ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣପ୍ରସାଦ ମିଶ୍ର
ସଦାନନ୍ଦ ତ୍ରିପାଠୀ
ଅଚ୍ୟୁତାନନ୍ଦ କର
ବିଜୟ ମିଶ୍ର
ଅଶୋକ ଚନ୍ଦ୍ର ମହାପାତ୍ର
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସିସିଫସ୍‌
 |- ଅମିୟବାଳା ପଟ୍ଟନାୟକ
 
 
ତା: ଜୁଲାଇ ୪, ୨୦୧୨  
 

ଦୁନିଚାନ୍ଦ କୁଆଡ଼ୁ ଗୋଟାଏ ବଡ଼ ଠେଙ୍ଗା ଧରି ଆସି ଘର ଭିତରକୁ ଟିକିଏ ଉଙ୍କିମାରି ଦେଖିଲା ଏବଂ ଥମିଗଲା୤ ମୋ ପାଖକୁ ଆସି କହିଲା, ଆରେ ଏ ତ ଏଜରା ମେମ୍‌ସାହେବଙ୍କ ସାପ ! ତା’ପରେ ସେ ଠେଙ୍ଗାଟିକୁ କାନ୍ଥରେ ଆଉଜାଇ ଦେଇ ବାରଣ୍ଡାରେ ଆସି ନିଶ୍ଚିନ୍ତରେ ଛିଡ଼ା ହେଲା୤ ସାପଟି ଘର ଭିତରେ ପଶିଯାଇଥିବା କଥା ଯେମିତି ସେ ସମ୍ପୂର୍ଣ୍ଣ ଭାବେ ପାଶୋରି ପକାଇଥିଲା୤

ମୁଁ ଆଶ୍ଚର୍ଯ୍ୟରେ ତାକୁ ଚାହିଁ ରହିଥିଲି୤ ଏଜରା ମେମ୍‌ସାହେବଙ୍କ ସାପର କ’ଣ ବିଷ ନାହିଁ ? ସେ କ’ଣ ମଣିଷଙ୍କୁ କାମୁଡ଼େ ନାହିଁ ? ତାକୁ ନେଇ ଭାବିବାର କ’ଣ କିଛି କାରଣ ନାହିଁ ? ତା’ଛଡ଼ା ଏଇ ଏଜରା ମେମ୍‌ସାହେବ ଟି ବା କିଏ ?

ଦୁନିଚାନ୍ଦ ମୋ ପାଖକୁ ଆସି କହିଲା- ଆପଣ ଟିକିଏ ଅପେକ୍ଷା କରନ୍ତୁ ! ମୁଁ ଯାଇ ତାଙ୍କୁ ଡାକି ଆଣୁଚି !

ଦୁନିଚାନ୍ଦ ବଗିଚା ଆଡ଼କୁ ଆଗେଇ ଯାଉଥିଲା୤ ମୁଁ ପୁଣିଥରେ ଦୁନିଚାନ୍ଦକୁ ଡାକିଲି…. କହିଲି-ଆରେ ତମେ କୁଆଡ଼େ ଯାଉଚ ? ତମର ଏ ମେମ୍‌ସାହେବଙ୍କ ଘର କୋଉଁଠି ?

ଦୁନିଚାନ୍ଦ ଯାଉ ଯାଉ ଉତ୍ତର ଦେଲା- ଆରେ ହଜୁର, ଏଇ ପାଖ ଘର…. ଏଇ ସତର ନମ୍ବର କୋଠିଟା ତାଙ୍କର ! ମୁଁ ଖାଲି ଯିବି ଆଉ ଆସିବି !

ଏତେ ବର୍ଷ ହେଲା ମୁଁ ଜବଲପୁର ଆସୁଛି…. ଏଇ ରେଷ୍ଟ ହାଉସ୍‌ରେ ରହୁଛି୤ ବହୁତ ସମୟ ଏଇ ବାରଣ୍ଡାରେ ମଧ୍ୟ ବସୁଛି…. ଅଥଚ କୌଣସି ଦିନ ଏଇ ବିରାଟ ସାପର ସାମନା ସାମନି ହୋଇନି୤ ଆଉ ଏଇ ବିରାଟ ସାପକୁ ପୋଷିଥିବା ସତର ନମ୍ବର କୋଠିର ଏଜରା ମେମ୍‌ସାହେବଙ୍କ କଥା ମଧ୍ୟ ତ ଶୁଣିନି ! ନାରୀମାନେ ଯେ ସାପକୁ ମଧ୍ୟ ପୋଷିପାରନ୍ତି- ଏ କଥା ଆଜି ନୂଆ କରି ଜାଣିଲି୤

ଦୁନିଚାନ୍ଦଙ୍କ ସହ ଏଜରା ମେମସାହେବ ମଧ୍ୟ ଆସୁଥିଲେ୤ ମେଦବହୁଳ ପୃଥୁଳାକାୟା ନାରୀ୤ ବୋଧହୁଏ ବୟସ ସତୁରୀ ପାଖାପାଖି ହେବ ! ଦେହରେ ଢିଲା ଗାଉନ୤ ଘରେ ଯେମିତି ଅବସ୍ଥାରେ ଥିଲେ ସେମିତି ହିଁ ଚାଲି ଆସିଛନ୍ତି ! ଜୋତା କି ଟୋପି ମଧ୍ୟ ପିନ୍ଧିନାହାନ୍ତି୤

ସତେ ଯେମିତି ତାଙ୍କର କୁନି ପୁଅଟି ହଜିଯାଇଛି- ଏମିତି ଅସ୍ତବ୍ୟସ୍ତ ଭାବରେ ସେ ମୋର ଶୋଇବା ଘରେ ପ୍ରବେଶ କଲେ ! ଆଉ ବଡ଼ ନରମ ଗଳାରେ ଡାକିଲେ- ସିସି… ସିସି… ମାଇଁ ଡାର୍ଲିଂ୤

ମେମ୍‌ସାହେବଙ୍କ ସହିତ ତାଙ୍କର ଚାକର-ବାକର ଏବଂ ଆୟା ମଧ୍ୟ ଚାଲି ଆସିଥିଲେ ! ସେ ମତେ ଦେଖୁଦେଖୁ ପାଗଳ ପରି ପଚାରି ଉଠିଲେ- ସିସି କାଇଁ ? ସେ କେଉଁଠି ଅଛି ବାବା ?

ଦୁନିଚାନ୍ଦ ତାଙ୍କୁ ଘର ଭିତରକୁ ନିର୍ଦ୍ଦେଶ କରି ଦେଖାଇଦେଲେ୤ ମେମ୍‌ସାହେବ ନିର୍ଭୟରେ ଘର ଭିତରକୁ ପଶିଗଲେ ଏବଂ ଛୁଆକୁ ଡାକିଲା ପରି ଡାକିଲେ ସିସି… ସିସି ମାଇଁ ଡାର୍ଲିଂ୤

ସବୁଠାରୁ ଆଶ୍ଚର୍ଯ୍ୟର କଥା, ମିସେସ୍‌ ଏଜରାଙ୍କ ସହିତ ଆସିଥିବା ତାଙ୍କ ପରିଚାରକମାନେ ମଧ୍ୟ ମୋର କୋଠରୀ ଭିତରକୁ ପଶିଗଲେ ଏବଂ ସମସ୍ତେ ମିଶି ସେହି ସାପକୁ ଧରିବାରେ ସକ୍ଷମ ହେଲେ୤ ଗୋଟାଏ ଲୋକ ସାପଟିକୁ କାନ୍ଧ ଉପରକୁ ଉଠାଇ ନେଲା ଏବଂ ସାପଟି ମଧ୍ୟ ବେଶ୍‌ ଆରାମରେ ଲୋକଟିର କାନ୍ଧରେ ମୁହଁଟିକୁ ଉଠାଇ ବସି ରହିଲା୤

ତା’ପରେ ଆରମ୍ଭ ହେଲା ତାଙ୍କର ଫେରିବାର ପର୍ବ ! ସାପ ଧରିଥିବା ସେହି ଲୋକଟିର ପଛେ ପଛେ ପ୍ରଥମେ ଏଜରା ମେମ୍‌ସାହେବ ଏବଂ ଅନ୍ୟମାନେ ଶୋଭାଯାତ୍ରା କଲାପରି ଚାଲୁଚାଲୁ ସାପଟିକୁ ଡାକୁଥିଲେ …. ସିସି…. ମାଇଁ…. ଡାର୍ଲିଂ !

ଯାଉ ଯାଉ ତାଙ୍କର ବୋଧେ ମୋ କଥା ମନେ ପଡ଼ିଯାଇଥିଲା-
ଅଧାରାସ୍ତାରୁ ସେ ପୁଣି ମୋ ନିକଟକୁ ଫେରିଆସି କହିଲେ- ଆପଣଙ୍କୁ ବହୁତ ଧନ୍ୟବାଦ ବାବା, ସେ ଅନ୍ୟ କେଉଁଠିକୁ ଚାଲିଯାଇଥିଲେ, ମୁଁ ତାକୁ ଖୋଜି ଖୋଜି ପାଇ ନଥାନ୍ତି୤ ହି ଇଜ୍‌ ସୋ ନଟି- କହୁ କହୁ ସେ ସାପଟି ନିକଟକୁ ମୁହଁନେଇ ଚୁମା ଖାଇଲେ୤

ମୁଁ ପରମ ଆଶ୍ଚର୍ଯ୍ୟରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାରେ ଲାଗିଥିଲି୤ ମିସେସ୍‌ ଏଜରା ପୁଣି ମୋ ପାଖକୁ ଫେରି ଆସିଲେ୤ ତାଙ୍କର ବୋଧହୁଏ ମନେହେଲା ମତେ ସେ ଯଥେଷ୍ଟ କୃତଜ୍ଞତା ଜ୍ଞାପନ କରିନାହାନ୍ତି୤ କହିଲେ- ହ୍ବାଟ୍‌ କେନ୍‌ ଆଇ ଡୁ ଫର ୟୁ, ବାବା୤ ମୁଁ ଆପଣଙ୍କ ପାଇଁ କ’ଣ କରିପାରିବି ? ମୁଁ ଉତ୍ତର ଦେଲି- ନା ନା ମୋ ପାଇଁ ଆପଣଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. kamakshya jena |  ଜୁଲାଇ ୬, ୨୦୧୨ - ୮:୩୬ ଅପରାହ୍ନ

    Ati sundar ebam bhaboddipak galpa.Swami mala pare bi stree ra kete bhala paiba swami pain thae ethire taha barnita.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤