ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଗୋଦାବରୀଶ ମହାପାତ୍ର
ସୌଭାଗ୍ୟ ମିଶ୍ର
ବ୍ରଜନାଥ ରଥ
କିଶୋରୀକିଙ୍କର ଦାସ
ଅମରେଶ ବିଶ୍ବାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ସୁରବାଳା ତଥାପି ଚାହିଁ ରହିଲା ମାଉସୀ ମୁହଁକୁ ଚାହିଁ୤

ମାଉସୀ କହିଲା, କ’ଣ ହଲା ଊଠୁନୁ୤ ହାଇ ଭାଙ୍ଗିବା ବେଳ ହେଲାଣି୤ ଏଥର ଗରାଖ ଆସିବେ୤

ମୁଣ୍ଡ ତଳକୁ କରି ସୁର କହିଲା, ମତେ ଦୁଇଶ ଟଙ୍କା ଦେବ ?

ଏଥର ମାଉସୀ ମୁହଁର ଭାବ ସଂପୂର୍ଣ୍ଣ ବଦଳି ଗଲା୤ କର୍କଶ ସ୍ବରରେ ସେ କହିଲା, ଟଙ୍କା, କେଉଁ ଟଙ୍କା ? ମୁଁ ତ ତୋ ଗୋଡ ଧରି ଆଣିନି୤ ନିଜେ ଆସିଛୁ୤ କାମ କରିବାକୁ ଚାହୁଁଚୁ ତ କର୤ ଏଠି କିଛି ପଡିନି୤ ଖଟିବୁ ଖାଇବୁ୤ ଏଯାଏଁ ଯାହାର ରୋଜଗାର ଆରମ୍ଭ ହେଇନି ସେ ଟଙ୍କା ମାଗୁଚି କୋଉ ମୁହଁରେ ?

ସୁର କହିଲା, ମୋର ଆଜିହିଁ ଟଙ୍କା ଦରକାର୤ ନିହାତି୤

ମୁହଁ ଖିଙ୍କାରି ମାଉସୀ କହିଲା, ଟଙ୍କା କାହାର ଦରକାର ନାହିଁ ?କହିଲୁ କିଏ ବିଶ୍ବରେ ଟଙ୍କା ପାଇଁ ନଦଉଡୁଛି? ମୁଁ କ’ଣ ଏଠି ଦାନଛତ୍ର ଖୋଲି ବସିଛି ? ତତେ ଯଦି ଏଠି ପୋଷଉନି ତୁ ଚାଲିଯାଇପାରୁ୤ ମୁଁ କାହାକୁ ଧରି ରଖିନି୤

ସୁର କହିଲା, ପିଲାଛୁଆ ଗୁଡାକ ବାହାରେ ଠିଆ ହୋଇଛନ୍ତି୤ ତାଙ୍କ ହାତରେ କିଛି ନଦେଇ ପାରିଲେ କାଲି ଖାଇବେ କ’ଣ ? ଘରେ ତ କିଛି ନାହିଁ୤

ଆହୁରି କିଛି ଧମକ ଦେବାକୁ ଯାଇ ଅଟକି ଗଲା ମାଉସୀ୤ ଏଥର ତା ଆଖିରେ ଫୁଟିଉଠିଲା ବିସ୍ମୟ୤ ଏସବୁ ହେଲା ପାପୀଙ୍କ ଜାଗା୤ ଗୁଣ୍ଡାବଦ୍‌ମାସ୍‌ ମାନେ ବୁଲାବୁଲି କରନ୍ତି୤ ଛୋଟଛୁଆଙ୍କୁ ଏଠୁ ଦୂରେଇ ରଖିବା ଭଲ୤ ଏଇ ଟିକକ ଅନ୍ତତଃ ଧର୍ମଜ୍ଞାନ ରହିବା କଥା୤ ଆରେ ଏଠିକା ରାକ୍ଷସଗୁଡାକ ସାତବର୍ଷର ଝିଅଟାକୁ ବି ଖାଇବାକୁ ପଛାନ୍ତିନି୤

ସୁର ପୁଣି କହିଲା – ଦୟାକର, କିଛି ଟଙ୍କା ନପାଇଲେ…

ମାଉସୀ କହିଲା, ଦୟା ? ଦୟାଫୟା କଲେ ଏ କାରବାର ଚାଲିବନି୤ ଏ ଶେଫାଳି ମତେ ଟିକେ ଧରିବୁଟି୤

ଶେଫାଳି ଗୋଟେ ହାତ ଧରି ଉଠାଇଲା ମାଉସୀକୁ୤ ତା ପରେ ଦୁମ୍‌ଦୁମ୍‌ କରି ଚାଲିଗଲା ଘର ଭିତରକୁ୤ ମୁହଁ ତଳକୁ କରି ବସି ରହିଲା ସୁର୤

ତା ସ୍ବାମୀ ତାକୁ ଜୋର କରି ପଠେଇ ନାହାନ୍ତି୤ ସେ ନିଜ ଇଚ୍ଛାରେ ଆସିଛି୤ ଏଟା ଠିକ୍‌ କଥା୤ ବିଭୂର କାଶ ରୋଗ୤ ତା ଶରୀର ଦୁର୍ବଳ ହୋଇ ଯାଇଛି୤ ମଝିରେ ମଝିରେ କାଶିଲାବେଳେ ରକ୍ତର ଛିଟା ଦେଖିବାକୁ ମିଳେ୤ ସରକାରୀ ହସ୍‌ପିଟାଲର ଔଷଧରେ ବି ଭଲ ହେଉନି୤ ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାକୁ କହନ୍ତି୤
ସୁରବାଳା ନିଜ ଉପାର୍ଜନ କରିବାକୁ ଚେଷ୍ଟା କରିଛି୤ ମୁଢି ଭାଜିବା, ଲୋକଙ୍କ ଘରେ ବାସନ ମାଜିବା, ଘର ସଫା କରିବା୤ ସେଥିଲାଗି ବାବୁଭାୟାଙ୍କ ଘରକୁ ଯିବାକୁ ପଡେ୤ ସେମାନେ କେହି ଠିକା ଲୋକ ଚାହାନ୍ତିନି୤ ଘରେ ରହି ସବୁ କାମ କରିବ୤ ଛୁଆଙ୍କ ଘୁଅମୂତ ଠାରୁ ରୋଷେଇବାସ ଯାଏଁ ସବୁ୤ ତଥାପି ଖୋରାକି ସାଙ୍ଗେ ମାତ୍ର କେଇଟା ଟଙ୍କା୤ ସେଥିରେ କ’ଣ ପୋଷେଇବ ?ଦିନ ପରେ ଦିନ ଏମିତି ଚାଲିଛି୤ସ୍ବାମୀ ସ୍ତ୍ରୀ ଦି’ଟା ଅଧାପେଟ ଖାଇ ଚଳେଇନେବେ କିନ୍ତୁ ପିଲାଛୁଆ ତିନିଟା୤ ତାଙ୍କ ଭୋକିଲା କାନ୍ଦ ସହିହେଉନି୤ ତାଙ୍କୁ ଏଇ ପୃଥିବୀକୁ ଅଣା ହୋଇଛି୤ ସେମାନେ ନିଜ ଇଚ୍ଛାରେ ଆସି ନାହାନ୍ତି୤ ତାଙ୍କର ଦୋଷ କ’ଣ ?

ପିଲାମାନେ ଶୋଇପଡିଲେ ଗାଲରେ ହାତ ଦେଇ ଭବିଷ୍ୟତର କଥା ଭାବି ଭାବି ସୁରବାଳା ଆଉ ବିଭୂଙ୍କର କଟି ଯାଇଛି କେତେ ରାତି୤ କିନ୍ତୁ କୌଣସି କୂଳକିନାରା ପାଇ ନାହାନ୍ତି୤ ଘରେ କଂସା, ଢାଳ ଯାହାଥିଲା ସବୁ ବିକ୍ରି ହୋଇଯାଇଛି୤ ବିକ୍ରି ହେଲା ଭଳି ଆଉ କିଛି ନାହିଁ୤ ଖାଲି ସୁର ଦେହର ମାଂସ ଛଡା୤ ଏତେ ଅନାହାରରେ ବି ସୁରବାଳାର ଦେହ ଏକେବାର ସୁକୁଟି ଯାଇନି୤ ମାଆ ହୋଇ ସେ ସନ୍ତାନମାନଙ୍କ ପାଇଁ କ’ଣ ଏଇତକ କରି ପାରିବନି ?

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤