ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ମୃଣାଳ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଶୈଳେନ୍ଦ୍ର କୁମାର ଜେନା
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ବରେନ୍ଦ୍ର କୃଷ୍ଣ ଧଳ
ରମାକାନ୍ତ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନିମନ୍ତ୍ରିତ
 |- ଅମିୟବାଳା ପଟ୍ଟନାୟକ
 
 
ତା: ସେପ୍ଟେମ୍ବର୍ ୧୮, ୨୦୧୨  
 

ମୂଳ ଉର୍ଦ୍ଦୁ: ଜିଲାନୀ ବାନୁ

‘ଆଜି ଯଦି ମୋ’ଫାଇଲ୍‌ ଉପରୁ ନଆସେ, ତେବେ ମୋର ନିଶ୍ଚିତ ମରଣ ଜାଣ !’- ବଣ୍ଟିର ଡାଡ଼ି ବ୍ରେକ୍‌ଫାଷ୍ଟ ମେଜ ପାଖରେ ବଣ୍ଟିର ମମ୍ମିକୁ କହୁଥାଆନ୍ତି୤

ଡାଡ଼ିଙ୍କ ତୁଣ୍ଡରୁ ଏପରି କଥା ଶୁଣି ବଣ୍ଟି ବିବ୍ରତ ଭାବରେ ଏଣେତେଣେ ଚାହିଁଲା୤ ବହିଟିକୁ ବନ୍ଦ କରିଦେଲା ଏବଂ ସିଏ ଧିରେ ଧିରେ ପାଦ ଚିପି ଚିପି ଆସି ଡାଇନିଙ୍ଗ୍‌ ଟେବୁଲ୍‌ ପାଖରେ ଚୁପ୍‌ଚାପ୍‌ ବସିଲା୤

-ତା’ହେଲେ ଏବେ କ’ଣ ହେବ ?’ ବଣ୍ଟିର ମମ୍ମି ଲହୁଣିବୋଳା ସ୍ଲାଇସ୍‌ ପ୍ଲେଟରେ ପରଷୁ ପରଷୁ ପ୍ରଶ୍ନ କଲେ୤
ସଭିଏଁ ଶୀଘ୍ର ଶୀଘ୍ର ଖାଇବାରେ ମଗ୍ନ ଥିଲେ୤ ଅଂଶୁଭାଇ, ବବ୍‌ଲୁ, ସବ୍‌ବୀ- ସଭିଏଁ ସ୍କୁଲ ଯିବାକୁ ତରତର ହେଉଥିଲେ୤ ଡାଡ଼ି-ମମ୍ମି ଭିତରେ ଏମିତି ପ୍ରତିଦିନ କଥା କଟାକଟି ହୁଏ୤ ଏକଥା ଶୁଣି ଶୁଣି ସମସ୍ତଙ୍କ ଦେହସୁହା ହୋଇଗଲାଣି୤ କିନ୍ତୁ ଆଜି ବଣ୍ଟି କାହିଁକି କେଜାଣି ସେ ଦୁହିଁଙ୍କ ମୁହଁକୁ ଚାହିଁ ରହିଥିଲା୤

-ଆଜି ଯେମିତି ହେଲେ…୤’ ବଣ୍ଟିର ଡାଡ଼ି ବ୍ରେଡ଼୍‌ର ସ୍ଲାଇସ୍‌ ଉଠାଇ ଛୁରୀରେ ଲହୁଣି ବୋଳିବାକୁ ଲାଗିଲେ୤ ଅନ୍ୟମନସ୍କ ଭିତରେ ବେଶୀ ଲହୁଣି ବୋଳି ହୋଇଗଲା୤ କିଛି ମେଜ ତଳେ ପଡ଼ିଗଲା୤ ବଣ୍ଟି ସେଇ ଦୃଶ୍ୟକୁ ଚାହିଁ ରହିଥାଏ୤ ଡାଡ଼ି ପୁଣି ଆରମ୍ଭ କଲେ- ‘ପରିସ୍ଥିତି ଯାହା… ସତୁରୀ-ଅଶୀ ହଜାର ଟଙ୍କା ବାହାର କରିବାକୁ ହେବ୤’

-ସତୁରୀ଼-ଅଶୀ ହଜାର !’ ବଣ୍ଟିର ମମ୍ମି ମୁଖର ହୋଇ ଉଠିଲେ୤
-ତେବେ ତ’ ବ୍ୟାଙ୍କ୍‌ରେ ଜମା ବୋଲି ଆଉ କିଛି ରହିବନି୤ ଅନ୍ୟ ସ୍କୁଲରେ ମୋ ଆଡ଼୍‌ମିଶନ୍‌ କେମିତି ହେବ ?’ ବଣ୍ଟି ଚିନ୍ତାତୁର ହୋଇଉଠିଲା୤ ସେ ଭଲଭାବେ ଜାଣେ, ଡାଡ଼ିଙ୍କ ବ୍ୟାଙ୍କ୍‌ ବାଲାନ୍ସ କେବଳ ସତୁରୀ ହଜାର ଟଙ୍କା୤ ଏବେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ତାକୁ ହେପି ସ୍କୁଲରେ ଆଡ଼୍‌ମିଶନ ହେବାକୁ ପଡ଼ିବ୤ ଆଉ ସେଠି ଡୋନେଶନ୍‌ ପାଞ୍ଚ ହଜାରରୁ ତ କମ୍‌ ହେବ ନାହିଁ୤

ଏଗାର ବର୍ଷର ହାଡ଼ଗୋଡ଼ିଆ ପତଳା ବଣ୍ଟି, ଦୁଇ ହାତରେ ମୁଣ୍ଡକୁ ଜାକି ଚୁପ୍‌ଚାପ୍‌ ବସିଥିଲା୤ ବଣ୍ଟି ଏମିତି ପ୍ରତିକଥାରେ, ପ୍ରତିଟି ମୁହୂର୍ତ୍ତରେ ସବୁବେଳେ ଚିନ୍ତାମଗ୍ନ ହୋଇପଡ଼େ୤ ତା’ ଦେହରେ ହଜାରେ ରୋଗ୤ କଥା କଥାରେ ସେ ରାଗିଯାଏ, ସମାନ୍ୟ ଅଠିକଣା ହୋଇଗଲେ ଜର ମାଡ଼ି ଆସିବ ତ କେବେ ପୁଣି ପେଟରେ ଯନ୍ତ୍ରଣା୤

-ଆଜି ଅଫିସ ଗଲେ ସୁଧାକର ବାବୁଙ୍କୁ କହିବି ସେ ତମ ଫାଇଲ୍‌ ପାଇଁ କିଛି ଚେଷ୍ଟା କରିବେ !’ ମମ୍ମି ଡାଡ଼ିଙ୍କ କପ୍‌ରେ ଖୁବ୍‌ ଚିନି ଢାଳି ଘାଣ୍ଟୁ ଘାଣ୍ଟୁ କହିଲେ୤
-ନା !’ ଡାଡ଼ି ଏତେ ଜୋର୍‌ରେ ଚିତ୍କାର କଲେ ଯେ, ସଭିଏଁ ଚମକି ପଡ଼ିଲେ୤
-ମୁଁ ତମକୁ ବାରମ୍ବାର ଚେତାବନୀ ଦେଇସାରିଛି, ଏଣିକି ତମେ ଆଉ ସୁଧାକର ସହିତ ନ ମିଶିବାକୁ୤ ତା’ ସହିତ କୁଆଡ଼େ ବି ନ ଯିବାକୁ୤’

-କାହିଁକି ? କାହିଁକି, ତାଙ୍କ ସହିତ ଭେଟିବିନି… କୁଆଡ଼େ ଯିବିନାହିଁ ?’ ମମ୍ମି କ୍ରୋଧରେ ପାଲଟା ଗର୍ଜନ ଛାଡ଼ି ଚାହା ପ୍ଲେଟ୍‌ଟା ମେଜ ଉପରେ ଛେଚି କହିଲେ, ‘ସେ ମୋର ବସ୍‌, ମତେ ତାଙ୍କୁ ବାରମ୍ବାର ସାକ୍ଷାତ୍‌ କରିବାକୁ ପଡ଼ିବ୤’
-କେବଳ ବସ୍‌ ?’ ଡାଡ଼ି ମୁହଁ ଉପରକୁ ଉଠାଇ କେଉଁ ଏକ ସିନେମାର ଖଳନାୟକ ପରି ବ୍ୟଙ୍ଗାତ୍ମକ ଅଟ୍ଟହାସ୍ୟ କରି ମମ୍ମିକୁ ଚାହିଁଲେ- ‘ସେ ଶଳା କ’ଣ କେବଳ ତମର ବସ୍‌ ?’
ମମ୍ମି ଆହତ ବାଘୁଣୀ ପରି ଏଣେତେଣେ ଚାହିଁଲେ୤ ପୁଅଝିଅ ସବୁ ଦୁହିଁଙ୍କ ଏମିତି କଥା କଟାକଟି, ପାଟି ତୁଣ୍ଡରେ ଆତଙ୍କିତ ହୋଇ ଛିନ୍‌ଛତର ହୋଇ ଯାଇଥିଲେ୤ କେବଳ ବଣ୍ଟି ଦୁଇ କହୁଣୀକୁ ମେଜ ଉପରେ ଲଦି ସେ ଦୁହିଁଙ୍କ ଲଢ଼େଇ ବେଶ୍‌ ତନ୍ମୟ ଭାବରେ ଅନୁଭବ କରୁଥିଲା୤
-ତୁ ଆଜି କେତେ ଖାଇବୁ… ?’ ମମ୍ମି ଡାଡ଼ିଙ୍କୁ କୌଣସି ଉତ୍ତର ଦେବା ଅପେକ୍ଷା ବଣ୍ଟିକୁ କ୍ରୁଦ୍ଧ ଦୃଷ୍ଟିରେ ଚାହିଁ କହିଲେ, ‘ସ୍କୁଲ ଯିବୁନି ନା କ’ଣ ?’
-ଇଚ୍ଛା ହେଉଛି, ଆତ୍ମହତ୍ୟା କରିଦେବାକୁ୤ ସାରାଦିନ ଅଫିସରେ ଦରମରା ଅବସ୍ଥା୤ ଘରକୁ ଆସିଲେ ଏମିତି ପୁରସ୍କାର୤’ ମମ୍ମିଙ୍କ ଶେଷ ଅସ୍ତ୍ର ହେଉଛି କ୍ରନ୍ଦନ୤ ଆଉ ମମ୍ମି ଯେବେ କାନ୍ଦେ ଡାଡ଼ି ତ ପିଲାମାନଙ୍କ ଉପସ୍ଥିତି ଭୁଲିଯାଇ ପୁରାପୁରି ସିନେମା ପରି….୤

-ଅସଲରେ ଏ ସମସ୍ତେ ମିଶି ମତେ ଦଳି ଦେବାକୁ, ଖଣ୍ଡ ଖଣ୍ଡ କରିଦେବାକୁ ଚାହୁଁଛନ୍ତି୤’ ବଣ୍ଟିର ଡାଡ଼ି ଅଣ୍ଡା ଆମ୍‌ଲେଟ୍‌କୁ ଛୁରୀରେ ଖଣ୍ଡ ଖଣ୍ଡ କଲାବେଳେ କହିଲେ୤ କେଜାଣି କାହିଁକି ବଣ୍ଟି ଗୋଟେ ଅଜଣା ଆଶଙ୍କାରେ ଥରି ଉଠିଲା, ଯେମିତି ଏବେ ପ୍ଲେଟ୍‌ରେ ତା’ର ଡାଡ଼ି ଖଣ୍ଡ ଖଣ୍ଡ ହୋଇପଡ଼ିଛନ୍ତି ଆଉ ଗୋଟେ ମାଂସଲୋଭୀ ରାକ୍ଷସ ତାଙ୍କୁ କଣ୍ଟା ଚାମୁଚ୍‌ରେ ଦଳି ଖଣ୍ଡ ଖଣ୍ଡ କରି ଖାଇଯାଉଛି୤

ଯଦି ଆଜି ଫାଇଲ୍‌ଟା ଉପରୁ ନ ଆସେ ତେବେ କ’ଣ ସେମାନେ ଡାଡ଼ିଙ୍କୁ ହତ୍ୟା କରିଦେବେ୤ ବଣ୍ଟି ଏଇ ଭୟରେ ଆତଙ୍କିତ ହୋଇ ଉଠୁଥିଲା- ‘ମମ୍ମି ମୁଁ ସ୍କୁଲ ଯାଉଛି୤’

ମମ୍ମି ଡ୍ରେସିଂ ଟେବୁଲ୍‌ ସାମନାରେ ବସି ମୁହଁର ଦାଗସବୁ ୱାସିଂ କ୍ରିମ୍‌ରେ ଲୁଚାଇବାକୁ ଲାଗିଥାଆନ୍ତି୤ ବଣ୍ଟିକୁ କାନ୍ଧ ଉପରେ ଝୁଲିବା ଦେଖି କଜଳଟଣା ଆଖିକୁ ତରାଟି ଗର୍ଜି ଉଠିଲେ- ‘ହଇରେ, ଆହୁରି ସ୍କୁଲ ଯାଇନୁ ? ଏପର୍ଯ୍ୟନ୍ତ ଘରେ ମରୁଛୁ ? ବସ୍‌ ଚାଲିଯିବଣି୤’
କାନ୍ଧ ଉପରେ ମହଣେ ଓଜନର ବହିର ବୋଝ ଝୁଲାଇ ବାହାରକୁ ବାହାରିଲା ବେଳେ ବଣ୍ଟି ଡାଡ଼ିଙ୍କ ପାଖରେ ଯାଇ ଅଟକି ଗଲା୤ ତା’ ଗଳାରେ ଯେମିତି ନିଃଶ୍ବାସ ଅଟକିଯାଇଛି୤ ଆଜି ଯେମିତି ସେ ଡାଡ଼ିଙ୍କୁ ଶେଷଥର ପାଇଁ ଦେଖୁଛି୤
ସ୍କୁଲ ବସ୍‌ ଏପର୍ଯ୍ୟନ୍ତ ଆସି ନଥାଏ୤ ଦୀପୁ, ଜାଫର୍‌, ରାହୁଲ, ରତନ ଓ ଜାଭେଦ୍‌ ଆଦି ବଣ୍ଟିର ସ୍କୁଲମେଟ୍‌ ଟୋକାଏ ବସ୍‌ ଷ୍ଟପ୍‌ର ରେଲିଂରେ ଝୁଲି ଡିଆଁକୁଦା କରୁଥାଆନ୍ତି୤ ସେମାନଙ୍କ ନିଜ ନିଜ ବ୍ୟାଗ୍‌ ସବୁ ଫୁଟ୍‌ପାଥ୍‌ ଉପରେ ପଡ଼ିଥାଏ୤ ବଣ୍ଟି ଆସି ଚୁପ୍‌ଚାପ୍‌ ଫୁଟପାଥ୍ ଉପରେ ବସିଲା୤ ତା’ ମୁଣ୍ଡରେ ଯନ୍ତ୍ରଣା ହେଉଥିଲା୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. RAMESH CHANDRA DAS, BHUBANESWAR |  ଜୁନ୍ ୧୫, ୨୦୧୫ - ୪:୩୬ ପୂର୍ବାହ୍ନ

    ଅନୁବାଦ ଗପଟି ଭଲ ଲାଗିଲା୤ କେତୋଟି ବନାନ ଅଶୁଦ୍ଧି ରହି ଯାଇଛି୤ ଯଥା – ଧିରେ ଧିରେ, ସତୁରୀ, ଘାଣ୍ଠୁ ଘାଣ୍ଠୁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤