ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଡକ୍ଟର ମାୟାଧର ମାନସିଂହ
କମଳା ଶତପଥି
ତରୁଣକାନ୍ତି ମିଶ୍ର
ମନମୋହନ ମିଶ୍ର
ଫକୀରମୋହନ ସେନାପତି
ବୈକୁଣ୍ଠନାଥ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ଠିକ୍‌ ପାଖାପାଖି ଆଉ କୌଣସି ଘରଦ୍ବାରା ନାହିଁ୤ ଗାଁ ମୁଣ୍ଡ ଖାଲୁଆ ପଡିଆରେ ଏଣେତେଣେ ଗୋଟେ ଦିଇଟା ହାତଗଣତି ଘର୤ ରାସ୍ତାଟା ସିଧା ମଶାଣିପଦା ଆଡକୁ ଲମ୍ବିଛି୤ ପିଲା ତିନିଟା ଦିନବେଳା ବି ଏପଟ ଦେଇ ଯିବାକୁ ଭୟ କରନ୍ତି୤ ପଇସା ଅଭାବରେ କାଠ କିଣି ନପାରି ଲାଶ୍‌କୁ ପୁରାପୋଡି ପାରୁନଥିବା ଲୋକମାନେ ଖାଲି ମୁହଁରେ ନିଆଁ ଦେଇ ଛାଡିଯାଆନ୍ତି୤ ତାପରେ ତାହା ଭୋଜି ହୁଏ ଶାଗୁଣା ବିଲୁଆଙ୍କର୤

ଆଜି ବାପାବୋଉ ସାଙ୍ଗରେ ଯାଉଛନ୍ତି୤ ଆଜି ପୁଣି ଭୟ କ’ଣ ? ବାପାବୋଉ ଆଉ ତିନି ପିଲା, ଏଇ ପୁରା ପରିବାର୤ ୟାଆଗରୁ କେବେ ବି ଏକା ସାଙ୍ଗରେ କୁଆଡେ ବୁଲିବାକୁ ଯାଇ ନାହାନ୍ତି୤ ବାପାଙ୍କ ସାଙ୍ଗେ ଥରେ ଦି’ଥର ହାଟକୁ ଯାଇଛନ୍ତି ଅବଶ୍ୟ୤ ତା’ ବି ଝିଅଟାକୁ ଛାଡି୤ ବୋଉ ବି ଯାଏନି୤

ବରଗଛମୂଳେ କୁଆଡେ ଜଣେ ସାଧୁ ଆସି ତ୍ରିଶୁଳ ପୋତି ବସିଛନ୍ତି୤ ସମସ୍ତେ ସେଠି ଠିଆହେଲେ୤ ସୁରବାଳା ଆଗେଇଯାଇ ଆଣ୍ଠୁମାଡି ପ୍ରଣାମକଲା ସାଧୁବାବାଙ୍କୁ୤ ସେ ହାତ ଉଠାଇ ଗୁଣୁଗୁଣୁ ହୋଇ କ’ଣ ଆଶୀର୍ବାଦ କଲେ୤ କିନ୍ତୁ ଦକ୍ଷିଣା ଦବା ପାଇଁ କିଛି ନାହିଁ ସୁରବାଳା ପାଖରେ୤

ସେ ଫେରି ଆସିବା ପରେ ଝିଅଟା ପଚାରିଲା, ବୋଉ, ସନ୍ୟାସୀମାନେ ଦେହରେ ପାଉଁଶ ବୋଳନ୍ତି କାହିଁକି ?

ସୁରବାଳା ଚାହିଁଲା ତା ସ୍ବାମୀ ଆଡକୁ୤ ଏସବୁ ପ୍ରଶ୍ନର ଉତ୍ତର ପୁରୁଷମାନେ ଦେବା କଥା୤

ବିଭୂପଦ କହିଲା – ହୁଁ… ସନ୍ୟାସୀମାନେ ସବୁ ଶିବ ଠାକୁରଙ୍କ ଚେଲା୤ ଶିବଠାକୁର କହିଦେଇଛନ୍ତି ଦେହରେ ପାଉଁଶ ନବୋଳିଲେ ମୋର ଚେଲା ହୋ ପାରିବନି୤

ସାନଟା ପଚାରିଲା, ବାପା, ଠାକୁରଙ୍କ ମୁଣ୍ଡରେ ସାପ କାହିଁକି ଥାଏ ?

ବିଭୂ କହିଲା- ହୁଁ… ସାପ ଥାଏ୤ ମାନେ ଏମିତି ସାପ ଥାଏ୤ ଏବେ ଚାଲିଲ ଶିଘ୍ର୤

ପିଲାଗୁଡାକ ଦୌଡିଦୌଡି ଅନେକବାଟ ଆଗେଇ ଯାଆନ୍ତି୤ ପୁଣି ତାଙ୍କୁ ଡାକି ଅଟକେବାକୁ ପଡେ୤ ଏ ଅଞ୍ଚଳରେ ପ୍ରାୟତଃ ଥିଲାବାଲା ଲୋକଙ୍କ ବାସ୤ ଦୋଳ ଉତ୍ସବ ଆଉ ଦୁର୍ଗା ପୂଜା ବି ହୁଏ ଏଠି୤ ଗୋଟେ ପାଖେ ଅଛି କେତେଟା ଟ୍ରଲି୤

ବହୁଦୂର ବାଟ ଯିବାକୁ ହେବ୤ ଅବଶ୍ୟ ଚାଲିକରି ଯାଇ ହେବ୤ ତାଛଡା ଦିନ ଥାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବା କଥା୤

ଟ୍ରଲିବାଲାଟିଏ ନିଜ ଟ୍ରଲିପାଖେ ଠିଆ ହୋଇ ଚା’ ପିଉଛି୤ ତା ପାଖକୁ ଯାଇ ବିଭୂପଦ ଭିଡିମୋଡି ହୋଇ କହିଲା, ଭଲ ଅଛ ଗୋବିନ୍ଦ ଭାଇ ? ତୁମ ଗାଡି ଏବେ ଛାଡିବ ?
ଗୋବିନ୍ଦ ସାଙ୍ଗରେ ଆଗରୁ କଥାବାର୍ତ୍ତା କରିଯାଇଥିଲା ବିଭୂପଦ୤ ଏ ଗାଡି ଭଡାରେ ନବାର ସାମର୍ଥ୍ୟ ତାର ନାହିଁ୤ ସନାତନପୁର ହାଟରୁ ଦଶଟା ଗୁଡ ହାଣ୍ଡି ଆଣିବାର ଅର୍ଡର ଅଛି ଗୋବିନ୍ଦର୤ ଏଠୁ ଯିବାବାଟରେ ଯଦି ପାସେଞ୍ଜର ନପାଏ , ଖାଲି ଗାଡି ଯାଏ, ତାହେଲେ ସେ ବିଭୂପଦର ପରିବାରକୁ କିଛିବାଟ ନେଇଯିବ୤

ଗୋବିନ୍ଦ ଯେମିତି ସେକଥା ଭୂଲି ଯାଇଛି୤ ସେ କହିଲା, ପାସେଞ୍ଜର ତ ଦେଖୁନି୤ ଗାଡି ଛାଡିବାକୁ ପଡିବ୤ କିନ୍ତୁ ତୁମର ଏତେଗୁଡାଙ୍କୁ ତ ବିନା ଭଡାରେ ନେଇ ପାରିବିନି୤ ଏତେ ଲୋଡ ନେଲେ ଗାଡିଟାଣିବାକୁ ପରିଶ୍ରମ ପଡିବନି ?

ବିଭୂପଦ କିଛି ନକହି ଚୁପ୍‌ କରହିଲା୤

ଗୋବିନ୍ଦ କହିଲା ଯାହା ଉଚିତ୍‌ ଭଡା ତାର ଅଧାତ ଦେବ ! ପର୍‌ହେଡ ପାଞ୍ଚ ଟଙ୍କା୤ ବିଭୂପଦ କହିଲା ଠିକ୍‌ ଅଛି ଦେବି୤ ଏକେବାର ଛୁଆଟା ବି କ’ଣ…୤

ଗୋବିନ୍ଦ କହିଲା, ହଉ ପନ୍ଦର ଟଙ୍କା ଦେ୤ ସେ ହାତ ବଢାଇଲା ବିଭୂ ଆଡକୁ୤ ବିଭୂ ଖୁବ୍‌ ସଙ୍କୁଚିତ ଭାବେ କହିଲା, ଏବେ ତ ଦେଇ ପାରିବିନି୤ ପରେ ନିଶ୍ଚୟ ଶୁଝିଦେବି୤ ମା’ କାଳୀଙ୍କ ରାଣ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. SATYAM BHUYAN |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

  • ୧୧. hemant |  ମେ ୨୫, ୨୦୧୨ - ୧:୧୬ ଅପରାହ୍ନ

    ଖୁବ୍ ସୁନ୍ଦର ହେଇଚି.

  • ୧୨. kedar |  ଅଗଷ୍ଟ୍ ୧୭, ୨୦୧୨ - ୧୦:୧୩ ପୂର୍ବାହ୍ନ

    ବହୁତ ଭଲ ହେଇଛି୤

  • ୧୩. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜାନୁଆରୀ ୭, ୨୦୧୩ - ୯:୫୪ ପୂର୍ବାହ୍ନ

    ଅନ୍ୟ ଜୀବ ତ ମାଂସ ବିକେନା! ମଣିଷ କାହିଁକି ? ଏଇଥି ପାଇଁ କଣ ଆମେ ଶ୍ରେଷ୍ଠ ଜୀବ ? ସଂଜମତା କାହା ଅଭିଧାନ ର ଶବ୍ଦ, ମଣିଷ ର ନାଁ ଅନ୍ୟର ? ଆମର ଉତ୍ତରଣ ହେଉ୤ ଧନ୍ୟବାଦ୍‌ ୤

  • ୧୪. JAJATI NAIK |  ଜୁନ୍ ୨୫, ୨୦୧୩ - ୪:୫୧ ପୂର୍ବାହ୍ନ

    Heart touching story

  • ୧୫. swadhin, nagpur |  ମାର୍ଚ୍ଚ୍ ୧୩, ୨୦୧୪ - ୧୦:୪୭ ଅପରାହ୍ନ

    ବହୁତଭଲ ହେଇଛି

  • ୧୬. Sunil Kumar biswal, Bhubaneswar |  ମାର୍ଚ୍ଚ୍ ୯, ୨୦୧୮ - ୪:୧୯ ପୂର୍ବାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି କାହାଣୀ ଲେଖନ୍ତୁ | dhanyabad . bahuta kandamaduchi.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤