ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ମାଂସ
  ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
 
 
ତା: ମାର୍ଚ୍ଚ୍ ୧, ୨୦୧୧  
 

ସକାଳ ବେଳା୤ ମେଘୁଆ ପାଗ୤ ଯେଉଁଥିଲାଗି ପିଲମାନଙ୍କ ମନ ଖରାପ୤ ଆଜି ବର୍ଷା ନହେଉ୤ ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ୤

ଗାଁ ନାଁ ଛୋଟସାତୁଡି୤ ବିଭୂପଦ ଘଡେଇର ଦି’ଟା ଚାଳଘର୤ ସାମନାରେ ସରୁ ଅଗଣା୤ ସେଇ ଅଗଣାରେ ଠିଆ ହୋଇ ଆକାଶ ଆଡକୁ ଚାହିଁ ମେଘକୁ ଘଉଡେଇବାକୁ ଚାହୁଁଛନ୍ତି ପିଲା ତିନୋଟି୤

“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”

ମେଘ ସେଇ ଶିଶୁମାନଙ୍କ କଥା ଶୁଣେ୤ ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ୤

ପ୍ରଥମେ ଗୁମ୍‌ସୁମ୍‌ ଥିଲା୤ ହଠାତ୍‌ ଉଠିଲା ସଁ ସଁ କରି୤ ବଡ ବଡ ଗଛଗୁଡାକର ଡାଳପତ୍ର ଭୀଷଣଭାବରେ ଏପଟସେପଟ ହେବାରେ ଲାଗିଥିଲେ୤ ତାପରେ ଘୁଁ ଘୁଁ ଗର୍ଜନ କରି କହିଲା ଆସୁଛି ଆସୁଛି୤ ଆସିଲା ଝମ୍‌ଝମ୍‌ କରି ଏକବାରେ ବଡ ବଡ ଠୋପା୤ ଭୀଷଣ ଜୋର୍‌ରେ ବର୍ଷିଗଲା ଦଶମିନିଟ୍‌ ଧରି୤ ପୁଣି ଆକାଶ ପୁରାପୁରି ସଫା୤ ଝଲ୍‌ଝଲ୍‌ ହୋଇ ଦେଖାଦେଲା ସୁର୍ଯ୍ୟ୤ ଠିକ୍‌ ଯେମିତି ହସୁଛି.. ହସିବତ ! ମାତ୍ର ମାସ ଦୁଇଟା ପୂର୍ବରୁ ବର୍ଷା ପାଇଁ କେତେ ହାହାକାର୤ କେତେ ପ୍ରାର୍ଥନା, କେତେ ବେଙ୍ଗମାରି ଓଲଟାଇ ଦେବା ଘଟଣା୤ ଆଉ ୟାଭିତରେ ପୁଣି କହୁଚ କ’ଣ ନା ବର୍ଷା ଲୋଡା ନାହିଁ ! ବଡ ବିଚିତ୍ର ଏଇ ମଣିଷ୤

ସେ ମେଘ ପୁଣି ଫେରି ଆସିବ୤ ଏବେ ଖାଲି ଏଇ ପିଲାମାନଙ୍କ ଆବେଦନରେ ଘୁଞ୍ଚିଗଲା କିଛି ଦୂରକୁ୤ ଆଜି ସେମାନେ ବୁଲିଯିବେ୤ ରାସ୍ତାଘାଟ ଏମିତି ବି ପଙ୍କରେ ଲତପତ୤ ବର୍ଷା ଚାଲୁ ରହିଲେ ଏବେ ବାହାରିବାର ପ୍ରଶ୍ନ ନଥିଲା୤ ପିଲାମାନେ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି୤

ବିଭୂପଦ ଠିଆ ହୋଇଛି ବାହାରେ୤ ସୁରବାଳାର ଟିକେ ଡେରି ହଉଚି୤ ବିଭୂପଦ ଥରେ ଡାକ ଛାଡିଲା, କାଇଁ ଆଉ ଡେରି କରୁଛ ? ବେଳାବେଳି ପହଞ୍ଚିବାକୁ ହେବ୤ ଝିଅଟା ବି ରଡିଛାଡି କହିଲା, ବୋଉ, ଆ ବୋଉ…୤

ଝିଅଟା ବୟସ ସାତ୤ ଭାଇ ଦୁଇଟାଙ୍କ ଭିତରୁ ଗୋଟାକର ନଅ, ଗୋଟାକର ଛଅ୤ଏକଦମ ସାନକୁ ଲଣ୍ଡା କରାଯାଇଛି କିଛିଦିନ ଆଗେ୤ ବହୁତ ଉକୁଣି ହୋଇଥିଲା୤ ହାତରେ ଗୋଟେ ପୁଟୁଳି ଧରି ବାହାରି ଆସିଲା ସୁରବାଳା୤ ଦୁଆର ଶିକୁଳି ଦେଇ ଗୋଟେ ଛୋଟ ତାଲା ଝୁଲାଇ ଦେଲା୤

ସୁରବାଳାର ବୟସ ତିରିଶ ପାଖାପାଖି ହେବ୤ ଧେଡେଙ୍ଗା ଚେହେରା, ଅଦ୍‌ଭୂତ ନିଥର ପରି ମୁହଁ୤ ସେ ମୁହଁରେ ରାଗ, ଦୁଃଖ, ଆନନ୍ଦ, ଅଭିମାନ କିଛି ବି ଯେମିତି ଫୁଟେନା୤

ଚାବିଟା ବିଭୂପଦକୁ ଦେଇ ସେ କହିଲା, ଚାଲ ୤

ଟିକେ ପୂର୍ବରୁ ପତ୍ନୀକୁ ସେ ପାଟି କରୁଥିଲା୤ ଏଥର କିନ୍ତୁ ଚାବିଟା ହାତରେ ଧରି କିଛିକ୍ଷଣ ଚୁପ୍‌ ରହି ପ୍ରଶ୍ନ କଲା ସତରେ ଯିବୁ ?

ସୁରବାଳା କହିଲା, ହଁ ଯିବି ବୋଲି ଠିକ୍‌ କରିଛି ତ !

ବିଭୂପଦ ପ୍ରଶ୍ନ କଲା, ପିଲାମାନଙ୍କୁ ନେଇଯିବା ?

ସୁରବାଳା କହିଲା, ହଁ ଚାଲନ୍ତୁ ସେମାନେ୤

ତିନୋଟିଯାକ ପିଲା ଏକାସ୍ବରରେ ରଡିକଲେ, ଆମେ ଯିବୁ, ଆମେ ଯିବୁ୤

( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
author photo
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. SATYAM BHUYAN  |  ମେ ୧୪, ୨୦୧୧ - ୧୨:୪୯ ଅପରାହ୍ନ

    very good story

  • ୨. Pradip kumar Satapathy  |  ମେ ୨୫, ୨୦୧୧ - ୩:୧୫ ପୂର୍ବାହ୍ନ

    Bahut Badhiya Padhiki Kanda Asi Jauchi

  • ୩. ନରେନ୍ଦ୍ର ନାଥ ପଟ୍ଟନାୟକ  |  ଡିସେମ୍ବର୍ ୧୨, ୨୦୧୧ - ୨:୪୯ ଅପରାହ୍ନ

    ମାଁ ମନର ନିଚ୍ଛକ ବର୍ଣ୍ଣନା୤ ଏମିତି ଅନେକ୍ ସୁରବାଳାଙ୍କୁ ନିଇତି ଆମେ ଦେଖୁ୤ କିନ୍ତୁ ସେମାନଙ୍କ ବାବଦରେ ଗଳ୍ପ କବିତା ସାହିତ୍ୟ ଲେଖିବା ବ୍ୟତୀତ ଆଉ କିଛି ବି କରିବା ସତରେ ଆମ ସାଧ୍ୟ ବାହାରେ କି ? ଅବଶ୍ୟ ମୋ ଜୀବନରେ ଏମିତି ଜଣେ ସୁରବାଳାକୁ ବିକ୍ରୀ ହେବା ମୁହୂର୍ତ୍ତରେ ଉଦ୍ଧାର କରି ଆଣିବାର ସୌଭାଗ୍ୟ ଜୁଟିଛି୤ କେବଳ ସେ ନୁହେଁ – ତା”ର ପରବର୍ତ୍ତୀ ପୀଢି ବର୍ତ୍ତିଗଲେ …

  • ୪. ଚନ୍ଦନ ମିଶ୍ର  |  ଫେବୃଆରୀ ୧୮, ୨୦୧୨ - ୧:୩୨ ଅପରାହ୍ନ

    ସତରେ ଏକ ହୃଦୟ ବିଦାରକ କାହାଣୀ ୤

  • ୫. ସୌମ୍ୟରଞ୍ଜନ ଦାଶ  |  ଫେବୃଆରୀ ୧୯, ୨୦୧୨ - ୧୨:୧୪ ଅପରାହ୍ନ

    ଏ‍ଇଭଳି କାହାଣୀ ଆହୁରି ପ୍ରକାଶ କରନ୍ତୁ ୤

  • ୬. ଆଦିତ୍ୟ ମିଶ୍ର  |  ଫେବୃଆରୀ ୧୯, ୨୦୧୨ - ୨:୧୫ ଅପରାହ୍ନ

    କାହାଣୀର ବର୍ଣ୍ଣନା ଖୁବ୍ ଉଚ୍ଚ କୋଟିର ୤

  • ୭. ଦେବ ମିଶ୍ର  |  ଫେବୃଆରୀ ୧୯, ୨୦୧୨ - ୧୦:୩୬ ଅପରାହ୍ନ

    ଅନୁବାଦକ ମହାଶୟ ଖୁବ୍ ଖୁସି ଲାଗିଲା ଏତେ ସୁନ୍ଦର କାହାଣୀ ତୋଳି ଆଣିବାରୁ | ନିଚ୍ଛକ ବର୍ଣ୍ଣନା ଆଖିରେ ଲୁହ ଆଣିଦେଲା | ଆଗକୁ ଆହୁରି ନୂତନ୍ ନୂତନ୍ କାହାଣୀ ଲେଖନ୍ତୁ | odiasahitya.com ଓଡିଆଂକର ପ୍ରାଣ ପାଲଟିଚି |

  • ୮. ରାକେଶ କୁମାର  |  ମାର୍ଚ୍ଚ୍ ୨୧, ୨୦୧୨ - ୧୨:୩୨ ପୂର୍ବାହ୍ନ

    ବହୁତ ଭଲ ଲେଖା ଅଟେ /

  • ୯. ପାର୍ଥ  |  ମାର୍ଚ୍ଚ୍ ୨୪, ୨୦୧୨ - ୯:୨୪ ପୂର୍ବାହ୍ନ

    ଅନୁବାଦଟି ମୌଳିକ ରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି,ଏହା କମ୍ କଷ୍ଟକର ସାଧନା ନୁହେଁ୤ଧନ୍ୟବାଦ୍୤

  • ୧୦. sanat  |  ମେ ୧୯, ୨୦୧୨ - ୯:୩୪ ପୂର୍ବାହ୍ନ

    କି ସୁନ୍ଦର୍ ଲେଖା, କି ସୁନ୍ଦର୍ ଅନୁବାଦ…….ଚମତ୍କାର୍…..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤