ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ସୁଧାଂଶୁ ଶେଖର ପାତ୍ର
ସହଦେବ ସାହୁ
ଜୟନ୍ତ ମହାପାତ୍ର
ଶୈଳେନ୍ଦ୍ର କୁମାର ଜେନା
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ଗୋବିନ୍ଦ ତାତ୍ସଲ୍ୟ ସ୍ବରରେ କହିଲା- ବାକି ୤ ଆଜି ନଗଦ କାଲି ବାକି୤ ଥରେ କେବେ ବାକି ଦେଲେ ଏ ବାଟେ ସେ ଆଉ ନଚାଲେ ! ହୁଁ କେତେ ଦେଖିଛି୤
ବିଭୂ କହିଲା ମୋ କଥାରେ ଖିଲାପ ହେବନି୤ ମା କାଳୀଙ୍କ ରାଣ ଖାଇଲି ତ୤ ଗୋବିନ୍ଦ ହେୟଜ୍ଞାନ କରି କହିଲା – ଯା ଦିନ କାଳ ପଡିଛି ଲୋକେ ଦିଅଁ ଦେବତାଙ୍କ ରାଣ ମାନୁ ନାହାନ୍ତି୤ ଛାଡ୍‌ ଉଠ୤

ପିଲାଗୁଡାକ ଜଳ ଜଳ କରି ଚାହିଁ ସବୁ ଶୁଣୁଥିଲେ୤ ଏଥରେ ସେମାନ କୁଦାମାରି ଉଠିପଡିଲେ ଟ୍ରଲି ଉପରକୁ୤ ସୁଶୀଲ ବୟସରେ ବଡ, ସୁତରାଂ ସ୍ଥାନ ନିର୍ବାଚନରେ ତାର ହିଁ ଅଗ୍ରାଧିକାର ଅଛି୤ ସେ ଥରେ ଆଗକୁ ଥରେ କଡକୁ ଦେଖିବାକୁ ଲାଗିଲା, କେଉଁଟା ସୁବିଧାଜନକ୤ ସୁଧା ଆଉ ଛୋଟୁଙ୍କୁ ଗୋଡ ଝୁଲେଇ ବସିବାକୁ ଦିଆଗଲାନି୤ ସେମାନେ ଚକାମାରି ଭିତରେ ବସିଲେ୤

ସୁଶୀଲ ତଥାପି ୟାଆଗରୁ କେତେଥର ଚଳନ୍ତା ଟ୍ରଲି ସାଙ୍ଗେ ଦୌଡି ଦୌଡି ବସିଛି, ପୁଣି ଚାଳକର ଗାଳି ଶୁଣି ଓହ୍ଲେଇ ବି ଯାଇଛି୤ ସୁଧା ଆଉ ଛୋଟୁଙ୍କର ଏମିତି ସୌଭାଗ୍ୟ ଏଇ ପ୍ରଥମ୤ ଚାଲିବାକୁ ପଡିବନି ଅଥଚ ରାସ୍ତା ସରିଯିବ୤ ବାଃ କି ମଜା ! ରାସ୍ତାଦେଇ ଅନ୍ୟ ଲୋକମାନେ ଯାଉଛନ୍ତି୤ ତାପରେ ଆଉ ସେମାନେ ଦେଖା ବି ଯାଉ ନାହାନ୍ତି୤
ତିନିଜଣଙ୍କର ନିଜ ଗାଁ ବାହାରକୁ ଯିବା ଏଇ ପ୍ରଥମ୤ ତାଙ୍କ ପାଖେ ଉନ୍ମୋଚିତ ହେଉଛି ନୂଆଜଗତ୤ଏପଟର ସବୁ ଗାଁର ଚେହେରା ପ୍ରାୟ ଏକା୤ ତାଙ୍କ ଆଖିରେ ଯେମିତି ବୈଚିତ୍ର୍ୟର ଶେଷନାହିଁ୤

ଏ ବୋଉ, ଦେଖିଲୁ ଗୋଟେ ତାଳଗଛ ଦେହରେ ଆଉଗୋଟେ କୋଉ ଗଛ ଉଠିଛି ! ଏକାଠି ଦି’ଟା ଗଛ୤ ଗୋଟେ କୁକୁରକୁ ସେଇ ବଡ ବଡ ପକ୍ଷୀମାନେ ତଡୁଛନ୍ତି୤ ସେଗୁଡାକ କି ପକ୍ଷୀ ?

ଶାଗୁଣା୤

ଶାଗୁଣା ପରା ମାଟିକୁ ଓହ୍ଲାଏ !

ବାପା, କାନ୍ଧରେ ଦି’ଟା ବାଉଁଶ ନେଇ ସେ ଲୋକଟା କୁଆଡେ ଯାଉଛି ?

ଯାଉଚି, ନିଜ ଘରକୁ୤

ବାପା ସେ ମନ୍ଦିରଟା ଭଙ୍ଗା କାହିଁକି ?

କାହିଁକି ପୁଣି କ’ଣ ? ଭାଙ୍ଗି ଯାଇଛି ବୋଲି ଭଙ୍ଗା୤ ଏଥରକ ଟିକେ ଚୁପ୍‌ କରି ବସିବ୤

ସାନଟାର ହିଁ ବେଶୀ ପ୍ରଶ୍ନ୤ ସେ ଚୁପ୍‌ ରହିପାରେନି୤ ଟିକେ ପରେ ହିଁ ସେ ପୁଣି କିଛି ଜାଣିବାକୁ ଚାହେଁ୤ ତାକୁ ଧମକ ବି ଖାଇବାକୁ ହୁଏ ସେଇ କାରଣରୁ୤

କିଛିଦୂର ଗଲା ପରେ ଗୋବିନ୍ଦ ପଚାରିଲା, ପିଲାଛୁଆଙ୍କୁ ନେଇ କୁଆଡେ ବାହାରିଲୁ ବିଭୂ ?

ବିଭୂ କହିଲା, ରଣକାଳୀପୁର ଯିବି୤ ଇୟେ ମାନେ ସ୍ତ୍ରୀର ବାପଘର୤ କେଇଟା ଦିନ ରହିବ୤

ଗୋବିନ୍ଦ କହିଲା, ବୋହୂର ବାପଘର, ତୋର ଶ୍ବଶୁରଘର୤ ପିଲାମାନଙ୍କର ମାମୁଁଘର୤ ବାଃ ଭଲ କଟିବ୤ ମାମୁଁଘରେ ଭାରିମଜା୤ ମାଡଗାଳି ନାହିଁରେ, ମାମୁଁଘର ଦୁଧଭାତ ଦୁଆରେ ବସି ଖାଏରେ୤

ବିଭୂଠାରୁ ଟ୍ରଲି ଚାଳକ ଗୋବିନ୍ଦର ସାମାଜିକ ଅବସ୍ଥା କିଛିଟା ଭଲ୤ ତା କଥାରେ ସେଇ ସ୍ବର ଫୁଟି ଉଠେ୤

ସୁଧା ଅଣ୍ଟିରେ ବାନ୍ଧିଥିଲା ମୁଢି୤ ଏଇଲେ ତିନିଭାଇ ଭଉଣୀ ଖାଉଛନ୍ତି୤ ସୁଶୀଲ୍‌ ଫୁସ୍‌ଫୁସ୍‌ କରି ବୋଉକୁ ପଚାରିଲା, ବୋଉ ଆମେ ମାମୁଁଘର ଯାଉଛେ? କେତଦିନ ରହିବା ?

ସୁରବାଳା ଚାହିଁଲା ବିଭୂଆଡକୁ୤ ବିଭୂ କହିଲା, ସେ ଦେଖାଯିବ୤ ଗାଡିଟା ଧଡ ଧଡ ହୋଇ ଡେଉଁଛି୤ ମୁଢି ବୁଣି ନ ଯାଏ୤

ସୁଧା ପଚାରିଲା, ବାପା ତମେ ଖାଇବ ?

ବିଭୂ କହିଲା, ନା ତମେମାନେ ଖାଇନିଅ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤