ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅଚାନକ ରତନ ମନେ ମନେ କ’ଣ ଭାବିଲା କେଜାଣି ହଠାତ୍ ହସିଲା ସେ ବଣ୍ଟିକୁ ଏକଦୃଷ୍ଟିରେ ଚାହିଁ ପଚାରିଲା- ‘ଆରେ ତୁ ଟେଷ୍ଟ-ଟିଉବ୍ ବେବି ନୁହଁ ତ ?’
ରତନ ବଣ୍ଟିଠୁ କେବଳ ଦୁଇବର୍ଷ ବଡ଼ କିନ୍ତୁ ସେ ଦୁନିଆର ସବୁକଥା, ସବୁ ଚାଲ୍ ଜାଣେ ଆଉ ସରଳ ବଣ୍ଟି ଆଗରେ ପ୍ରତିଦିନ ନୂଆ ନୂଆ ଭେଦ ସବୁ ଖୋଲି ବସେ
-ଟେଷ୍ଟ-ଟିଉବ୍ ବେବି…’ ବଣ୍ଟି ବିବ୍ରତ ଓ ଚିନ୍ତିତ ଭାବରେ ପ୍ରଶ୍ନ କଲା, ‘ଏଇଟା ପୁଣି କ’ଣ ?’
-ଏମିତି…’ ରତନ ତା’ର ମୁଣ୍ଡକୁ ଆଉଁସି ଦେଲା ଓ ନଳପାଖକୁ ପାଣି ପିଇବାକୁ ଦୌଡ଼ିଗଲା
ସନ୍ଧ୍ୟାରେ ବଣ୍ଟି ଘରକୁ ଫେରିଲା ଖୁବ୍ କ୍ଳାନ୍ତ ବିଷର୍ଣ୍ଣ ଦେଖାଯାଉଥିଲେ ସୁଦ୍ଧା ସେ ଆଶ୍ଚର୍ଯ୍ୟ ହେଲା ଯେ ଡାଡ଼ି ତାଙ୍କ କୋଠରୀରେ ଟେବୁଲ୍ ସାମ୍ନାରେ ବିୟର ଗ୍ଲାସ୍ ଧରି ବସିଛନ୍ତି
-ସବ୍ବୀ କୁଆଡ଼େ ଚାଲିଗଲା, ଖାଇଲା ନାହିଁ କାହିଁକି ?’ ମମ୍ମି କ୍ରୋଧରେ ଚିତ୍କାର କରୁଥିଲେ
ଏତିକିବେଳେ ସବ୍ବୀ ପୁଡ଼ିଆଟିଏ ଧରି ଧଇଁ ସଇଁ ହୋଇ ଭିତରକୁ ଆସିଲା ଆମ ଘର ସାମ୍ନାରେ ଥିବା ମଇଳା ଗଦା ଉପରେ କିଏ ଜଣେ କଅଁଳା ଛୁଆଟିଏ ଫୋପାଡ଼ି ଯାଇଛି ସେ ଦେଖିବାକୁ ବାହାରକୁ ଚାଲିଯାଇଛି
ସବ୍ବୀ ବାହାରେ ବିସ୍ମୟକାରୀ ଖବରରେ ଲୁଣ ମରିଚ ଲଗାଇ ଶୁଣାଇବାରେ ବେଶ୍ ପାରଙ୍ଗମ
-ସତରେ’, ମମ୍ମି ଆଶ୍ଚର୍ଯ୍ୟରେ କହିଲେ
-ସବ୍ବୀ, ଛୁଆଟିକୁ କିଏ କାହିଁକି ଫୋପାଡ଼ି ଦେଇଛି ?’ ବଣ୍ଟି ବିସ୍ମୟ, ଉତ୍କଣ୍ଠାର ସହ ପଚାରିଲା
-ମୁଁ ଜାଣିନି କେମିତି ?’ ସବ୍ବୀ ଡାଲିର ପ୍ଲେଟ୍ଟା ମେଜ ଉପରେ ଥୋଇ ହାତ ପୋଛିଲା
-ଛୁଆଟି ତା’ ମାଆ ପାଇଁ ଅନାବଶ୍ୟକ ହୋଇଥାଇପାରେ ଶାଳୀ, ଅଳିଆ ଗଦାରେ ଫୋପାଡ଼ି ଯାଇଛି ସନ୍ତାନକୁ’
-ଆରେ, ପିଲାଟିକୁ ଏମିତି ଫୋପାଡ଼ିବା ଅପେକ୍ଷା ହସ୍ପିଟାଲ୍ର ଖାସ୍ ମେସିନ୍ରେ ରଖିଦେଇ ହୁଅନ୍ତାନି’ ବଣ୍ଟି ଅନୁତପ୍ତ ଭରା କଣ୍ଠରେ କହିଲା
-ସବ୍ବୀ, ତୁ ଏଠୁ ଗଲୁ ଏସବୁ କଥା ପିଲାମାନଙ୍କ ଆଗରେ କାହିଁକି ବଖାଣୁଛୁ’ ମମ୍ମି ରାଗିଗଲେ
-ଦରଦାମ୍ ଖୁବ୍ ବଢ଼ିଗଲାଣି ମାଂସ କିଲୋ ଶହେ ଟଙ୍କାରେ ପହଞ୍ଚିଲାଣି’ ପ୍ରତିଦିନ ଖାଇବା ଟେବୁଲ୍ ଉପରେ ବଜାର ଦର ବଖାଣିବାକୁ ମମ୍ମିକୁ ବେଶ୍ ଭଲ ଲାଗେ
-ମମ୍ମି, କାଲିଠୁ ମୁଁ ଆଉ ମାଂସ ଖାଇବି ନାହିଁ ମତେ ଭଲ ଲାଗୁନି’ ବଣ୍ଟି କହିଲା
-ନାଇଁ, ତତେ ମାଂସ ଖାଇବାକୁ ପଡ଼ିବ ତୁ କେତେ ଦୁର୍ବଳ…. ଦେଖୁନୁ’….. ଚିଟ୍ଟି ଦିଦି କହିଲା
-ମୁଁ ପ୍ରି-ମେଚ୍ୟୋର, ଏଇଥିପାଇଁ ତ !’ ବଣ୍ଟିର କଥାରେ ସମସ୍ତଙ୍କୁ ହସ ମାଡ଼ିଲା ମମ୍ମି ମଧ୍ୟ ହସିବାକୁ ଲାଗିଲେ ପୁଣି ହସୁ ହସୁ ସେ ଡାଡ଼ିଙ୍କୁ କହିଲେ- ‘ବଣ୍ଟି ଆଜିକାଲି ଦିନକୁ ଦିନ ଖୁବ୍ ଦୁର୍ବଳ ହୋଇଯାଉଛି ତା’ର ପୁରା ଚେକ୍ଅପ କରିବାକୁ ଡାକ୍ତର କହୁଥିଲେ’
-ହଁ, ଅତି କମ୍ରେ ତିନିଶହ ଟଙ୍କା ଖର୍ଚ୍ଚ ହେବ’ ଡାଡ଼ି ମୁଣ୍ଡ କୁଣ୍ଡାଇବାକୁ ଲାଗିଲେ
-ଆମର ଏଠି ଏମିତି ଅଚାନକ ଖର୍ଚ୍ଚ ବଢ଼ୁଛି ପ୍ରତିମାସରେ ବଜେଟ୍ ବିଗିଡ଼ି ଯାଉଛି’
-ତେବେ ତୁମେ ଦୁହେଁ ଫେମିଲ ପ୍ଲାନିଂ କାହିଁକି କରୁନାହଁ’ ବଣ୍ଟିର ଏଭଳି ପ୍ରଶ୍ନରେ ମମ୍ମି ଓ ଡାଡ଼ି ହସିଉଠିଲେ ଓ ଅନ୍ୟମାନେ ମୁଣ୍ଡପୋତି ଖାଇବାରେ ଲାଗିଥିଲେ ବଣ୍ଟି ଦେଖିଲା ଚିଟ୍ଟି ଦିଦି ରୁଟିକୁ ଖଣ୍ଡ ଖଣ୍ଡ କରି ଦାନ୍ତ ଚିପିଚିପି ହସୁଛି ସମସ୍ତେ କାହିଁକି ହସୁଛନ୍ତି- ବଣ୍ଟି ସେକଥା ବୁଝିପାରୁ ନଥିଲା ସେତ ଅନେକ ଜାଗାରେ ଲାଗିଥିବା ବୋର୍ଡ଼ ସବୁ ପଢ଼ି ଆସୁଛି, ଯେଉଁମାନେ ଫେମିଲି ପ୍ଲାନିଂ କରନ୍ତି, ସେମାନଙ୍କ ପରିବାର ସୁଖୀ ପରିବାର
ଦିନେ ସନ୍ଧ୍ୟାରେ ବବ୍ଲୁ ଓ ସବ୍ବୀ ସହିତ ବସି ସେ ହୋମ୍ୱାର୍କ କରୁଥିଲା ବେଳେ ହଠାତ୍ ଗୋଟେ କଥା ତା’ର ମନେ ପଡ଼ିଗଲା- ‘ମମ୍ମି, ଟେଷ୍ଟ ଟିଉବ୍ ବେବିଟା କ’ଣ ?
ମମ୍ମି ତାକୁ ଯେମିତି କ୍ରୋଧ ଜର୍ଜରିତ ଦୃଷ୍ଟିରେ ଚାହିଁଲେ ଭୟରେ ସେ ତଳକୁ ମୁଣ୍ଡ ପୋତିଦେଲା
-କହ, ଏକଥା ତତେ କିଏ ଶିଖେଇଛି…’ ଏଥର ମମ୍ମିଙ୍କର ହାତର ପାପୁଲି ଭିତରକୁ ତା’ କାନ ଆସିଯାଇଥିଲା
-ସେଇ ଯେଉଁ ରତନ… ସିଏ… ସିଏ…’ ବଣ୍ଟି କାନ୍ଦିବାକୁ ଲାଗିଲା
-ଛତରା ଟୋକା, ଏଥର ୟା’କୁ ସେଇ ସ୍କୁଲରୁ ବାହାର କରିବାକୁ ପଡ଼ିବ…’ ମମ୍ମି ଚେୟାର ଉପରେ ବସି ଗୁଣୁଗୁଣୁ ହେଲେ
ଏଥିରେ ଛତରା ପଣିଆ ରହିଲା କେଉଁଠି ? କେଉଁ ପିଲା ପ୍ରି-ମେଚ୍ୟୋର ହୋଇପାରେ, କିଏ ଟେଷ୍ଟ ଟିଉବ୍ ବେବି…? ଏଇ ମମ୍ମି ଆଉ ଡାଡ଼ିଙ୍କୁ ସେ ଆଜି ପର୍ଯ୍ୟନ୍ତ ବୁଝିପାରିଲା ନାହିଁ
ଏତେ ଚିନ୍ତାର ବୋଝ ଯେତେବେଳେ ମୁଣ୍ଡ ଭିତରେ ଅଜାଡ଼ି ହୋଇ ପଡ଼ିଛି ତେବେ ନିଦ ଆସିବ କୁଆଡ଼ୁ ?
ପ୍ରତିଦିନ ରାତିରେ ବଣ୍ଟିର ଦେହକୁ ଜ୍ବର ଆସେ କିନ୍ତୁ ସେ ଏକଥା କାହାକୁ ଜଣାଏ ନାହିଁ ଡାଡ଼ିଙ୍କ ପାଖରେ ଚେକ୍ଅପ୍ ପାଇଁ ପଇସା ନାହିଁ ମମ୍ମିଙ୍କ ବସ୍ ବଦମାସ୍ ଆସ୍ଲମ୍ ସ୍କୁଲ୍ରେ ପ୍ରତିଦିନ ପିଟୁଛି ହେପି ସ୍କୁଲ ବାଲାଏ ଦଶ ହଜାର ଟଙ୍କା ଡୋନେସନ୍ ମାଗୁଛନ୍ତି
ସାରା ରାତି ଅନିଦ୍ରାରେ ଛଟପଟ, କ୍ଲାନ୍ତ ମନ ନେଇ ସେ ସକାଳେ ଜଳଖିଆ ଖାଇବା ପାଇଁ ଡାଇନିଙ୍ଗ୍ ଟେବୁଲ୍ ପାଖେ ବସିଥିଲା ବେଳେ ଡାଡ଼ି ଖବର କାଗଜରୁ ସମ୍ବାଦ ଶୁଣାଇବାକୁ ଲାଗିଲେ… ‘ବେରୁଟ୍ର ଗୋଟେ ସ୍କୁଲ ଉପରେ ବୋମାମାଡ଼ ହୋଇଛି, ଦୁଇ ହଜାର ପିଲା ମରିଗଲେ’
-ବୋମା କିଏ ଫୋପାଡ଼ିଲା, ଡାଡ଼ି ? ବଣ୍ଟି ବ୍ୟସ୍ତ ବିବ୍ରତ ଭାବେ ପଚାରିଲା
-ବେରୁଟ୍ର ଶତ୍ରୁମାନେ’
-ଶତ୍ରୁମାନେ ?’…. ବଣ୍ଟି ଟେବୁଲ୍ ଉପରେ ମୁଣ୍ଡ ନଦି ଭାବିବାକୁ ଲାଗିଲା, ‘କେହି ଯଦି ଆମ ସ୍କୁଲ ଉପରକୁ ବୋମା ଫୋପାଡ଼ି ଦିଏ ତ ?’
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. RAMESH CHANDRA DAS, BHUBANESWAR | ଜୁନ୍ ୧୫, ୨୦୧୫ - ୪:୩୬ ପୂର୍ବାହ୍ନ
ଅନୁବାଦ ଗପଟି ଭଲ ଲାଗିଲା କେତୋଟି ବନାନ ଅଶୁଦ୍ଧି ରହି ଯାଇଛି ଯଥା – ଧିରେ ଧିରେ, ସତୁରୀ, ଘାଣ୍ଠୁ ଘାଣ୍ଠୁ