ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଚନ୍ଦ୍ରଶେଖର ରଥ
ଭକ୍ତକବି ମଧୁସୂଦନ ରାଓ
ଭାନୁଜୀ ରାଓ
ବିଦ୍ୟୁତପ୍ରଭା ଦେବୀ
ସନ୍ଥକବି ଭୀମ ଭୋଇ
କୃଷ୍ଣଚନ୍ଦ୍ର ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନିମନ୍ତ୍ରିତ
 |- ଅମିୟବାଳା ପଟ୍ଟନାୟକ
 
 
ତା: ସେପ୍ଟେମ୍ବର୍ ୧୮, ୨୦୧୨  
 

ଆଇସ୍‌କ୍ରିମ୍‌, ଆଖୁରସ,… କେତେ ଯେ ଫେରିବାଲା ତା’ ସାମନାରେ ଘୁରି ବୁଲୁଥିଲେ୤ ଜାଭେଦ୍‌ ସାମ୍ନାର ପାନ ଦୋକାନରୁ ଗୋଟେ ସିଗାରେଟ୍‌ ଆଣିଲା୤ ଜଣକ ପରେ ଜଣେ ସଭିଏଁ ସିଗାରେଟ୍‌ରୁ ଧୂଆଁ ଟାଣିଲେ୤ ରତନ ଯେତେବେଳେ ସିଗାରେଟ୍‌ ନେଇ ବଣ୍ଟି ଆଡ଼କୁ ବଢ଼ାଇ ଦେଲା, ବଣ୍ଟି ହାତମାରି ସିଗାରେଟ୍କୁ ଦୂରକୁ ଫୋପାଡ଼ି ଦେଲା୤
-ଯାହା ଜଣାପଡ଼ୁଛି ଆଜି ଘରେ ବଣ୍ଟି ଖୁବ୍‌ ମାଡ଼ ଖାଇଛି…୤’ ସଭିଏଁ ଖିଲ୍‌ ଖିଲ୍‌ କରି ହସି ଉଠିଲେ୤
‘ଜଣେ ମନ୍ତ୍ରୀ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ’, ‘କଳା ବଜାରୀ ନେହିଁ ଚଲେଗି’… ‘ରାଜୀବ ଗାନ୍ଧୀଙ୍କ ବିବୃତି’- ଖବରକାଗଜ ହକର୍‌ ଚିତ୍କାର କରୁଥାଏ୤
‘କାହିଁ କୁଆଡ଼େ ଡାଡ଼ିଙ୍କୁ କେହି ଗିରଫ ନକରୁ…୤’ ବଣ୍ଟି ବିବ୍ରତ ଭାବରେ ଠିଆ ହୋଇଥିଲା୤
-ରତନ, ତୋ ମମ୍ମି ତ ଆଜି କ’ଣ ଗୋଟେ ଫିଆଟ୍‌ କାର୍‌ରେ ଯାଉଛନ୍ତି୤’ ଦୀପୁ ସାମ୍ନାରେ ଅତିକ୍ରମ କରି ଯାଉଥିବା କାର୍‌କୁ ଚାହିଁ କହିଲା୤
-ତୁ ମଧ୍ୟ ନିଜ ମମ୍ମି ସାଙ୍ଗରେ ଚାଲିଯା୤’
-ସିଏ ମୋ ମମ୍ମିଙ୍କ ବସ୍‌୤ କେବଳ ମମ୍ମିକୁ ଲିଫ୍ଟ୍‌ ଦିଅନ୍ତି…’ ରତନ ସିଗାରେଟ୍‌ର ଧୂଆଁ ନାକ ବାଟେ ଛାଡ଼ୁ ଛାଡ଼ୁ କହିଲା୤
-ତୋ’ ମମ୍ମିଙ୍କ ବସ୍‌ ?’ ଚମକି ପଡ଼ିଲା ପରି ପଚାରିଲା, ‘ତୋ ଡାଡ଼ି ମଧ୍ୟ ତାଙ୍କୁ ଦେଖିଲେ ଈର୍ଷାରେ ଜଳୁଥିବେ, ନୁହେଁ ?’
-ଧୂତ୍‌, ଡାଡ଼ି କାହିଁକି ଈର୍ଷାରେ ଜଳିବେ ? ସିଏ ତ’ ମମ୍ମିକୁ ପ୍ରମୋଶନ୍‌ ଦେଇଛନ୍ତି୤ ଡାଡ଼ି ତ’ ପ୍ରତିଦିନ ତାଙ୍କ ଘରକୁ ଯାଆନ୍ତି୤’
-ମୋ ଡାଡ଼ିଙ୍କୁ କ’ଣ ହୋଇଛି କେଜାଣି, ଯଦି ସିଏ ସେ ମମ୍ମିଙ୍କ କଥା ମାନି ନିଅନ୍ତେ, ତେବେ ଆଜି ତ ତାଙ୍କ ଫାଇଲ୍‌ ଉପରୁ ଆସି ଯାଆନ୍ତା୤’
-ଗୋଟେ ପଚାଶ ପଇସା ବାହାର କଲୁ୤ ଆଇସ୍‌କ୍ରିମ୍‌ କିଣିବା୤ ଫିପ୍ଟି-ଫିପ୍ଟି…୤’ ଜାଭେଦ୍‌ ତା’ର ପକେଟ୍‌ ଅଣ୍ଡାଳିବାକୁ ଲାଗିଲା୤
-ମୋ ପାଖରେ ନାହିଁ… ୤’ ବଣ୍ଟି ତା’ ହାତ ଛିଞ୍ଚାଡ଼ି ଦେଲା୤
-ମମ୍ମି ତ ଏବେ ମୋତେ ହେପି ସ୍କୁଲରେ ଆଡ଼ମିଶନ୍‌ କରେଇବ୤ ଦଶ ହଜାର ଡୋନେଶନ୍‌ ଦେବ’, ରତନ ତତ୍ପରତାର ସହିତ ବଖାଣୁ ଥିଲା୤
-ବାପ୍‌ରେ, ତୋ ଡାଡ଼ିଙ୍କ ପାଖକୁ ଏତେ ପଇସା କୋଉଠୁ ଆସିଲା ?’

-ବିଜିନେସ୍‌, ବିଜିନେସ୍‌ !’ ରତନ ବେଶ୍‌ ଅପୂର୍ବ ଠାଣିରେ ବେଞ୍ଚ୍‌ ଉପରେ ବସିଥିଲା ଓ ସିଗାରେଟ୍‌ର ଧୂଆଁ ଟାଣୁଥିଲା, ‘ଲୋକଙ୍କ ବଡ଼ ବଡ଼ ଟେଣ୍ଡର ହୁଏ କି ନା, ସେସବୁ କେବଳ ଟିକେ ତଳ ଉପର କରିବାକୁ ହୁଏ୤ ଦିନେ ଡାଡ଼ି ମମ୍ମିକୁ କହୁଥିଲେ ଟେଣ୍ଡର କ’ଣ ? ସେସବୁ ତଳ ଉପର କେମିତି, କାହିଁକି କରାଯାଏ ?’ ବଣ୍ଟି ରତନ ପାଖେ ଯାଇ ବସିଲା୤

-ଜାଣେନା, ଡାଡ଼ି ଯାହା କହୁଥିଲେ୤’ ରତନ ଠିକ୍‌ ତା’ର ଡାଡ଼ିଙ୍କ ଠାଣିରେ ସିଗାରେଟ୍‌ରୁ ପାଉଁଶ ଝାଡ଼ିଲା ଓ ପୁଣି ଶେଷ ଟାଣ ଦେଇ ଖଣ୍ଡିଆ ସିଗାରେଟ୍‌ଟା ଦୂରକୁ ଫୋପାଡ଼ି ଦେଲା- ‘ଆଚ୍ଛା… ୤ ସେ ଫାଇଲ୍‌ ସବୁକୁ ତଳ ଉପର, ଉପର ତଳ କରିବା ବିଜିନେସ୍‌, ନୁହେଁ୤’ ବଣ୍ଟି ମୁଣ୍ଡ ହଲାଇଲା୤

ବସ୍‌…. ବସ୍‌ ଆସିଗଲା୤ ସବୁପିଲା ବସ୍‌ ଆଡ଼କୁ ଦୌଡ଼ିବାରେ ଲାଗିଲେ୤ କଣ୍ଡକ୍ଟର୍‌ ତାକୁ ଅନ୍ୟମାନଙ୍କ ପରି ଭିତରକୁ ଟେକିନେଲା୤ କିଛି କ୍ଷଣ ପାଇଁ ସେମାନଙ୍କ ଭିତରେ ଠେଲାପେଲା୤ ତା’ପରେ ଅଲଗା ଅଲଗା ଜଣାପଡ଼ିଲେ୤ ବଣ୍ଟି କୌଣସିମତେ ଠେଲିପେଲି ହୋଇ ଝର୍କା ପାଖ ସିଟ୍‌ରେ ଯାଇ ବସିଲା୤ ଆଜି ତା’ର ସେଇଠି ବସିବା ପାଳି୤ କିନ୍ତୁ ନବମ ଶ୍ରେଣୀ ପଢ଼ୁଥିବା ଆସ୍‌ଲମ୍‌ ଆସିଲା ଓ ତା’ର ବାହୁକୁ ଟାଣି ତାକୁ ଉଠାଇଲା୤ ଆସ୍‌ଲମ୍‌ ସ୍କୁଲର ଦାଦା୤ ତାକୁ ସବୁପିଲା ଡରନ୍ତି୤

-ହଟ୍‌ବେ… ୤’ ସେ ବଣ୍ଟିକୁ ସିଟ୍‌ରୁ ଟେକି ତଳେ କଚାଡ଼ି ଦେଲା୤
-ଉଠିବିନି୤ ଏଇଟା ମୋ ଜାଗା୤’ ବଣ୍ଟି ବସ୍‌ର ଝରକାକୁ ଭିଡ଼ିଧରି ଚିତ୍କାର କଲା୤
-ଶଃ, ତୋ ବାବାର ଜାଗା ହୋଇଥିବ ନା !’ ଆସ୍‌ଲମ୍‌ ଧକ୍କାଟିଏ ମାରି ବଣ୍ଟିର ସିଟ୍‌ରେ ବସିଗଲା୤
-ଶଳା, ମୋ ବାପାର ନାଁ ଧରୁଛୁ, ତୋ ମାଆକୁ…’ ବଣ୍ଟି ରାଗ ଜରଜର ହୋଇ ତାକୁ ନଖରେ ରାମ୍ପୁଡ଼ିବାକୁ ଲାଗିଲା୤ ଜବାବରେ ଆସ୍‌ଲମ୍‌ର ଶକ୍ତ ଚଟକଣା ବଣ୍ଟିର ଗାଲରେ ବାଜିଲା୤ ଶକ୍ତ ଚାପୁଡ଼ା ମାଡ଼ରେ ବଣ୍ଟିର ଦାନ୍ତରୁ ରକ୍ତ ବାହାରିଲା୤ ଏତିକିବେଳେ କଣ୍ଡକ୍ଟର ଆସି ପହଞ୍ଚିଲା୤ ସେ ବଣ୍ଟିର ମୁଣ୍ଡରେ ଠଣାଟିଏ ମାରିଲା ଓ ଆସ୍‌ଲମ୍‌କୁ ତାଗିଦ୍‌ କଲା୤
-ଏବେ ଯାଇ ତୋ ନାଁରେ ପ୍ରିନ୍‌ସିପାଲ୍‌ଙ୍କ ପାଖରେ ଅଭିଯୋଗ କରିବି୤ ତୋ ମାଆକୁ… ତୋ’ ଭଉଣୀକୁ… ୤’ ବଣ୍ଟି ଆସ୍‌ଲାମ୍‌ ଉପରକୁ ଅଭିସମ୍ପାତ ବର୍ଷା କରୁଥିଲା୤
-ଏଥର ତୁ ତୁନିପଡ଼ ବଣ୍ଟି୤ ତୋ ମୁହଁରୁ ରକ୍ତ ବାହାରୁଛି୤’ ରତନ ନିଜ ସିଟ୍‌ରୁ ଉଠିଆସି ବଣ୍ଟି ପାଖକୁ ଗଲା ଓ ନିଜ ଖାତାରୁ ପୃଷ୍ଠାଟିଏ ଚିରି ବଣ୍ଟିର ରକ୍ତାକ୍ତ ମୁହଁକୁ ସଫାକଲା୤
-ବଣ୍ଟି, ଏଥର ତୁ ମଧ୍ୟ ଏ ସ୍କୁଲରୁ ବାହାରିଯାଆ୤ ଆମେ ଦୁହେଁ ହେପି ସ୍କୁଲରେ ଦାଖଲ ହୋଇଯିବା୤’
-‘କିନ୍ତୁ ଦଶ ହଜାର ଟଙ୍କା କୁଆଡ଼ୁ ଆସିବ ? ଯଦି ଆଜି ଉପରୁ ଫାଇଲ୍‌ ନଆସେ ତେବେ ଡାଡ଼ିଙ୍କ ମୃତ୍ୟୁ ନିଶ୍ଚିତ୤’ ବଣ୍ଟି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା୤
-‘କ’ଣ ବେଶୀ କଷ୍ଟ ହେଉଛି କି ରେ ?’

ଲଞ୍ଚ୍‌ ଟାଇମ୍‌ରେ ବଣ୍ଟି ପାଖରେ ଆଜି ଟିଫିନ୍‌ ନଥିଲା୤ ତେଣୁ ସେ ରତନ ସହିତ ସ୍କୁଲ ପଛପଟ ଗଛମୂଳେ ଯାଇ ବସିଲା ଓ ଦୁହେଁ ରତନର ଟିଫିନ୍‌ରୁ ଆମ୍‌ଲେଟ୍‌ ଓ ରୁଟି ବାହାର କରି ଖାଇଲେ୤

-ବଣ୍ଟି ତୁ ତ’ ଖୁବ୍‌ ରାଗିଯାଉ୤ କିନ୍ତୁ ତୁ ତ’ ସବୁବେଳେ ବେଶ୍‌ ଶାନ୍ତଶିଷ୍ଟ୤ ଆସ୍‌ଲମ୍‌ର ନାକକୁ ତୁ ଯଦି ଗୋଟେ କରାଟା କରିଥାଆନ୍ତୁ ନା ଦେଖିଥାଆନ୍ତୁ…୤’ ରତନ ରୁଟି ଛାଡ଼ି କରାଟେ ହାତ ପନବନରେ ଘୁରାଇବାକୁ ଲାଗିଲା୤
-ଯେତେହେଲେ ମୁଁ ପ୍ରି-ମେଚ୍ୟୋର ନା, ତେଣୁ !’ ବଣ୍ଟି ବଡ଼ ଉଦାସ କଣ୍ଠରେ କହିଲା୤
-ଆରେ, କାହିଁକି’, ରତନ ଯେମିତି ଆଶ୍ଚର୍ଯ୍ୟରେ ପଚାରିଲା୤ ସତେ ଯେମିତି ସେ ପ୍ରି-ମେଚ୍ୟୋରର ଅର୍ଥ ବେଶ୍‌ ଭଲଭାବେ ଜାଣେ୤
-ମୁଁ କି ଜାଣେ, ମମ୍ମି ତ କହେ, ମୁଁ ଯେତେବେଳେ ଜନ୍ମ ହେଲି ଦି’ମାସ ଯାଏ ହସ୍ପିଟାଲ୍‌ର ଗୋଟେ ଖାସ୍‌ ମେସିନ୍‌ ଭିତରେ ମତେ ରଖାଯାଇଥିଲା୤’
-ଆହା, ଚ-ଚ-ଚ-ଚ୤’… ରତନ ଯେମିତି ସମବେଦନା ସହ ତାକୁ ଅପଲକ ନେତ୍ରରେ ଚାହିଁ ରହିଲା- ‘ଏସବୁ ତୋର ମମ୍ମିର ଭୁଲ୍‌୤ ମୁଁ ଗୋଟେ ମାଗାଜିନ୍‌ରେ ପଢ଼ୁଥିଲି, ଯେଉଁ ପିଲା ଜନ୍ମରୁ ରୋଗିଣା- ସେଇଥିପାଇଁ ତା ମା’ ଦାୟୀ, ତା’ ମାଆର ଦୋଷ୤’
-ସତରେ !’ ବଣ୍ଟି ବଡ଼ ଉତ୍କଣ୍ଠାର ସହିତ ତା’ର ମନ୍ତବ୍ୟ ଶୁଣୁଥିଲା ଓ ଭାବୁଥିଲା ତେବେ ମମ୍ମି ପ୍ରତିଟି ମୁହୂର୍ତ୍ତରେ ମୋ ଉପରେ ଏମିତି ଚିଡ଼ୁଛି କାହିଁକି ? ମୁଁ ବି ଏତେ ପ୍ରତି କଥାରେ ରାଗିଯାଉଛି, ସମସ୍ତଙ୍କ ସହିତ ଝଗଡ଼ା କରୁଛି କାହିଁକି ?’

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅମିୟବାଳା ପଟ୍ଟନାୟକ, ବ୍ରହ୍ମପୁର
ଅମିୟବାଳା ପଟ୍ଟନାୟକ
ଜଣେ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିବା ଅମିୟବାଳା ପଟ୍ଟନାୟକ ୨୦୧୧ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ୤ କବିତା ଲେଖାରୁ ସାହିତ୍ୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜଣେ ଅନୁବାଦକ ଭାବେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି୤ ଦୀର୍ଘ ୪୧ ବର୍ଷର ସାହିତ୍ୟିକ ଜୀବନରେ ୭ଟି କବିତା ପୁସ୍ତକ ସହିତ ୨୨ରୁ ଊର୍ଦ୍ଧ୍ବ, ବିଭିନ୍ନ ଭାଷାର ଲୋକପ୍ରିୟ ସାହିତ୍ୟିକଙ୍କର ଲେଖାକୁ ଅନୁବାଦ କରିଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ବଙ୍ଗଳା, ହିନ୍ଦୀ ସହିତ ତେଲୁଗୁ ଆଦି... [ କ୍ରମେ ସବିଶେଷ ]
ଅମିୟବାଳା ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. RAMESH CHANDRA DAS, BHUBANESWAR |  ଜୁନ୍ ୧୫, ୨୦୧୫ - ୪:୩୬ ପୂର୍ବାହ୍ନ

    ଅନୁବାଦ ଗପଟି ଭଲ ଲାଗିଲା୤ କେତୋଟି ବନାନ ଅଶୁଦ୍ଧି ରହି ଯାଇଛି୤ ଯଥା – ଧିରେ ଧିରେ, ସତୁରୀ, ଘାଣ୍ଠୁ ଘାଣ୍ଠୁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤