ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ରମେଶ ଚନ୍ଦ୍ର ଦାସ
ଗୋଦାବରୀଶ ମହାପାତ୍ର
ରାଜକିଶୋର ରାୟ
ଜଗଦୀଶ ମହାନ୍ତି
ମନୋଜ ଦାସ
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ମୁହଁ ଭର୍ତ୍ତିପାନ୤ ପିକ ଫିଙ୍ଗି, ରସିକିଆ ଠାଣିରେ ମାଉସୀ କହିଲା, ଆସଲୋ ଆସ ଝିଅ୤ବଅ..

ସର୍ବାଙ୍ଗରେ କେଇଥର ଦୃଷ୍ଟି ବୁଲେଇ ନରମଗଳାରେ ମାଉସୀ କହିଲା – ପୋଡା କପାଳ … ଏଇଟା ବିଧବା ନା କ’ଣ ?

ସୁରର ଉତ୍ତର ନା’ ଶୁଣି ସେ ପୁଣି କହିଲା – ଓଃ.. ସିନ୍ଦୁର ଅଛିତ ! ଆଲୋ ଦେଖନି ମୋ ଆଖି କ’ଣ ଖରାପ ହୋଇଗଲାଣି ନା କ’ଣ ? ତେବେ ସେ ଲୋକଟା କ’ଣ ଛାଡି ପଳେଇଛି ?

ସୁର କହିଲା – ନା’ ଘରେ ରହନ୍ତି୤

ମାଉସୀ କହିଲା, ବୁଝିଛି୤ ଅଣ୍ଟା ଟାଣ ନାହିଁ୤ ରୋଜଗାର କରି ଖାଇବାକୁ ଦେଇ ପାରେନି୤ ଖାଇବାକୁ ପେଟ ଆଉ କେଇଟା ?

ସୁର କହିଲା, ମୋର ତିନିଟା ପିଲା୤

ଭ୍ରୁକୁଞ୍ଚନ କରି ମାଉସୀ କହିଲା ଆ.. କ’ଣ କହିଲୁ ତିନିଟା ?

ପୁଣି ସୁରର ସର୍ବାଙ୍ଗରେ ଆଖିବୁଲେଇ ମାଉସୀ କହିଲା, ଝିଅ ବୟସ କେତେ ?

ଛଅ-ସାତ ହେବ୤

ମାଉସୀ ଦୀର୍ଘଶ୍ବାସ ଛାଡି କହିଲା, ଆହାଃ… ତାର ତ ବାହା ବୟସ ହେବାକୁ ଢେର ଡେରି୤ ଏତେଦିନ ପାଳିବାକୁ ହେବ୤ ଗର୍ଭରେ ପିଲାଛୁଆ ଆସନ୍ତି ଆମକୁ ଖାଇବା ପାଇଁ୤ ଏଇଟା ଦିଅ, ସେଇଟା ଦିଅ୤ ତାପରେ ଡେଣା ଲାଗିଗଲେ ଫୁର କିନା ଉଡିଯିବେ୤ ମୋରବି ତ ଦିଇଟା ପିଲାଛୁଆ, ଆଜି କୋଉଠି ସେମାନେ୤ ବୋଉ ଖବର ଅଛି ତାଙ୍କ ପାଖରେ ?

ପାତଳୀ ଝିଟା କହିଲା, ମୋ ପୁଅଟା ବି…

ନିଜେ ଗୋଟେ ଖିଲିପାନ ପାଟିରେ ପୁରାଇ ଗୋଟେ ସୁର ଆଡକୁ ବଢେଇ ଦେଇ କହିଲା – ନେ ଖା୤ କଣ କରିବୁ କହ୤ ସବୁ ନିୟତି୤ ବାପାମାଆ ଖର୍ଚ୍ଚ କରି ବାହା ଦିଅନ୍ତି୤ ତା ପରେ ବି ଗେରସ୍ତ ଯଦି ଦି’ଓଳି ଦିଇଟା ଖାଇବାକୁ ଦେଇ ନପାରେ … ତା ପରେ ସବୁବେଳେ ପିଲାଛୁଆଙ୍କର ହାଁ ହାଁ୤ ତେବେ ସେ ଲୋକଟା କ’ଣ ଜୋର କରି ଏଠିକି ପଠାଇଲା ?

ସୁର କହିଲା, ନାଁ ମୁଁ ନିଜେ ହିଁ ଆସିଛି୤ ମାଉସୀ କହିଲା, ଠିକ୍‌ କରିଛୁ୤ ବଞ୍ଚିବାକୁ ତ ପଡିବ୤ କଥାରେ କହନ୍ତି, ଆପେ ବଞ୍ଚିଲେ ବାପର ନାଆଁ୤ ଏମିତି ଜଳିପୋଡି ପାଉଁଶ ହୋଇଗଲେ ବି କେହି ଆଖିରୁ ଲୁହ ଝରେଇବାକୁ ଆସିବେନି ଲୋ୤ ସେ ଲୋକଟା ଯଦି କେବେ ବି ଏ ଆଡକୁ ଆସେ, ତାକୁ ଦି’ ଗୋଇଠା ଦେବୁ୤ ମୋ ଲୋକବି ତାକୁ ଧୂଲେଇ କରି ଛାଡିବେନି୤

ସୁର କହିଲା, ତାଙ୍କର କାଶ ଜ୍ବର୤

ମାଉସୀ ତା’ର ମସ୍ତ ହାତଟାକୁ ହଲେଇ କହିଲା, ଥାଉ ଥାଉ ସବୁ କଥା ଢେର ଶୁଣିଛି୤ ଆଉ ଶୁଣିବାକୁ ଇଚ୍ଛା ନାହିଁ୤ ପୁଟୁଳିଟାରେ କ’ଣ ?
ଶାଢୀ ଦିଇଟା ଦେଖି ମୁହଁ ଲେଫେଡି ମାଉସୀ କହିଲା, ସେ ଚଳିବନି୤ କାମବେଳେ ତ ନିହାତି ଖଣ୍ଡେ ଜରିଦିଆ ଧଡିବାଲା ଶାଢୀ ଦରକାର୤ ଏ ଠେଇ ଦୋକାନ ଅଛି୤ ଆଜି କିଣି ପାରିବୁ ?

ସୁର ଦୁଇଆଡକୁ ମୁଣ୍ଡ ହଲାଇଲା୤ ମାଉସୀ ସେଥିରେ ବିରକ୍ତ ନହୋଇ କହିଲା, ଠିକ୍‌ ଅଛି୤ ମୋ ପାଖରେ ପୁରୁଣା ଖଣ୍ଡେ ଅଧେ ଅଛି୤ ସେଥିରେ କିଛି ଦିନ ଚଳିଯିବ୤ ଏଠି କିନ୍ତୁ ନିଜ ଖାଇବା ବ୍ୟବସ୍ଥା ନିଜର୤ ମୁଁ ସେଥିରେ ଦାୟୀ ନୁହେଁ୤ ଏଇ ଶେଫାଳି ତତେ ବୁଝାଇ ଦେବ୤ କିନ୍ତୁ ଆଜି ତତେ ଘର ଦେଇ ପାରିବିନି୤ ମୋକ୍ଷଦା ସାଥିରେ ରହିବୁ୤ ମୋକ୍ଷଦାର ଜଳଉଦରି ଅଛି୤ କିଛି ଖାଇ ପାରୁନି୤ ସେ ଭାରି ଚିଡିଚିଡା୤ ହସରେ ଟିକିଏ ବି ରସ ନାହିଁ୤ ଗରାଖଙ୍କ ସଙ୍ଗେ ବି ଏମିତି୤ ତିନିଚାରିଜଣ ଅଭିଯୋଗ କଲେଣି ମୋପାଖେ୤ ଠିକ୍‌ଭାବେ କାମ କରିବନି୤ ତା ଉପରେ ଚିଡଚିଡା ଭାବ୤ ଛି- ଛି- ଛି୤ ଗରାଖଙ୍କର କୁଆଡେ ସବୁ ଦୋଷ୤ ଗରାଖ ହେଲେ ଲକ୍ଷ୍ମୀ୤ ତାଙ୍କର କ’ଣ କିଛି ଦୋଷ ଧରିବା କଥା୤ ମୋକ୍ଷଦା କାନରେ ଯଦି ଏକଥା ପଡେ, ପଡୁ୤ ତାକୁ ମୁଁ ଏଥର ତଡିଦେବି୤ ଦି’ତିନି ଦିନ ଭିତରେ୤ ଦୁଷ୍ଟ ଗୋରୁଠୁଁ ଶୂନ୍ୟ ଗୁହାଳ ଅନେକ ଭଲ୤ ସେ ଯଦି ତୋ ଉପରେ ବି କିଛି ଖରାପ ବ୍ୟବହାର କରେ ତୁ କିଛି କହିବୁନି୤ ମୁହଁ ବନ୍ଦ କରି ରହିବୁ୤ ଯାହା କରିବା କଥା ମୁଁ କରିବି୤ ଯା’ ଏବେ ଶେଫାଳି ସାଙ୍ଗେ ଯା୤ ସେ ଘର ଦେଖେଇଦେବ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤