡ଼ି କୋଠରୀ ଗୁଡ଼ିକରେ କେବଳ ମିଷ୍ଟର ଓ ମିସେସ୍‌ ଏଜ୍‌ରାଙ୍କର ଯଗ୍ମ ଫଟୋ ବହୁ ଭଙ୍ଗୀରେ ରଖାଯାଇଥିଲା୤ ତାଙ୍କର ଦାମ୍ପତ୍ୟଜୀବନ ହୁଏତ ଥିଲା ଖୁବ୍‌ ରୋମାଣ୍ଟିକ୍‌୤

ଶେଷରେ ଆମେ ଆଉ ଗୋଟିଏ କୋଠରୀ ପହଞ୍ଚିଲୁ ସେଇଟା ଥିଲା ସିସି… ଡାର୍ଲିଂ କୋଠରୀ ! ସେଠି ସିସି ଗୋଟାଏ ଡବଲ ବେଡ଼ରେ ଶୁଏ ! ଘରସାରା ବୁଲୁଥାଏ୤ ତା’ ପାଇଁ ବିଛଣା ଚାଦର ସୋଫା ବ୍ୟତୀତ ଗୋଟାଏ ବଡ଼ କାଚର କେସ୍‌ଟିଏ ମଧ୍ୟ ଥିଲା୤ ସେତେବେଳେ ସିସି ବୋଧହୁଏ ଶୋଇଥିଲା୤ ତା’ ଦେହର ଅର୍ଦ୍ଧେକ ଅଂଶ ଥିଲା କାଚକେସ୍‌ରେ, ଆଉ ଅର୍ଦ୍ଧେକ ଥିଲା ବିଛଣା ଉପରେ !
-ଏ ଘର ଭିତରକୁ ଆସନ୍ତୁ…. ଡରନ୍ତୁ ନାହିଁ ! ସେ କାହାକୁ କାମୁଡ଼େ ନାହିଁ ! ବଡ଼ ଭଲ ମୋର ଏଇ ସିସି ଡାର୍ଲିଂ୤

ମିସେସ୍‌ ଏଜ୍‌ରା ସାପଟି ନିକଟକୁ ଗଲେ, ସିସି ଆଡ଼କୁ ହାତ ବଢ଼ାଇ ଆଦର କଲେ ଏବଂ ତା’ ମୁହଁରେ ମୁହଁ ଲଗାଇ ପୁଣିଥରେ ଚୁମା ଦେଲେ !

ସେତେବେଳେକୁ ଭୟରେ… ଘୃଣାରେ ମୋ ଦେହ ଶିହରି ଉଠୁଥିଲା୤
ମୁଁ କହିଲି- ମୁଁ ଏଥର ତାହାହେଲେ ଆସେ ମିସେସ୍‌ ଏଜ୍‌ରା !

ବୁଢ଼ୀ ବଡ଼ ଉତ୍ସୁକତାର ସହ କହିଲେ- କିନ୍ତୁ ଆପଣତ ଏ ପର୍ଯ୍ୟନ୍ତ ମୋର ଆଲ୍‌ବମ ଦେଖି ନାହାନ୍ତି୤ ଆସନ୍ତୁ….. ଆସନ୍ତୁ ମୁଁ ଆପଣଙ୍କୁ ମୋର ଆଲ୍‌ବମ ଦେଖାଇବି !

ସେଦିନ ବାଧ୍ୟହୋଇ ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କର ଆଲ୍‌ବମ ଦେଖିଲି ! ଆଲ୍‌ବମ ଭିତରେ ମଧ୍ୟ ସିସିର ଫଟୋ ଥିଲା୤ ତା’ର ନାନା ଭଙ୍ଗୀରେ ଫଟୋ ମଧ୍ୟ ଉଠାଯାଇଥିଲା୤ ବୁଢ଼ୀ ଫଟୋ ଦେଖୁ ଦେଖୁ ସିସି ସମ୍ପର୍କରେ ଅନେକ ପ୍ରଶଂସାସୂଚକ ଶବ୍ଦ ପ୍ରୟୋଗ କରୁଥିଲେ୤ ହେଲେ ମୋ କାନରେ ମୁଣ୍ଡରେ ଆଉ କିଛି କଥା ପଶୁ ନଥିଲା୤ ହଠାତ୍‌ ବୁଢ଼ୀ ପଚାରିଲେ-କହନ୍ତୁ ତ ? ମୁଁ ଏହାର ନାମ ସିସି ରଖିଛି କାହିଁକି ? ତା’ପରେ ସେ ନିଜ ତରଫରୁ ହିଁ ଉତ୍ତର ଦେଲେ- ଆପଣ ସିସିଫସ୍‌ର ନାମ ଶୁଣିଛନ୍ତି ? ଗ୍ରୀକ୍‌ ମାଇଥୋଲୋଜିର ସିସିଫସ୍‌ ! ସିସିଫସ୍‌ ମର୍ତ୍ତ୍ୟକୁ ଆସିଥିଲେ ଦେବତାମାନଙ୍କ ଅଭିଶାପରେ ଶାନ୍ତି ଭୋଗ କରିବା ପାଇଁ ! ତାଙ୍କର ପାପର ଶାସ୍ତି….. ଅନ୍ୟାୟ ଶାସ୍ତି !

ସେ ଶାସ୍ତିଥିଲା- ସେ ଗୋଟାଏ ପ୍ରକାଣ୍ଡ ପଥରକୁ ସେ ପାହାଡ଼ର ଶୀର୍ଷ ଦେଶରେ ରଖିବାକୁ ଚେଷ୍ଟା କରିବେ, ଏବଂ ସେ ପଥରଟା….. ବାରମ୍ବାର ତଳକୁ ଖସି ପଡ଼ୁଥିବ୤ ଏହା ହିଁ ଶାସ୍ତି- ଏ କାହାଣୀଟିକୁ ମୁଁ ଛୋଟବେଳେ ପଢ଼ିଥିଲି୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. kamakshya jena |  ଜୁଲାଇ ୬, ୨୦୧୨ - ୮:୩୬ ଅପରାହ୍ନ

    Ati sundar ebam bhaboddipak galpa.Swami mala pare bi stree ra kete bhala paiba swami pain thae ethire taha barnita.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤