ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୩୦ Back to Vote Screen

ଲେଖକ ଓ ଲେଖିକା

ନିତ୍ୟାନନ୍ଦ ମହାପାତ୍ର
ଦୀପକ ମିଶ୍ର
ଶାରଦା ପ୍ରସାଦ ମିଶ୍ର
ଅମରେଶ ବିଶ୍ବାଳ
ପ୍ରଦୀପ ନାୟକ
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନିମନ୍ତ୍ରିତ
 |- ଅମିୟବାଳା ପଟ୍ଟନାୟକ
 
 
ତା: ସେପ୍ଟେମ୍ବର୍ ୧୮, ୨୦୧୨  
 

ଦିନେ ସ୍କୁଲରେ କ୍ଲାସ୍‌ ଚାଲିଥିବା ବେଳେ ଅଚାନକ ଗୋଟିଏ ଉଡ଼ାଜାହାଜ ଖୁବ୍‌ ତଳକୁ ଖସିଆସି ସ୍କୁଲର ଛାତ ଉପର ଦେଇ ଉଡ଼ିଗଲା୤ ବଣ୍ଟି ଦୁଇ ପାପୁଲିରେ ଦୁଇ କାନକୁ ଲୁଚାଇ ଖୁବ୍‌ ଜୋର୍‌ରେ ଚିତ୍କାର କଲା- ‘ନା, ନା୤’
ସଂଜ୍ଞାହୀନ ଅଚେତ ବଣ୍ଟିକୁ ସ୍କୁଲର ଟିଚର ଉଠାଇ ଘରକୁ ଆଣିଲେ୤ ତା’ର ଯେତେବେଳେ ଚେତା ଫେରିଲା ସେତେବେଳେ ଶୁଣିଲା, ମମ୍ମି ଡାକ୍ତରଙ୍କୁ କହୁଥାଆନ୍ତି, ‘ଏଇଟା ପ୍ରି-ମେଚ୍ୟୋର, ଡାକ୍ତର, ତେଣୁ ନିହାତି ଦୁର୍ବଳ୤’
-କାହିଁକି ? କ’ଣ କାରଣ ଥିଲା ?’ ଡାକ୍ତର ପଚାରୁଥିଲେ୤
-ମୁଁ ଆଉ ଛୁଆ ଚାହୁଁନଥିଲି…୤’ ମମ୍ମି ରହିରହି ଡାକ୍ତରଙ୍କୁ କହୁଥିଲେ୤
-ଗର୍ଭପାତ ପାଇଁ ମୁଁ ବହୁତ ଔଷଧ ଖାଇଲି୤ ସେତେବେଳେ ତ’ କିଛି ହେଲା ନାହିଁ କିନ୍ତୁ ଏହି ପ୍ରି-ମେଚ୍ୟୋର ଛୁଆଟା ଜନ୍ମ ହେଲା୤ ଦି’ମାସ ଯାଏ ୟା’କୁ ତ ହସ୍ପିଟାଲର ମେସିନ୍‌ ଭିତରେ ରଖିବାକୁ ପଡ଼ିଲା୤’

ବଣ୍ଟି ମନେ ମନେ ଭାବୁଥିଲା- ତେବେ କଥାଟା ଅଛି ଏଇଠି୤ ମୋର ଜନ୍ମ ହେବାଟା ମମ୍ମି ଚାହୁଁ ନଥିଲେ୤ ତେଣୁ ସେ ମତେ ଗର୍ଭରେ ଥିଲାବେଳେ ହିଁ ମାରିଦେବାକୁ ଔଷଧ ଖାଉଥିଲେ ଆଉ ରାସ୍ତାର ମଇଳା ଡଷ୍ଟବିନ୍‌ ଭିତରକୁ ଫୋପାଡ଼ି ଦେବା ବଦଳରେ ହସ୍ପିଟାଲ୍‌ର ସେଇ ଖାସ୍‌ ମେସିନ୍‌ ଭିତରେ ରଖି ଘରକୁ ଚାଲି ଆସିଥିଲେ୤ ଏଇ ସଂସାରକୁ ତାହା ହେଲେ ମୁଁ ଅନିମନ୍ତ୍ରିତ ! ମମ୍ମି ପାଇଁ ଅବାଞ୍ଛିତ !’

ବଣ୍ଟି ମୁଦା ଆଖି ଖୋଲି କେମିତି ଏକ କୁଣ୍ଠିତ ଚାହାଣୀରେ ମମ୍ମିଙ୍କୁ ଅନାଇଲା୤

-ଏଥର ତୋ ଦେହ ଠିକ୍‌ ହୋଇ ଗଲାଣିରେ ବାବା…୤’ ମମ୍ମି ତାକୁ ଗେହ୍ଲା କରିବାକୁ ଆଗେଇ ଆସିଲେ୤
-ହଟିଯାଅ ମୋ ପାଖରୁ, ମତେ ଗେହ୍ଲା କରିବା ଦରକାର ନାହିଁ୤ କୌଣସି ମଇଳା ଡ୍ରେନ୍‌ ଭିତରକୁ ମତେ ଫୋପାଡ଼ି ଦିଅ !’ ବଣ୍ଟି କଡ଼ ନେଉଟାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା୤
-ଆପଣ ନିଜେ ଦେଖିଲେ ତ’ ଡାକ୍ତର ସାହେବ…୤’ ମମ୍ମି ଡାକ୍ତରଙ୍କ ଉଦ୍ଦେଶ୍ୟରେ କହିଲେ- ‘ଇଏ ପ୍ରତିଟି ମୁହୂର୍ତ୍ତରେ ଏମିତି ଜିଦ୍‌ଖୋର ଆଉ କ୍ରୋଧଜର୍ଜର୤ ଓଲଟା ସିଧା କଥା ସବୁ କହୁଛି୤’

-ହୁଁ, ହୁଏତ ଆପଣ ସମୟ ପୂର୍ବରୁ ୟା’କୁ ଇନ୍‌କ୍ୟୁବେଟରରୁ ବାହାର କରି ଆଣିଛନ୍ତି୤ ସେଇଥିପାଇଁ ଆବ୍‌ନର୍ମାଲ ହୋଇ ଯାଇଛି…୤’ ଡାକ୍ତର ଧୀର କଣ୍ଠରେ କହୁଥିଲେ୤

-କାଲି ପୁଣି ହିନ୍ଦୁ ମୁସଲିମ୍‌ ଦଙ୍ଗା ହୋଇଗଲା୤ ସାତ ଜଣଙ୍କ ପ୍ରାଣହାନୀ ଘଟିଛି…୤’ ଡାଡ଼ି ଜଳଖିଆ ଟେବୁଲ୍‌ ଆଡ଼କୁ ଅଗ୍ରସର ହେଲାବେଳେ ଖବର କାଗଜରେ ହେଡ଼୍‌ ଲାଇନ୍‌ ପଡ଼ୁଥିଲେ୤
-ସରକାର ଏଇସବୁ ଗୁଣ୍ଡାମାନଙ୍କୁ ଦମନ କରୁନାହାନ୍ତି କାହିଁକି ?’ ମମ୍ମି ଖୁବ୍‌ ଜୋର୍‌ରେ ଆଳୁ ଚୋବାଉଥିଲେ, ଯେମିତି ଗୁଣ୍ଡାମାନଙ୍କୁ ଦାନ୍ତରେ ଚକଟି ଦେଉଛନ୍ତି୤
-ଡାଡ଼ି, ଏଇ ଯେଇଁମାନେ ଲଢ଼େଇ ଝଗଡ଼ା କରୁଛନ୍ତି, ସେଇ ଗୁଣ୍ଡା ସବୁ କିଏ ?’ ବଣ୍ଟି ଚିନ୍ତିତ, ବିବ୍ରତ କଣ୍ଠରେ ପଚାରିଲା୤
-ପୁଅରେ, ଏମାନେ ସବୁ ପାଗଳ, ଆବ୍‌ନର୍ମାଲ୍‌ ଲୋକ… ୤ ଏଇ ଧରଣର ଲୋକସବୁ ଦଙ୍ଗା, ଗଣ୍ଡଗୋଳ, ଝଗଡ଼ା ଆଦି କରନ୍ତି୤’ ଡାଡ଼ି ତାକୁ ବୁଝାଉଥିଲେ୤

ଆବନର୍ମାଲ, ଝଗଡ଼ାକୁ, ଗୁଣ୍ଡା…୤ ଘରକୁ ଫେରିଲାବେଳେ ବଣ୍ଟି ବସ୍‌ରେ ବସିଲା୤ ଧାବମାନ ବସ୍‌ ଭିତରେ ଥାଇ ସେ ଅନୁଭବ କରୁଥିଲା ସଡ଼କ, ରାସ୍ତାକଡ଼ର ଦୋକାନ, କାର୍‌ ଓ ରାସ୍ତାରେ ଯାଉଥିବା ଲୋକେ…. ସବୁକିଛି ଦ୍ରୁତଗାମୀ ବସ୍‌ର ବିପରୀତ ଦିଗରେ ଯେମିତି ଦୌଡ଼ୁଛନ୍ତି… ସତେ ଯେମିତି ଆଜି କେହି, କୌଣସି ପଦାର୍ଥ ବଣ୍ଟି ସହିତ ଅନୁକୂଳ ମାର୍ଗରେ ଯିବାପାଇଁ ପ୍ରସ୍ତୁତ ନୁହଁନ୍ତି୤

ତେବେ ଏଇସବୁ ଝଗଡ଼ା କରୁଥିବା ଦୁଷ୍ଟ, ଗୁଣ୍ଡାମାନଙ୍କୁ କିଛିଦିନ ଇନ୍‌କ୍ୟୁବେଟର ମେସିନ୍‌ ଭିତରେ ରଖିବା ଉଚିତ୍‌, କାରଣ ଏମାନେ ସମସ୍ତେ ଆବ୍‌ନର୍ମାଲ, ପ୍ରି-ମେଚ୍ୟୋର୤ ବଣ୍ଟି ଏବେ ଏଇ ସିଦ୍ଧାନ୍ତରେ ପହଞ୍ଚିଥିଲା୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. RAMESH CHANDRA DAS, BHUBANESWAR |  ଜୁନ୍ ୧୫, ୨୦୧୫ - ୪:୩୬ ପୂର୍ବାହ୍ନ

    ଅନୁବାଦ ଗପଟି ଭଲ ଲାଗିଲା୤ କେତୋଟି ବନାନ ଅଶୁଦ୍ଧି ରହି ଯାଇଛି୤ ଯଥା – ଧିରେ ଧିରେ, ସତୁରୀ, ଘାଣ୍ଠୁ ଘାଣ୍ଠୁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤